ପାଉଁଜିର ଧ୍ୱନୀ ଦ୍ୱାରା ଘରର ନକରାମୂକ ଶକ୍ତି କମ୍ ହୋଇଥାଏ

ଶାସ୍ତ୍ର ଅନୁସାରେ ପାଉଁଜି ପିନ୍ଧିବାର ଏକ ନିତୀ ନିୟମ ରହିଛି । ଭାରତର ମହିଳା ମାନଙ୍କର ପରିଧାନ, ସବୁଠୁ ଭିନ୍ନ ଅଟେ | ଭାରତୀୟ ମହିଳା ମାନଙ୍କର ବେଶ ପୋଷାକ ବାହାର ଦେଶ ମାନଙ୍କ ଠାରୁ ଅନେକ ଅଲଗା ଅଟେ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପାଦରେ ପାଉଁଜି ପିନ୍ଧିବା ଦ୍ବାରା ସାକାରାତ୍ମକ ଉର୍ଜ୍ଜାର ଉତ୍ପନ ହୋଇଥାଏ । କିନ୍ତୁ ଏହାର ଭୁଲ ପ୍ରୟୋଗ ନାକାରାତ୍ମକ ଉର୍ଜ୍ଜାକୁ ପ୍ରବେଶ କରିଥାଏ ।
ସାଧାରଣତଃ ପ୍ରତ୍ୟେକ ନାରୀଙ୍କ ପାଦରେ ପାଉଁଜି ଦେଖିବାକୁ ମିଳେ। କାରଣ ପାଦରେ ପାଉଁଜି ପିନ୍ଧିବା ଦ୍ବାରା ନାରୀର ସୁନ୍ଦରତା ଆହୁରି ବଢିଥାଏ । କିନ୍ତୁ ବହୁତ କମ ମହିଳାମାନେ ଜାଣିଥିବେ ପାଦରେ ପାଉଁଜି ପିନ୍ଧିବା ଦ୍ବାରା କଣ କଣ ଲାଭ ମିଳିଥାଏ । ତେବେ ଚାଲନ୍ତୁ ଜାଣିବା ପାଦରେ ପାଉଁଜି ପିନ୍ଧିବାର କଣ ଫାଇଦା ମିଳିଥାଏ...
1. ବିବାହିତ ନାରୀ ବା ନବବିବାହିତ ନାରୀଙ୍କୁ ଘରର ଲକ୍ଷ୍ମୀ ବୋଲି ମାନାଯାଏ । ତେଣୁ ଏମାନେ ଶୋଳ ଶୃଙ୍ଗାରରେ ସଜାଇ ହେବାର ମାନ୍ୟତା ରହିଛି । ମଥାରେ ସିନ୍ଦୂର ଠାରୁ ଆରମ୍ଭ କରି ପାଦରେ ପାଉଁଜି ଏବଂ ଝୁଣ୍ଟିଆ ପିନ୍ଧି ଏମାନେ ଖୁବ୍ସୁନ୍ଦର ବେଶରେ ସଜାଇ ହୋଇଥାନ୍ତି । ତେବେ ମହିଳାମାନଙ୍କର ପାଦର ପାଉଁଜି ପୁରୁଷମାନଙ୍କୁ ଆହୁରି ଆକର୍ଷିତ କରିଥାଏ |
- କୁଆଁରୀ ଝିଅମାନେ ବି ପାଉଁଜି ପିନ୍ଧି ପାରିବେ କିନ୍ତୁ ଗୋଡ଼ମୁଦି ବିବାହ ପରେ ପିନ୍ଧିବା ଉଚିତ |
