ଗୋଡ଼ମୁଦି ପିନ୍ଧିବାରେ ଭୁଲ କରନ୍ତୁନି

ଗୋଡ଼ମୁଦି ପିନ୍ଧିବାରେ ଭୁଲ କରନ୍ତୁନି

ହିନ୍ଦୁ ଧର୍ମ ଅନୁଯାୟୀ ବିବାହ ପରେ ଯେଉଁ ନାରୀ ମଥାରେ ସିନ୍ଦୂର ଏବଂ ପାଦରେ ଅଳତା ତଥା ଗୋଡ଼ରେ ପାଉଁଜି ଓ ମୁଦି ହାତରେ ଚୁଡ଼ି ନ ପିନ୍ଧିଛି ସେ ନାରୀ ଭାବେ ବିବେଚିତ ନୁହେଁ । ଏହି ଲେଖାଟି ଗୋଡ଼ମୁଦି ଉପରେ ଆଧାରିତ | କୁହାଯାଏ କି ଗୋଡ଼ମୁଦି ପିନ୍ଧିବା ଦ୍ବାରା ସ୍ବାମୀଙ୍କର ଜୀବନକୁ ଦୀର୍ଘାୟୁ କରିବା ସହିତ ମହିଳାଙ୍କୁ ଜୀବନରେ ଶାରିରୀକ ଏବଂ ମାନସିକ ଚିନ୍ତାରୁ ଦୂରେଇ ରଖେ । ଆମ ଧର୍ମରେ ଦୁଇଟି ଗୋଡର ତିନି ଆଙ୍ଗୁଠିରେ ଗୋଡ଼ମୁଦି ପିନ୍ଧିବାର ପରମ୍ପରା ଅଛି । 


ଜଣେ ବିବାହିତ ମହିଳା ଗୋଡ଼ମୁଦି ପିନ୍ଧିବା ଅତ୍ୟନ୍ତ ଆବଶ୍ୟକ। ବିବାହିତା ମହିଳା ମାନେ ହିଁ ଗୋଡ଼ମୁଦି ପିନ୍ଧିବେ। କୁଆଁରୀ  ଝିଅ ମାନେ କେବି ବି ଗୋଡମୁଦି ପିନ୍ଧିବେ ନାହିଁ । ପ୍ରତ୍ୟେକ ମହିଳା ଗୋଡ଼ମୁଦି ପିନ୍ଧିଥାନ୍ତି କିନ୍ତୁ ଅନେକ ଜାଣନ୍ତି ନାହିଁ କି ଗୋଡ଼ମୁଦିକୁ ଭଲ ଭାବରେ ନ ପିନ୍ଧିବା ଦ୍ବାରା କିମ୍ବା ଏହାର ଭୁଲ ବ୍ୟବହାର କରିବା ଦ୍ବାରା ସ୍ବୀମୀ ଉପରେ ବିପଦ ଆସିଥାଏ ଏବଂ ସେ ଋଣରେ ମଧ୍ୟ ବୁଡି ରହିଥାନ୍ତି । ଏଥି ସହିତ ଘରେ ଛୋଟ ମୋଟ କଥାରେ କଳହ ଝଗଡ଼ା ଲାଗିଥାନ୍ତି । 

ତେବେ ଆସନ୍ତୁ ଜାଣିବା ଗୋଡ଼ମୁଦି କାହିଁକି ଓ କିପରି ପିନ୍ଧିବା ଉଚିତ...

1. ଶରୀର ଉପରେ ପ୍ରଭାବ :-

  • ବେଦ ଅନୁସାରେ କୁହାଯାଏ କି ଏହି ଦୁଇ ଗୋଡରେ ପିନ୍ଧିବା ଦ୍ବାରା ମହିଳାମାନଙ୍କର ମାସିକ ଚକ୍ର ନିୟମିତ ହୋଇଥାଏ ।
  • ଆପଣ ଜାଣନ୍ତି କି ଗୋଡ଼ମୁଦି ପିନ୍ଧିବା ଗର୍ଭାଶୟର ବୈଜ୍ଞାନିକ ସମବଦ୍ଧ ଅଛି । ଗୋଡ ଆଙ୍ଗୁଠିର ଦ୍ବିତୀୟ ଆଙ୍ଗୁଠିରେ ଥିବା ଏକ ବିଶେଷ ସିରା ଥାଏ ଯାହାକି ସିଧା ଗର୍ଭାଶୟ ସହିତ ଜଡିତ ଅଛି, ଯିଏକି ଗର୍ଭାଶୟ କୁ ନିୟନ୍ତ୍ରିତ କରେ ଏବଂ ରକ୍ତଚାପକୁ ମଧ୍ଯ ସନ୍ତୁଳିତ କରେ ।
  • ମହିଳାମାନଙ୍କର ମୁଣ୍ତରେ ସୁନାର ଟୀକା ଏବଂ ଗୋଡରେ ଚାନ୍ଦିର ଗୋଡମୁଦି ପିନ୍ଧିବାର କାରଣ ଏହା ଅଟେ କି ଆତ୍ମାକାରକ ସୂର୍ଯ୍ୟ ଏବଂ ମନକାରକ ଚନ୍ଦ୍ରମାର କୃପା ଜୀବନ ସାରା ରହିବା । 

