ଶରୀରରେ ବ୍ଲଡ଼ କେଉଁ କାରଣରୁ କମ୍ ହୋଇଥାଏ ?
ରକ୍ତହୀନତା ଶବ୍ଦର ଆକ୍ଷରିକ ଅର୍ଥ ଅଳ୍ପ ରକ୍ତ, ପ୍ରକୃତରେ ରକ୍ତରେ ଥିବା ଲୋହିତ ରକ୍ତ କଣିକା ଅଳ୍ପ ତଥା ତୃଟିଯୁକ୍ତ ଥିଲେ ବା ହିମୋଗ୍ଲୋବିନ ପରିମାଣ କମ ଥିଲେ ରକ୍ତହୀନତା ରୋଗ ନିର୍ଣ୍ଣୟ କରାଯାଏ । ହେମୋଗ୍ଲୋବିନର ଅମ୍ଳଜାନ ଗ୍ରହଣ କରିବା ଶକ୍ତି କମ ଥିଲେ ମଧ୍ୟ ରକ୍ତହୀନତା କୁହାଯାଏ । ଇଂରାଜୀରେ ଏହି ରୋଗକୁ ଆନିମିଆ କହନ୍ତି |
ହିମୋଗ୍ଲୋବିନ୍ ଲୋହିତ ରକ୍ତକଣିକାର ପ୍ରୋଟିନ୍ ଅ˚ଶ। ଏହା ରକ୍ତରେ ଅମ୍ଳଜାନ ଧରିରଖେ। ଶରୀରରେ ହିମୋଗ୍ଲୋବିନ୍ କମିଗଲେ ବ୍ୟକ୍ତି ଅମ୍ଳଜାନ ଗ୍ରହଣ କରିବାର କ୍ଷମତା କମିଯାଏ, ଶରୀରରେ ଆବଶ୍ୟକ ମାତ୍ରାରେ ଅମ୍ଳଜାନ ନ ମିଳିବାରୁ ରେଡ୍ ବ୍ଲଡ଼ ସେଲ୍ ସଂଖ୍ଯା ଧିରେ ଧିରେ କମ ହେବାକୁ ଲାଗିଥାଏ |
- ଏହି ରୋଗ ସହଜରେ ଧରା ପଡେ ନାହିଁ । ଏହାର ଲକ୍ଷଣ ଅତିକମ ଥାଏ ବା ଅସ୍ପଷ୍ଟ ଥାଏ । ଏହାର କାରଣ ଅନୁସାରେ ଲକ୍ଷଣ ଦେଖାଯାଏ ବା ରୋଗର ନିଜ ଲକ୍ଷଣ ପ୍ରକାଶ ପାଏ ।
- ଧୀରେ ଆନିମିଆ ଲକ୍ଷଣ ଅସ୍ପଷ୍ଟ ହୁଏ: ଥକ୍କାଣ, ଦୂର୍ବଳତା, ଛୋଟ ଶ୍ୱାସକ୍ରିୟା ବା ବ୍ୟାୟାମ ଅକ୍ଷମତା ଦେଖାଯାଏ ।
- ଶୀଘ୍ର ହେଉଥିବା ଆନିମିଆ ଲକ୍ଷଣ: ଚିତ୍ତଭ୍ରମ ହୁଏ, ଅଚେତ ହେବା ଭଳି ଲାଗେ ଓ ଅଧିକ ଶୋଷ ହୁଏ ।
ଶରୀରରେ ବ୍ଲଡ଼ କେଉଁ କାରଣରୁ କମ୍ ହୋଇଥାଏ ?
