ସମସ୍ୟାର ସମାଧାନ ପାଇଁ ବୁଧବାର ଦିନ ନିଶ୍ଚିତ କରନ୍ତୁ ଏହି ଉପାୟ
ପ୍ରଭୁ ଗଣେଶ ବିଦ୍ୟା ଓ ବୁଦ୍ଧି ର ଦେବତା ଅଟନ୍ତି। ଖାଲି ଏତିକି ନୁହଁ ପ୍ରଭୁ ଗଣେଶଙ୍କୁ ଯିଏ ଆରାଧନା କରି ଥାଏ ତାର ସବୁ ମନସ୍କାମନା ପୁରଣ ହୋଇ ଯାଇଥାଏ। ସବୁ ଶୁଭ କାର୍ଯ୍ୟରେ ପ୍ରଭୁ ଗଣେଶଙ୍କୁ ସର୍ବ ପ୍ରଥମେ ପୂଜା କରାଯାଇଥାଏ। ତେଣୁ ପ୍ରଭୁ ଗଣେଶଙ୍କୁ ଅଗ୍ରପୂଜ୍ୟ ଗଣେଶ କୁହାଯାଇଥାଏ। ତେଣୁ ପ୍ରଭୁ ଗଣେଶଙ୍କୁ ଆରଧନା କଲେ ସବୁ କାର୍ଯ୍ୟରେ ସୁଫଳ ମିଳିଥାଏ ବୋଲି ବିଶ୍ଵାସ ରହିଛି।
ହିନ୍ଦୁଧର୍ମରେ କୌଣସି ପୂଜାପାଠ ବା ଶୁଭକାର୍ଯ୍ୟ, ବିନା ଭଗବାନ ଗଣେଶଙ୍କ ପୂଜାପାଠ ବା ଆଳତି ନକରି ଆରମ୍ଭ କରାଯାଏ ନାହିଁ। ହିନ୍ଦୁଧର୍ମରେ ସପ୍ତାହର ପ୍ରତ୍ୟେକ ଦିନ ଖାସ୍ ହୋଇଥାଏ ଏବଂ ଏହାର ଅଲଗା ମହତ୍ତ୍ୱ ରହିଥାଏ। ବୁଧବାର ଦିନ ଯେଉଁଠି ବୁଧ ଗ୍ରହ ସମ୍ବନ୍ଧିତ ମାନା ଯାଇଥାଏ। ବୁଧବାର ଦିନ ଭଗବାନ ଗଣେଶଙ୍କୁ ସମର୍ପିତ କରାଯାଇଛି। ଏହିଦିନ ଭଗବାନ ଗଣେଶଙ୍କ କୃପା ଲାଭ କରିହେବ।
ଶାସ୍ତ୍ରରେ ବୁଧବାର ଦିନ ଭଗବାନ ଗଣେଶଙ୍କୁ ସମର୍ପିତ ହୋଇଥାଏ। ମାନ୍ୟତା ରହିଛି କି ଏହିଦିନ ଭଗବାନ ଗଣେଶଙ୍କୁ ପୂଜା କରି ତାଙ୍କ କୃପା ପାଇପାରିବେ |
ବୁଧବାର ଦିନ ନିଶ୍ଚିତ କରନ୍ତୁ ଏହି ଉପାୟ :-
- ବୁଧୁବାର ଦିନ ଗଣେଶଙ୍କ ଶୃଙ୍ଗାର ସିନ୍ଦୂରରେ କରାଯାଏ। ଏହାଦ୍ବାରା ଆପଣଙ୍କର ସବୁ ସମସ୍ୟାର ସମାଧାନ ହୋଇଯାଇଥାଏ।
- ଏହାସହିତ ବୁଧବାର ଦିନ ଗଣେଶ ଚାଳିଶା ପଢନ୍ତୁ । ଭଗବାନ ଗଣେଶଙ୍କ ଚରଣରେ ଘିଅର ଦୀପ ପ୍ରଜ୍ଜଳିତ କରନ୍ତୁ।
- ଏହିଦିନ " ଗଂ ହଂ କ୍ଲୋଂ ଗ୍ଲୋଂ ଉଛିଷ୍ଟ ଗଣେଶାୟ ମହାକ୍ଷାଣାୟଂ ବଳିଃ " ଏହି ମନ୍ତ୍ରର ଜପ ଦ୍ୱାରା ଆର୍ଥକ ସ୍ଥିତିରେ ସୁଧାର ଆସିଥାଏ ।
