ଘରେ ଚପଲ ରଖିବାର ସଠିକ ଦିଗ

 ଘରେ ଚପଲ ରଖିବାର ସଠିକ ଦିଗ


କଣ ଆପଣ ଜାଣିଛନ୍ତି କି ଆପଣ ପ୍ରତିଦିନ ପିନ୍ଧୁଥିବା ଚପଲ ଆପଣଙ୍କ ପାଇଁ ଶୁଭ ବା ଅଶୁଭ ହୋଇପାରେ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚପଲ ସମ୍ବନ୍ଧୀୟ କିଛି ଏମିତି କଥା ଥାଏ ଯାହା ଆମ ଜୀବନ ଉପରେ ପ୍ରଭାବ ପକାଇଥାଏ ।
 ଘରେ ଭୁଲରେ ବି ଚପଲ ଇଆଡ଼େ ସିଆଡେ ରଖନ୍ତୁ ନାହିଁ। ଅଧିକାଂଶ ଘରେ ଚପଲ ଜୋତା ଗୋଟେ ଜାଗାରେ ରହିନଥାଏ ଏହାଦ୍ୱାରା ଘରେ ନକାରାତ୍ମକ ଉର୍ଜା ବଢିଥାଏ। ଘରେ ଜୋତା ଚପଲ ରଖିବାର ଏକ ନିଶ୍ଚିତ ସ୍ଥାନ ରହିବା ଆବଶ୍ୟକ। ନହେଲେ ଘରେ କେବେବି ସୁଖ ସମୃଦ୍ଧି ଆସିନଥାଏ।

ଘର ସଫା କରିବା ସମୟରେ ପ୍ରାୟ ବ୍ୟକ୍ତି ଘରର ଜୋତା ଷ୍ଟାଣ୍ଡ୍ ଉପରେ ଧ୍ୟାନ ଦିଅନ୍ତି ନାହିଁ । କିନ୍ତୁ ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର ସୁଖସମୃଦ୍ଧି ବୃଦ୍ଧି କ୍ଷେତ୍ରରେ ଜୋତାର ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।  ଘର ସଫା କରିବା ସମୟରେ ଜୋତା ସମ୍ପର୍କିତ କିଛି ତଥ୍ୟ ଜାଣିରଖିବା ନହାତି ଆବଶ୍ୟକ । ତେବେ ଆସନ୍ତୁ ଜାଣିବା –


ଜୋତା ବା ଚପଲ ରଖିବାର ସଠିକ ଦିଗ

ଘର,କାରଖାନା,ବ୍ୟବସାୟ ଇତ୍ୟାଦି ଆମ ଜୀବନ ସହ ଜଡିତ ପ୍ରତ୍ୟେକ କ୍ଷେତ୍ରରେ ବାସ୍ତୁ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନକାରୀ | ବାଥରୁମ,ମୁଖ୍ୟଦ୍ୱାର, ରୋଷେଇ ଘର, ଶୟନ କକ୍ଷ,ସିଡ଼ି ଘର, ପୂଜାପାଠ ଘର ଇତ୍ୟାଦି ବାସ୍ତୁ ଅନୁଯାୟୀ ତିଆରି କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ଯଦି ଏଥିରେ କିଛି ବି ତୃଟି ରହେ, ତେବେ ଘରର ମାଲିକ ସର୍ବାଧିକ କ୍ଷତି ସହିବାକୁ ପଡିଥାଏ | 

  • ମନେରଖନ୍ତୁ ଯେ ଜୋତା ଷ୍ଟାଣ୍ଡ ମୁଖ୍ୟ ଫାଟକଠାରୁ 2-3 ଫୁଟ ଦୂରରେ ରହିବା ଉଚିତ୍ |

  • ଯେତେବେଳେ ଆପଣ ଜୋତାଷ୍ଟାଣ୍ଡ ଭିତରେ ଜୋତା ରଖନ୍ତି, ମନେରଖନ୍ତୁ ଯେ ଜୋତା ବାହାରେ ଦେଖାଯିବା ଉଚିତ୍ ନୁହେଁ | କବାଟ ସଠିକ୍ ଭାବରେ ବନ୍ଦ ହେବା ଉଚିତ୍ |

  • ପଶ୍ଚିମ ଏବଂ ଦକ୍ଷିଣ-ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗ ଜୋତା ଷ୍ଟାଣ୍ଡ ରଖିବା ପାଇଁ ଶୁଭ ବୋଲି ବିବେଚନା କରାଯାଏ, ତେଣୁ ଏହି ଦିଗଗୁଡିକର କୋଣରେ ଏକ ଜୋତା ଷ୍ଟାଣ୍ଡ ତିଆରି କରନ୍ତୁ | 