1. ପେଟରେ ଇନଫେକସନ୍ ହେବା 2. ଖାଦ୍ୟରେ ପୋଷକ ତତ୍ତ୍ୱର କମ୍ ରହିବା 3. ଶରୀର ରେ ଅଧିକ ମାତ୍ରାରେ ବ୍ଲଡ଼ ବାହାରିବା । 4. କୌଣସି ଗମ୍ଭୀର ବିମାରୀ ଯୋଗୁଁ ଶରୀର ରୁ ବ୍ଲଡ଼ କମିଯିବା |
ଶରୀରରେ ରକ୍ତ କମ୍ ହେବାର ଲକ୍ଷଣ :-
- ସାଧାରଣତଃ ଦୁର୍ବଳତା, ଥକ୍କା ଲାଗିବା, ଦେହ ଘୋଳି ହେବା, ଓ ମନ ନ ଲାଗିବା ଏହି ରୋଗର ଲକ୍ଷଣ । ଅଳ୍ପ ପରିଶ୍ରମ କଲେ ଅଣନିଶ୍ୱାସି (dyspnea) ଲାଗେ । ଆଖି ହଳଦିଆ ଦିଶିବା, ଛାତିରେ ଦରଜ ହେବା, ମା˚ସପେଶୀ ଦୁର୍ବଳ ହୋଇପଡ଼ିବା, ମୁଣ୍ତ ବୁଲାଇବା, ତ୍ବଚା ଓ ନଖର ର˚ଗ ହଳଦିଆ ଦିଶିବା, ସକାଳେ ଉଠିଲେ ଆଖିକୁ ଜାଲୁଜାଲୁଆ ଦେଖାଯିବା, ଶ୍ବାସକ୍ରିୟାରେ ତୀବ୍ରତା, ଭୋକ ନ ଲାଗିବା, ହାତ ଓ ଗୋଡ ଫୁଲିଯିବା, ହାତଗୋଡ଼ ଥଣ୍ତା ପଡ଼ିଯିବା, ଝାଡ଼ାର ର˚ଗ ବଦଳିଯିବା ଆଦି ରକ୍ତହୀନତାର ଲକ୍ଷଣ।
- ଅତ୍ୟଧିକ ଆନିମିଆ ଥିଲେ ଦୃତ ହୃତପିଣ୍ଡ ଗତି ହୁଏ, ନାଡ଼ି ଫୁଲି ଉଠେ, ହୃତପିଣ୍ଡରୁ ମର୍ମର୍ (Murmur, ଏକ ପ୍ରକାର ଶବ୍ଦ) ଶୁଣାଯାଏ, ନିଳୟ ବଡ ହୋଇଯାଏ ଓ ହୃତପିଣ୍ଡ ବନ୍ଦ ହୋଇଯାଏ । ଆଗରୁ ହୃଦରୋଗ ଥିଲେ ଆଞ୍ଜିନା ହୁଏ ରହି ରହି କ୍ଲଡିକେସନ ହୁଏ ଓ ହୃଦଘାତ ଲକ୍ଷଣ ପ୍ରକାଶ ପାଏ ।
ଅନିମିଆ ନିମନ୍ତେ ଡବ୍ଲ୍ୟୁଏଚଓ ସୀମାରେଖା । (୧ ଗ୍ରା/ଡେଳି = ୦.୬୨୦୬ ମିମୋଲ/ଲି)
ବୟସ ବା ଲିଙ୍ଗ ଦଳ ହେମୋଗ୍ଲୋବିନ ସୀମାରେଖା (ଗ୍ରା/ଡେଲି) ହେମୋଗ୍ଲୋବିନ ସୀମାରେଖା (ମିମୋଲ/ଲି)
ପିଲା (୦.୫–୫.୦ ବର୍ଷ) ୧୧.୦ ୬.୮
ପିଲା (୫–୧୨ ବର୍ଷ) ୧୧.୫ ୭.୧
କିଶୋର/ଟିନ (୧୨–୧୫ ବର୍ଷ) ୧୨.୦ ୭.୪
ମହିଳା, ଗର୍ଭ ନ ଥିବା (>୧୫ ବର୍ଷ) ୧୨.୦ ୭.୪
ଗର୍ଭବତୀ ମହିଳା ୧୧.୦ ୬.୮
ପୁରୁଷ (>୧୫ ବର୍ଷ) ୧୩.୦ ୮.୧
ନିଜର ସ୍ବାସ୍ଥ୍ୟକୁ ଉତ୍ତମ ରଖିବା ପାଇଁ ଆମକୁ ପ୍ରତିଦିନ ସୁଷମ ଆହାର ନେବା ଉଚିତ । ଯଦି ଆମେ ଠିକ ସୁଷମ ଆହାର ନେଇ ନଥାଉ ତେବେ ରକ୍ତର ଅଭାବ ମଧ୍ଯ ଦେଖା ଦେଇଥାଏ | ଶରୀରରେ ହିମୋଗ୍ଲୋବିନ୍ କମିଯାଇଛି, ତେବେ ଔଷଧ ନୁହେଁ ବରଂ ଖାଆନ୍ତୁ ହିମୋଗ୍ଲାବିନ୍ ବଢ଼ୁଥିବା ସୁଷମ ଆହାର ...
