ଗଣେଶ ଭଗବାନଙ୍କର ପୂଜା କରିବାର ସଠିକ ବିଧି
ଭାଦ୍ରବ ମାସ ଶୁକ୍ଳ ଚତୁର୍ଥୀରେ ଆଦିଦେବ ଗଣେଶଙ୍କର ପୂଜା କରାଯାଏ । ପ୍ରଭୁ ଗଣେଶ ହେଉଛନ୍ତି ସିଦ୍ଧି, ସମୃଦ୍ଧି, ବିବେକର ଓ ଜ୍ଞାନର ଭଣ୍ଡାର । ଅନ୍ୟ ଦେବାଦେବୀଙ୍କ ମଧ୍ୟରୁ ଭଗବାନ ଗଣେଶଙ୍କୁ ପୂଜନୀୟ ବୋଲି କୁହାଯାଇଛି । ତେଣୁ ଯେ କୌଣସି ଧାର୍ମିକ ବା ମାଙ୍ଗଳିକ କାର୍ଯ୍ୟରେ, ପୂଜା ଓ ହୋମ ବା ଯଜ୍ଞ ପୂର୍ବରୁ ପ୍ରଥମେ ଗଣେଶଙ୍କୁ ଆବାହନ କରାଯାଏ । ଭଗବାନ ଗଣେଶ ଭକ୍ତଙ୍କ ସମସ୍ତ ବାଧା ବିଘ୍ନ ଦୂର କରିଥାନ୍ତି । ସେଥିପାଇଁ ତାଙ୍କୁ ବିଘ୍ନ ବିନାଶକ ଓ ବିଘ୍ନହର୍ତ୍ତା ବୋଲି କୁହାଯାଏ । ଏହି ଚତୁର୍ଥୀ ବ୍ରତ କରିବା ଦ୍ୱାର ଜୀବନର ସବୁ କଷ୍ଟ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି ।
କିନ୍ତୁ ଗଣେଙ୍କର ପୂଜା କରିବା କିମ୍ବା ତାଙ୍କ ମନ୍ତ୍ର ଜପ କରିବା ସମୟରେ ପ୍ରାୟତଃ ଲୋକମାନେ ବହୁତ ଭୁଲ କରିଦେଇଥାନ୍ତି । ଆଜି ଆମେ ଆପଣମାନଙ୍କୁ ଗଣେଶ ଭଗବାନଙ୍କର ପୂଜା କରିବାର ସଠିକ ବିଧି ଏବଂ ତାଙ୍କ ପୂଜାରେ ବ୍ୟବହାର ହେଉଥିବା ମନ୍ତ୍ର ବିଷୟରେ କହିବାକୁ ଯାଉଛୁ ।
ଗଣପତିଙ୍କର ପୂଜା ବିଧି ଓ ମନ୍ତ୍ରର ଜପ :-
- ସୂର୍ୟ୍ୟ ଉଦୟ ପୂର୍ବରୁ ଉଠି ସ୍ନାନ ସାରି ହାଲୁକା ନାଲି ଏବଂ ହଳଦିଆ ରଙ୍ଗର ପରିଷ୍କାର ପୋଷାକ ଧାରଣ କରନ୍ତୁ ।
- ଗଣେଶ ପୂଜା ପାଇଁ ଗଣେଶ ମୂର୍ତ୍ତି, ଫୁଲ ଏବଂ ୨୧ଟି ଦୁବ ଆଣନ୍ତୁ।
- ବ୍ରାହ୍ମଣଙ୍କ ଦ୍ୱାରା ସଂକଳ୍ପ କରିବା ପରେ ହଳଦିଆ ରଙ୍ଗର ଗଣେଶ ମୂର୍ତ୍ତିଙ୍କୁ ଫୁଲ, ଚାଉଳ, ନୂଆ ନାଲି କପଡ଼ାର ଆସନ ଉପରେ ଦକ୍ଷିଣ ଦିଗକୁ ମୁଖ କରି ସ୍ଥାପନା କରନ୍ତୁ।
- ଭଗବାନ ଗଣେଶଙ୍କୁ ପୂଜା କରିବା ସମୟରେ ପୂର୍ବ ଓ ଉତ୍ତର ଦିଗକୁ ମୁହଁ କରିବା ବିଧେୟ |
- ମୂର୍ତ୍ତିର ଡାହାଣ ପାଶ୍ୱର୍ରେ ତମ୍ବା କିମ୍ବା ରୂପା କଳସରେ ପାଣି ରଖନ୍ତୁ। ଏହି କଳସକୁ ଚାଉଳ କିମ୍ବା ଫୁଲ ଉପରେ ସ୍ଥାପନା କରନ୍ତୁ।
ଦୀପ ଜଳାଇବା