2. ମହିଳା ମାନଙ୍କର ପାଦରେ ପାଉଁଜି ପିନ୍ଧିବା ଏହା ବହୁତ ଦିନରୁ ରହିଆସିଛି । ଏହା ଧାରଣ କରିବା ଦ୍ବାରା ଦେହର ହାଡ, ଶିରାପ୍ରଶିରା ଏବଂ ଗର୍ଭ ମଧ୍ଯ ମଜବୁତ ହୋଇଥାଏ | ଏହା ସହିତ ମହିଳା ମାନଙ୍କର ମାସିକ ଧର୍ମ ମଧ୍ଯ ନିୟମିତ ଭାବରେ ହୋଇଥାଏ ଏବଂ ମହିଳା ମାନଙ୍କୁ କରିଥାଏ ସ୍ୱାସ୍ଥ୍ୟବାନ । ତେବେ ଏହି ପାଉଁଜି ରୂପା ହୋଇଥିବା ଦରକାର ।
- ତା’ ସହିତ ଶରୀରକୁ ଶୀତଳତା ପ୍ରଦାନ କରିଥାଏ। ଆଉ ଏହି ଶୀତଳତା ମହିଳାଙ୍କୁ ମାନସିକ ଶାନ୍ତି ଦେବାରେ ସହାୟକ ହୋଇଥାଏ। ପାଦରେ ଚାନ୍ଦିର ଗହଣା ଅବା ପାଉଁଜି ପିନ୍ଧିଲେ, କଥା କଥାରେ ଆସୁଥିବା କ୍ରୋଧ ମଧ୍ୟ ଦୂର ହୋଇଥାଏ ବୋଲି କୁହାଯାଏ।
- ପାଦକୁ କେବେ ଖାଲି ରଖନ୍ତୁ ନାହିଁ ଏବଂ ଭୁଲରେ ବି ସୁନା ବା ଅନ୍ୟ ଧାତୁର ପାଉଁଜି ପିନ୍ଧନ୍ତୁ ନାହିଁ |
3. ବାସ୍ତୁଶାସ୍ତ୍ର ଅନୁସାରେ ପାଉଁଜିର ଧ୍ୱନୀ ଦ୍ୱାରା ଘରର ନକରାମୂକ ଶକ୍ତି କମ୍ ହୋଇଥାଏ ବା ଖରାପ ଶକ୍ତିର ପ୍ରବେଶ ହୋଇନଥାଏ । କାରଣ ପାଉଁଜିରୁ ବାହାରୁଥିବା ଶବ୍ଦ ଦ୍ବାରା ସମସ୍ତ ନକରାମୂକ ଉର୍ଜା ଘର ବାହାରେ ରହିଥାଏ ।
- ଯେକୌଣସି ମହିଳା ପିନ୍ଧିଥିବା ପାଉଁଜି ଘୁଙ୍ଗୁର ଶଦ୍ଧ ଯଦି ନ ବାହାରେ ତେବେ ତାହାକୁ ଅଶୁଭ ବୋଲି ମାନି ନେଇଥାନ୍ତି।
- ପାଦରେ ପାଉଁଜି ପିନ୍ଧିବା ଦ୍ୱାରା ଘରେ ଇଶ୍ଵରଙ୍କର ବାସ ହୋଇଥାଏ । କାରଣ ପାଉଁଜିର ଆବାଜ ଇଶ୍ଵରଙ୍କୁ ବହୁତ ପସନ୍ଦ ଅଟେ । ଏଥିପାଇଁ ଯେଉଁ ମହିଳା ପାଦରେ ପାଉଁଜି ପିନ୍ଧନ୍ତି ସେମାନଙ୍କ ପରିବାର ସର୍ବଦା ସୁଖ ଶାନ୍ତିରେ ରହିଥାଏ। କାରଣ ଏମାନଙ୍କ ଘରେ ସର୍ବଦା ଇଶ୍ବରଙ୍କ କୃପା ବର୍ଷି ଥାଏ | ଦେବାଦେବୀଙ୍କର ଶୁଭ ଦୃଷ୍ଟି ପଡିଥାଏ ବା ଘରେ ଦେବା ଦେବୀ ଙ୍କର ଅସ୍ତିତ୍ବ ବୃଦ୍ଧି ହୋଇଥାଏ |
