ଆମ ଜୀବନରେ କେତେକ ଫୁଲର ବିଶେଷତ୍ୱ

ଆମ ଜୀବନରେ କେତେକ ଫୁଲର ବିଶେଷତ୍ୱ


ପ୍ରତ୍ୟେକ ମଣିଷ ମଧ୍ୟରେ କେବେ ଏହି ଭାବନା ନଥାଏ କି ମୁଁ ଖୁସିରେ ନ ରୁହେ । ସମସ୍ତଙ୍କର ଆଶା ସେ କିପରି ସବୁ ସଙ୍କଟରୁ ମୁକ୍ତି ପାଉ ଖୁସିରେ ଜୀବନ ଯାପନ କରୁ। ସବୁବେଳେ ଲୋକଙ୍କର ଭାଗ୍ୟଫଳକୁ ବିଚାରକୁ ନିଆଯାଉଛି। ତାଙ୍କର କେଉଁ ଗୁଣ ତାଙ୍କ ଭାଗ୍ୟକୁ ପରିବର୍ତ୍ତନ ଆଣିଦେବ ସେଥି ନିମନ୍ତେ ସେମାନେ ପ୍ରତିଦିନ ନିଜର ରାଶିଫଳ ପଡିଥାନ୍ତି ।

ଆମ ମଧ୍ଯରେ ଇଶ୍ୱର ବିଶ୍ବାସୀ ଗୁଣ ରହିବା ଉଚିତ୍‌। ଜ୍ୟୋର୍ତିବିଦମାନଙ୍କ ଶିକ୍ଷା ଶାସ୍ତ୍ର ମୁତାବିକ୍‌ ଅନେକ ଉପାୟ ରହିଛି ଯାହା ଜଣେ ବ୍ୟକ୍ତି ନିଜର ଭବିଷ୍ୟତ ସମ୍ପର୍କରେ ଜାଣିପାରିବ । ତେଣୁ ଆଜି ଆମେ ସେହି ସମସ୍ତ ସଙ୍କଟରୁ କେମିତି ନିଜକୁ ଦୂରେଇ ପାରିବା ସେଥିପାଇଁ ଫୁଲର ଆଶ୍ରୟ ସହକାରେ ଆମେ ଆପଣ ମାନଙ୍କୁ ଏହାର ବିଶେଷତ୍ବ ସମ୍ପର୍କରେ କହିବୁ ।

ଅପରାଜିତା 

  • ଏହି ଫୁଲକୁ ଶଙ୍ଖପୁଷ୍ପ ଏବଂ ଗୋକର୍ଣ୍ଣ ଫୁଲ ମଧ୍ୟ କୁହାଯାଏ | ହୀରା ପଞ୍ଚମୀ ଦିନ କିଛି ନିତ୍ୟ କାମ ସପାମନା କରି ପାଞ୍ଚୋଟି ଅପରାଜିତା ଫୁଲକୁ ଆଣି ପଇସା ରଖୁଥିବା ଜାଗାରେ ରଖନ୍ତି ନା ତେବେ ଆପଣ ଙ୍କର ଧନପ୍ରାପ୍ତି ହୋଇଥାଏ ଏବଂ ଅଭାବ ଦୂର ରହେ |
  • ନିୟମିତ ଅନୁସାରେ ଏହା ପଇସା ରଖୁଥିବା ଜାଗାରେ ରଖିବେ ତେବେ ଆପଣଙ୍କର ଧନ ବଢ଼େ କାରଣ ନା ନୀଳ ଅପରାଜିତା ଫୁଲ ଭଗବାନ ଜଗନ୍ନାଥଙ୍କର ପ୍ରତିଦ୍ୱନ୍ଧି ଜଗନ୍ନାଥଙ୍କର ରଙ୍ଗ ସହିତ ସମାନତା ଥାଏ ଏବଂ ଲକ୍ଷ୍ମୀ ହେଉଛନ୍ତି ଧନର ପ୍ରତୀକ ଅଟନ୍ତି । ତେଣୁ ହୀରା ପଞ୍ଚମୀ ଦିନ ପ୍ରଭୃଙ୍କ ସହିତ ଲକ୍ଷ୍ମୀଙ୍କର ମନ ମନାନ୍ତର ହୋଇଥାଏ ପିତା ପୁତ୍ର ସହିତ ମନମନାନ୍ତର ହୋଇଥାଏ । 
  • ଆପଣ ଥରେ ଭାବନ୍ତୁ କି ଯଦି ମା ଲକ୍ଷ୍ମୀ ଏବଂ ବିଷ୍ଣୁ ଙ୍କର ଏହି ଫୁଲ ପସନ୍ଦ ତେବେ ଆପଣଙ୍କର ଧନର ଅଭାବ ଆଦୁ ରହିବ ନାହିଁ ତେଣୁ ଆପଣ ମାନେ ମାତା ଲକ୍ଷ୍ମୀ ଙ୍କୁ ସନ୍ତୁଷ୍ଟ କରିବା ପାଇଁ ହୀରାପଞ୍ଜମୀ ଦିନ ହିଁ ସେହି ଫୁଲକୁ ଟଙ୍କା ରଖୁଥିବା ଜାଗାରେ ରଖିବେ |

