ସୁନା ପିନ୍ଧିଲେ ଓ ହଜିଲେ କ'ଣ କ୍ଷତି ହୁଏ
ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ସୁନା ବୃହସ୍ପତି ଗ୍ରହକୁ ପ୍ରଭାବିତ କରିଥାଏ। ଏହାକୁ କେବଳ ସୌନ୍ଦର୍ଯ୍ୟ ବୃଦ୍ଧି ଓ ସଉକ ପାଇଁ ପିନ୍ଧିବା ଉଚିତ ନୁହେଁ। ନିଜର ଆବଶ୍ୟକ ଓ ଲାଭକୁ ଧ୍ୟାନରେ ରଖି ସୁନାକୁ ଧାରଣ କରିବା ଉଚିତ। ସୁନା ପିନ୍ଧିବା ଦ୍ବାରା ଆପଣଙ୍କୁ ଲାଭ ମିଳିଥାଏ ଓ ଧନ, ସମୃଦ୍ଧ ପ୍ରାପ୍ତି ହୋଇଥାଏ। ବେଳେବେଳେ ସୁନା ଆପଣଙ୍କୁ କିଛି କ୍ଷତି ପହଞ୍ଚାଇଥାଏ। କିନ୍ତୁ ଆପଣ ତାହାକୁ ଜାଣି ପାରନ୍ତି ନାହିଁ। ତେଣୁ ସୁନା ପିନ୍ଧିବା ପୂର୍ବରୁ ଯେକୌଣସି ପଣ୍ଡିତଙ୍କ ଠାରୁ ପରାମର୍ଶ ନିଅନ୍ତୁ।
ଏହି କଥା ଆମେ ସମସ୍ତେ ଜାଣିଛନ୍ତି ଯେ ସୁନାର ଗହଣା ସମସ୍ତଙ୍କୁ ପସନ୍ଦ ହୋଇଥାଏ । ପୁରୁଷ ହେଉ କିମ୍ବା ମହିଳା ଦୁହିଁଙ୍କୁ ସୁନାର ଗହଣା ପିନ୍ଧିବା ପାଇଁ ପସନ୍ଦ ହୋଇଥାଏ | ଲୋକମାନେ ସୁନା ଅଳଙ୍କାରରେ ବିଭିନ୍ନ ପ୍ରକାର ଅଳଙ୍କାର ପିନ୍ଧିବାକୁ ପସନ୍ଦ କରନ୍ତି | ଯେମିତିକି ଆଜିକାଲି ସୁନା ଚେନ, ମୁଦି ବା କଡା ପିନ୍ଧିବାର ଟ୍ରେଣ୍ତ କିନ୍ତୁ ସୁନା ପିନ୍ଧୁଥିବା ଲୋକେ ଜ୍ୟୋତିଷ ଶାସ୍ତ୍ରର ଏହି ନିୟମରେ ଧ୍ୟାନ ଦେବା ଜରୁରୀ ।
ସୁନା ପିନ୍ଧିବାରେ ନିୟମ :-
ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ, ସୁନା ଭାଗବାନ ବିଷ୍ଣୁଙ୍କର ବହୁତ ପ୍ରିୟ। କୁହାଯାଏ, ଭକ୍ତ ସୁନା ଗହଣା ଧାରଣ କରିବା ଦ୍ୱାରା ଭଗବାନ ବିଷ୍ଣୁ ପ୍ରସନ୍ନ ହୋଇଥା’ନ୍ତି। କିନ୍ତୁ ବିଧି ଅନୁଯାୟୀ, ସୁନା ଗହଣା ଶରୀରର ନାଭି ତଳକୁ ଧାରଣ କରିବା ଉଚିତ୍ ନୁହେଁ। ଏମିତି କଲେ ଭଗବାନ ବିଷ୍ଣୁ ଅପମାନିତ ହୁଅନ୍ତି ବୋଲି ବିଶ୍ୱାସ ରହିଛି।
