ଘରେ ଗଣେଶଙ୍କର ମୂର୍ତ୍ତିକୁ ସ୍ଥାପନ କରିବା ପୂର୍ବରୁ କିଛି କଥା ପ୍ରତି ଧ୍ୟାନ ଦେବା ଉଚିତ

 ଘରେ ଗଣେଶଙ୍କର ମୂର୍ତ୍ତିକୁ ସ୍ଥାପନ କରିବା ପୂର୍ବରୁ କିଛି କଥା ପ୍ରତି ଧ୍ୟାନ ଦେବା ଉଚିତ


ଭଗବାନ ଗଣେଶଙ୍କୁ ହିନ୍ଦୁ ଧର୍ମରେ ସମସ୍ତ ଦେବତା ଠାରୁ ପ୍ରଥମ ପୂଜନୀୟ ଭାବରେ ମାନାଜାଏ। ଶରତ ଭାଦ୍ରବ ମାସ ଶୁକ୍ଳ ଚତୁର୍ଥୀରେ ଆଦିଦେବ ଗଣେଶଙ୍କର ପୂଜା କରାଯାଏ। ହିନ୍ଦୁ ଧର୍ମରେ ଗଣେଶଙ୍କୁ କେବଳ ପଞ୍ଚଦେବତାଙ୍କ ମଧ୍ୟରେ ପୂଜା କରାଯାଏ ତାହା ନୁହେଁ। ଯେକୌଣସି ପୂଜା, ଧାର୍ମିକ ବା ମାଙ୍ଗଳିକ କାର୍ଯ୍ୟରେ ଗଣେଶଙ୍କୁ ପ୍ରଥମେ ଆବାହନ କରାଯାଏ। ଗଣେଶ ସିଦ୍ଧି, ସମୃଦ୍ଧି ଓ ବିଘ୍ନେଶ ହୋଇଥିବାରୁ ଗଣେଶଙ୍କୁ ପ୍ରଥମେ ପୂଜା କରି କାର୍ଯ୍ୟ ଆରମ୍ଭ କଲେ କାର୍ଯ୍ୟ ନିର୍ବିଘ୍ନରେ ସମାପ୍ତ ହୁଏ ବୋଲି ଗଣେଶ ଅଗ୍ରପୂଜ୍ୟ ଅଟନ୍ତି। ଏହା ମାନାଯାଇ ଥାଏ କି ଗଣେଶଙ୍କ ପୂଜା କର୍ମ କରିବା ଦ୍ୱାରା ଆପଣଙ୍କ ଉପରେ ଥିବା ସମସ୍ତ ପ୍ରକାରର ଖରାପ୍‌ ପ୍ରଭାବ ଦୂର ହୋଇଥାଏ ।

ଘରେ ଗଣେଶଙ୍କର ମୂର୍ତ୍ତିକୁ ରଖିବା ସମୟରେ କେଉଁ କଥା ପ୍ରତି ଧ୍ୟାନ ଦେବା ଉଚିତ ସେହି ବିଷୟରେ କହିବାକୁ ଯାଉଛୁ ।
ବ୍ୟକ୍ତି ନିଜର ଉଦ୍ଦେଶ୍ୟ ଓ ମନୋକାମନା ପୁରା କରିବା ପାଇଁ ଘରେ ଗଣେଶଙ୍କର ମୂର୍ତ୍ତି ରଖନ୍ତି । କିନ୍ତୁ ବହୁତ କମ ଲୋକ ଜାଣିଛନ୍ତି କି ଗଣେଶଙ୍କର ମୂର୍ତ୍ତିକୁ ସଠିକ ଜାଗାରେ ରଖିବା ବହୁତ ଜରୁରୀ ଅଟେ । ଅର୍ଥାତ ଘରର କେଉଁ ଦିଗରେ ରଖିବା ଉଚିତ କେଉଁ ଦିଗରେ ନୁହେଁ |  