- ଯଦିବୁଧ ଗ୍ରହରେ ଖରାପ ଚାଲିଛି, ତାହେଲେ କୌଣସି ମନ୍ଦିରକୁ ଯାଇ ସବୁଜମୁଗ ଦାନ କରନ୍ତୁ। ଏହାଦ୍ବାରା ବୁଧ ଗ୍ରହ ଶାନ୍ତ ହୋଇଥାଏ।
- ବୁଧବାର ଦିନ ସ୍ନାନ ସାରି ଭଗବାନ ଗଣେଶଙ୍କୁ ଦୁବ ଘାସର ୧୧ ବା ୨୧ ଗଣ୍ଠି ଅର୍ପଣ କରନ୍ତୁ। ଏଭଳି କରିବା ଦ୍ବାରା ସବୁ କାର୍ଯ୍ୟରେ ସଫଳତା ମିଳିଥାଏ ।
- ଭଗବାନ ଶ୍ରୀଗଣେଶଙ୍କୁ ଘିଅ ଏବଂ ଗୁଡ ଲଗାଇବା ଉଚିତ । ଭୋଗ ଲଗାଇବା ପରେ ସେହି ଘିଅ ଏବଂ ଗୁଡକୁ ଗାଈକୁ ଖାଇବାକୁ ଦେବା ଉଚିତ । ଏଭଳି କରିବା ଦ୍ବାରା ଘରେ ସୁଖ ସମୃଦ୍ଧିର ବାସ ହୋଇଥାଏ।
- ଯଦି ଘରେ ନକାରାତ୍ମକ ଶକ୍ତିର ବାସ ରହିଛି ତାହେଲେ ଧଳା ରଙ୍ଗର ଗଣପତି ଘରେ ସ୍ଥାପନ କରନ୍ତୁ।
- ବୁଧବାର ଦିନ ଏକ ଅମୃତଭଣ୍ତା ଗଛ ନେଇ ଭଗବାନ ଗଣେଶଙ୍କ ସାମ୍ନାରେ ଅର୍ପଣ କରନ୍ତୁ। ଏହାପରେ ସେହି ଅମୃତ ଭଣ୍ତା ଗଛକୁ ଗମଲାରେ ଲଗାଇ ଦିଅନ୍ତୁ। ସେହି ଗଛର ପ୍ରଥମ ଫଳ ଧରିଲେ ଭଗବାନ ଗଣେଶଙ୍କୁ ପ୍ରଥମେ ଭୋଗ ଲଗାନ୍ତୁ। କୁହାଯାଏ କି ଏଭଳି କରିବା ଦ୍ୱାରା ଭଗବାନ ଗଣେଶ ସବୁ ଦୁଃଖ ହରଣ କରି ନେଇଥାନ୍ତି। ଏହି ଅମୃତଭଣ୍ତା ଗଛର ଫଳକୁ ଗଣେଶଙ୍କ ସାମ୍ନାରେ ରଖି “ଗଂ ହଂ କ୍ଲୋଂ ଗ୍ଲୋଂ ଉଛିଷ୍ଟ ଗଣେଶାୟ ମହାକ୍ଷାଣାୟଂ ବଳିଃ ” ମନ୍ତ୍ର ଜପ କରନ୍ତୁ।
- ଯଦି ଆପଣ ନିଜ ପସନ୍ଦରେ ବିବାହ କରିବାକୁ ଚାହୁଁଥାନ୍ତି ତେବେ ଆପଣ କିଛି ମଣ୍ତା ଫୁଲ ନିଅନ୍ତୁ ଓ ଏଥିରେ କିଛି ଗୋଲାପ ଫୁଲ ମିଶାଇ ଏକ ହାର ପ୍ରସ୍ତୁତ କରନ୍ତୁ। ଏହାକୁ ନେଇ ଏକ ବରଗଛ ପାଖରେ ଟାଙ୍ଗି ଦିଅନ୍ତୁ । ତାପରେ ହାତ ଯୋଡି ଆଖି ବନ୍ଦ କରି ପ୍ରଭୁ ଶ୍ରୀ ଗଣେଶଙ୍କୁ ସ୍ମରଣ କରନ୍ତୁ। ଦେଖିବେ ପ୍ରଭୁ ଶ୍ରୀ ଗଣେଶ ଆପଣଙ୍କର ଇଛାକୁ ନିଶ୍ଚୟ ପୂରଣ କରିବେ।
