ଅଳତାର ବ୍ୟବହାର କାହିଁକି କରିବେ ?

ଅଳତାର ବ୍ୟବହାର କାହିଁକି କରିବେ ?

ଅଳତା ଏକ ପ୍ରକାର ତରଳ ନାଲି ରଙ୍ଗ | ଏହି ଦ୍ରବ୍ୟ ହାତପାପୁଲି ଏବଂ ପାଦକୁ ସଜାଇବା ପାଇଁ ବ୍ୟବହାର କରାଯାଏ । ଭାରତୀୟ ବିବାହ ପରମ୍ପରାର ଏହା ଏକ ଅଭିନ୍ନ ଅଙ୍ଗ । "ଷୋହଳ ଶୃଙ୍ଗାର" ପ୍ରକ୍ରିୟାର ଅଳତା ଏକ ମୁଖ୍ୟ ପ୍ରସାଧନ ସାମଗ୍ରୀ। ଏହା ଖାଲି ମହିଳା ମାନଙ୍କ ପାଦକୁ ସୁନ୍ଦର କରିନଥାଏ ଏହା ମହିଳା ମାନଙ୍କୁ ବିଭିନ୍ନ ସମସ୍ୟାରୁ ମୁକ୍ତ କରିଥାଏ  |

ଆପଣ ମାନେ ପୌରାଣିକ ବିଷୟ ବସ୍ତୁକୁ ଦେଖିଥିବେ ସମସ୍ତ ଦେବୀମାନେ ଅଳତା ପିନ୍ଧିଥିବାର ଦେଖାଯାଏ ଏବଂ ମା ଲକ୍ଷ୍ମୀଙ୍କର ଅଳତାକୁ ନେଇ ଏକ ନାମ ମଧ୍ଯ ଅଛି । ଯାହାକୁ ରକ୍ତ ଚରଣ ବୋଲି କୁହାଯାଏ । ଯେମିତି ମା ଲକ୍ଷ୍ମୀଙ୍କର  ପାଦରେ ଖାଲି ନଥାଏ ଠିକ୍‌ ସେହିପରି ବିବାହିତ ମହିଳା ମାନଙ୍କର ପାଦକୁ ଖାଲି ରଖିବା ଉଚିତ୍‌ ନୁହେଁ ସଦାସର୍ବଦା  ଅଳତାର ଶୃଙ୍ଗାର କରିବା ଉଚିତ୍‌ । ଶ୍ରୀକୃଷ୍ଣ ରାଧାଙ୍କ ପାଦରେ ଅଳତା ଲଗାଇଦେଉଥିବାର ଦୃଶ୍ୟ ମଧ୍ୟ ପୌରାଣିକ ଆଖ୍ୟାନମାନଙ୍କରେ ବର୍ଣ୍ଣିତ ।

ଆଜି ଆମେ ଏହି ଲେଖା ମାଧ୍ଯମରେ ଜାଣିବା ଅଳତା ଲଗାଇବାର ବିଧିବିଧାନ ସମ୍ପର୍କରେ, ଆପଣ କିପରି ଭାବରେ  ଅଳତା ଲଗାଇବେ ସମସ୍ତ ଦୁଖଃକଷ୍ଟ ଦୂର ହେବ | ଏହା ସହିତ ମାତା ଲକ୍ଷ୍ମୀଙ୍କର ଆର୍ଶୀବାଦ ସଦାସର୍ବଦା ଆପଣଙ୍କ ଉପରେ ରହିବ    