2. ଢ଼ିଲା ଗୋଡ଼ମୁଦି ବିପଦର କାରଣ :-

  • ସ୍ତ୍ରୀ କୁ ଧ୍ୟାନ ଦେବାକୁ ପଡିବ ଯେ ଗୋଡମୁଦି ଏତେ ବି ଢିଲା ନହୁଏ କି ଏହା ଗୋଡରୁ ଖସିଯିବ । 
  • ମାନେ କିଛି ମାତ୍ରାରେ ଢିଲା ହେଲେ ଚଳିବ ।  କିନ୍ତୁ ଅଧିକ ହେଲେ ତାହା ବିପଦ ସୂଚକ ହୋଇଥାଏ | 
  • ଏହା ଦ୍ବାରା ଅନେକ ବିପଦ ଆସିବା ସହ ସେମାନେ ଅନେକ ସମୟ ରେ ଅସୁବିଧା ରେ ସମ୍ମୁଖୀନ ହୋଇଥାନ୍ତି । ଯେତେ ଟଙ୍କା ଆୟ କଲେ ମଧ୍ୟ ସବୁବେଳେ ଘରେ ଅଭାବ ରହିଥାଏ |
  • ଯଦି ଗୋଡ଼ମୁଦି ଆଙ୍ଗୁଠିରୁ ବାହାରିଯାଏ ତେବେ ତାହା ଅଶୁଭ ହୋଇଥାଏ। ସବୁବେଳେ ସ୍ୱାମୀ କରଜରେ ବୁଡି ରହିଥାନ୍ତି ।
  • ଗୋଟିଏ ଆଂଗୁଳିରେ ଗୋଡ଼ମୁଦି ପିନ୍ଧନ୍ତୁ ନାହିଁ  | ଏବଂ ଗୋଡ଼ମୁଦିଟି କେବେବି ପ୍ଲେନବଳା ଥିବା ପିନ୍ଧନ୍ତୁ ନାହିଁ |

3. ଗୋଡ଼ମୁଦିର ଦାନ କରନ୍ତୁନି :-

  • ନିଜେ ପିନ୍ଧିଥିବା ଗୋଡମୁଦି ଅନ୍ୟ କାହାକୁ ଦିଅନ୍ତୁ ନାହିଁ । 
  • ଏହା କରିବା ସ୍ବାମୀର ଗରିବୀ ଏବଂ ରୋଗରେ ପଡିବାର କାରଣ ହୋଇଥାଏ | ଘରେ ଜଣଙ୍କ ପରେ ଜଣେ ବି ରୋଗରେ ପଡ଼ିଥାନ୍ତି |
  • ଏପରି ଭୁଲ କେବେ କରନ୍ତୁ ନାହିଁ ଏମିତି କରିବା ଦ୍ବାରା ଘରେ ଅଶାନ୍ତି ଭରି ରହେ ।

4. ଏପରି ଧାତୁ ଗୋଡ଼ରେ ପିନ୍ଧିବେ ନାହିଁ :-

  • ସବୁବେଳେ ଗୋଡ଼ମୁଦି ରୂପାର ପିନ୍ଧନ୍ତୁ । ଭୁଲରେ କେବେ ବି ତମ୍ବାର ବା ସୁନାର ପିନ୍ଧିବେନି । 

  • ତମ୍ବାର କୌଣସି ଜିନିଷ ପିନ୍ଧିବେ ନାହିଁ ସେ ଚୁଡି ହେଉ କିମ୍ବା ମୁଦି ହେଉ ।

  • ଯଦି ଗୋଡ଼ମୁଦି ଫାଟିଯାଏ ତେବେ ଆଉ ପିନ୍ଧିବେ ନାହିଁ । ନୂଆଁ ପୁଣି ପିନ୍ଧିବେ |

ଆଶା କରୁଛୁ ଏହି ଆର୍ଟିକିଲ୍‌ଟିରେ ଥିବା ଗୋଡ଼ମୁଦି ସମ୍ଭନ୍ଧିତ ସୁଚନାଟି ସମସ୍ତଙ୍କ ପାଇଁ ଦରକାରୀ । ସୁଚନାଟି ଭଲ ଲାଗିଲେ Like ଓ Share କରିବାକୁ ଭୁଲିବେ ନାହିଁ | ଯଦି ଆପଣଙ୍କୁ ଆମର ଏହି ଆଟିକିଲ୍‌ ଟି ପସନ୍ଦ ଆସିଥାଏ ତେବେ ନିଜ ମତାମତ Comment କରି ନିଶ୍ଚୟ ଜଣାନ୍ତୁ | 

ଦୟାକରି ନୂଆଁ ନୂଆଁ ବିଷୟରେ ଜାଣିବା ପାଇଁ ଆମ ପୋଷ୍ଟକୁ ନିଶ୍ଚୟ ଆରମ୍ଭ ଠୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ |

ଧନ୍ୟବାଦ

Post a Comment

0 Comments