1. ସେଓ :-ଡ଼ାକ୍ତରମାନେ ବି ସବୁଦିନ ସେଓ ଖାଇବାକୁ ଉପଦେଶ ଦେଉଛନ୍ତି , ସେଓରେ ପୋଷଣ ତତ୍ତ୍ୱ ଛଡା ହିମୋଗ୍ଲୋବିନ ଅଭାବକୁ ପୁରା କରିଥାଏ ।
2. ରାଶି :- ଏହା ଖାଇଲେ ଶରୀରରେ ରକ୍ତ ସଂଜ୍ଞାଳନ ସ୍ତରର ଠିକ୍ ରହିଥାଏ , ହିମୋଗ୍ଲୋବିନ୍ ଅଭାବକୁ ଦୂର କରିବାକୁ ହେଲେ ରାଶିର ଲଢ଼ୁ ଖାଆନ୍ତୁ |
3. ଅଙ୍ଗୁର :-ଅଙ୍ଗୁର ମଧ୍ଯରେ ହିମୋଗ୍ଲୋବିନ ଦୂର କରିବାରେ ଉପଯୋଗୀ ହୋଇଥାଏ |
4. ସବୁଜ ପନିପରିବା :- ସବୁଜ ପନିପରିବା ରୁ ଅଗଣିତ୍ ଫାଇଦା ମିଳିଥାଏ , ସବୁଜ ପନିପରିବା ନା କେବଳ ଶରୀରରେ ଆବଶ୍ୟକ ପୋଷଣ ଦେଇଥାଏ , ତାହା ହିମୋଗ୍ଲୋବିନ୍ କମିଥିବା ସମସ୍ୟାକୁ ଦୂର କରିଥାଏ ।
5. ଆନଜିରା :-ଏହି ଫଳ ସବୁଆଡେ ମିଳେ ନାହିଁ ଯଦି ଆପଣଙ୍କୁ ଏହା ମିଳେ ତେବେ ଏହାକୁ ରାତିରେ ପାଣିରେ ବତୁରାଇ ସକାଳୁ ଖାଇଦେବେ , ପାଖା ପାଖୀ 15 ଦିନ ଏହାକୁ ଖାଇବା ଦ୍ୱାରା ଶରୀରରେ ବ୍ଲଡ଼ ହେବାରେ ଲାଗିବ ।
6. ବିଟ :-ରକ୍ତର ଅଭାବ ମାନେ ଆନିମିଆ ଗ୍ରସ୍ତ ମହିଳାମାନେ ବିଟ ଏକ ରାମବାଣ ଚିକିତ୍ସା ଅଟେ , ବିଟ ଚାହିଁଲେ କଞ୍ଚା ବି ଖାଇପାରିବ , ଏହାର ଜୁସ୍ କରି ପିଇ ପାରିବେ ।
- ଶରୀରରେ ରକ୍ତକୁ ବଢ଼ାଇବା ସହିତ ବିଟ ପେଟରେ ଗ୍ୟାସର ସମସ୍ୟାକୁ ଦୁର କରିଥାଏ । ତା ସହିତ ତ୍ବଚାରେ ବି ଲଗାଇଲେ ଏହା ବହୁତ ଭଲ ହୋଇଥାଏ । ଏହା ଗୋଟିଏ ଏମିତି ଫଳ ଅଟେ ଯାହା ସ୍ପିଡ଼ରେ ଶରୀରରେ ରକ୍ତକୁ ବଢିଥାଏ |
- କିନ୍ତୁ ଧ୍ୟାନ ରଖିବେ ଏହାର ସେବନ ଅଧିକ କରିବେ ନାହିଁ କାରଣ ଅଧିକ ସେବନ ଦ୍ୱାରା ରକ୍ତ ଗାଢା ହୋଇଯାଏ ।
7. ଗାଜର:-ଗାଜରର ପ୍ରୟୋଗ ଆପଣ ସାଲାଡ଼ ସହ କରିପାରିବେ ଓ ତରକାରୀରେ ବି ପକାଇ ଖାଇ ପାରିବେ | ଆଇରନର ମାତ୍ରା ଗାଜରରେ ସବୁଠୁ ଅଧିକ ହୋଇଥାଏ । ଗାଜର ଶରୀରରେ ରକ୍ତର ମାତ୍ରା ମଧ୍ଯ ବଢାଇଥାଏ । ଗାଜରର ହଲୱା ମଧ୍ଯ କରି ଖାଇଲେ ଭଲ ହୋଇଥାଏ |