ଅଳତାର ବ୍ୟବହାର :-

  • ଡ଼ିଶାରେ ପ୍ରାୟ ସବୁ ପର୍ବପର୍ବାଣୀ ଓ ଉତ୍ସବରେ ସ୍ତ୍ରୀଲୋକମାନେ ପ୍ରସାଧନ ସାମଗ୍ରୀ ଭାବେ ବ୍ୟବହାର କରିଥାନ୍ତି ।
  • ଏହା କେବଳ ପାଦର ସୌନ୍ଦର୍ଯ୍ୟ ବୃଦ୍ଧି କରାଏ ନାହିଁ ବରଂ ଶରୀରକୁ ଶୀତଳତା ମଧ୍ୟ ପ୍ରଦାନ କରିଥାଏ ।
  • ଅଳତାର ରଙ୍ଗ ରକ୍ତର ରଙ୍ଗ ସହିତ ସମାନ, ଯାହାକି ପ୍ରଜନନ ଶକ୍ତି ଏବଂ ସମୃଦ୍ଧିର ସୂଚକ ଅଟେ  | 
  • ବିବାହିତ ମହିଳାମାନେ ନିଜ ନିଜ ସ୍ୱାମୀଙ୍କ ମଙ୍ଗଳ ପାଇଁ ଅଳତା ଲଗାଇଥାନ୍ତି । 
  • ବିବାହରେ ପ୍ରସାଧନ ଦ୍ରବ୍ୟ ବ୍ୟତୀତ ବିବାହ ପରବର୍ତ୍ତୀ ଏକ ନୀତିରେ ମଧ୍ୟ ଅଳତାର ବ୍ୟବହାର କରାଯାଇଥାଏ। ନବବଧୂ ନିଜ ଶାଶୁଘରେ ପ୍ରବେଶ କରିବା ପୂର୍ବରୁ ପ୍ରଥମେ ଅଳତା ଥିବା ଏକ ପାତ୍ରରେ ପାଦ ରଖନ୍ତି, ତା'ପରେ ଗୃହପ୍ରବେଶ କରନ୍ତି । ଏହାଦ୍ୱାରା ନୂଆବୋହୁଟିର ପାଦଚିହ୍ନ ଭୂମିରେ ପଡେ, ଯାହାକୁ ଘରକୁ ଲକ୍ଷ୍ମୀଙ୍କ ପ୍ରବେଶ ହେଲା ବୋଲି ଗ୍ରହଣ କରାଯାଏ ।
  • ଏହା ଦ୍ୱାରା ଗୃହରେ ସକରାତ୍ମକ ଉର୍ଜ୍ଜ| ପ୍ରବେଶ କରିଥାଏ ଯାହାଫଳରେ ଘରେ ସୁଖ ସମୃଦ୍ଧି ପ୍ରବେଶ କରିଥାଏ ।
  • ଆପଣ ମାନେ ଜାଣିଥିବେ ଆମ ହିନ୍ଦୁ ଧର୍ମରେ ନୂଆଁ ବିବାହିତ ମହିଳା ମାନେ ଅଳତା ଲଗାଇଥାନ୍ତି ଏବଂ ବିବାହ ପରେ ସେମାନେ ସକାଳୁ ଉଠି ନିଜର ନିତ୍ଯକର୍ମ ସାରି ଶାଶୁ,ନଣନ୍ଦ ଓ ଅନ୍ୟ ମହିଳା ମାନଙ୍କୁ ପ୍ରଥମେ ଅଳତା ଲଗାଇ ତାଙ୍କ ପାଖରୁ ଆର୍ଶିବାଦ ନେଇଥାଏ ଏବଂ ପରେ ନିଜେ ଅଳତା ଲଗାଇଥାନ୍ତି ।
  • ଏହ ଦ୍ୱାରା ଗୃହକୁ କେବେ ଅଶାନ୍ତି ଆସିନଥାଏ | ଦୁଖ ଦୁର୍ଦ୍ଦଶା ଆସିନଥାଏ ବରଂ ମା ଲକ୍ଷ୍ମୀଙ୍କର କୃପା ଘରେ ପଡିଥାଏ ଏବଂ ମା ଲକ୍ଷ୍ମୀଙ୍କର କୃପାଦୃଷ୍ଟି ପ୍ରାପ୍ତି ହୋଇଥାଏ । 
  • କିନ୍ତୁ କୁଆଁରୀ ମହିଳା ମାନେ ଅଧିକାଂଶ ସମୟ ପାଦକୁ ଖାଲି ରଖିଥାନ୍ତି | କିନ୍ତୁ ଏହା କରିବା ଉଚିତ୍‌ ନୁହେଁ । 
  • କାରଣ ରାହୁ ଏମିତି ଏକ ଗ୍ରହ ଯାହା ସଦା ଅଶାନ୍ତି, କଳୋହ, ଏବଂ ଦରିଦ୍ରତା କରିବାରେ ସର୍ବଦା ଚେଷ୍ଟା କରିଥାଏ ଏବଂ ରାହୁ ଗ୍ରହକୁ କେବଳ ଗୋଟିଏ ଜିନିଷ ହିଁ ଶାନ୍ତ କରିଥାଏ ତାହା ହେଉଛି ମା ଲକ୍ଷ୍ମୀଙ୍କର ପାଦ । ରାହୁ ଲାଲ ରଙ୍ଗର ପ୍ରତୀକ ହୋଇଥାଏ ଏବଂ ଲାଲ ରଙ୍ଗର ପାଦକୁ ମା ଲକ୍ଷ୍ମୀର ପାଦ ଦେଖିଲେ ରାହୁ ଶାନ୍ତ ହୋଇଥାଏ ।
  • ଶାସ୍ତ୍ରୀୟ ନୃତ୍ୟ ଯେପପରିକି ଓଡିଶୀ,ଭାରତନାଟ୍ୟମ,କଥକ,ମୋହିନୀନାଟ୍ୟମ,ମଣିପୁରୀ ଆଦି ନୃତ୍ୟଶୈଳୀରେ ନୃତ୍ୟଶିଳ୍ପୀମାନେ ଅଳତାକୁ ପ୍ରସାଧନରେ ବ୍ୟବହାର କରିଥାନ୍ତି । ପାପୁଲିରେ ସୁନ୍ଦରଭାବେ ଅଳତା ଲଗେଇବାଦ୍ୱାରା ନୃତ୍ୟର ହସ୍ତମୁଦ୍ରାଗୁଡିକ ଚମତ୍କାର ଦେଖାଯାଏ ।
  • ଇସଲାମୀୟ ଶାସନ ପ୍ରଭାବରେ ପ୍ରସାଧନ ସାମଗ୍ରୀ ହିସାବରେ ମେହେନ୍ଦୀ କ୍ରମେ ଅଳତାର ସ୍ଥାନ ନେଇଥିଲା ।
  • ସଧବା ମହିଳାମାନେ ଦେହ ତ୍ୟାଗ କଲେ ପରେ ସେମାନଙ୍କୁ ଅଳତା ଲଗାଇ ସ୍ମଶାନକୁ ନେଇଥାନ୍ତି। 