- ଗଣେଶଙ୍କ ମୂର୍ତ୍ତି ବାମ ପାଶ୍ୱର୍ରେ ଘିଅ ଦୀପ ରଖନ୍ତୁ। ଏହି ଦୀପକୁ ମଧ୍ୟ ଫୁଲ କିମ୍ବା ଚାଉଳ ଉପରେ ରଖନ୍ତୁ ।
- ଦୀପ ଜଳାଇବା ବେଳେ ଏହି ମନ୍ତ୍ରକୁ ଉଚ୍ଚାରଣ କରନ୍ତୁ –
ଦୀପଂ ଗୃହାଣ ଦେବେଶ ତ୍ରୈଲୋକ୍ୟତିମିରାପହମ୍,
ଭକ୍ତ୍ୟା ଦୀପଂ ପ୍ରୟଚ୍ଛାମି ଦେବାୟ ପରମାତ୍ମନେ,
ତ୍ରାହି ମାଂ ନିରୟାଦ୍ ଘୋରଦ୍ଦୀପଜ୍ୟୋତ ।“
ପୁଷ୍ପ ଅର୍ପଣ
- ଗୋଲାପ ଫୁଲ ଚଢାନ୍ତୁ । ଏହା ସହ ଗଣେଶ ଭଗବାନଙ୍କୁ 21ଟି ଦୁବ ଅର୍ପଣ କରନ୍ତୁ ।
- ଫୁଲ ଓ ଦୁବ ଦେବା ସମୟରେ ଶ୍ରୀ ଗଣେଶଙ୍କର ୧୦ଟି ନାମ ଉଚ୍ଚାରଣ କରିନ୍ତୁ ଏବଂ ପ୍ରତି ଗୋଟିଏ ନାମ ଉଚ୍ଚାରଣ ସମୟରେ ଦୁଇଟି ଦୁବ ଚଢ଼ାନ୍ତୁ। ଶେଷରେ ରହିଥିବା ଗୋଟିଏ ଦୁବକୁ ବରଦା ଗଣେଶଙ୍କ ନାମରେ ଚଢ଼ାନ୍ତୁ।
- ମାଲ୍ୟାର୍ପଣ ବା ଫୁଲ ଅର୍ପଣ କରିବା ସମୟରେ ଏହି ମନ୍ତ୍ରକୁ ଜପ କରନ୍ତୁ ।
ମୟାହୃତାନି ପୁଷ୍ପାଣି ଗୃହ୍ଯନ୍ତାଂ ପୂଜନାଯ ଭୋ: ।”
ସିନ୍ଦୁର ଅର୍ପଣ
- ଗଣେଶଙ୍କୁ ଚନ୍ଦନ, ସିନ୍ଦୁର ଓ ଅକ୍ଷତ ସହିତ ପୂଜା ଓ ଆବାହନ କରନ୍ତୁ। କିନ୍ତୁ ମନେ ରଖନ୍ତୁ ଗଣେଶଙ୍କୁ ଆଦୌ ତୁଳସୀ ଚଢ଼ାଇବେ ନାହିଁ। ଗଣେଶଙ୍କ ଫଟୋ ଆଣି ପୂଜା କରୁଥିଲେ, ତାଙ୍କ ସହ ଦେବ ଦେବ ମହାଦେବ ଓ ମା’ ପାର୍ବତୀଙ୍କ ଚିତ୍ର ଥିବା ଫଟୋ ରଖନ୍ତୁ।
- ସିନ୍ଦୁର ଅର୍ପଣ କରିବା ସମୟରେ ଏହି ମନ୍ତ୍ରର ଜପ କରିବା ଉଚିତ ।
ଶୁଭଦଂ କାମଦଂ ଚୈବ ସିନ୍ଦୂରଂ ପ୍ରତିଗୃହ୍ୟତାମ୍ ।”
ନୈବେଦ୍ୟ ଅର୍ପଣ
- ଯଦି ପୂଜାଘରେ ପୂର୍ବରୁ ଗଣେଶ ମୂର୍ତ୍ତି କିମ୍ବା ଫଟୋ ରହିଛି, ତେବେ ଗଣେଷଙ୍କର ଅନ୍ୟ ମୂର୍ତ୍ତି କିମ୍ବା ଫଟୋ ଆଣନ୍ତୁ ନାହିଁ |
- ପୂଜା ଘରେ ଗୋଟିଏ ଠାକୁରଙ୍କ ଦୁଇଟି ମୂୂର୍ତ୍ତି ରହିବା ଅଶୁଭ।
- ପୂଜା ସରିବା ପରେ ଗଣେଶଙ୍କୁ ୨୧ଟି ମୋଦକ ଭୋଗ ଲଗାନ୍ତୁ। ବେସନରଲଡ଼ୁ ଭୋଗ କରୁଥିଲେ ମଧ୍ୟ ୨୧ଟି ଲଡ଼ୁ ହିଁ ଭୋଗ ଲଗାନ୍ତୁ। ଫଳ ଓ ଅନ୍ୟ ମିଠା ଜିନିଷ ମଧ୍ୟ ଭୋଗ ଲଗାଇପାରିବେ।
- ଗଣେଶ ପୂଜାରେ ଲାଲ୍ ରଙ୍ଗର ମହତ୍ୱ ଅଧିକ ଥାଏ। ତେଣୁ ଏ ପ୍ରତି ଧ୍ୟାନ ଦେବେ।