8. ଡାଳିମ୍ବ :-ଡାଳିମ୍ବ ତ ସବୁ ଜାଗାରେ ମିଳିଥାଏ ଆଉ କେତେ ଲୋକ ଏହାକୁ ଖାଇବା ପାଇଁ ପସନ୍ଦ କରିଥାନ୍ତି , ଯଦି ଆପଣଙ୍କୁ ଏହା ଖାଇବାକୁ ପସନ୍ଦ ନାହିଁ ତେବେ ଆପଣ ଏହାର ଜୁସ୍ ପିଇ ପାରିବେ । ଏହା ପ୍ରତିଦିନ ପିଇବା ଦ୍ୱାରା ଶରୀର ରେ ରକ୍ତର ବୃଦ୍ଧି କରିଥାଏ ।
9.ଖଜୁରୀ :-ରକ୍ତର ଅଭାବକୁ ଦୁର କରିବାରେ ଖଜୁରୀ ବହୁତ ଲାଭଦାୟକ ହୋଇଥାଏ | ଖଜୁରୀକୁ କ୍ଷୀରରେ ପକାଇ ତାକୁ ଅଲଗା ଖାଇବା ଦରକାର ଏହା ଦ୍ୱାରା ଆପଣଙ୍କ ଶରୀର ସୁସ୍ଥ ଓ ନିରୋଗ ରହିଥାଏ |
10. ଆଖୁ :- ଆଖୁର ରସ ପିଇବା ଦ୍ବାରା ରକ୍ତ ପରିଷ୍କାର ହୋଇଥାଏ | ରକ୍ତର ଅଭାବକୁ ଦୁର କରିବା ପାଇଁ ତାଜା ଆଖୁର ରସ ପିଇବା ଭଲ ।
11. କଦଳୀ :- କଦଳୀରେ ପ୍ରୋଟିନ, ଆଇରନ, ଏବଂ ଖଣିଜ ମିଳିଥାଏ ଯାହା ଆପଣଙ୍କ ଶରୀରରେ ରକ୍ତକୁ ବଢାଇଥାଏ । ଏହାକୁ କ୍ଷୀର ସହିତ ପ୍ରତିଦିନ ସକାଳେ କଦଳୀର ସେବନ କରନ୍ତୁ । କଦଳୀର ସେବନ ଦ୍ବାରା ଅନ୍ୟ ରୋଗ ଯେମିତି ଅଲ୍ସର ଓ ଆଖିର ସମସ୍ୟାରୁ ବି ଆରାମ ମିଳିଥାଏ ।
12. ପିଜୁଳି :- ପିଜୁଳି ଆମ ଶରୀରରେ ହିମୋଗ୍ଲୋବିନ୍ ହିନତାକୁ ଦୂର କରିବାରେ ଶସ୍ତା ଓ କାରଗାର ମାନାଯାଏ, ପିଜୁଳି ଯେତେ ପାଚିଲା ହୋଇଥାଏ , ତାହା ମଧ୍ୟରେ ସେତିକି ହିମୋଗ୍ଲୋବିନ୍ ମିଳିଥାଏ ।
13. ଗୁଡ :-ଗୁଡରେ ଅନେକ ଫାଇଦା ଗୁଡିକ ଦାରା ହିମୋଗ୍ଲୋବିନ୍ ମାତ୍ରା ବଢିପାରେ ।
14. ଅଣ୍ଡା :-ଅଣ୍ଡାରେ ଭିଟାମିନ୍ , ପ୍ରୋଟିନ୍ , ମିନେରାଲ୍ସ, ଆଇରନ୍ ଓ କ୍ଯାଲସିୟମରେ ଭରପୁର ହୋଇଥାଏ , ଅଣ୍ଡା ହିମୋଗ୍ଲୋବିନ୍ ଦୂର କରିବାପାଇଁ ଲାଭ ଦାୟକ ହୋଇଥଏ |
ଏହି ଆୟୁର୍ବେଦିକ ଉପଚାରକୁ ବ୍ୟବହାର କରନ୍ତୁ ରକ୍ତ ବଢାଇପାରିବେ...