  • ଧଳା ରଙ୍ଗର ଗଣେଶଙ୍କର ମୂର୍ତ୍ତି ଅଧିକ ଧନ, ସୁଖ ସମୃଦ୍ଧି ଓ ଖୁସିକୁ ଆକର୍ଷିତ କରିଥାଏ । ଗଣେଶଙ୍କର କେବଳ ମୂର୍ତ୍ତି ନୁହେଁ ତାଙ୍କର ଫଟୋ ବି ବହୁତ ଚମତ୍କାରିକ ପ୍ରମାଣିତ ହୋଇଥାଏ । ପରନ୍ତୁ ଆପଣଙ୍କୁ ଏହି କଥା ପ୍ରତି ଧ୍ୟାନ ଦେବାକୁ ପଡିବ କି ଗଣେଶଙ୍କର ପଛ, ଘରର ମୁଖ୍ୟ ଦ୍ଵାର ଆଡକୁ ହେବା ଦରକାର ।
  • ଆପଣଙ୍କୁ କହିଦେଉଛୁ କି ଗଣେଶଙ୍କର ମୂର୍ତ୍ତି ଘରର ପୂର୍ବ କିମ୍ବା ଉତ୍ତର ଦିଗରେ ରଖିବା ଉଚିତ । ଘରର ପୂର୍ବ ଦିଗରେ ଗଣେଶଙ୍କର ମୂର୍ତ୍ତି ସ୍ଥାପିତ କରିବା ସବୁଠୁ ଭଲ ବୋଲି କୁହାଯାଇଛି । 
  • ଯଦି ଏହି ଭଳି ରଖିବା ସମ୍ଭବ ନୁହେଁ ତେବେ ଆପଣ ଗଣେଶଙ୍କର ମୂର୍ତ୍ତିକୁ ଏହିଭଳି ରଖନ୍ତୁ ଯେଉଁଠି ଆପଣ ପ୍ରାର୍ଥନା କରିବା ସମୟରେ ଉତ୍ତର କିମ୍ବା ପୂର୍ବ ଦିଗକୁ ମୁହଁ କରି ବସିବେ ।
  • ଯଦି ଆମେ ଶାସ୍ତ୍ରକୁ ଦେଖିବା ତେବେ ଘରେ କେବେ ବି ଗଣେଶଙ୍କର ମୂର୍ତ୍ତିକୁ ଦକ୍ଷିଣ କିମ୍ବା ପଶ୍ଚିମ ଦିଗରେ ରଖିବା ଉଚିତ ନୁହେଁ । 
  • ଏହାର ଅତିରିକ୍ତ ଏହି କଥା ଉପରେ ବି ଧ୍ୟାନ ଦେବେ କି ଆପଣ ଯେଉଁଠି ଗଣେଶଙ୍କର ମୂର୍ତ୍ତି ରଖିଛନ୍ତି ସେହି ଜାଗାର କାନ୍ଥ ବାଥରୁମ ପାଖରେ ନ ଥିବ ।
  • ଆପଣ ଗଣେଶଙ୍କର ମୂର୍ତ୍ତିକୁ  ନିଜର ଶୋଇବା ଘରେ ରଖିବେ ନାହିଁ । ଯଦି ଆପଣ ଏହି ଭଳି କରୁଛନ୍ତି ତେବେ ମୂର୍ତ୍ତିକୁ ଉତ୍ତର ପୂର୍ବ ଦିଗରେ ରଖନ୍ତୁ । ବାସ୍ତୁ ଶାସ୍ତ୍ର ଅନୁସାରେ ଆପଣଙ୍କର ଗୋଡ ମୂର୍ତ୍ତି ସାମ୍ନାକୁ ରହିବା ଉଚିତ ନୁହେଁ ।
  • ଭଗବାନ ଗଣେଶଙ୍କର ମୂର୍ତ୍ତି ସାମ୍ନାରେ ଛୋଟ ପାତ୍ରରେ ଚାଉଳ ରଖିବା ବହୁତ ଶୁଭ ବୋଲି କୁହାଯାଏ |

ଆମ ଭାରତରେ ଗଣେଶପୂଜା ବହୁତ ଧୂମ ଧାମ ସହ ମନା ଯାଇଥାଏ, କିନ୍ତୁ କଣ ଆପଣ ଜାଣିଛନ୍ତି ଯେ କେଉଁ ପ୍ରକାର ଗଣେଶ ଠାକୁରଙ୍କ ମୂର୍ଭି ବିରାଜମାନ କରିବା ଉଚିତ ଏବଂ କେଉଁ ମୂର୍ତ୍ତି ନୁହଁ । 