  • ଜୋତା ଷ୍ଟାଣ୍ଡକୁ ବାସ୍ତୁ ଅନୁଯାୟୀ ଉତ୍ତର, ଦକ୍ଷିଣ-ପୂର୍ବ କିମ୍ବା ପୂର୍ବ,ଉତ୍ତର-ପୂର୍ବ ଦିଗରେ ରଖିବା ଉଚିତ ନୁହେଁ |

  • ଜୋତା ଷ୍ଟାଣ୍ଡକୁ ପୂଜା ଘରର କୋଠରୀ କିମ୍ବା ରୋଷେଇ ଘରର କାନ୍ଥ ପାଖରେ ରଖନ୍ତୁ ନାହିଁ, ନଚେତ୍ ଏହା ଭୟଙ୍କର ବାସ୍ତୁ ତ୍ରୁଟି ସୃଷ୍ଟି କରିପାରେ |

1. ଚପଲ ବା ଯୋତା ଓଲଟା ରଖନ୍ତୁ ନାହିଁ :-

  • ଏମିତି କୁହାଯାଏ କି ଚପଲ ବା ଯୋତା ଯଦି ଓଲଟା ରହିଛି ତେବେ ତାହାକୁ ତୁରନ୍ତ ସିଧାକରି ଦେବାର ଅଛି ଅନ୍ୟଥା ଆପଣଙ୍କର କାହା ସହିତ ଝଗଡା ହୋଇପାରେ | 
  • ଏବଂ କୌଣସି କାମରେ ବାହାରିଥାନ୍ତି ତ ତାହା ଅସଫଳ ହେବ |
  • ଏମିତି ମଧ୍ଯ କୁହାଯାଏ କି ଯେଉଁ ବ୍ୟକ୍ତିର ଚପଲ ଓଲଟା ରହିଥାଏ ଓ ସେ ତାହାକୁ ସିଧା ବି କରେ ନାହିଁ ତେବେ ସେ ରୋଗରେ ପଡିପାରେ । 
  • ତେଣୁ ଯଦି ଓଲଟା ଚପଲ ଗୋଟିଏ ରହିଥାଏ ତେବେ ଅନ୍ୟ ଚପଲ ଦ୍ୱାରା ସିଧା କରିଦେବା ଉଚିତ |

2. ଚପଲ ବାହାରେ ରଖନ୍ତୁ :-

  • ରୋଷେଇ ଘରକୁ ସବୁବେଳେ ପବିତ୍ର ଭାବେ ଗ୍ରହଣ କରାଯାଏ। ତେଣୁ କିଚେନ୍‌କୁ ଯିବା ପୂର୍ବରୁ ଚପଲକୁ ସବୁବେଳେ ବାହାର ରଖି ଭିତରକୁ ଯାଆନ୍ତୁ।  ନଚେତ୍‌ ଆର୍ଥିକ ସମସ୍ୟାରେ ପଡ଼ିପାରନ୍ତି। 
  • ପୂଜା ଘରକୁ ବି ଚପଲ ପିନ୍ଧି ଯିବା ଅନୁଚିତ | ଜୋତା ପିନ୍ଧି ମନ୍ଦିରକୁ ଯାଆନ୍ତୁ ନାହିଁ |
  • ଗାଧୁଆ ଘରେ ଗାଧୋଇବା ବେଳେ ଚପଲ ବାହାରକରି ଗାଧୋଇବା ଉଚିତ |
  • ପୋଖରୀ, ନଦୀ ଅବା ସମୁଦ୍ରରେ ବି ଯଦି ଗାଧୋଉଛନ୍ତି ତେବେ ଚପଲ ବାହାର କରି ପାଣି ଭିତରକୁ ପଶନ୍ତୁ  |
  • ତିଜୋରି ପାଖକୁ ଚପଲ ପିନ୍ଧି ଯିବା ଉଚିତ ନୁହେଁ । ଏହାଦ୍ୱାରା ଦୁର୍ଭାଗ୍ୟ ତଥା ସମସ୍ୟା ବଢିଥାଏ |
  • ଆଲମାରୀ ତଳେ, ଆପଣ ଯେଉଁ ଶଯ୍ୟାରେ ଶୋଇଛନ୍ତି ସେହି ଜୋତା ଚପଲକୁ କେବେବି ରଖନ୍ତୁ ନାହିଁ, ନଚେତ୍ ଏହା ଆପଣଙ୍କ ସ୍ୱାସ୍ଥ୍ୟକୁ ନଷ୍ଟ କରିପାରେ ଏବଂ ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କକୁ ନଷ୍ଟ କରିପାରେ |
  • ଯଦି ଆପଣ ଘରେ ଚପଲ ପିନ୍ଧିବାକୁ ଚାହାଁନ୍ତି, ତେବେ ଏଥିପାଇଁ ଅନ୍ୟ ଚପଲ ବ୍ୟବହାର କରନ୍ତୁ, ଯାହା ପିନ୍ଧି ବାହାରକୁ ଯିବାକୁ ପଡିବ ନାହିଁ ନଚେତ୍ ଘରର ଶାନ୍ତିକୁ ନଷ୍ଟ କରିଦେବ |
  • ଯଦି ଆପଣ ପରୀକ୍ଷା ଦେବାକୁ ଯାଉଛନ୍ତି, ତେବେ ଧଳା ଜୋତା ନ ପିନ୍ଧିବାକୁ ଧ୍ୟାନ ଦିଅନ୍ତୁ, ଏହା ଧ୍ୟାନ ହ୍ରାସ କରେ |