ଏ ସମ୍ପର୍କରେ ଆଉ ଏକ ବିଶ୍ୱାସ ବି ରହିଛି। ହଳଦିଆ ରଙ୍ଗ ମା’ ଲକ୍ଷ୍ମୀଙ୍କର ଖୁବ୍ ପ୍ରିୟ। ସୁନାର ରଙ୍ଗ ହଳଦିଆ ହୋଇଥିବାରୁ ଏହା ମଧ୍ୟ ମା’ ଲକ୍ଷ୍ମୀଙ୍କର ପ୍ରିୟ। ପୁଣି ଧନଦାତ୍ରୀ ମା’ ଲକ୍ଷ୍ମୀଙ୍କ କୃପାରୁ ମଣିଷ ଜୀବନରେ ଧନ ପ୍ରାପ୍ତି ହେଉଥିବାର ବିଶ୍ୱାସ ରହିଛି। ତେଣୁ ମା’ ଲକ୍ଷ୍ମୀଙ୍କ ସମ୍ମାନାର୍ଥେ ସୁନା ଗହଣା ନାଭି ତଳକୁ ବା ପାଦରେ ପିନ୍ଧିବା କଥା ନୁହେଁ।
- କୁଣ୍ଡଳୀରେ ବୃହସ୍ପତି ଖରାପ ଥିଲେ ବା ଦୂଷିତ ଥିଲେ ସୁନା ପିନ୍ଧିବା ଅନୁଚିତ୍ । ସ୍ବର୍ଣ୍ଣ ଆଭୂଷଣ ପବିତ୍ର ଧାତୁ ହୋଇଥାଏ । ଏହା ବୃହସ୍ପତି ଧାତୁ ବୋଲି କୁହାଯାଏ।
- ସେଥିପାଇଁ ସୁନା କେବେ ଗୋଡରେ ପିନ୍ଧିବା ଅନୁଚିତ୍ । ଏହା ଦ୍ୱାରା ଦାମ୍ପତ୍ୟ ଜୀବନରେ ଅନେକ ସମସ୍ୟା ହୋଇଥାଏ ।
- ସୁନାର ପାଉଁଜୀ ପରିଧାନ କରିବା ଫଳରେ ଧନହାନୀ ହୋଇଥାଏ । କାରଣ ସୁନା ହେଉଛି ମା ଲକ୍ଷ୍ମୀଙ୍କ ଦାନ ସ୍ୱରୂପ ଏହାକୁ ଶରୀରରେ ପରିଧାନ କରାଯାଇଥାଏ । ପାଦରେ ନୁହେଁ ।
- ଚାଲିବା ଅବସ୍ଥାରେ ଆଦୌ ସୁନା କିମ୍ବା ଅନ୍ୟ କୌଣସି ଅଳଙ୍କାର ପିନ୍ଧନ୍ତୁ ନାହିଁ। ଏପରି କରିବା ଦ୍ୱାରା ଆର୍ଥିକ ସମସ୍ୟା ସହ ଉନ୍ନତିରେ ବାଧା ସୃଷ୍ଟି ହୋଇଥାଏ।
- ସୁନା ପିନ୍ଧୁଥିବା ଲୋକଙ୍କୁ ମଦ ପିଇବା ଅନୁଚିତ୍ । ସୁନା ପିନ୍ଧୁଥିବା ଲୋକେ ମାଂସ ଖାଇବା ଅନୁଚିତ୍। ଏହା ଦ୍ୱାରା ଜୀବନରେ ଅନେକ ସମସ୍ୟା ହୋଇଥାଏ ।
- ଏହାର ପବିତ୍ରତା ପାଳନ କରିବା ଜରୁରୀ । ସୁନା, ଲୁହା ବା ନକଲି ଆଭୁଷଣ କେବେ ଏକା ସହ ପିନ୍ଧିବା ଅନୁଚିତ୍ । ଏହା ଦ୍ବାରା ବୃହସ୍ପୃତିଙ୍କର କୌଣସି ଖୁଭ ପ୍ରଭାବ ପଡେ ନାହିଁ ।
- ସୁନାକୁ ସବୁବେଳେ ଲାଲ କପଡ଼ାରେ ଗୁଡ଼ାଇ ଉତ୍ତର ଦିଗରେ ରଖିବା ବିଧେୟ |
ସୁନା ହଜିଲେ କଣ କ୍ଷତି ହୁଏ :-
