ପିନ୍ଧୁଛନ୍ତି କି ଏପରି ମଙ୍ଗଳସୁତ୍ର ?
ଆଧୁନିକ ଯୁଗରେ ମଣିଷ ନୀତି, ନିୟମ ଓ ସଂସ୍କାର କୁ ଜାବୁଡ଼ି ଧରି ରଖିଛି ଏକ ମର୍ଯ୍ୟାଦା ପୂର୍ଣ୍ଣ ଓ ନୈତିକତାର ଜୀବନ ଶୈଳୀକୁ ଅତିବାହିତ କରିବା ପାଇଁ। ବାହାଘର ହିନ୍ଦୁ ଧର୍ମର ଏକ ପବିତ୍ର ପରମ୍ପରା ଓ ଉତ୍ସବ ଭଳି ସଂଗଠିତ ହୋଇଥାଏ। ଏଥିରେ ସ୍ବାମୀ ସ୍ତ୍ରୀ ବହୁତ କିଛି ନୀତି ଆଦର୍ଶ ଭିତରେ ରହିବାକୁ ପଡେ | ବିନା ମଙ୍ଗଳସୂତ୍ରରେ ବାହାଘର ସମ୍ଭବ ନୁହଁ | ଆଜି ଆମେ ଜାଣିବା ସେହି ମଙ୍ଗଳସୂତ୍ର ପିନ୍ଧିବାର କିଛି ନିୟମ ବିଷୟରେ ... ମଙ୍ଗଳସୂତ୍ର କେବଳ ଏକ ଗହଣା ନୁହେଁ, ଏଥିରେ ବହୁ ଚତ୍ମକାରୀ ଓ ଲାଭଦାୟକ ଗୁଣ ମଧ୍ୟ ରହିଛି। ଚାଲନ୍ତୁ ଜାଣିବା ସେହି ବିଷୟରେ ଏବଂ ଏହାକୁ ଆପଣ ଶେଷ ପର୍ଯ୍ୟନ୍ତ ପଢନ୍ତୁ।
ମଙ୍ଗଳସୂତ୍ର ଧାରଣ କରିବାର ବୈଜ୍ଞାନିକ ମହତ୍ତ୍ୱ :-
- ମଙ୍ଗଳସୂତ୍ର ସୁନା ଅଥବା ଚାନ୍ଦି ଓ କଳା ମୋତିରେ ନିର୍ମିତ ହୋଇଥାଏ। ଦୁଇଟି ଧାତୁ ଚାନ୍ଦି ଓ ସୁନା ମହିଳାଙ୍କ ହୃଦୟକୁ ସୁସ୍ଥ ରଖିଥାଏ। ଏହି ଧାତୁ କାରଣରୁ ନାରୀମାନଙ୍କ ରକ୍ତଚାପ ସଠିକ୍ ରହିଥାଏ।
- ମଙ୍ଗଳସୂତ୍ରରେ ଥିବା ସୁନା ଶକ୍ତି ଓ ତେଜର ପ୍ରତୀକ। ତେଣୁ ସୁନା ଧାରଣ କରିବା ଦ୍ୱାରା ମହିଳାଙ୍କୁ ଶକ୍ତି ମିଳିଥାଏ। ସୁନା ଶୁଭ ହୋଇଥିବାରୁ ଗୁରୁ ଦୋଷ ପ୍ରଭାବକୁ କମ କରିଥାଏ |
- ମଙ୍ଗଳସୂତ୍ରରେ ଥିବା କଳା ମୋତି ବାୟୁଜନିତ ରୋଗରୁ ରକ୍ଷା କରିବା ପାଇଁ ଶକ୍ତି ପ୍ରଦାନ କରିଥାଏ।
- ମଙ୍ଗଳସୂତ୍ର ଧାରଣ କରିବା ଦ୍ୱାରା ମହିଳାଙ୍କ ଶରୀରରେ ସକରାତ୍ମକ ଶକ୍ତି ରହିବା ସହ ସେ ନିଜକୁ ଶକ୍ତିଶଳୀ ଅନୁଭବ କରିଥାଆନ୍ତି।
- ଜଣେ ବିବାହିତା ମହିଳା ଅନ୍ୟ କାହାକୁ ନିଜ ମଙ୍ଗଳସୁତ୍ର ଦେବା ଉଚିତ ନୁହେଁ କିମ୍ବା ଆଉ କାହାର ମଙ୍ଗଳସୁତ୍ରକୁ ଆଣି ପିନ୍ଧିବା ଉଚିତ ନୁହେଁ। ଶାସ୍ତ୍ରରେ ଉଲ୍ଲେଖ ଅଛି ଯେ ନିଜ ମଙ୍ଗଳସୁତ୍ରକୁ ଆଉ କାହାକୁ ଦେଲେ ସ୍ଵାମୀଙ୍କ ଆୟୁଷ କମିଥାଏ।
- ମଙ୍ଗଳସୁତ୍ରରେ କଳା ମୋତିର ବ୍ୟବହାର କରାଯାଇଥାଏ କାରଣ ତାଙ୍କ ଦାମ୍ପତ୍ୟ ଜୀବନରେ କାହାର ନଜର ନଲାଗୁ ତେଣୁ ଆପଣ ମଙ୍ଗଳସୁତ୍ରରେ ଥିବା କଳା ମୋତିକୁ କେବେ ମଧ୍ଯ ହଟେଇବେ ନାହିଁ।
- ମଙ୍ଗଳସୁତ୍ରକୁ କେବେ ମଧ୍ଯ ବେକରୁ କାଢ଼ିବେ ନାହିଁ,ଏହା ସେତେବେଳେ ବାହାର କରିପାରିବେ ଯେତେବେଳେ ଘରେ କିଛି ଅଶୁଭ କାମ ହେଉଥିବ କିମ୍ବା ଯଦି ଆପଣ ଏହାକୁ ବାହାର କରୁଛନ୍ତି ତେବେ ଏହାର ଜାଗାରେ ସଂଗେ ସଂଗେ କଳା ସୂତା ପିନ୍ଧନ୍ତୁ।