3. ଚପଲ ଏହି ସ୍ଥାନରେ ରଖନ୍ତୁ ନାହିଁ :-

  • ଆପଣଙ୍କ ବ୍ୟବସାୟ ସ୍ଥାନରେ ଜୋତା ଚପଲ ରଖନ୍ତୁ ନାହିଁ । କାରଣ ଏହାଦ୍ୱାରା ବ୍ୟବସାୟରେ ମାନ୍ଦା ହୋଇଥାଏ ।
  • ଏମିତି ମଧ୍ଯ କୁହାଯାଏ କି ଘରର କବାଟ ପାଖରେ ଚପଲ ରଖିବା କଥା ନୁହେଁ, ଏହା ଦ୍ୱାରା ଘରର ଉନ୍ନତି ହୋଇନଥାଏ ଏବଂ ଘରକୁ ନକାରାତ୍ମକ ଉର୍ଜାର ପ୍ରବେଶ ହୋଇଥାଏ ଏବଂ ଘରେ ଅଭାବ ଲାଗିରହେ |
  • ସିଡି ତଳେ ଯୋତା, ଚପଲ ଓ ଘରର ବେକାର ଜିନିଷ ରଖିବା କଥା ନୁହେଁ । ଏହା ମଧ୍ଯ ଅଶୁଭ ହୋଇଥାଏ |
  • ସମସ୍ତ ନକାରାତ୍ମକ ଶକ୍ତି ଜୋତାରେ ରହିଥାଏ ବୋଲି ବାସ୍ତୁଶାସ୍ତ୍ରକାରମାନେ କହିଥାନ୍ତି , ଅନ୍ୟ କାହାର ଜୋତା ପିନ୍ଧନ୍ତୁ ନାହିଁ କିମ୍ବା ଘରର କବାଟ ସାମନାରେ ଅନ୍ୟ କେଉଁ ବାହାର ବ୍ୟକ୍ତିର ଜୋତା ରଖିବାକୁ ଦିଅନ୍ତୁ ନାହିଁ ।
  • ଜୋତା ଖଟ ତଳେ ରଖନ୍ତୁ ନାହିଁ |
  • ଘରର ମଧ୍ଯ ଭାଗରେ କେବେବି ଜୋତା ରଖନ୍ତୁ ନାହିଁ |
  • ପାହାଚ ତଳେ ଜୋତା କିମ୍ବା ଚପଲ ରଖନ୍ତୁ ନାହିଁ |

