ପରିସ୍ରା ରଙ୍ଗ କହିବ ଆପଣଙ୍କ ଶରୀରର ସ୍ୱାସ୍ଥ୍ୟ ଅବସ୍ଥା

ପରିସ୍ରାର ରଙ୍ଗ କହିବ ଆପଣଙ୍କ ଶରୀରର ସ୍ୱାସ୍ଥ୍ୟ ଅବସ୍ଥା

Image Source - Everyonehealth

ଯେଉଁ ମଣିଷର ସ୍ୱାସ୍ଥ୍ୟ ସୁସ୍ଥ ଅଟେ ସେ ସୁଖୀ ଅଟେ । ସେଥିପାଇଁ ନିଜ ସ୍ଵାସ୍ଥ୍ୟର ଯତ୍ନ ନେବା ନିହାତି ଆବଶ୍ୟକ। କିନ୍ତୁ ଆମେ ନିଜ କାର୍ଯ୍ୟରେ ବ୍ୟସ୍ତ ରହିବା କାରଣରୁ ପ୍ରାୟତଃ ନିଜ ସ୍ବାସ୍ଥ୍ୟ୍ ର ଯତ୍ନ ନେଇ ପାରି ନଥାଉ । ଶରୀରରୁ ବର୍ଜ୍ୟବସ୍ତୁ ଆକାରରେ ନିର୍ଗତ ହେଉଥିବା ପଦାର୍ଥରୁ ମଧ୍ଯ ଶରୀର ସମ୍ବନ୍ଧିତ କେତେକ ତତ୍ତ୍ୱ ଜାଣି ହେବ | ଖାସ୍‌ କରି ପରିସ୍ରାର ରଙ୍ଗରେ ପରିବର୍ତ୍ତନ ଶରୀର ସମ୍ବନ୍ଧିତ ଅନେକ ସୂଚନା ମିଳିଥାଏ ।

ମଣିଷର ପରିସ୍ରାର ରଙ୍ଗ ଶରୀରରେ ହେଉଥିବା ରୋଗ ସହିତ ବଦଳୁଥାଏ । ପରିସ୍ରାର ସମ୍ବନ୍ଧ ସିଧା ଆମର ପେଟ ସହିତ ଜଡିତ ଥାଏ | ଯଦି ପେଟ ଆପଣଙ୍କର ଖରାପ ଥିବ ତେବେ ପରିସ୍ରାର ରଙ୍ଗ ମଧ୍ଯ ଅଲଗା ଅଲଗା ହେବା ନିଶ୍ଚିତ । ଯଦି ଆପଣଙ୍କର ପରିସ୍ରାର ରଙ୍ଗ ବଦଳୁଥାଏ ତେବେ ଏହି କିଛି ସଙ୍କେତରୁ ନିଶ୍ଚିତ କରି ପାରିବେ କି ଏବେ ଆପଣଙ୍କୁ କଣ କରିବା ଦରକାର | ଏବଂ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରିପାରିବେ |

1.ସ୍ପଷ୍ଟ ରଙ୍ଗ :-

-ପରିସ୍ରା ହାଲକା ସ୍ପଷ୍ଟ ରଙ୍ଗର ହେବା ମାନେ ଆମ ସ୍ୱାସ୍ଥ୍ୟ ଏକଦମ ଫିଟ ଓ ଫାଇନ ଅଛି |

-ଏହାଛଡା ପରିସ୍ରା ଯଦି ପୁରା ରୂପରେ ସଫା ହୋଇଥାଏ ତେବେ ଆପଣ ବହୁତ ଭଲ ଭାବରେ ହାଇଡ୍ରେଟେଡ ଅଛନ୍ତି । -ମାନେ ଆପଣଙ୍କର ଶରୀର ଦରକାର ଅନୁଯାୟୀ ଭଲ କାମ କରୁଛି |

2.ହଳଦିଆ ରଙ୍ଗ :-

-ପରିସ୍ରାର ରଙ୍ଗ ହଳଦିଆ ଏହା ଦର୍ଶେଇ ଥାଏ କି ଆପଣଙ୍କ ଶରୀର ହାଇଡ୍ରେଟ ହେଉନାହିଁ ।

-ଏହା ଅଧିକ ଝାଳ ବାହାରିବା ହାଇଡ୍ରେସନ ଲୋ ହେବା କାରଣରୁ ହିଁ ହୋଇଥାଏ |

-ପରିସ୍ରା ହଳଦିଆ ରଙ୍ଗର ହୋଇଥାଏ । ତେବେ ଜାଣିନିଅନ୍ତୁ ଶରୀରରେ ପାଣିର ଅଭାବ ହୋଇଛି |

-ଏପରି ସ୍ଥଳେ ଆପଣଙ୍କୁ ଅଧିକରୁ ଅଧିକ ପାଣି ଓ ତରଳ ପଦାର୍ଥ ସେବନ କରିବା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ଅଟେ ।

3.ଡାର୍କ ହଳଦିଆ :-

-ଯଦି ଆପଣ ଅତ୍ୟଧିକ ମେଡ଼ିସିନର ବ୍ଯବହାର ସବୁଦିନ କରୁଛନ୍ତି ତେବେ ଆପଣଙ୍କର ପରିସ୍ରାର ରଙ୍ଗ ଡାର୍କ ହଳଦିଆ ରଙ୍ଗ ବା ପାଉଁସିଆ ରଙ୍ଗରେ ପୁରାପୁରି ବଦଳି ଯାଏ ।