  • କୁହାଯାଏ ଯେ ଗଣେଶ ଠାକୁରଙ୍କ ବିନା ମୁକୁଟ ମୂର୍ତ୍ତି ଘରେ କେବେ ରଖନ୍ତୁ ନାହିଁ ଏହା ଘର ପାଇଁ ଶୁଭ ନୁହଁ ଏହାଦ୍ୱାରା  ଠାକୁରଙ୍କ ଅପମାନ ହୋଇଥାଏ । 
  • କୁହାଯାଏ ଯେ ଗଣେଶ ଠାକୁରଙ୍କ ଠିଆ ମୂର୍ତ୍ତୀ କେବେ ଘରକୁ ବା ପଣ୍ତାଲକୁ ଆଣନ୍ତୁ ନାହିଁ ଏହା କୁହାଯାଇଛି ଯେ ଆମେ ଠାକୁରଙ୍କୁ ନିଜ ଘରେ ଆଣୁ ଓ ତାଙ୍କୁ ଠିଆ ଠିଆ ବିଦା କରି ଦେଇଥାଉ ଯାହା ଗୋଟେ ପ୍ରକାର ଅପମାନ ଅଟେ |
  • ପଣ୍ତ|ଲ ରେ ଗଣେଶ ଠାକୁରଙ୍କୁ ମାଁ ପାର୍ବତୀ ଓ ଶିବଙ୍କ ସହ ଥିବା ମୂର୍ତ୍ତି ଆଣନ୍ତୁ ନାହିଁ, କାହିଁକି ନା ଯେତେବେଳେ ଆପଣ ଗଣେଶ ଠାକୁରଙ୍କ ପୂଜା କରନ୍ତି ଓ ଭଗବାନ ଶିବ, ପାର୍ବତୀଙ୍କୁ ଭଲ ପୂଜା ଦେଇନପାରନ୍ତି ସେତେବେଳେ ତାଙ୍କର ଅପମାନ ହୋଇଥାଏ ସେଥିପାଇଁ ଗଣେଶ ଠାକୁରଙ୍କୁ ପରିବାର ସହପଣ୍ତାଲ ରେ ବିରାଜିତ କରନ୍ତୁ ନାହିଁ । 
  • କିନ୍ତୁ ଘରେ ଆପଣ ଭଗବାନ ଶିବଙ୍କ ପରିବାର ଫୋଟ ରଖିଲେ ପରିବାରର ସମସ୍ତ ସଦସ୍ୟ ଗୋଟିଏ ଡୋରରେ ବାନ୍ଧି ହୋଇ ରୁହନ୍ତି |

ପରିବାରର ବାସ୍ତୁ ଦୋଷ ଦୂର ମଧ୍ଯ ହୋଇଥାଏ। ତେଣୁ ଯଦି ପରିବାରର କୌଣସି ଅନିଷ୍ଟ ଘଟିବାର ଥାଏ କିମ୍ବା ବାସ୍ତୁ
ଦୋଷ ଥାଏ ତେବେ ଲୋକେ ଗଣପତିଙ୍କୁ ଘରେ ରଖନ୍ତି ଓ ପୂଜାର୍ଚ୍ଚନା ମଧ୍ଯ କରନ୍ତି।