ଲୋଟସ୍ ଫୁଲ

  • ଏହାକୁ ଆଧ୍ୟାତ୍ମିକ ଫୁଲ ଭାବରେ ବିବେଚନା କରାଯାଏ | ଦେବତାମାନଙ୍କର ପୁଷ୍ପ । ଲାଲକମଳ ବା ସଫେଦକମଲ (ଶ୍ୱେତପଦ୍ମ) ହେଉ ତାହା ଦିବ୍ୟଚେତନାର ପ୍ରତୀକ । 
  • ଧଳା ଲୋଟସ ହେଉଛି ଶୁଦ୍ଧ ଏବଂ ଶକ୍ତିର ସର୍ବୋତ୍ତମ | 
  • ଲୋଟସ୍ ନଅ ଗ୍ରହ ଏବଂ ପୃଥିବୀର ସମଗ୍ର ଶକ୍ତି ସହିତ ଜଡିତ |  ଏହି ଫୁଲର ଅର୍ପଣ କରିବା ଅର୍ଥ ନିଜକୁ ଭଗବାନଙ୍କ ପାଦରେ ଉତ୍ସର୍ଗ କରିବା |
  • ପଙ୍କୁଆ/କାଦୁଆ ପୋଖରୀରେ ପଦ୍ମଜାତ ହୋଇ ଅତ୍ୟୁଚ୍ଚ ସ୍ଥାନକୁ ଯାଇଛି ପଦ୍ମ । ମନୁଷ୍ୟ ଏହି ଗୁଣକୁ ଉଦ୍ଧାର କରିବା ଉଚିତ । 
  • ଲାଲକମଳ ପାର୍ଥିବ ସଂମ୍ପଦ ଦିଏ ଓ ଶ୍ୱେତପଦ୍ମ ଯଥେଚ୍ଛା ଜ୍ଞାନ ଓ ଭକ୍ତି ଦିଏ । 

କଦଳୀ ଫୁଲ 

  • କଦଳୀ ଫୁଲ ଦେବୀ ଏବଂ ସୂର୍ଯ୍ୟ ଭଗବାନଙ୍କ ପୂଜାରେ ଏହାର ବିଶେଷ ବ୍ୟବହାର ରହିଛି | 
  • ନିୟମିତ ଭାବରେ ଦେବୀଙ୍କୁ ଅର୍ପଣ କଲେ ଗୁଜୁରାଣ ମେଣ୍ଟାଇବା, ଶତ୍ରୁ ଏବଂ ବିରୋଧୀଙ୍କ ଠାରୁ ଆରାମ ଦେଇଥାଏ |  
  • କଦଳୀ ଫୁଲ ମିଶାଇ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କଲେ, ସମସ୍ତ ପ୍ରକାର ଶାରୀରିକ ସମସ୍ୟାରୁ ଆରାମ ମିଳିଥାଏ |  
  • ଫୁଲ କେବଳ ସୁନ୍ଦର ଏବଂ ସୁଗନ୍ଧିତ ନୁହେଁ, କିନ୍ତୁ ଚମତ୍କାର ଶକ୍ତିରେ ମଧ୍ୟ ପରିପୂର୍ଣ୍ଣ |

ଲିଙ୍ଗସ୍ ପୁଷ୍

  •  ନାଗଲିଙ୍ଗ ପୁଷ୍ପ ଦକ୍ଷିଣାଆଫ୍ରିକୀୟ ପ୍ରଜାତିର । ଶିବଲିଙ୍ଗ ଉପରେ ନାଗଫଣା ବିସ୍ତାର କଲାଭଳି ପୁଷ୍ପର ଆକୃତି ।  
  • ଏହାର ଗୁରୁତ୍ୱ ବିଷଠାରୁ ନଗଣ୍ୟ ଏ ଫୁଲଟି ଖାଇଦିଅନ୍ତି ପ୍ରାୟ ବିଷ ଖାଇବା ଭଳି ପ୍ରଭାବ ସୃଷ୍ଟି କରେ । 
  • ନାଗଲିଙ୍ଗ ପୁଷ୍ପ ଯଦି ନମିଳିଲା ସେହି ଏକା ଫଳ ପ୍ରାପ୍ତି ପାଇଁ କଇଁ ବ୍ୟବହାର କରାଯାଇପାରେ ।