- ଯେଉଁ ମହିଳା ମଙ୍ଗଳସୁତ୍ରକୁ ମୁଣ୍ତରେ ଲଗାଇ ଓଠରେ ଚୁମି ପିନ୍ଧିଥାଏ ତାହାର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ । ମଙ୍ଗଳସୁତ୍ରରେ ଏପରି ଏକ ଶକ୍ତି ରହିଥାଏ ଯାହା ନିଶ୍ଵାସରେ ମିଶିଲେ ଶରୀରକୁ ସୁସ୍ଥ ରଖିଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢ଼େଇଥାଏ।
- ମଙ୍ଗଳସୁତ୍ର ଛିଣ୍ତିଯିବା , ବନ୍ଧୁଗଣ ଯଦି ଆପଣଙ୍କ ବେକରୁ ହଟାଠ ମଙ୍ଗଳସୁତ୍ର ଛିଣ୍ଡିଯାଏ ତେବେ ତାହା ଚିନ୍ତାର ବିଷୟ ହୋଇପାରେ କିନ୍ତୁ ମନେ ରଖନ୍ତୁ ଏହା ଦ୍ବାରା ସ୍ଵାମୀଙ୍କ ଉପରେ ବିପଦ ଆସେନାହିଁ। ଏମିତି ହେଲା ଅନେକ ଝିଅ ଡରି ଯାଅନ୍ତି ହେଲେ ଏମିତି ହେବା ଦ୍ୱାରା ଝଗଡା ହୋଇପାରେ ହେଲେ ସେମିତି ଅଧିକା କିଛି ଅସୁବିଧା ହୁଏ ନାହିଁ।
- ମଙ୍ଗଳସୂତ୍ରକୁ କେବେ କାହା ପାଖରୁ ଆଣି ବ୍ୟବହାର କରନ୍ତୁ ନାହିଁ। କିମ୍ବା ପୁରୁଣା ଥିବା କାହାର ମଙ୍ଗଳ ସୂତ୍ର ମଧ୍ଯ ବ୍ୟବହାର କରନ୍ତୁ ନାହିଁ। ଏହା ଅମଙ୍ଗଳ ଘଟାଇଥାଏ।
- ମଙ୍ଗଳ ସୂତ୍ର ରେ କଳାମାଳି ଲାଗିଚି କି ଦେଖନ୍ତୁ ତାପରେ ଏହାକୁ ପିନ୍ଧନ୍ତୁ ଯାହା ଦ୍ବାରା ଆପଣଙ୍କର ମାଙ୍ଗଳିକ କାର୍ଯ୍ୟ ସୂଚାରୁ ରୂପେ ହୋଇଥାଏ।
- ସ୍ତ୍ରୀ ସୁରକ୍ଷା କବଚ ସଦୃଶ ମଙ୍ଗଳସୂତ୍ର କୁ ଧାରଣ କରେ। ତେବେ ଏହି ମଙ୍ଗଳସୂତ୍ର କୁ ବିବାହ ପରେ ହଠାତ୍ ବେକରୁ ବାହାର କରିବା ଉଚିତ୍ ନୁହଁ ଯାହା ଦ୍ୱାରା ଏହା ଅଶୁଭ ଫଳ ଦେଇଥାଏ।
- ମହିଳା ମାନଙ୍କୁ ସିନ୍ଦୁର ଏବଂ ମଙ୍ଗଳସୂତ୍ର ପାଇଁ କେବେବି କାହାଠାରୁ ଟଙ୍କା ମାଗିବା ଉଚିତ ନୁହେଁ । ଯଦି ଆପଣଙ୍କ ପାଖରେ ଟଙ୍କା ନାହିଁ ତେବେ ଏହାକୁ ପରେ କିଣି ପାରିବେ । କିନ୍ତୁ ଟଙ୍କା ମାଗି ଏହି ସବୁ ଜିନିଷ କିଣିବା ସ୍ଵାମୀଙ୍କ ପାଇଁ ଖରାପ ଅଟେ ।
- ମହିଳା ମାନେ ଧ୍ୟାନ ରଖିବେ କି କେବେ ବି ଛିଣ୍ତା ମଙ୍ଗଳସୂତ୍ର ପିନ୍ଧିବେନି । ଏହା ଦ୍ବାରା ସ୍ବାମୀଙ୍କର ଜୀବନ ପ୍ରତି ଭୟ ଅଛି ।
- ମଙ୍ଗଳସୂତ୍ରରେ ସୁନା କିମ୍ବା ପିତ୍ତଳ ନ ଲାଗିଲେ ଚଳିବ କିନ୍ତୁ ହଳଦୀଆ ସୁତାରେ କଳାମାଳି ଲାଗିଥିବା ଆବଶ୍ୟକ । ଏହା ମାନ୍ୟତା ରହିଛି କି ମଙ୍ଗଳସୂତ୍ରରେ ହଳଦୀଆ ଅଂଶ ମାତା ପାର୍ବତୀ ଏବଂ କଳା ଅଂଶ ଭଗବାନ ଶିବ ହୋଇଥାନ୍ତି ।


0 Comments
Do you have any doubts or suggestions? Ask them here in the comments!