4. ଛିଣ୍ତି ଯାଇଥିବା ଜୋତା ପୁର୍ନବାର ପିନ୍ଧିବେ ନାହିଁ ।

  • ସାଧାରଣତଃ ଆପଣଙ୍କ ଚପଲ ଯେତେବେଳେ ଛିଣ୍ଡି ଯାଇଥାଏ ଆପଣ ତାହାକୁ ପଛରେ ଠିକ କରିଦେବେ ଭାବି ସାଇତି କରି ରଖି ଦେଇଥାନ୍ତି | କିନ୍ତୁ ଏହା ଆପଣ ଜାଣି ନ ଥିବେ କି ଏହି ଛିଣ୍ଡା ଚପଲ ଆପଣଙ୍କ ଘରେ ଅଶାନ୍ତିର  କାରଣ ହୋଇଥାଏ, ଝଗଡା ଲାଗିରହିଥାଏ |  
  • ରୋଗବ୍ୟାଧି ମାଡିଆସିଥାଏ ଅର୍ଥାତ ଘରେ ବାରମ୍ବାର ଲୋକଙ୍କ ଦେହ ଅସୁସ୍ଥ ରହେ |
  • ଏପରି ସ୍ଥଳେ ଜୋତା ଛିଣ୍ଡିବା ମାତ୍ରେ ହିଁ ଠିକ କରନ୍ତୁ ନଚେତ ତାକୁ ଦୂରରେ ନେଇ ଫୋପାଡ଼ି ଦିଅନ୍ତୁ | 
  • ଆମକୁ ଛିଣ୍ତା ଚପଲ ପିନ୍ଧିବା ଉଚିତ ନୁହେଁ । ଏହା ଦ୍ବାରା ଦୁର୍ଭାଗ୍ୟ ବଢିଥାଏ । ବାସ୍ତୁ ଶାସ୍ତ୍ର ଅନୁଯାରେ ଫଟା ଚପଲ ପିନ୍ଧି ବାହାରକୁ ଯିବା ଦ୍ବାରା କ୍ୟାରିଅରରେ ମିଳୁଥିବା ସଫଳତା ଅସଫଳତା ରେ ବଦଳିଯାଇଥାଏ ।
  • ଆପଣ ଦେଖିଥିବେ କୌଣସି ଗାଡ଼ି ଆଗରେ ବା ନୁଆଁ ଘର ତିଆରି ବେଳେ ଛିଣ୍ଡା ଜୋତା ଝୁଲାଯାଇଥାଏ ଏହା ଖରାପ ଶକ୍ତି କୁ ଦୂର କରିବା ପାଇଁ ସହାୟକ ହୋଇଥାଏ |  

5. ଜୋତାକୁ କେବେ ଠିଆ କରି ରଖିବା ଉଚିତ୍‌ ନୁହେଁ :-

  • ଏମିତି ମଧ୍ଯ କୁହାଯାଏ କି ଯୋତା ବା ଚପଲକୁ ଘରର ଦ୍ୱାରରେ ଠିଆ କରି ରଖିବା କଥା ନୁହେଁ, ଏହା ଦ୍ୱାରା ଘରେ ନକରାତ୍ମକତା ଶକ୍ତି ପ୍ରବେଶ କରିଥାଏ |
  • ଜୋତା କୁ ଠିଆ କରି ରଖିବା ଅଶୁଭ ସଙ୍କେତ ହୋଇଥାଏ | ତେଣୁ ସବୁବେଳେ ଶୁଆଇ ରଖନ୍ତୁ |

6. ଗିଫ୍ଟ ରେ ମିଳିଥିବା ଜୋତା ପିନ୍ଧିବା ଅନୁଚିତ୍‌ :-

  • ବାସ୍ତୁ ଶାସ୍ତ୍ରରେ କୁହାଯାଇଛି କି କେବେ ବି ଉପହାର ସ୍ୱରୂପ ମିଳିଥିବା ଜୋତାକୁ ପିନ୍ଧିବା କଥା ନୁହେଁ । ଏମିତି କରିବା ଦ୍ବାରା କ୍ୟାରିଅର ଉପରେ ଖରାପ ପ୍ରଭାବ ପଡିଥାଏ |
  • କୁହାଯାଏ କି ଯେଉଁ ଲୋକ ଏହି ଗିଫ୍ଟ ଦେଇଥାଏ ସେହି ଲୋକର ସମସ୍ତ ଅସୁବିଧା ଏବଂ ନକରାତ୍ମକ ଶକ୍ତି ଆପଣଙ୍କ ପାଖକୁ ଚାଲିଆସେ |