- ଯଦି ଆପଣଙ୍କର କୌଣସି ସମ୍ପତି ଗତ ଅସୁବିଧା ରହିଛି ତେବେ ବୁଧବାର ଦିନ କୌଣସି ଗଣେଶଙ୍କର ମନ୍ଦିରରେ ନଡ଼ିଆ ଭାଙ୍ଗି ସେହି ନଡ଼ିଆରୁ ଫାଳେ ଘରକୁ ନେଇ ଆସନ୍ତୁ ସେଥିରେ ଏକ ଲାଲ ରଙ୍ଗର କପଡା ବାନ୍ଧି ଦିଅନ୍ତୁ ଦେଖିବେ ଆପଣଙ୍କର ଇଚ୍ଛା ନିଶ୍ଚିତ ପୁରଣ ହେବ।
- ଯଦି ଆପଣ ଧନ ଲାଭ କରିବାକୁ ଚାହୁଁଥାନ୍ତି ତେବେ ବୁଧବାର ଦିନ କୌଣସି ଗରିବ କିମ୍ବା ଭିକାରୀକୁ କିଛି ଧନ ଦାନରେ ଦିଅନ୍ତୁ।
ଛୁଆଙ୍କ ଭଲ ଭବିଷ୍ୟତ ପାଇଁ :-
ଗୋଟେ ମା ଆଖିରେ ତାର ସନ୍ତାନ ସବୁବେଳେ ଛୁଆ | ଛୁଆଙ୍କ ପାଇଁ ମା' ର ଚିନ୍ତା କେବେ ହେଲେ ବି କମିନଥାଏ | ତାଙ୍କ ଭିତରେ କେବଳ ଗୋଟେ ଇଛା ଥାଏ କି ତାଙ୍କ ସନ୍ତାନ ବହୁତ ଆଗକୁ ବଢନ୍ତୁ, ଉନ୍ନତି କରନ୍ତୁ, ଅସୁବିଧା ଠାରୁ ଦୂରରେ ରୁହନ୍ତୁ ଓ ସୁରକ୍ଷିତ ରୁହନ୍ତୁ | ଆପଣଙ୍କ ଏହି କାମନା ଗଣେଶ ପୁରଣ କରିଦେବେ | ଗଣେଣଙ୍କୁ ଭାଗ୍ୟ ବିଧାତା ବୋଲି କୁହାଯାଏ |
୧- ବୁଧବାର ଦିନ ଗଣେଶଙ୍କୁ ଆରତୀ ଓ ପୂଜା କରନ୍ତୁ | ଏହାପରେ ପ୍ରଥମ ଆରତୀ ଗଣେଶଙ୍କୁ ଦିଅନ୍ତୁ ଓ ଦ୍ବିତୀୟ ଆରତୀ ଛୁଆଙ୍କୁ ଦିଅନ୍ତୁ । ଏମିତି କରିବା ଦ୍ୱାରା ଛୁଆ ଉପରେ ସବୁବେଳେ ଗଣେଶଙ୍କ ଆଶୀର୍ବାଦ ରହିବ |
୨- ବୁଧବାର ଦିନ ପ୍ରତ୍ୟେକ ମାଙ୍କୁ ଗଣେଶଙ୍କ ସାମ୍ନାରେ କିଛି ଭୋଗ ବା ପ୍ରସାଦ ଚଢେଇବା ଦରକାର । ଏହି ପ୍ରସାଦକୁ ଆପଣଙ୍କ ଛୁଆଙ୍କୁ ଦିଅନ୍ତୁ । ଏହାପରେ ଏହି ଭୋଗକୁ ଘର ବାହାରେ ବାଣ୍ଟନ୍ତୁ । ଏମିତି କରିବା ଦ୍ବାରା ଆପଣଙ୍କ ଛୁଆ ଜୀବନରେ କିଛି ବି ଭୁଲ କାମ କରିବେନି |
