ଅଧିକ ଥର କାଢ଼ା ପିଇବା ଆମ ସ୍ଵାସ୍ଥ୍ୟ ପାଇଁ ହାନିକାରକ
କରୋନା ବିଶ୍ୱର ପ୍ରାୟ ସମସ୍ତ ଦେଶରେ ନିଜର କାୟା ବିସ୍ତାର କରିଚାଲିଛି। ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ସହ କରୋନା ଭାଇରସ୍ କବଳରୁ ରକ୍ଷା ପାଇବା ନିମନ୍ତେ “କାଢା ପିଇବା'କୁ ଅଧିକାଂଶ ଲୋକେ ପ୍ରାଧନ୍ୟ ଦେଉଛନ୍ତି । ବିଶେଷଜ୍ଞ ଦଳ ନିକଟରେ ଏହା ଉପରେ ଅନୁଧ୍ଯାନ କରି ତଥ୍ୟ ପ୍ରକାଶ କରିଛନ୍ତି । କାଢ଼ା ଦିନକୁ ଥରୁଟିଏ, ସକାଳବେଳା ପିଇବା ଉଚିତ । ହେଲେ ସାଧାରଣ ଲୋକଙ୍କ ଚିନ୍ତାଧାରା ଯେ ଏହି ପାନୀୟକୁ ଅଧିକ ଥର ପିଇବା ସ୍ଵାସ୍ଥ୍ୟ ପାଇଁ ହିତକାରୀ। ପ୍ରକୃତରେ କିନ୍ତୁ ଅଧିକ ଥର କାଢ଼ା ପିଇବା ଆମ ସ୍ଵାସ୍ଥ୍ୟ ପାଇଁ ହାନିକାରକ ।
ବିଶେଷଜ୍ଞଙ୍କ କହିବାନୁସାରେ, କାଢାରେ ମହଜୂଦ୍ ଥିବା ତତ୍ତ୍ୱ ଆମ ବୃକକ୍ ଓ ଯକୃତ ଉପରେ ପ୍ରଭାବ ପକାଇଥାଏ । ଅଧିକ ଥର କାଢ଼ା ପିଇଲେ 'ଲିଭର୍ ଏପ୍ସିସ' ଓ ପେଟରେ ଅଲ୍ସର୍ ହେବାର ଆଶଙ୍କା ବଢ଼ିଥାଏ |
କାଢା ପିଇବାର ପ୍ରକୃଷ୍ଟ ସମୟ ହେଉଛି ସକାଳବେଳା । କରୋନାର ପ୍ରକୋପ ପରେ ୪୧% ଲୋକେ ୪-୫ଥର ଏହି ପାନୀୟ ପିଇଥିଲେ । ଏହା କାରଣରୁ ବରଂ ସେମାନଙ୍କ ସ୍ଵାସ୍ଥ୍ୟ ଅଧିକ ପ୍ରଭାବିତ ହୋଇଥିଲା ।
ଏଣୁ କାଢା ଅଧିକ ଥର ନ ପିଇ ନିଜ ଖାଦ୍ୟ ତାଲିକାରେ ପୋଷକତତ୍ତ୍ୱ ଭରପୂର ପନିପରିବା, ଫଳମୂଳକୁ ସାମିଲ କରାଇବା ଉଚିତ |
ସଂକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ବିଭିନ୍ନ ଉପାୟ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉଛି। ଏହାସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ କିଛି ଟିପ୍ସ ମଧ୍ୟ ଦିଆଯାଉଛି। ଯାହା କରୋନାଠାରୁ ରକ୍ଷା ପାଇବାରେ ସହାୟକ ହୋଇପାରିବ। ଜାଣନ୍ତୁ କିଭଳି ବୃଦ୍ଧି କରିବେ ରୋଗ ପ୍ରତିରୋଧକ ଶକ୍ତି...
