ଜନ୍ମାଷ୍ଟମୀ ପୂଜାର ମହତ୍ତ୍ୱ ଓ ବିଧି
ପୃଥିବୀ ପୃଷ୍ଠରୁ ପାପର ଭାର କମାଇବା ପାଇଁ ଏବଂ ସାଧୁସନ୍ଥଙ୍କ ରକ୍ଷା ପାଇଁ ଭଗବାନ ବିଷ୍ଣ ଧାରଣ କରିଥିଲେ କୃଷ୍ଣ ଅବତାର । ଭଗବାନ କୃଷ୍ଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ଏହି ପବିତ୍ର ପର୍ବ ପ୍ରତିବର୍ଷ ଭାଦ୍ରବ ମାସର କୃଷ୍ଣପକ୍ଷ ଅଷ୍ଟମୀ ତିଥିର ଏବଂ ରୋହିନୀ ନକ୍ଷତ୍ରରେ ପାଳନ କରାଯାଏ । ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ରୋହିଣୀ ନକ୍ଷତ୍ର ମଧ୍ୟରାତ୍ରରେ ହୋଇଥିଲା । ଏହି ଦିନକୁ ଭକ୍ତମାନେ ବେଶ୍ ଧୂମଧାମରେ ପାଳନ କରିଥାନ୍ତି ।
ଶାସ୍ତ୍ର ଓ ପୁରାଣ ମାନଙ୍କରେ ମାନ୍ୟତା ଅଛି ଯେବେ ଯେବେ ଅସୁର ମାନଙ୍କର ଅତ୍ୟାଚାର ବଢିଥାଏ ଓ ଧର୍ମର ବିଲୟ ଘଟେ ସେତେବେଳେ ଭଗବାନ ପୃଥିବୀରେ ସତ୍ୟ ଓ ଧର୍ମର ସ୍ଥାପନ କରିବାକୁ ଅବତରଣ କରିଥାନ୍ତି । ଏହି ପୌରାଣିକ କଥା ଅନୁସାରେ ମଧ୍ୟରାତ୍ରିରେ, କଂଶର ବିନାଶ ପାଇଁ ମଥୁରାରେ ଭଗବାନ ଶ୍ରୀକୃଷ୍ଣ ଅବତରଣ କରିଥିଲେ ।
ମହତ୍ତ୍ୱ
ଜନ୍ମାଷ୍ଟମୀର ଅନ୍ୟ ଏକ ବିଶେଷତ୍ୱ ମଧ୍ୟ ରହିଛି, ଭଗବାନ ଶ୍ରୀକୃଷ୍ଣଙ୍କ ପବିତ୍ର ଜନ୍ମତିଥିକୁ ବା ‘ଜନ୍ମାଷ୍ଟମୀ’କୁ ‘ବ୍ରତରାଜ’ ବୋଲି କୁହାଯାଏ । ବିଶ୍ୱାସ ରହିଛି, ଏହି ଗୋଟିଏ ଦିନ ବ୍ରତ ରଖିବା ଦ୍ୱାରା ହିଁ ଅନେକ ଓଷା ଉପବାସର ଫଳ ମିଳିଥାଏ । ଯଦି ଆପଣ ନିଷ୍ଠାର ସହ ଏହି ବ୍ରତ ପାଳନ କରନ୍ତି ତେବେ ତେବେ ଏହାଦ୍ୱାରା ଆପଣଙ୍କ ସମସ୍ତ ମନସ୍କାମନା ପୁରଣ ହୋଇଥାଏ ।
ସବୁ ରାଶିର ଅଧିପତି ଗ୍ରହ ହୋଇଥିବାରୁ ଓ ଗ୍ରହ ମାନଙ୍କର ଇଷ୍ଟ ଗ୍ରହରୁପି ଜନାର୍ଦନ ଶ୍ରୀହରି ହୋଇଥିବାରୁ ହରିଜନ୍ମ ବ୍ରତ ପାଳନ କଲେ ଗ୍ରହ ପୀଡାରୁ ମୁକ୍ତି ପାଇବା ସହ ଧନ-ଜନ, ଗୋପ ଲକ୍ଷ୍ମୀ ପ୍ରାପ୍ତି ହେବ ।
ପୌରାଣିକ
ଦ୍ୱାପର ଯୁଗରେ ପ୍ରବଳ ପ୍ରତାପୀ କଂସକୁ ବଧ କରିବା ନିମନ୍ତେ ମାନବ ରୂପରେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଧରାବତରଣ କରିଥିଲେ ଭଗବାନ ବିଷ୍ଣୁ । ଏହା ଥିଲା ତାଙ୍କର ଶ୍ରୀକୃଷ୍ଣ ଅବତାର । କଂସଦ୍ୱାରା ବନ୍ଦୀ ଭଗ୍ନୀ ଦେବକୀଙ୍କ ଗର୍ଭରୁ ବନ୍ଦିଶାଳାରେ ଅର୍ଧ ରାତ୍ରୀରେ ରୋହିଣୀ ନକ୍ଷତ୍ର- ବୃଷରାଶିର ସଂଯୋଗ ସମୟରେ କୃଷ୍ଣ ଜନ୍ମ ଲାଭ କରିଥିଲେ । ବନ୍ଦିଶାଳାରେ ମାତା-ପିତାଙ୍କୁ ଶ୍ରୀକୃଷ୍ଣ ଜଣାଇଥିଲେ ତାଙ୍କର ଧରାବତରଣ ଉଦ୍ଦେଶ୍ୟ ।