7. ପାଦକୁ ପେଡିକିଓର କରିଥିଲେ :-

8. ଶନିବାର ଦିନ ଜୋତା କିଣିବେ ନାହଁ ଓ  ବ୍ୟବହାର ର କିଛି ସରଳ ଉପାୟ  :-

  • ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଣିଷର ପାଦରେ ଶନିଦେବଙ୍କର ବାସ ହୋଇଥାଏ । ଏଥିପାଇଁ ଆମେ ଶନିବାର ଦିନ ଯୋତା ଚପଲ କିଣିବା ଉଚିତ ନୁହେଁ ।
  • ଯଦି କାହାର ଶନି ଖରାପ ପ୍ରଭାବ ଦେଉଛନ୍ତି ତେବେ ଶନିବାର ଦିନ କୌଣସି ମନ୍ଦିରରେ ଚପଲ ଛାଡି ଆସିବା ଦ୍ବାରା ଶନିଙ୍କର ଖରାପ ପ୍ରଭାବ ଶେଷ ହୋଇଯାଏ ।
  • ଯୋତା ଚପଲ ହଜିଯିବା ବି ଶୁଭ ହୋଇଥାଏ | ଏହା ଦ୍ବାରା ଅଶୁଭ ଗ୍ରହ ଶୁଭ ହୋଇଯାଇଥାଏ ଏବଂ ଜୀବନରୁ ଅସୁବିଧା ଦୂର ହୋଇଯାଏ ।
  • ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶନିବାର ଦିନ ସନ୍ଧ୍ୟାରେ କୌଣସି ଗରୀବ କିମ୍ବା ଆବଶ୍ୟକ ଥିବା ଲୋକଙ୍କୁ ଚମଡାର କଳାରଙ୍ଗର ଯୋତାଚପଲ ଦାନ କରିବା ଦ୍ୱାରା ଭାଗ୍ୟର ଦ୍ୱାର ଖୋଲିଯାଇଥାଏ।

9. ଖାଇବା ସମୟରେ ଜୋତା ପିନ୍ଧନ୍ତୁ ନାହିଁ :-

  • ଭୋଜନ କରୁଥିବା ସମୟରେ ବି ଯୋତା ବା ଚପଲ ପିନ୍ଧିବା ଠିକ ନୁହେଁ । ଏହା ଦ୍ବାରା ଦୁର୍ଭାଗ୍ୟରେ ବୃଦ୍ଧି ହୋଇଥାଏ | ସମସ୍ୟା ଲାଗିରହିବ |

10. ଦୀପାବଳିରେ, ଜାଣି ରଖନ୍ତୁ ଜୋତା ସମ୍ପର୍କିତ କିଛି ଟିପ୍ସ :-

  • ଦୀପାବଳି ପୂର୍ବରୁ ଘରେ ଥିବା କୌଣସି ଛିଣ୍ଡା ଚପଲ ବା ଜୋତାକୁ ବାହାରେ ଫୋପାଡ଼ି ଦିଅନ୍ତୁ । ଛିଣ୍ଡା ଜୋତା ପିନ୍ଧିବା ଦ୍ୱାରା କିମ୍ବା ଘରେ ଥିବା ଦ୍ୱାରା ଆର୍ଥିକ ସଙ୍କଟ ଓ କଳହ ଓ ବିଫଳତା ଲାଗି ରହିଥାଏ ବୋଲି ବିଶ୍ୱାସ ରହିଛି ।
  • ଗାଡ଼ି କିମ୍ବା ଘର ଉପରେ କୁଦୃଷ୍ଟି ନପଡ଼ିବା ପାଇଁ ଘର ସାମନାରେ ଗୋଟିଏ ଛିଣ୍ଡା ଚପଲ ଲଗାଯାଇଥାଏ । ଦୀପାବଳି ପୂର୍ବରୁ ତାହାକୁ ଘର ସାମନାରୁ ହଟାଇ ଦିଅନ୍ତୁ । ଦୀପାବଳି ପରେ ପୁଣି ଆପଣ ତାହାକୁ ଲଗାଇ ପାରିବେ । କିନ୍ତୁ ଦୀପାବଳି ଦିନ ତାହାକୁ ନିଶ୍ଚୟ ଭାବେ ବାହାର କରନ୍ତୁ ।
  • ଦୀପାବଳି ଦିନ ଜୋତାଷ୍ଟାଣ୍ଡକୁ ଘରର ବାହାରେ ଗୋଟିଏ ସାଇଡରେ ରଖନ୍ତୁ ।
  • ଦୀପାବଳି ପୂର୍ବରୁ ନୂଆ ଜୋତା କିଣି ବ୍ୟବହାର କରିବା ଶୁଭ ହୋଇଥାଏ । ପୁରୁଣା ଓ ମଇଳା ଜୋତାକୁ ଗଦା କରି ରଖନ୍ତୁ ନାହିଁ । ସେସବୁକୁ ଦୀପାବଳି ପୂର୍ବରୁ ସଫା କରି ଜୋତାଷ୍ଟାଣ୍ଡରେ ସଜାଇ ରଖନ୍ତୁ । 
  • ଦୀପାବଳିରେ ଅନେକ ବ୍ୟକ୍ତି ପାର୍ଟିର ଆୟୋଜନ କରିଥାନ୍ତି । ତେଣୁ ଅତ୍ୟନ୍ତ ସେହି ଗୋଟିଏ ଦିନ ଯେତିକି ସମ୍ଭବ ଜୋତା ପିନ୍ଧି ଖାଆନ୍ତୁ ନାହିଁ ।

Post a Comment

0 Comments