4. ସାଧାରଣତଃ ପାଉଁଜି ରୂପାରେ ନିର୍ମିତ ଯାହାକି ଆମର ଇମ୍ୟୁନିଟି ସିଷ୍ଟମ କୁ ବୁଷ୍ଟ କରିଥାଏ । ଏଥିପାଇଁ ଯେଉଁ ମହିଳା ପାଦରେ ପାଉଁଜି ପିନ୍ଧିଥାନ୍ତି ସେମାନଙ୍କୁ ଶରୀର ସମ୍ବନ୍ଧିତ କୌଣସି ସମସ୍ୟା ରହିନଥାଏ ।
5. ନିଜର ପିନ୍ଧୁଥିବା ପାଉଁଜି କୌଣସି ଚିହ୍ନ| ଏବଂ ଅଚିହ୍ନ| ମହିଳାଙ୍କୁ ଦିଅନ୍ତୁ ନାହିଁ । କାରଣ ଏପରି କରିବା ଦ୍ୱାରା ଆପଣଙ୍କ ସ୍ବାମୀଙ୍କର ଆୟୁଷ, ସ୍ୱାସ୍ଥ୍ୟ ଏବଂ ଚରିତ୍ର ଉପରେ ପ୍ରଭାବ ପକାଇଥାଏ । ଏହା ସହିତ ଗୃହକୁ କଳହ ଅଶାନ୍ତି ଓ ଦୁର୍ଦ୍ଦଶା ମଧ୍ଯ ଆସିଥାଏ ।
6. ଭଙ୍ଗା କିମ୍ବା କଟା ପାଉଁଜିକୁ ତୁରନ୍ତ ବଦାଳାଇବା ଆବଶ୍ୟକ । ଏହା କୁହାଯାଏ କି ପାଉଁଜି ଫାଟିବା ଓ ଛିଣ୍ତିବା ଏହା ନକରାମ୍ବକ ଶକ୍ତି କୁ ବୃଦ୍ଧି କରିଥାଏ | ଏଥିପାଇଁ ତାହାକୁ ତୁରନ୍ତୁ ଠିକ୍ କରି ନିଅନ୍ତୁ ।
7. ଯଦି ଆପଣଙ୍କୁ କେଉଁଠି ବି ପାଉଁଜି ପଡିଥିବାର ଦେଖାଯାଏ ତେବେ ଆପଣ କେବେ ଘରକୁ ଆଣନ୍ତୁ ନାହିଁ । ଯଦି ଆପଣ ଭୁଲରେ ବି ବାହାରେ ପଡିଥିବା ପାଉଁଜି ଘରକୁ ଆଣନ୍ତି ତେବେ ଆପଣଙ୍କ ପରିବାର ଉପରେ କିଛି ବି ହୋଇପାରେ ।
ଆଶା କରୁଛୁ ଏହି ଆର୍ଟିକିଲ୍ଟିରେ ଥିବା ପାଉଁଜି ସମ୍ଭନ୍ଧିତ ସୁଚନାଟି ସମସ୍ତଙ୍କ ପାଇଁ ଦରକାରୀ । ସୁଚନାଟି ଭଲ ଲାଗିଲେ Like ଓ Share କରିବାକୁ ଭୁଲିବେ ନାହିଁ | ଯଦି ଆପଣଙ୍କୁ ଆମର ଏହି ଆଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ନିଜ ମତାମତ Comment କରି ନିଶ୍ଚୟ ଜଣାନ୍ତୁ |
ଦୟାକରି ନୂଆଁ ନୂଆଁ ବିଷୟରେ ଜାଣିବା ପାଇଁ ଆମ ପୋଷ୍ଟକୁ ନିଶ୍ଚୟ ଆରମ୍ଭ ଠୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ |
0 Comments
Do you have any doubts or suggestions? Ask them here in the comments!