15. ମିଠା କ୍ଷୀର ଏବଂ ପାଚିଲା ଆମ୍ବ :-ଫଳର ରାଜା ଆମ୍ବକୁ କିଏ ବା ପସନ୍ଦ କରୁନଥିବ , ଯଦି ଆପଣ ଜାଣିଛନ୍ତି ଆମ୍ବ ଖାଇଲେ ଶରୀରରେ ବ୍ଲଡ଼ ତିଆରି ହୋଇଥାଏ , ଓ ଏହା ଆମୋନିଆ ଦୂର କରିବାରେ ସାହାଯ୍ୟକାରୀ ଅଟେ ।
- ଆପଣ ପ୍ରତିଦିନ ମିଠା କ୍ଷୀର ସହିତ ପାଚିଲା ଆମ୍ବ ଖାଇବା ଦ୍ବାରା ଶରୀରରେ ରକ୍ତ ବଢିଥାଏ ।
16. ଅଁଳା :- ଶରୀରରେ ରକ୍ତର ମାତ୍ରାକୁ ବଢାଇବାରେ ଅଁଳା ବି ବହୁତ ଲାଭଦାୟକ ହୋଇଥାଏ | ଭିଟାମିନ ସି ହେବା କାରଣରୁ ଆପଣଙ୍କ ସ୍ଵାସ୍ଥ୍ୟକୁ କେବେ ଖରାପ ହେବାକୁ ଦେଇନଥାଏ |
- ଶରୀରରେ ରକ୍ତକୁ ବଢିବା ପାଇଁ ଅଁଳାର ରସ ଓ ଜାମ୍ମୁର ରସକୁ ସମାନ ଭାଗରେ ମିଶାଇ ଏହାକୁ ସେବନ କରିପାରିବେ , ଏମିତି କରିବା ଦ୍ୱାରା ଶରୀରରେ ହିମୋଗ୍ଲୋବିନ୍ ବଢିବ ।
17. ଲେମ୍ଭୁ , ମହୁ :-ଆପଣ ଗୋଟିଏ ଚାମୁଚ୍ ଲେମ୍ଭୁ ରସ ସହିତ ସେଥିରେ ଗୋଟିଏ ଚାମଚ୍ ମହୁ ମିଶାଇ ପାଣି ସହିତ ପିଇବେ ଯଦି ବ୍ଲଡ଼ ଶିଘ୍ର ବଢିଥାଏ ।
18. ଟୋମାଟୋ :-ଟମାଟ ରୋଗରୁ ଲଢ଼ିବା ପାଇଁ ଶରୀରରେ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ । ଟମାଟୋ ସେବନ ଦ୍ବାରା କେବେ କେବେ ରକ୍ତର ଅଭାବ କମ କରିଥାଏ |
- ରକ୍ତର ମାତ୍ରାକୁ ବଢାଇବା ପାଇଁ ପ୍ରତିଦିନ ଗୋଟିଏ ଗ୍ଲାସ୍ ଟୋମାଟୋ ଜୁସକୁ ପିଇପାରିବେ | ଏହାକୁ 15 ଦିନ ପର୍ଯ୍ୟନ୍ତ ପିଅନ୍ତୁ । ଟମାଟରରେ ଆଇରନର ମାତ୍ରା ଅଧିକ ରହିଥାଏ । ବ୍ଲଡ଼ ବଢିବା ପାଇଁ ଟୋମାଟୋ ବହୁତ ସାହାର୍ଯ୍ୟକାରୀ ଅଟେ |