କାଢା ପ୍ରସ୍ତୁତ କରି ପିଅନ୍ତୁ। କାଢାରେ ତୁଳସୀ, ଗୋଲମରିଚ, ଡ଼ାଲଚିନି, ଲବଙ୍ଗ, ତେଜପତ୍ର, ଅଦା, ଗୁଡ଼ ଆଦି ବ୍ୟବହାର କରନ୍ତୁ।
- କୌଣସି ପ୍ରକାରର ଆୟୁର୍ବେଦିକ ଚା' ବା କାଢ଼ା କୁ ଆଲୁମିନିୟମ ବାସନରେ ପ୍ରସ୍ତୁତ ନ ଉଚିତ |
- ଏହାକୁ ବହୁତ ସମୟ ପର୍ଯ୍ୟନ୍ତ ସିଝାଇବା ଉଚିତ ନୁହେଁ |
- ଏହାକୁ ଖାଦ୍ୟ ସହିତ ବା ଖାଦ୍ୟ ଗ୍ରହଣ ପରେ ଏବଂ ରାତିରେ ଶୋଇବା ପୂର୍ବରୁ ଏପରି ଚା' ପିଇବା ଆଦୌ ଉଚିତ ନୁହେଁ |
ନିୟମିତ ଉଷୁମ ପାଣି ପିଅନ୍ତୁ। ଆୟୁର୍ବେଦରେ ମଧ୍ୟ ଏହା ବିଷୟରେ ଉଲ୍ଲେଖ ରହିଛି। ଉଷୁମ ପାଣି ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଏହା ଖୁବ ଉପକାରୀ। ବିଭିନ୍ନ ରୋଗରୁ ଏହା ଶରୀରକୁ ଦୂରେଇ ରଖିଥାଏ। ଉଷୁମ ପାଣି ପିଇବା ଦ୍ୱାରା ଏହା ଗଳାରେ କୌଣସି ଜୀବାଣୁ ଶରୀର ମଧ୍ୟକୁ ପ୍ରବେଶ କରିବାକୁ ଦେଇନଥାଏ। ଜୀବାଣୁଙ୍କୁ ଦୁର୍ବଳ କରି ଦେଇଥାଏ।
- ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ନିମନ୍ତେ ପ୍ରତିଦିନ ଫଳ ଓ ଖିର ସେବନ କରିବା ଉଚିତ ।
- ଯୋଗ, ବ୍ୟାୟାମ କରିବା ସହ ପୋଷକତତ୍ତ୍ଵ ଭରପୂର ପନିପରିବା ଖାଇବା ଉପରେ ବରଂ ପ୍ରାଧାନ୍ୟ ଦିଅନ୍ତୁ । ଘରେ ହିଁ ନିୟମିତ ଯୋଗାସନ କରନ୍ତୁ। ଅତିକମରେ ୩୦ ମିନିଟ ଯାଏଁ ପ୍ରାଣାୟମ ଓ ଯୋଗ କରନ୍ତୁ। ଯୋଗ କରିବା ଦ୍ୱାରା ଶରୀର ସୁସ୍ଥ ରହିଥାଏ।
- ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ହଳଦୀ, ଜିରା, ଧନିଆ,ରସୁଣ ଭଳି ମସଲାର ନିଶ୍ଚୟ ବ୍ୟବହାର କରନ୍ତୁ। ମାତ୍ର ସଠିକ ମାତ୍ରାରେ ବ୍ୟବହାର କରିବେ।
- ନିୟମିତ ସକାଳେ ଏକ ଚାମଚ ଚବନପ୍ରାସ ଖାଆନ୍ତୁ। ମଧୁମେହ ରୋଗୀ ସୁଗାର ଫ୍ରି ଚବନପ୍ରାସ ଖାଆନ୍ତୁ।
- ଦିନ ମଧ୍ୟରେ ଥରେ କିମ୍ବା ୨ଥର ଖିରରେ ହଳଦୀ ବ୍ୟବହାର କରି ପିଅନ୍ତୁ।
- ଅଦା-ହଳଦୀ ଚା': ସାଧାରଣତଃ ଅଦା ଓ ହଳଦୀ ଏକ ଉତ୍ତମ ସମ୍ମିଶ୍ରଣ। ଏଣୁ ଏଥିରେ ତିଆରି ଚା' ଶରୀରର ବିଷାକ୍ତ ଉପାଦାନଗୁଡ଼ିକୁ ନଷ୍ଟକରି ଦିଏ। ଅଦା ପେଟର ଅମ୍ଳଦୋଷ ଓ ହଳଦୀ ରକ୍ତ ତଥା ଶ୍ୱସନ ସଂସ୍ଥାନଗତ ବିଷାକ୍ତଦୋଷକୁ ନଷ୍ଟ କରେ। ଏହା ଫଳରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ |
- ଖାଦ୍ୟରେ ଭିଟାମିନ - C ସାମିଲ କରନ୍ତୁ | ଯେପରିକି ଲେମ୍ଭୁ ର ବ୍ୟବହାର ପ୍ରତିଦିନ କରନ୍ତୁ |
- ନଡ଼ିଆ ତେଲ, ରାଶି ତେଲ , ଘିଅ ନାକର ପୁଡ଼ାରେ ସାମାନ୍ୟ ଲଗାନ୍ତୁ। ଦିନକୁ ଥରେ କିମ୍ବା ୨ ଥର ଏହାକୁ କରନ୍ତୁ।
- ୧ ଚାମଚ ରାଶି କିମ୍ବା ନଡ଼ିଆ ତେଲକୁ ପାଟି ଭିତରେ ରଖି କୁଳୁକୁଳୁ କରି ପକାଇ ଦିଅନ୍ତୁ।ଏହାପରେ ଉଷୁମ ପାଣିରେ କୁଳୁକୁଳୁ କରନ୍ତୁ। ଦିନକୁ ଥରେ କିମ୍ବା ୨ ଥର ଏହାକୁ କରନ୍ତୁ।
- ଜୁଆଣି ଓ ପୁଦିନାପତ୍ରକୁ ଉଷୁମ ପାଣିରେ ପକାଇ ଏହାର ବାଷ୍ପକୁ ଦିନକୁ ଥରେ କିମ୍ବା ୨ ଥର ବ୍ୟବହାର କରନ୍ତୁ।
- ପୋଦିନା ଚା': ଏହା 'ଆଣ୍ଟି ଅକ୍ସିଡାଣ୍ଟ' ବା ବିଷାକ୍ତ ଉପାଦାନ ବିରୋଧୀ ଗୁଣରେ ଭରପୂର। ଏହା ମଧ୍ୟ ଉତ୍କୃଷ୍ଟ ପାଚନକାରୀ। ଏହି ଚା' ପିଇବା ଦ୍ୱାରା ମାନସିକ ଅବସାଦ ବା ଚିନ୍ତା ଆଦି ଦୂର ହୋଇଥାଏ।
- ଗଳା କୁଣ୍ଢାଇହେବା ଭଳି ଅନୁଭବ ହେଲେ ଲବଙ୍ଗ ଗୁଣ୍ଡରେ ଅଳ୍ପ ମହୁ ମିଶାଇ ପିଅନ୍ତୁ।
- ଲବଙ୍ଗ ଚା' ପିଇଲେ କଫଜ ସଂକ୍ରମଣରୁ ରକ୍ଷା ମିଳିବା ସହିତ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ଏହା ସର୍ଦ୍ଦି, କଫ, କାଶ ଆଦି ଥଣ୍ଡା ରୋଗର ପ୍ରତିଷେଧକ ହିସାବରେ ମଧ୍ୟ କାମ କରେ।
- ଯଷ୍ଠିମଧୁ ଚା': ଯଷ୍ଠିମଧୁ ବା ଯାଠି ମହୁ, ଧନ୍ୱନ୍ତରୀ (ଲେମନ୍ ଗ୍ରାସ୍) ଓ ଅଦା, ପୁଦିନା ମିଶା ଚା' ଶରୀରକୁ ଯଥେଷ୍ଟ ଶକ୍ତି ପ୍ରଦାନ ସହିତ ସ୍ଫୂର୍ତ୍ତି ଦିଏ ଓ ସଂକ୍ରମଣ ବିରୋଧରେ ଲଢ଼େଇ କରେ।
- ଗୋଲାପ ଚା': ଗୋଲାପ ଫୁଲ ଅତି ସହଜରେ ମିଳିଥାଏ। ଏହାର ପାଖୁଡ଼ା ସହିତ ଲବଙ୍ଗ, ଅଳେଇଚ, ଗୋଲମରିଚ ଆଦି ମିଶାଇ ଉତ୍ତମ ଚା' ପ୍ରସ୍ତୁତ କରାଯାଇପାରେ। ଏହାଦ୍ୱାରା ଶରୀରର ଗରମ ବା ଦାହ ହ୍ରାସ ହୋଇ ଜ୍ୱରର ଉପଶମ ଘଟେ। ଥଣ୍ଡା, କାଶ ଓ ସର୍ଦ୍ଦିପାଇଁ ମଧ୍ୟ ଏହା ଉପକାରୀ ହୋଇଥାଏ।
0 Comments
Do you have any doubts or suggestions? Ask them here in the comments!