- ଭଗବାନଙ୍କୁ ପ୍ରସାଦ ଚଢାଇବା ସମୟରେ ଏହି ମନ୍ତ୍ରର ଜପ କରିବା ଦରକାର ।
ଈପ୍ସିତଂ ମେ ବରଂ ଦେହି ପରତ୍ର ଚ ପରାଂ ଗରତିମ୍,
ଶର୍କରାଖଣ୍ଡଖାଦ୍ଯାନି ଦଧିକ୍ଷୀରଘୃତାନି ଚ,
ଆହାରଂ ଭକ୍ଷ୍ୟଭୋଜ୍ଯଂ ଚ ନୈୱେଦ ।“
- ଏହି ଦିନ ଭୁଲରେ ମଧ୍ୟ ଚନ୍ଦ୍ର ଦର୍ଶନ କରିବେ ନାହିଁ।
- ଦୁବ ସହିତ ଫୁଲ, ୫ଟି ଅଳେଇଚ, ପାନପତ୍ର, ଗୁଆ ଓ ନଡ଼ିଆ ଗଣେଶଙ୍କୁ ଅର୍ପଣ କରନ୍ତୁ ।
- ୩, ୫, ୭ ଦିନ ପରେ ମୂର୍ତ୍ତି ବିସର୍ଜନ କରନ୍ତୁ । କିନ୍ତୁ ପ୍ରତ୍ୟେକ ଦିନ ଗଣେଶଙ୍କୁ ଲାଗି ହୋଇଥିବା ଫୁଲ ଓ ଦୁବ ବାହାର କରନ୍ତୁ। ନୂଆ ଫୁଲ ଓ ଦୁବକୁ ପୂର୍ବଭଳି ବିଧି ସହିତ ଗଣେଶଙ୍କୁ ଚଢ଼ାନ୍ତୁ ।
ଯଜ୍ଞ
ଗଣେଶଙ୍କର ପୂଜା ସମୟରେ ଯଜ୍ଞ କରିବାର ବିଶେଷ ମହତ୍ଵ ଅଛି ଏବଂ ସେହି ସମୟରେ ଏହି ମନ୍ତ୍ରର ଜପ କରନ୍ତୁ ।
“ନବଭିସ୍ତନ୍ତୁଭିର୍ଯୁକ୍ତଂ ତ୍ରିଗୁଣଂ ଦେବତାମୟମ୍,
ଉପବୀତଂ ମୟା ଦତ୍ତଂ ଗୃହାଣ ପରମେଶ୍ୱର ।“
ଗଣେଶଙ୍କର ପୂଜା ସମୟରେ ଯଜ୍ଞ କରିବାର ବିଶେଷ ମହତ୍ଵ ଅଛି ଏବଂ ସେହି ସମୟରେ ଏହି ମନ୍ତ୍ରର ଜପ କରନ୍ତୁ ।
ଏହି ବିଧି ଏବଂ ମନ୍ତ୍ର ସହିତ ଆପଣ ଯଦି ଗଣେଶ ଭଗବାନଙ୍କର ଉପାସନା କରନ୍ତି ତେବ ତାଙ୍କର କୃପା ଦୃଷ୍ଟି ସର୍ବଦା ଆପଣଙ୍କ ଉପରେ ରହିବ ଏବଂ ଆପଣଙ୍କର ସବୁ କାର୍ଯ୍ୟ ସଫଳ ହେବ ।
ଆଶା କରୁଛୁ ଏହି ଆର୍ଟିକିଲ୍ଟିରେ ଥିବା ଗଣେଶ ପୂଜା ସମ୍ଭନ୍ଧିତ ସୁଚନାଟି ସମସ୍ତଙ୍କ ପାଇଁ ଦରକାରୀ । ସୁଚନାଟି ଭଲ ଲାଗିଲେ Like ଓ Share କରିବାକୁ ଭୁଲିବେ ନାହିଁ | ଯଦି ଆପଣଙ୍କୁ ଆମର ଏହି ଆଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ନିଜ ମତାମତ Comment କରି ନିଶ୍ଚୟ ଜଣାନ୍ତୁ |
ଦୟାକରି ନୂଆଁ ନୂଆଁ ବିଷୟରେ ଜାଣିବା ପାଇଁ ଆମ ପୋଷ୍ଟକୁ ନିଶ୍ଚୟ ଆରମ୍ଭ ଠୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ |



0 Comments
Do you have any doubts or suggestions? Ask them here in the comments!