-ଏହି ରଙ୍ଗ ଲିଭର ସମସ୍ୟାକୁ ଦର୍ଶାଇଥାଏ ।

-ଅଧିକାଂଶ ଏହି ରଙ୍ଗ ଅଧିକ ମେଡ଼ିସିନ ଖାଇବା ଦ୍ୱାରା ହୋଇଥାଏ |

4. ସମ୍ୟକ ଲାଲ ରଙ୍ଗ :-

-ପରିସ୍ରାର ରଙ୍ଗ ସମ୍ୟକ ଲାଲ ରଙ୍ଗ ହୁଏ ତେବେ, ଏହାର କାରଣ ହେଉଛି ଆପଣ ଷ୍ଟ୍ରବେରୀ ଜାତୀୟ କୌଣସି ଖାଦ୍ୟ ପ୍ରଚୁର ପରିମାଣରେ ଖାଇଥିବେ ।

-ଯଦି ଏହି ସମସ୍ୟା ବାରମ୍ବାର ଦେଖାଦିଏ ତେବେ ଏହା ଆପଣଙ୍କ ପାଇଁ ଏକ ସମସ୍ୟାର ବିଷୟ ହୋଇପାରେ । ତେଣୁ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।
-ଏହା ସୂଚିତ ହୋଇଥାଏ ଯେ, ଆପଣଙ୍କ ରକ୍ତ କୋଷିକା ଗୁଡିକ ଖରାପ ହୋଇଯାଇଛି ଓ ପରିସ୍ରା ସହ ଏହି କୋଷିକା ଗୁଡିକ ମିଶି, ପରିସ୍ରାରେ ବାହାରି ଯାଉଛି ।

-ଏହା ଆପଣଙ୍କ ଜୀବନ ପ୍ରତି ବିପଦ ହୋଇପାରେ, ତେଣୁ ବିଳମ୍ବ ନ କରି ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।

5. ଗାଢ଼ ଲାଲ ଅଥବା କଳା :-

-ପରିସ୍ରାର ରଙ୍ଗ ଏହି ପରି ହେବ ଏକ ଗମ୍ଭାର ସମସ୍ୟା । ଏହା ଏହିପରି ରଙ୍ଗର ପରିସ୍ରାରୁ ଏହା ସୂଚନା ମିଳିଥାଏ ଯେ, ଆମ ଶରୀରରେ ଅନେକ ପ୍ରକାର ରୋଗ ବସା ବାନ୍ଧିଛି ।

-ଯେପରି ଲିଭର ଖରାପର ସୂଚନା, ହେପାଟାଇଟ୍ସ, ଟୁମର, ମେଲାନୋମା,ସିରୋସୀସ ଏହିପରି କେତେକ କାରଣ ହୋଇପାରେ |

6. ନାରଙ୍ଗୀ :-

-ପରିସ୍ରାରେ ଏହିପରି ରଙ୍ଗ ସେତେବେଳେ ହୋଇଥାଏ ଯେତେବେଳେ ଆପଣ କୌଣସି ଔଷଧ ସେବନ କରନ୍ତି କିମ୍ବା କମଳା ବା ଗାଜର ଖାଆନ୍ତି ବା ତାହାର ରସ ପିଅନ୍ତି, ତାଙ୍କର ପରିସ୍ରାର ରଙ୍ଗ ନାରଙ୍ଗି ହୋଇଥାଏ ।
-ଏମିତିରେ ଆପଣଙ୍କୁ ଡରିବାର କୌଣସି ଆବଶ୍ୟକତା ନାହିଁ ।

- କିନ୍ତୁ ବାରମ୍ବାର ହେଲେ ଡ଼କ୍ଟରଙ୍କୁ ପରାମର୍ଶ କରନ୍ତୁ |

7. ସମ୍ୟକ ଧଳା :-

-ପରିସ୍ରାର ରଙ୍ଗ ସମ୍ୟକ ଧଳା ସେତେବେଳେ ହୋଇଥାଏ ଯେତେବେଳେ ଆପଣଙ୍କ କିଡନୀରେ ଷ୍ଟୋନ ଜମାଟ ବାନ୍ଧିଥାଏ | ଡକ୍ଟରଙ୍କୁ ପରାମର୍ଶ କରନ୍ତୁ |

8. କ୍ଷୀରଭଳି ଧଳା:-

-ପରିସ୍ରା କ୍ଷୀର ଭଳି ଧଳା ରଙ୍ଗରେ ବଦଳିବା ଏହି କଥାକୁ ଦର୍ଶାଇ ଥାଏ କି ଆପଣଙ୍କ ୟୁରିନର ରାସ୍ତାରେ ବ୍ୟାକ୍ଟେରିଆ ବଢ଼ିବାକୁ ଲାଗିଛନ୍ତି ।

-ଏହି କଥା ଜଣା ପଡ଼ିବା ପରେ ଆପଣ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ସେଥିପାଇଁ ନିଜ ପରିସ୍ରା ଦ୍ବାରା ନିଜ ରୋଗ ବିଷୟରେ ଜାଣନ୍ତୁ ଓ ଡ଼କ୍ଟରଙ୍କ ପରାମର୍ଶ ମଧ୍ଯ ନିଅନ୍ତୁ ।

Post a Comment

0 Comments