ସୁନା ଅଳଂକାର ହଜିବା ଅଶୁଭ ଏବଂ ଖରାପ ସମୟ ପଡିଥାଏ ବୋଲି କୁହାଯାଏ | କେବଳ ସେତିକି ନୁହଁ , କେଉଁ ସୁନା ଅଳଂକାର ହଜିଲେ କେଉଁ ପ୍ରକାର ଅସୁବିଧା ହୁଏ ତାହା ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି | ତେଣୁ ଏଥି ପ୍ରତି ସତର୍କ ରହିବା ଉଚିତ |
- ସୁନାର କାନ ଫୁଲ ହଜିଲେ ଖରାପ ସୂଚନା ମିଳିପାରେ |
- ନାକର ହଜିଲେ ଆପଣଙ୍କୁ କୌଣସି କାରଣରୁ ଅପମାନ ପାଇବେ।
- ସୁନା ସିନ୍ଥି ହଜିବା ଦ୍ୱାରା ଚିନ୍ତା ଏବଂ କ୍ରୋଧ ବଢିଥାଏ | ଆଗାମୀ ଦିନରେ ମାନସିକ ଚାପ ଓ ଅଶାନ୍ତିର ସାମ୍ନା କରିବାକୁ ପଡିଥାଏ |
- ସେହିପରି ବେକରୁ ସୁନା ଚେନ କିମ୍ନା ହାର ହଜିବା ପରେ ଜୀବନରେ ମାନ-ସମ୍ମାନ ଏବଂ ସୁଖ-ସୁବିଧା କମ ହେବାକୁ ଲାଗିଥାଏ। ଓ ରଖିଥିବା ଧନସମ୍ପତ୍ତି କ୍ଷୟ ହେବାକୁ ଲାଗିଥାଏ |
- ସୁନା ଚୁଡି ହଜିବା ଦ୍ୱାରା ଜୀବନରେ କାଙ୍ଗାଳ ହେବାର ସମସ୍ୟା ଦେଖାଯାଇଥାଏ ଓ ମାନ-ସମ୍ମାନ ହାନି ହୋଇଥାଏ |
- ମୁଦି ହଜିବା ଦ୍ୱାରା ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଯାଇଥାଏ।
- ବାଜୁବନ୍ଧ ହଜିଗଲେ ଅର୍ଥାଭାବ ଦେଖାଦେଇଥାଏ |
- ଏହା ବ୍ଯତୀତ ଗୋଡର ପାଉଁଜି ହଜିଲେ ନିଜ ଲୋକ ପାଖରୁ ଦୂରେଇ ଯିବାର ଭୟ ମଧ୍ଯ ରହିଥାଏ।
ଆଶା କରୁଛୁ ଏହି ଆର୍ଟିକିଲ୍ଟିରେ ଥିବା ସୁନା ସମ୍ଭନ୍ଧିତ ସୁଚନାଟି ସମସ୍ତଙ୍କ ପାଇଁ ଦରକାରୀ । ସୁଚନାଟି ଭଲ ଲାଗିଲେ Like ଓ Share କରିବାକୁ ଭୁଲିବେ ନାହିଁ | ଯଦି ଆପଣଙ୍କୁ ଆମର ଏହି ଆଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ନିଜ ମତାମତ Comment କରି ନିଶ୍ଚୟ ଜଣାନ୍ତୁ |
ଦୟାକରି ନୂଆଁ ନୂଆଁ ବିଷୟରେ ଜାଣିବା ପାଇଁ ଆମ ପୋଷ୍ଟକୁ ନିଶ୍ଚୟ ଆରମ୍ଭ ଠୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ |
ଧନ୍ୟବାଦ
0 Comments
Do you have any doubts or suggestions? Ask them here in the comments!