ଏହି ଫୁଲ ଗୁଡିକ ଖାଇବା ଉପଯୋଗୀ
ଏହି ଫୁଲ ଗୁଡିକ ଖାଇବା ଉପଯୋଗୀ
କେବଳ ଯେ, ପନିପରିବା ଓ ଫଳ ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ ତାହା ଭାବିବା ଭୁଲ । କିଛି ଫୁଲକୁ ଖାଇବା ଦ୍ୱାରା ମଧ୍ୟ ଶରୀରକୁ ଉପଯୁକ୍ତ ପ୍ରୋଟିନ ଓ ଭିଟାମିନ ମିଳିଥାଏ । ସେଥିପାଇଁ ଖାଦ୍ୟରେ କିଛି ଫୁଲକୁ ସାମିଲ କରିବା ନିହାତି ଆବଶ୍ୟକ । ଏହା ପାଟିକୁ ସୁଆଦିଆ ଲାଗିବା ସହ ଏଥିରେ ଥିବା ବିଭିନ୍ନ ପ୍ରକାରର ଭିଟାମିନ ସ୍ୱାସ୍ଥ୍ୟ ପାଇଁ ଖୁବ ହିତକର ।
ନିମ୍ବ ଫୁଲ
ନିମ୍ବଗଛର ବିଭିନ୍ନ ଉପକାରିତା ରହିଥିବା ବେଳେ ଏହାର ଫୁଲ ମଧ୍ୟ ଶରୀର ପାଇଁ ହିତକର । ବସନ୍ତ ଋତୁ ଆସିଗଲେ ନିମ୍ବଗଛ ଫୁଲରେ ଭର୍ତ୍ତି ହୋଇଯାଏ । ଯେଉଁମାନେ ପିତା ଖାଇବାରେ ରୁଚି ରଖନ୍ତି ସେମାନେ ନିମ୍ବଗଛର ପତ୍ର ଓ ଫୁଲରେ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରି ଖାଇପାରିବେ ।
- ଏହାର କଢକୁ ଭାଜି ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ବଢିଥାଏ ।
- ନିମ୍ବ କଢରେ ରହିଛି ଭିଟାମିନ-ଏ, ଭିଟାମିନ-ସି ଏବଂ ପୁଷ୍ଟିସାର ।
- ଏହା ମଧୁମେହ ରୋଗୀଙ୍କ ପାଇଁ ବେଶ ଉପଯୋଗୀ ।
କଖାରୁ ଫୁଲ
ବର୍ଷା ଓ ଖରାଦିନେ କଖାରୁ ଫୁଲର ଚାହିଦା ଢେର ବେଶି । ଲୋକମାନେ ଯେତିକି କଖାରୁ ଖାଇବାକୁ ପସନ୍ଦ କରନ୍ତି ନାହିଁ ଏହାର ଫୁଲକୁ ଖାଇବାକୁ ବେଶି ପସନ୍ଦ କରିଥାଆନ୍ତି । କଖାରୁ ଫୁଲକୁ ଚାଉଳ ବଟା କିମ୍ବା ବେସନ ଗୋଳାଇ ଛାଣି ବା ପିଠଉ ଭଜା କରି ଖାଇଥାନ୍ତି ।
- କଖାରୁ ଫୁଲରେ ଭିଟାମିନ-ବି-୬, କ୍ୟାଲସିୟମ ଫସଫରସ, ପୋଟାସିୟମ, ଭିଟାମିନ-ଏ, ଭିଟାମିନ-ସି, ଆଇରନ, ମାଗ୍ନେସିୟମ ରହିଛି । ଯାହା ଶରୀରକୁ ବିଭିନ୍ ପ୍ରକାର ରୋଗରୁ ଆମକୁ ରକ୍ଷା କରିଥାଏ ।