  • ଯଦି ଆପଣ ଘରେ ଗଣେଶଙ୍କୁ ଆଣୁଛନ୍ତି ଆଉ ବାସ୍ତୁ ଦୋଷ ଦୂର କରିବାକୁ ଚାହୁଛନ୍ତି ତେବେ ବସିଥିବା ଗଣେଶଙ୍କୁ ଆଣନ୍ତୁ | ଯାହାଙ୍କ ଶୁଣ୍ଢ ‌ବାମ ଆଡକୁ ମୋଡ଼ି ହୋଇକି ଥିବ। 
  • ଘର ଆଗରେ ମନ୍ଦିର, ଗଛ, ଖୁମ୍ବ ଥିଲେ ଏହି ଖରାପ ପ୍ରଭାବ ପକାଇବ ତେଣୁ ଘରର ମୁଖ୍ୟ ଦ୍ୱାରରେ ଗଣେଶଙ୍କ ପ୍ରତିମା ଲଗାନ୍ତୁ ଓ ଧ୍ଯାନ ଦିଅନ୍ତୁ ଏହି ପ୍ରତିମା ର ଛବିର ଆକାର 11ଆଙ୍ଗୁଳୀରୁ ଯେମିତି ଅଧିକ ହୋଇନଥିବ |
  • ମୁଖ୍ୟଦ୍ୱାରରେ ମୃଦଙ୍ଗ ବଜାଇ ନୃତ୍ୟ କରୁଥିବା ଗଣେଶଙ୍କୁ ସ୍ଥାପନା କଲେ ଶୁଭଫଳ ମିଳିଥାଏ |
  • ଘର ଯେଉଁ ପଟରେ ବାସ୍ତୁ ଦୋଷ ଥାଏ ଯଦି ସେହି ଜାଗାରେ ମିଶ୍ରିତ ସିନ୍ଦୁରରେ ସ୍ବସ୍ତିକ ଚିହ୍ନ କରିଦିଅନ୍ତି ତେବେ ଆପଣଙ୍କ ଘରର ବାସ୍ତୁ ଦୋଷ ଦୂର ହୋଇଥାଏ।
  • ଏହି କଥାରେ ଆପଣ ଧ୍ୟାନ ଦେବେ ଯେ ଯେଉଁ ଜାଗାରେ ଗଣେଶଙ୍କ ପ୍ରତିମା ଅଛି ସେହି ଜାଗାରେ ଆଉ ଏକ ଗଣେଶଙ୍କ ପ୍ରତିମା ଲଗାନ୍ତୁ ନାହିଁ। ଏହା ଦ୍ବାରା ଗଣେଶଙ୍କ ଦୁଇ ପତ୍ନୀ ରିବି ଓ ସିଦ୍ଧି ନାରାଜ ହୋଇଯାଆନ୍ତି।
  • ଘରର ବାସ୍ତୁ ଦୋଷ ଦୂର ପାଇଁ ଗଣେଶଙ୍କ ପାଖରେ ପ୍ରତିଦିନ ଦୁବ ଘାସ ଲଗାନ୍ତୁ ଓ ଓମ୍‌ ଗଣପତାୟେ ନମ୍‌8 ମନ୍ତ୍ର କୁ ପାଠ କରନ୍ତୁ ଏହା ଦ୍ବାରା ଆପଣଙ୍କର ମଙ୍ଗଳ ହୋଇଥାଏ।
  • ଯଦି ଘରର ମୁଖ୍ୟ ଦ୍ୱାରରେ ରେ ଗଣେଶଙ୍କ ପ୍ରତିମା ଲଗାଇଛନ୍ତି ତେବେ ଘର ଭିତରେ ବିପରୀତ ପାର୍ଶ୍ଵର କାଂଥରେ ଆଉ ଏକ ପ୍ରତିମା ଲଗାନ୍ତୁ ଯାହା ଦ୍ୱାରା ଦୁଇ ପଟରୁ ଆପଣଙ୍କର ଘରର ବାସ୍ତୁ ଦୋଷ ଦୂର ହେବ।

ଆଶା କରୁଛୁ ଏହି ଆର୍ଟିକିଲ୍‌ଟିରେ ଥିବା ଗଣେଶ ଠାକୁରଙ୍କ ସମ୍ଭନ୍ଧିତ ସୁଚନାଟି ସମସ୍ତଙ୍କ ପାଇଁ ଦରକାରୀ । ସୁଚନାଟି ଭଲ ଲାଗିଲେ Like ଓ Share କରିବାକୁ ଭୁଲିବେ ନାହିଁ | ଯଦି ଆପଣଙ୍କୁ ଆମର ଏହି ଆଟିକିଲ୍‌ ଟି ପସନ୍ଦ ଆସିଥାଏ ତେବେ ନିଜ ମତାମତ Comment କରି ନିଶ୍ଚୟ ଜଣାନ୍ତୁ 

ଦୟାକରି ନୂଆଁ ନୂଆଁ ବିଷୟରେ ଜାଣିବା ପାଇଁ ଆମ ପୋଷ୍ଟକୁ ନିଶ୍ଚୟ ଆରମ୍ଭ ଠୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ |

ଧନ୍ୟବାଦ

Post a Comment

0 Comments