19. ମେଥି :- ରକ୍ତର ଅଭାବକୁ ଦୁର କରିବାକୁ ମେଥିର ନିୟମିତ ସେବନ କରିପାରିବେ । ମେଥି ରକ୍ତକୁ ସଫା ମଧ୍ଯ କରିଥାଏ ତାସହିତ ଶରୀର ପାଇଁ ଲାଭକାରୀ ହୋଇଥାଏ । ଆଇରନର ମାତ୍ରା ଅଧିକ ଥିବାରୁ ଏହା ଆପଣଙ୍କ ଶରୀରରେ ହିମୋଗ୍ଲୋବିନ୍ ଠିକ ରଖିଥାଏ ।
20.ପାଳଙ୍ଗ :- ପାଳଙ୍ଗ ସେମିତି ସବୁଜ ପନିପରିବା ସାମିଲ୍ ଅଛି , କିନ୍ତୁ ପାଳଙ୍କରେ ପନିପରିବା ମଧ୍ୟରେ ସବୁଠାରୁ ପୋଷ୍ଟିକ ମାନାଯାଏ , ଏଥିରେ ହିମୋଗ୍ଲୋବିନ୍ ଦୂର କରିବାରେ କ୍ଷମତା ଅନ୍ୟ ପରିବା ତୁଳନାରେ ଅଧିକା ହୋଇଥାଏ |
- ପାଳଙ୍ଗକୁ ଆୟୁର୍ବେଦରେ ଓ ଆଧୁନିକ ଚିକିତ୍ସାରେ ରକ୍ତକୁ ବଢ଼ାଇବାର ଆହାର କୁହାଯାଇଛି । ଯଦି ଆପଣ ନିୟମିତ ରୁପରେ ପାଳଙ୍ଗ ରସର ସେବନ କରିଥାନ୍ତି ତେବେ ଆପଣଙ୍କ ଭିତରେ ରକ୍ତର ଅଭାବ କେବେ ହେବ ନାହିଁ ।
- ସାଙ୍ଗରେ ଏହା ହିମୋଗ୍ଲୋବିନକୁ ବଢାଇଥାଏ କାହିଁକି ନା ଏଥିରେ ଆଇରନ ବହୁତ ମାତ୍ରାରେ ଥାଏ । କୌଣସି ବି ରୋଗରୁ ଯଦି ଶରୀରରେ ରକ୍ତର କମି ହୋଇଥାଏ, ତେବେ ପାଳଙ୍ଗ ରସକୁ ସବୁଦିନ ସକାଳେ ଓ ସନ୍ଧ୍ୟାରେ ପିଅନ୍ତୁ ।
ଆଶା କରୁଛୁ ଏହି ଆର୍ଟିକିଲ୍ଟିରେ ଥିବା ରକ୍ତହୀନତା ସମ୍ଭନ୍ଧିତ ସୁଚନାଟି ସମସ୍ତଙ୍କ ପାଇଁ ଦରକାରୀ । ସୁଚନାଟି ଭଲ ଲାଗିଲେ Like ଓ Share କରିବାକୁ ଭୁଲିବେ ନାହିଁ | ଯଦି ଆପଣଙ୍କୁ ଆମର ଏହି ଆଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ନିଜ ମତାମତ Comment କରି ନିଶ୍ଚୟ ଜଣାନ୍ତୁ |
ଦୟାକରି ନୂଆଁ ନୂଆଁ ବିଷୟରେ ଜାଣିବା ପାଇଁ ଆମ ପୋଷ୍ଟକୁ ନିଶ୍ଚୟ ଆରମ୍ଭ ଠୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ |



0 Comments
Do you have any doubts or suggestions? Ask them here in the comments!