୩- ବୁଧବାର ଦିନ ଆପଣଙ୍କ ଛୁଆ ହାତରେ ଗାଈକୁ ଖାଇବାକୁ ଦିଅନ୍ତୁ | ହିନ୍ଦୁ ଧର୍ମ ଅନୁସାରେ ଗାଈ ଭିତରେ ୩୩ କୋଟି ଦେବାଦେବୀ ବାସ କରନ୍ତି | ଏମିତିରେ ଗାଈଙ୍କୁ ଖାଇବାକୁ ଦେଲେ ଆପଣଙ୍କ ଛୁଆଙ୍କୁ ବହୁତ ଆଶୀର୍ବାଦ ମିଳିବ |
୪- ଦାନ କଲେ ବି ବହୁତ ଧର୍ମ ହୁଏ | ଏମିତିରେ ମାଙ୍କୁ ଛୁଆ ହାତରେ କିଛି ଦାନ ଅବଶ୍ୟ କରିବାର ଅଛି | ଦାନରେ ପଇସା, ଖାଇବା ବା ବସ୍ତୁ ବି ଦେଇପାରନ୍ତି | ଏହି ଦାନକୁ ଆପଣ କେଉଁ ଗରିବକୁ ବା ମନ୍ଦିରକୁ ବା କୌଣସି ସଂସ୍ଥାକୁ ଦରିଦ୍ରଙ୍କ ପାଇଁ ଦେଇପାରନ୍ତି |
୫-ବୁଧବାର ଦିନ ମା ନିଜ ଛୁଆଙ୍କୁ କଳା ଟୀକା ନିଶ୍ଚିତ ଲଗାନ୍ତୁ | ଏହା ସହ ଭୁତ ପ୍ରେତ ପରି ନକରାତ୍ମକ ଶକ୍ତି ବି ତାଙ୍କଠୁ ଦୂରରେ ରହିବେ |
ଆପଣଙ୍କ ଛୁଆ ର ଭଲ ପାଇଁ ଆପଣ ଏହିସବୁ କାମ ବୁଧବାର ଦିନ କରିପାରନ୍ତି । ଆପଣଙ୍କୁ ଏହି ସବୁ କାମ ଏକ ଦିନରେ କରିବା ଜରୁରୀ ନୁହଁ ,ସେଥିପାଇଁ ଆପଣ ଅଲଗା ଅଲଗା ବୁଧବାର ଦିନ ଏହା କରନ୍ତୁ | ମା ମାନେ ଛୁଆଙ୍କ ପାଇଁ ଗଣେଶଙ୍କ ପାଖରେ ବୁଧବାର ଦିନ ବ୍ରତ ବି ରଖିପାରନ୍ତି |
ଆଶା କରୁଛୁ ଏହି ଆର୍ଟିକିଲ୍ଟିରେ ଥିବା ବୁଧୁବାର ସମ୍ଭନ୍ଧିତ ସୁଚନାଟି ସମସ୍ତଙ୍କ ପାଇଁ ଦରକାରୀ । ସୁଚନାଟି ଭଲ ଲାଗିଲେ Like ଓ Share କରିବାକୁ ଭୁଲିବେ ନାହିଁ | ଯଦି ଆପଣଙ୍କୁ ଆମର ଏହି ଆଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ନିଜ ମତାମତ Comment କରି ନିଶ୍ଚୟ ଜଣାନ୍ତୁ |
ଦୟାକରି ନୂଆଁ ନୂଆଁ ବିଷୟରେ ଜାଣିବା ପାଇଁ ଆମ ପୋଷ୍ଟକୁ ନିଶ୍ଚୟ ଆରମ୍ଭ ଠୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ |


0 Comments
Do you have any doubts or suggestions? Ask them here in the comments!