ବୁଧବାର ଦିନ ଭୁଲରେ ବି କରନ୍ତୁ ନାହିଁ ଏହି କାମ

 ବୁଧବାର ଦିନ ଭୁଲରେ ବି କରନ୍ତୁ ନାହିଁ ଏହି କାମ

ହିନ୍ଦୁଧର୍ମରେ ସପ୍ତାହର ପ୍ରତ୍ୟେକ ଦିନ ଖାସ୍‌ ହୋଇଥାଏ ଏବଂ ଏହାର ଅଲଗା ମହତ୍ତ୍ୱ ରହିଥାଏ। ବୁଧବାର ଦିନ ଯେଉଁଠି ବୁଧ ଗ୍ରହ ସମ୍ବନ୍ଧିତ ମାନା ଯାଇଥାଏ। କିନ୍ତୁ ବେଳେ ବେଳେ କିଛି ଲୋକ ଅଜାଣତରେ କିଛି ଏପରି କାମ କରିଥାଆନ୍ତି ଯେଉଁଥି ପାଇଁ ବୁଧ ଗ୍ରହ ଅସନ୍ତୁଷ୍ଟ ହେବାର କାରଣ ହୋଇଥାଏ ଏବଂ ଜୀବନରେ ଖରାପ ପ୍ରଭାବ ପଡ଼ିଥାଏ । ଏଥିପାଇଁ ଆଜି ଆମେ ଜାଣିବା ବୁଧବାର ଦିନ କେଉଁ କେଉଁ କାର୍ଯ୍ୟ କରିବା ଉଚିତ ଏବଂ କେଉଁ କାର୍ଯ୍ୟ କରିବା ଅନୁଚିତ୍‌ | 

ବୁଧବାର ଭୁଲରେ ବି କରନ୍ତୁ ନାହିଁ ଏହି କାମ :-

-ଶାଳୀ, ପିଇସି, ବିବାହିତ ଭଉଣୀ ଏବଂ ଝିଅଙ୍କୁ ଘରେ ନିୟନ୍ତ୍ରଣ ଦିଅନ୍ତୁ ନାହିଁ ।

- ପୁରୁଷଙ୍କୁ ଶାଶୁଘର ଯିବା ଅନୁଚିତ୍‌ |

-କନ୍ଯାଙ୍କ ଅପମାନ କରିବା ଅନୁଚିତ୍‌ ।

-କିନ୍ନରଙ୍କୁ ଥଟ୍ଟା ପରିହାସ କରନ୍ତୁ ନାହିଁ । ତାଙ୍କୁ ମଧ୍ଯ ଉପହାରସ୍ବରୂପ ଅର୍ଥ ଦାନ କରନ୍ତୁ ।

- ଟୁଥ ପେଷ୍ଟ, ଟୁଥ ବ୍ରଶ୍‌ ଏବଂ ବାଳ ସମ୍ବନ୍ଧୀୟ ଜିନିଷ କିଣନ୍ତୁ ନାହିଁ ।

-ପାନ ଖାଇବା ଅନୁଚିତ୍‌ |

-କ୍ଷୀର ଜଳାଇବା ଅନୁଚିତ୍‌ । କ୍ଷୀରି, ରାବିଡ଼ି ଆଦି ପ୍ରସ୍ତୁତ କରନ୍ତୁ ନାହିଁ ।

- ନୂଆ ଯୋତା ଏବଂ ଲୁଗା କିଣିବା ଏବଂ ପିନ୍ଧିବା ଅନୁଚିତ୍‌ |

-ଓସ୍ତ ଗଛରେ ପାଣିଦେବା ଅନୁଚିତ |

ଉଚିତ :-

-ବୁଧବାର ଦିନ ମୁଗ ଡାଲି, ଧନିଆଁ ପତ୍ର, ପାଳଙ୍ଗ ଶାଗ, ସୋରିଷ ଶାଗ, କଞ୍ଚା ଲଙ୍କା, ପିଜୁଳି, ଅମୃତଭଣ୍ତା ଆଦି ଘରକୁ ଆଣନ୍ତୁ ।