ସଜନା ଫୁଲ
ସଜନା ଶାଗ ଓ ସଜନା ଛୁଇଁକୁ ପ୍ରାୟ ସମସ୍ତେ ଖାଇବାକୁ ପସନ୍ଦ କରିଥାନ୍ତି । ସଜନା ଫୁଲରେ ପ୍ରସ୍ତୁତ ବରା ଖୁବ ସୁଆଦିଆ ।
- ଏଥିରେ ରହିଛି ଭିଟାମିନ-ଏ, ଆମିନୋଏସିଡ, କ୍ୟାଲସିୟମ ଓ ପୋଟାସିୟମ । ଏହା ଚକ୍ଷୁ ପାଇଁ ଖୁବ ହିତକର ।
କଦଳୀ ଭଣ୍ଡା
ଅନେକ ଏହାକୁ ଖାଇବାକୁ ପସନ୍ଦ କରୁଥିଲେ ମଧ୍ୟ ଏହାକୁ ବାଛିବା ଟିକେ କଷ୍ଟ ତଥା ସମୟସାପେକ୍ଷ । କଦଳୀ ଭଣ୍ଡାର ଖୋଳପା ଭିତରେ ସ୍ତର ସ୍ତର ହୋଇ ରହିଥାଏ ।
- ଭିଟାମିନ-ଏ, ଭିଟାମିନ-ସି, ଭିଟାମିନ-ଇ, ଫାଇବର, ଆଇରନ ଓ କ୍ୟାଲସିୟମ କଦଳୀ ଭଣ୍ଡାରେ ଭରପୂର ମାତ୍ରାରେ ରହିଛି ।
- କଦଳୀ ଭଣ୍ଡା ଶରୀରରେ ହେମୋଗ୍ଲୋବିନର ମାତ୍ରାକୁ ନିୟନ୍ତ୍ରଣରେ ରଖିଥାଏ ।
ଗେଣ୍ଡୁ ଫୁଲ
- ଗେଣ୍ଡୁରେ ରହିଛି ଭିଟାମିନ-ସି । ଶରୀରର କୌଣସି ସ୍ଥାନ ଆହତ ହୋଇଥିଲେ ଏହାକୁ ବ୍ୟବହାର କରାଯାଇପାରିବ ।
- ଖାଲି ସେତିକି ନୁହେଁ ଗେଣ୍ଡୁ ଫୁଲରେ ପ୍ରସ୍ତୁତ ଚା’ରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ଥିବାରୁ ଏହା ମୋତିଆବିନ୍ଦୁ ସହ ବିଭିନ୍ନ ଚକ୍ଷୁ ସମସ୍ୟା ଦୂର କରିଥାଏ ।
- ଅଲସର୍, ଥଣ୍ଡା, ଜ୍ୱର ଓ କାଶ ସମୟରେ ଏହି ଚାକୁ ପିଇବା ଦ୍ୱାରା ଏହା ଶରୀରର ପାଇଁ ଖୁବ ଉପକାରୀ ।
ଗୋଲାପ ଫୁଲ
- ଫୁଲ ଭିତରେ ରାଣୀ କୁହାଯାଉଥିବା ଗୋଲାପର ଅନେକ ଔଷଧୀୟ ଗୁଣ ରହିଛି ।
- ଗୋଲାପ ପାଖୁଡାରେ ତିଆରି ଗୋଲାପ ଜଳକୁ ବିଭିନ୍ନ ଖାଦ୍ୟ ପଦାର୍ଥରେ ବ୍ୟବହାର କରାଯାଇଥାଏ । ଗୋଲାପ ପାଖୁଡାରେ ପ୍ରଚୁର ପରିମାଣରେ ଭିଟାମିନ ରହିଛି ।
- ଗୋଲାପ ଫୁଲ ହୃଦରୋଗ, ମଧୁମେହ ଓ କ୍ୟାନସର ପ୍ରଭୃତି ରୋଗରୁ ରକ୍ଷା କରେ ।
ମନ୍ଦାର ଫୁଲ