ଏପରି ସ୍ଥଳେ ଅଳତାର ବ୍ୟବହାର ନିଷେଧ :-

  • ଶାସ୍ତ୍ରରେ ଏହା ନିୟମ ଅଛିକି ଦକ୍ଷିଣ ଦିଗକୁ ମୁହଁ କରି ଲଗାଇବା ଅନୁଚିତ୍‌ ଏହା ନିଷେଧ ଅଟେ । 
  • ଘରର ମୁଖ୍ୟ ଦ୍ବାର ରେ କିମ୍ବା ଚୌକାଠ ଉପରେ ବସି ଅଳତା ଲଗାଇବା ବାରଣ ଅଟେ । 
  • ଅଳତା ଏକ ପବିତ୍ର ଜିନିଷ ତେଣୁ ଏହାକୁ ପବିତ୍ର ସମୟରେ ଲଗାଇବା ଉଚିତ୍‌ ଏବଂ ଅପବିତ୍ର ସମୟରେ ଏହା ଲଗାଇବା ଅନୁଚିତ୍‌ । 
  • ମହିଳା ମାନଙ୍କର ମାସିକ ଧର୍ମ ସମୟରେ , କିମ୍ବା ଶୁଦ୍ଧକ୍ରିୟା , କାହାର ମୃତ୍ୟୁ ସମୟରେ ପାଦରେ ଅଳତା ଲଗାଇବା ନିଶେଧ ହୋଇଥାଏ | 
Image Source - So Saree