କାଗଜ ଫୁଲ 

  • ଏହି ଫୁଲ ନିରାପତ୍ତାର ପ୍ରତିକ । ଘର ଚାରି ପାଖରେ ଲଗାଇଲେ ଗୃହର ନିରାପତ୍ତା ରକ୍ଷାହୁଏ । 
  • ଭ୍ରମଣ ସମୟରେ ନିଜସହିତ ଗୋଛାଏ ଫୁଲ ନେଲେ ଦୁର୍ଘଟଣାରୁ ରକ୍ଷା ମିଳେ ।

କଖାରୁ ଫୁଲ

  • ଦକ୍ଷିଣ ଭାରତୀୟ ପରମ୍ପରାରେ କେତୋଟି କଖାରୁ ଫୁଲ ମଝିରେ ଧାନ ଫୁଲ ରଖି ଡିସେମ୍ବର-ଜାନୁଆରୀ ମାସରେ        ଗୋବର ପିଣ୍ଡୁଳା ଉପରେ ଥାପନ୍ତି । 
  • ଗ୍ରାମବାସୀଙ୍କର ବିଶ୍ୱାସ ସେମାନଙ୍କର ଗୃହ, ଗ୍ରାମ ଓ କ୍ଷେତରେ ସମୃଦ୍ଧି ବିରାଜମାନ କରିବ । 
  • ମା' କଖାରୁ ଫୁଲକୁ ପ୍ରାଚୁର୍ଯ୍ୟ କହନ୍ତି । ବୃହଷ୍ପତିଙ୍କର କଖାରୁ ଫୁଲ ଅତ୍ୟନ୍ତ ପ୍ରିୟ ।

ପାରିଜାତ 

  • ବ୍ରହ୍ମଦର୍ଶନ ପୁଷ୍ପ । ବ୍ରାହ୍ମମୁହୂର୍ତ୍ତରେ ଫୁଟେ । 
  • ଏହା ଅସାଧାରଣ ଯୋଗଶକ୍ତି ପ୍ରଦାନ କରେ । ମାନବ ସମାଜର କଲ୍ୟାଣ ପାଇଁ କୃଷ୍ଣ ଏ ପୁଷ୍ପକୁ ମର୍ତ୍ତ୍ୟକୁ ଆଣିଥିଲେ ।

ଗୋଲାପ

  • ବିଭିନ୍ନ ପ୍ରକାରର ଅଛନ୍ତି । ମାନବିକ ପ୍ରେମ ପ୍ରକାଶର ପୁଷ୍ପ ଏହି ଗୋଲାପ । 
  • ଅଗସ୍ତ୍ୟ ମୁନି କହିଛନ୍ତି ଗୋଟିକିଆ ଗୋଲାପ ମୁଣ୍ଡରେ ପିନ୍ଧିବା ଉଚିତ ନୁହେଁ । ଏହା କଳହ ଓ ଶତ୍ରୁତା ସୃଷ୍ଟିକରେ । ଗୋଟିକରୁ ଅଧିକ ଗୋଲାପ ପିନ୍ଧାଯାଇପାରେ । 
  • ହଳଦିଆ ଗୋଲାପ ଶକ୍ତିଶାଳୀ । ଏହା ପିନ୍ଧିଲେ ପ୍ରତିକାର୍ଯ୍ୟରେ ସଫଳତା ଆଣେ । 
  • ଲାଲ ଗୋଲାପ ନଅଗୋଟି ଏକତ୍ର କରି ଧନୁ ଆକାରରେ ମୁଣ୍ଡରେ ବାନ୍ଧିଲେ ପରିବାର ଭିତରେ ଭଲଭାବନା ସୃଷ୍ଟିକରିବ , ପିଲାମାନଙ୍କୁ ସଠିକ ମାର୍ଗରେ ନେବ । 

ଆଶା କରୁଛୁ ଏହି ଆର୍ଟିକିଲ୍‌ଟିରେ ଥିବା ଫୁଲ ସମ୍ଭନ୍ଧିତ ସୁଚନାଟି ସମସ୍ତଙ୍କ ପାଇଁ ଦରକାରୀ । ସୁଚନାଟି ଭଲ ଲାଗିଲେ Like ଓ Share କରିବାକୁ ଭୁଲିବେ ନାହିଁ | ଯଦି ଆପଣଙ୍କୁ ଆମର ଏହି ଆଟିକିଲ୍‌ ଟି ପସନ୍ଦ ଆସିଥାଏ ତେବେ ନିଜ ମତାମତ Comment କରି ନିଶ୍ଚୟ ଜଣାନ୍ତୁ | 

ଦୟାକରି ନୂଆଁ ନୂଆଁ ବିଷୟରେ ଜାଣିବା ପାଇଁ ଆମ ପୋଷ୍ଟକୁ ନିଶ୍ଚୟ ଆରମ୍ଭ ଠୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ |

ଧନ୍ୟବାଦ

Post a Comment

0 Comments