-ବାହାରକୁ ଗଲେ ପାନମଧୁରୀ ଖାଇକି ଯିବେ ଶୁଭ ହୋଇଥାଏ | 
ଆମ ହିନ୍ଦୁ ଧର୍ମରେ ପ୍ରଚଳିତ ଥିବା ପ୍ରଥା ବିଷୟରେ ଯାହା ଆପଣ ପାଳନ ତ କରନ୍ତି କିନ୍ତୁ ଏହା ପଛରେ ଥିବା କାରଣ ଆପଣ ଜାଣି ନାହାନ୍ତି । ହିନ୍ଦୁ ଧର୍ମରେ ବହୁତ ପ୍ରଥା ଏବଂ ପରମ୍ପରା କଥା କୁହାଯାଇଛି । ଏହି ପରମ୍ପରାରେ ଜଡିତ କିଛି ନିୟମ ଅଛି ଯାହାକୁ ଆମେ ପାଳନ କରୁ କିନ୍ତୁ ଏହି ନିୟମ ପଛର କାରଣ କଣ ଅନେକ ଲୋକଙ୍କୁ ଜଣାନଥାଏ ।

ଏହି ପରି ଏକ ନିୟମ ହେଉଛି ଝିଅ ବୁଧବାର ଦିନ ଶାଶୁଘରକୁ ଯାଇପାରିବ ନାହିଁ, ଏହି ନିୟମ ପଛର ଥିବା ରହସ୍ୟ ଅନେକ ଲୋକଙ୍କୁ ଜଣାନାହିଁ । ଆଜି ଆମେ ଏହି ନିୟମ ବିଷୟରେ ଜାଣିବା ।

  • ଶାସ୍ତ୍ର ଅନୁସାରେ ଯଦି ଆପଣ ନିଜ ଝିଅକୁ ବୁଧବାର ଦିନ ବିଦା କରୁଛନ୍ତି ତେବେ ଆପଣଙ୍କ ଝିଅର ଜୀବନ ଅତ୍ୟନ୍ତ ଦୁଃଖପୂର୍ଣ୍ଣ ରହିବ । ଯଦି ଆପଣଙ୍କ ଝିଅର ବୁଧ ଗ୍ରହ ଦଶା ଖରାପ ଥିବ ତେବେ ଆପଣ ଏହି ଭୁଲ ଜମା ବି କରନ୍ତୁ ନାହିଁ |
  • ବୁଧ ଗ୍ରହ ଚନ୍ଦ୍ରର ଶତୃ ଅଟନ୍ତି, ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚନ୍ଦ୍ରଙ୍କୁ ଯାତ୍ରାର କାରକ ଓ ବୁଧଙ୍କୁ ଲାଭର କାରକ କୁହାଯାଏ | ଏଥିପାଇଁ ଏହି ଗ୍ରହ ମାନଙ୍କର ପ୍ରଭାବ ବ୍ୟକ୍ତିଙ୍କ ଜୀବନରେ ପରିଲିଖିତ ହୁଏ ।
  • ବୁଧବାର ଝିଅକୁ ବିଦା କଲେ ରାସ୍ତ୍ରାରେ ଦୁର୍ଘଟଣା ହେବାର ଆଶଙ୍କା ଅଛି । 
  • କେବଳ ସେତିକି ନୁହେଁ ଏହି କାରଣରୁ ଆପଣଙ୍କ ଝିଅର ଶଶୁରଘର ସହ ସମ୍ପର୍କ ମଧ୍ଯ ଖରାପ ହୋଇପାରେ ।
  • ବୁଧବାର ଦିନ କୌଣସି ଯାତ୍ରା କରିବା ଜୀବନ ପ୍ରତି ବିପଦ ଆଣିଥାଏ | ଯଦି ବୁଧ ଖରାପ ସ୍ଥିତିରେ ଥିବେ ତେବେ ଦୁର୍ଘଟଣା କିମ୍ବା କିଛି ବି ଅନିଷ୍ଟ ହେବାର ସମ୍ଭାବନା ଅଛି ।

ଆଶା କରୁଛୁ ଏହି ଆର୍ଟିକିଲ୍‌ଟିରେ ଥିବା ବୁଧୁବାର ସମ୍ଭନ୍ଧିତ ସୁଚନାଟି ସମସ୍ତଙ୍କ ପାଇଁ ଦରକାରୀ । ସୁଚନାଟି ଭଲ ଲାଗିଲେ Like ଓ Share କରିବାକୁ ଭୁଲିବେ ନାହିଁ | ଯଦି ଆପଣଙ୍କୁ ଆମର ଏହି ଆଟିକିଲ୍‌ ଟି ପସନ୍ଦ ଆସିଥାଏ ତେବେ ନିଜ ମତାମତ Comment କରି ନିଶ୍ଚୟ ଜଣାନ୍ତୁ 

ଦୟାକରି ନୂଆଁ ନୂଆଁ ବିଷୟରେ ଜାଣିବା ପାଇଁ ଆମ ପୋଷ୍ଟକୁ ନିଶ୍ଚୟ ଆରମ୍ଭ ଠୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ |

ଧନ୍ୟବାଦ

Post a Comment

0 Comments