ମାତା ଲକ୍ଷ୍ମୀଙ୍କ ଆର୍ଶୀବାଦ ପାଇବା ପାଇଁ :-

ଅଳତାର ଅନେକ ମହାତ୍ମ୍ୟ ରହିଛି ମା ଲକ୍ଷ୍ମୀଙ୍କ ଆର୍ଶୀବାଦ ପାଇବା ପାଇଁ ଆଉ ଏକ ଉପାୟ ରହିଛି ଯାହାକି ଶାସ୍ତ୍ରରେ ବର୍ଣ୍ଣିତ ରହିଛି ।

  • ବୁଧବାର ରାତିର ସରିଆସୁଥିବ ଏବଂ ଗୁରୁବାର ହେଉଥିବ ଏହି ମୁହୂର୍ତ୍ତକୁ ବ୍ରହ୍ମ ମୁହୂର୍ତ୍ତ ବୋଲି କୁହାଯାଏ । ଏହି ମୁହୂର୍ତ୍ତରେ ଆପଣ ମା ଲକ୍ଷ୍ମୀଙ୍କର ପାଦ ଚିହ୍ନ ଅଳତାରେ ଆଙ୍କି ଦିଅନ୍ତୁ । 
  • ଆପଣଙ୍କୁ ମୁଖ୍ୟ ଦ୍ୱାରରେ ହେଉ କିମ୍ବା ଠାକୁର ଘରର ବନ୍ଧ ତଳେ ହେଉ ଅଳତାରେ ମା'ଙ୍କର ପାଦ ଚିହ୍ନ ଆଙ୍କି ଦିଅନ୍ତୁ ।
  • ସେହି ପାଦ ଚିହ୍ନ୍ନ ପାଖରେ ବସି ମା ଲକ୍ଷ୍ମୀଙ୍କୁ ଆବାହନ କରନ୍ତୁ ଏହି ପାଦ ଉପରେ ଦୁବ, ବରକୋଳିପତ୍ର , ଅରୁଆ ଚାଉଳ ମନ୍ଦାର ଫୁଲ , ଏବଂ ଅନ୍ୟ ପୁଷ୍ପ ଅର୍ପଣ କରନ୍ତୁ ଓ ଧୁପ ଅଗରବତୀ ଲଗାଇ ପୂଜା ଅର୍ଚ୍ଚନା କରନ୍ତୁ ,ଏମିତି କରିବା ଦ୍ୱାରା ମା ଲକ୍ଷ୍ମୀଙ୍କ ଆର୍ଶୀବାଦ ମିଳିଥାଏ |

ଆଶା କରୁଛୁ ଏହି ଆର୍ଟିକିଲ୍‌ଟିରେ ଥିବା ଅଳତା ସମ୍ଭନ୍ଧିତ ସୁଚନାଟି ସମସ୍ତଙ୍କ ପାଇଁ ଦରକାରୀ । ସୁଚନାଟି ଭଲ ଲାଗିଲେ Like ଓ Share କରିବାକୁ ଭୁଲିବେ ନାହିଁ | ଯଦି ଆପଣଙ୍କୁ ଆମର ଏହି ଆଟିକିଲ୍‌ ଟି ପସନ୍ଦ ଆସିଥାଏ ତେବେ ନିଜ ମତାମତ Comment କରି ନିଶ୍ଚୟ ଜଣାନ୍ତୁ | 

ଦୟାକରି ନୂଆଁ ନୂଆଁ ବିଷୟରେ ଜାଣିବା ପାଇଁ ଆମ ପୋଷ୍ଟକୁ ନିଶ୍ଚୟ ଆରମ୍ଭ ଠୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ |

ଧନ୍ୟବାଦ

Post a Comment

0 Comments