ସେ ଦୁଷ୍ଟ ଶକ୍ତିର ବିନାଶ ଓ ଧର୍ମ ପ୍ରତିଷ୍ଠା ନିମନ୍ତେ ମାନବ ରୂପ ଧାରଣ କରିଛନ୍ତି ଏବଂ ତାଙ୍କର ମାନବ ଲୀଳା ହିଁ ପୃଥିବୀରୁ ସମସ୍ତ ପ୍ରକାର କଳୁଷ ନାଶ କରିପାରିବ । ପୃଥିବୀକୁ କଂସର ଅତ୍ୟାଚାରରୁ ମୁକ୍ତ କରିବା ନିମନ୍ତେ ବ୍ରହ୍ମାଙ୍କ ସହ ଦେବଗଣଙ୍କ ଅନୁରୋଧ ରକ୍ଷାକରି ସେ ଜନ୍ମ ନେଇଛନ୍ତି । ଗୋପରେ ନନ୍ଦରାଜାଙ୍କ ଘରେ ବାଲ୍ୟ ଲୀଳା କରିବେ । ରାକ୍ଷସ ନିପାତ ପାଇଁ ତାଙ୍କୁ ନନ୍ଦରାଜାଙ୍କ ଘରେ ରହିବାକୁ ପଡ଼ିବ, ତେଣୁ ସେଠାରେ ଜନ୍ମ ନେଇଥିବା ବିଜୁଳୀ କନ୍ୟାକୁ ବନ୍ଦୀଶାଳାକୁ ଆଣି ତାଙ୍କୁ ନେଇ ଗୋପପୁରରେ ନନ୍ଦରାଜାଙ୍କ ଘରେ ସମସ୍ତଙ୍କ ଅଗୋଚରରେ ଥୋଇଦେଇ ଆସିବାକୁ ପିତାଙ୍କୁ କହିଲେ ।
ପରଂବ୍ରହ୍ମଙ୍କ ଆଜ୍ଞାକୁ ମାନି ପିତା ବସୁଦେବ ନବଜାତ ପୁତ୍ରକୁ କୋଳରେ ଧରି ଅନ୍ଧାର ର|ତିରେ ବାହାରିଲେ । ଜଗନ୍ନାଥ ଦାସଙ୍କ ଭାଗବତରେ ବର୍ଣ୍ଣିତ କଥାମୃତ ଅନୁଯାୟୀ ବନ୍ଦିଶାଳା ଦିବ୍ୟ ଆଲୋକରେ ଆଲୋକିତ ହେଇଗଲା, ବସୁଦେବଙ୍କ ଗୋଡ଼ରୁ ବେଡ଼ି ଖୋଲିଗଲା ଏବଂ ବନ୍ଦିଶାଳାର ଦ୍ୱାର ମଧ୍ୟ ଆପେଆପେ ଖୋଲିଗଲା ।ପ୍ରବଳ ବର୍ଷା ସାଙ୍ଗକୁ ଅନ୍ଧାର ରାତିରେ ବସୁଦେବ ପୁତ୍ରକୁ ନେଇ ଉଛୁଳି ଉଠୁଥିବା ଯମୁନା ନଦୀ ପାର ହେଇ ଗୋପପୁର ଗଲେ । ପ୍ରଭୁ ବର୍ଷାରେ ତିନ୍ତି ଯାଉଥିବାରୁ ବାଟରେ ନାଗରାଜା ଅନନ୍ତ ବାସୁକି ନିଜର ବିଶାଳ ଫଣା ଢାଙ୍କି ଚାଲିଲେ । ସବୁ ବାଧାବିଘ୍ନ ଅତିକ୍ରମ କରି ଶ୍ରୀକୃଷ୍ଣଙ୍କୁ ନେଇ ନନ୍ଦଘରେ ଛାଡିଥିଲେ ବସୁଦେବ ।
ପରବର୍ତ୍ତୀ ସମୟରେ ଶ୍ରୀ କୃଷ୍ଣ କଂସ କୁ ବଧ କରି ମଥୁରା ବାସୀ ଙ୍କୁ ତା ଅତ୍ୟାଚାର ରୁ ମୁକ୍ତ କରିଥିଲେ। ପ୍ରଭୁ ଶ୍ରୀକୃଷ୍ଣଙ୍କ ଏହି ପବିତ୍ର ଜନ୍ମ ଦିନକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ । ଏହିଦିନ ଲୋକେ ଉପବାସ ରଖିଥାନ୍ତି, ଓ ରାତ୍ରି ୧୨ ଘଟିକାକୁ କୃଷ୍ଣଜନ୍ମ ଉତ୍ସବ ପାଳନ କରିଥାନ୍ତି।ଏହି ଅଵବସର ରେ ଘରେଘରେ ପିଠାପଣା କରି ଅତି ଆନନ୍ଦର ସହ ବାଳଗୋପାଳ ଙ୍କୁ ପୁଜା କରାଯାଏ ।

0 Comments
Do you have any doubts or suggestions? Ask them here in the comments!