ଶିବ ଚାଳିଶା ପାଠର ସଠିକ ଉପାୟ
ଶିବ ଚାଳିଶା ପାଠର ସଠିକ ଉପାୟ
ହିନ୍ଦୁ ଧର୍ମରେ ଶିବ ଚାଳିଶାର ମହିମା ବହୁତ ବେଶୀ | ପୂଜା ପାଠରେ ଏବଂ ହିନ୍ଦୁ ଧର୍ମରେ ଶିବ ଚାଳିଶାର ମହତ୍ତ୍ୱ ବହୁତ ରହିଛି । ଶିବ ଚାଳିଶା ପାଠ ଦ୍ୱାରା ଭଗବାନ ଶିବ ପ୍ରସନ୍ନ ହୋଇଥାନ୍ତି । ଫଳରେ ମନୋସ୍କାମନା ମଧ୍ଯ ପୁରଣ ହୋଇଥାଏ । ଶିବ ଚାଳିଶା ପାଠ ଦ୍ବାରା କଠିନ କାମ ମଧ୍ୟ ସରଳ ହୋଇଯାଇଥାଏ । ଶିବ ଚାଳିଶାର ୪୦ ପଂକ୍ତି ସରଳ ଶବ୍ଦରେ ବିଦ୍ୟମାନ ।
ଜାଣନ୍ତୁ ଶିବ ଚାଳିଶା ପାଠର ସଠିକ ଉପାୟ :-
-ସକାଳୁ ଶୀଘ୍ର ଉଠି ସ୍ନାନ କରି ସଫା ଲୁଗା ପିନ୍ଧିବେ। ପୂର୍ବ ଦିଗକୁ ମୁହଁ କରି କୁଶ ଆସନରେ ବସିବେ ।
-ପୂଜା ପାଇଁ ଧୂପ, ଧଳା ଚନ୍ଦନ, ଫୁଲ ମାଳ ଏବଂ ଧଳା ଅରଖ ଫୁଲ ୧୧ଟି ରଖିବେ |
-ଶିବଙ୍କ ପାଖରେ ମିଶ୍ରି ଭୋଗ ଲଗାଇବେ ।
-ଶିବ ଚାଳିଶା ପାଠ କରିବା ପୂର୍ବରୁ ଶୁଦ୍ଧ ଘିଅର ଦୀପ ଜଳାଇବେ ଏବଂ ଏକ ଢାଳରେ ପାଣି ରଖିବେ ।
-ଏହାପରେ ଚାଳିଶା ୩ଥର କିମ୍ବା ୫ଥର ଜପ କରିବେ । ଶିବ ଚାଳିଶା ପାଠ ବଡ ପାଟିରେ ଜପ କରିବେ |
-କାରଣ ଯେଉଁମାନେ ଏହି ଚାଳିଶା ଶୁଣିବେ ତାଙ୍କୁ ମଧ୍ଯ ଏହାର ଶୁଭ ଫଳ ମିଳିବ । ଶିବ ଚାଳିଶ ଜପ ସମ୍ପୂର୍ଣ ଏବଂ ଶ୍ରଦ୍ଧାର ସହ ଜପ କରିବେ ।
-ଚାଳିଶା ପାଠ କରି ସାରିବା ପରେ ଢାଳରେ ଥିବା ପାଣିକୁ ଘରେ ଚାରିଆଡେ ଛିଞ୍ଚି ଦେବେ ଏବଂ କିଛି ପାଣି ନିଜେ
ପିଇଦେବେ ।
-ଭୋଗ ଲଗାଇଥିବା ମିଶ୍ରି ଛୋଟ ପିଲାଙ୍କୁ ବାଣ୍ଟି ଦେବେ ଏବଂ ନିଜେ ମଧ୍ଯ ଗ୍ରହଣ କରିବେ ।
-"ଜୟ ଗଣେଶ ଗିରିଜା ସୁବନ ମଙ୍ଗଳ ମୂଲ ସୁଜାନ, କହତେ ଅଯୋଧ୍ୟା ଦାସ ତୁମ ଦେଓ ଅଭୟ ବରଦାନ" | ଦୁଃଖରୁ ମୁକ୍ତି ପାଇବା ପାଇଁ ଏହି ପଂକ୍ତିକୁ ସକାଳେ ୨୭ ଥର ଶିବଙ୍କ ସମ୍ମୁଖରେ ବସି ପଢିବେ ।
ଶିବ ଚାଳିଶା ଦ୍ୱାରା କିପରି ବରଦାନ ପାଇବେ :-
-ବ୍ରହ୍ମ ମୁହୂର୍ତ୍ତରେ ଧଳା ଆସନରେ ବସିବେ । ଉତ୍ତର ପୂର୍ବ କିମ୍ବା ପୂର୍ବ ଦିଗକୁ ମୁହଁ କରି ବସିବେ ।
-ଘିଅରେ ଦୀପ ଜଳାଇ 11 ଥର ଶିବ ଚାଳିଶା ପାଠ କରିବେ ।
-ପୂଜା ବେଳେ ଏକ ପାତ୍ରରେ ଜଳ ରଖିବେ ଏବଂ ମିଶ୍ରି ଭୋଗ କରିବେ | ଗୋଟିଏ ବେଲପତ୍ରକୁ ଓଲଟା କରି ଶିବଲିଙ୍ଗରେ
ଅର୍ପଣ କରିବେ ।
-ଯାହା ଚାହୁଁଛନ୍ତି ତାହା ଭଗବାନଙ୍କ ପାଖରେ ପ୍ରାର୍ଥନା କରି ୪୦ ଦିନ ପର୍ଯ୍ୟନ୍ତ ଲଗାତାର ଏହି ଉପାୟ କରିବେ |
ଧନ୍ୟବାଦ
0 Comments
Do you have any doubts or suggestions? Ask them here in the comments!