- ମନ୍ଦାର ଫୁଲ ଅତି ଉପକାରୀ । କେଶର ବିଭିନ୍ନ ସମସ୍ୟା ଯେମିତିକି କେଶ ଝଡିବା, କେଶ ପତଳା ହେବା ଆଦି ସମସ୍ୟାରୁ ଦୂର କରିଥାଏ ମନ୍ଦାର ଫୁଲ । ନଡିଆ ତେଲରେ ଏହାକୁ ପକାଇ ଫୁଟାଇ କେଶରେ ଲଗାଇଲେ ସୁଫଳ ମିଳିଥାଏ ।
- ଏହି ଫୁଲରେ ଚା’ ତିଆରି କରି ପିଇବା ଦ୍ୱାରା ଉଚ୍ଚ ରକ୍ତଚାପ, କୋଲେଷ୍ଟେରଲ, ଅଜୀର୍ଣ୍ଣ, କିଡନୀ ରୋଗ ଓ କ୍ୟାନସର ପ୍ରଭୃତି ରୋଗ ପାଇଁ ଉପକାରୀ ।
- ଏଥିରେ ଆଣ୍ଟିଅକ୍ସିଡାଣ୍ଟ ରହିଛି । ନିମ୍ନ ରକ୍ତଚାପ ଓ କୋଲେଷ୍ଟେରଲକୁ ନିୟନ୍ତ୍ରଣ କରିବାରେ ଏହା ସାହାଯ୍ୟ କରିଥାଏ ।
ସୋରିଷ ଫୁଲ
- ସୋରିଷ ଶାଗ ଖାଇବାକୁ ଖୁବ ସ୍ୱାଦିଷ୍ଟ । ଖାଲି ଏହାର ଶାଗ ନୁହେଁ ଫୁଲ ମଧ୍ୟ ସୁଆଦିଆ ।
- ଏଥିରେ ଭିଟାମିନ-ଏ, ଭିଟାମିନ-ସି, କ୍ୟାଲସିୟମ ଓ ଆଇରନ ରହିଛି ।
ପଦ୍ମ ଫୁଲ
- ପଦ୍ମ ଫୁଲର ପାଖୁଡାରୁ ଏକ ପ୍ରକାରର ପାନ ମସଲା ପ୍ରସ୍ତୁତ କରାଯାଇଥାଏ ।
- ପଦ୍ମ ଫୁଲ ଚକ୍ଷୁ ସମସ୍ୟା ଦୂର ହୋଇଥାଏ । ଏଥିରେ ଭିଟାମିନ-ଏ ଓ ଭିଟାମିନ-ସି ରହିଛି ।
- ଏହାର ନାଡ଼ ବି ଖାଇବା ଉପଯୋଗୀ ଅଟେ |
ଆଶା କରୁଛୁ ଏହି ଆର୍ଟିକିଲ୍ଟିରେ ଥିବା ଫୁଲ ସମ୍ଭନ୍ଧିତ ସୁଚନାଟି ସମସ୍ତଙ୍କ ପାଇଁ ଦରକାରୀ । ସୁଚନାଟି ଭଲ ଲାଗିଲେ Like ଓ Share କରିବାକୁ ଭୁଲିବେ ନାହିଁ | ଯଦି ଆପଣଙ୍କୁ ଆମର ଏହି ଆଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ନିଜ ମତାମତ Comment କରି ନିଶ୍ଚୟ ଜଣାନ୍ତୁ |
ଦୟାକରି ନୂଆଁ ନୂଆଁ ବିଷୟରେ ଜାଣିବା ପାଇଁ ଆମ ପୋଷ୍ଟକୁ ନିଶ୍ଚୟ ଆରମ୍ଭ ଠୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ |
ଧନ୍ୟବାଦ
0 Comments
Do you have any doubts or suggestions? Ask them here in the comments!