ପରିସ୍ରା କରିବା ସମୟରେ ଏହି ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ

ପରିସ୍ରା କରିବା ସମୟରେ ଏହି ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ



ବୈଜ୍ଞାନିକଙ୍କ ମତ ଅନୁସାରେ ପରିସ୍ରା କରିବା ସମୟରେ କିଛି ଜିନିଷ ଉପରେ ବିଶେଷ ଧ୍ୟାନ ଦେବା ଉଚିତ | ଅଧିକାଂଶ ଲୋକ ପରିସ୍ରା କରିବା ସମୟରେ କିଛି ବିଷୟରେ ଅଣଦେଖା କରନ୍ତି । ଯାହା ଦ୍ୱାରା କି ସେହି ଲୋକମାନଙ୍କୁ ଅନେକ ପ୍ରକାର ରୋଗରେ ଆକ୍ରାନ୍ତ ହେବାର ଯଥେଷ୍ଟ ସମ୍ଭାବନା ଦେଖାଯାଇଥାଏ | 

ଅଣଦେଖାକରି ପରିସ୍ରା କରିଲେ ସେହି ମୁତ୍ର ଦ୍ବାରରୁ ଜୀବାଣୁ ଶରୀର ଭିତରକୁ ପ୍ରବେଶ କରିଥାଏ ଯେଉଁ କାରଣରୁ ମୁତ୍ର ମାର୍ଗରେ ଯନ୍ତ୍ରଣା ହୋଇଥାଏ  | ତେଣୁ ସତର୍କ ହୋଇ ରହିଲେ ଅନେକ ରୋଗ ଠାରୁ ଦୂରେଇ ରହିପାରିବେ ।

1. ଯେଉଁ ବାଥ୍‌ରୁମ ବ୍ୟବହାର କରୁଛନ୍ତି; ତାହାକୁ ସବୁବେଳେ ପରିଷ୍କାର ରଖନ୍ତୁ |  -କୌଣସି ଅପରିଷ୍କାର ସ୍ଥାନ ବା ଅପରିଷ୍କାର ବାଥରୁମରେ ପରିସ୍ରା କରନ୍ତୁ ନାହିଁ ।  -ସାର୍ବଜନୀନ ବାଥରୁମ ବ୍ୟବହାର କଲା ବେଳେ ବାଥରୁମରେ ୪-୫ ମଗ ପାଣି ଢାଳି ପରିସ୍ରା କରନ୍ତୁ ।-କୋଣସି ଭ୍ରମଣରେ ଯଦି ଯାଉଛନ୍ତି, ତେବେ କୌଣସି ଶୌଚଳାୟକୁ ବ୍ୟବହାର କରିବା ପୂର୍ବରୁ ପରିଷ୍କାର ବିଷୟରେ ଧ୍ୟାନ ଦେବା ଉଚିତ | ସେଠାରେ ଯଦି ପରିଷ୍କାର ନ ଥାଏ ତ ଆପଣଙ୍କୁ ଇଫେକ୍ସନ ହେବାର ସମ୍ଭାବନା ବଢିଯାଏ |

2. ଅଧିକାଂଶ ସମୟରେ କିଛି ଲୋକ କାମ କଲା ବେଳେ ଆଉ କିଛି ଲୋକ ଆଳସ୍ୟରେ ପରିସ୍ରା ଲାଗିଲେ ପରିସ୍ରାକୁ ଅଧିକ ସମୟ ପର୍ଯ୍ୟନ୍ତ ଅଟକାଇ ରଖନ୍ତି । 

-ପରିସ୍ରା ଅଧିକ ସମୟ ଚାପି ରଖିବା ଦ୍ୱାରା ଏହାର କୁପ୍ରଭାବ ଶରୀର ଏବଂ  କିଡନୀ ଉପରେ ପଡିଥାଏ । ତେଣୁ ପରିସ୍ରାକୁ ବେଶୀ ସମୟ ପର୍ଯ୍ୟନ୍ତ ଅଟକାଇ ରଖିବା ଆଦୌ ଉଚିତ ନୁହେଁ । 

3. ସବୁଦିନ ପରିସ୍ରା କରିବା ସମୟରେ ପରିସ୍ରାରେ ନରମାଲ ଫେଣ ଠାରୁ ଅଧିକ ଫେଣ ହେଉଥିଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ | ଏହାର ଅର୍ଥ ଆପଣଙ୍କୁ କିଡନୀ ସମ୍ବନ୍ଧିତ କୌଣସି ସମସ୍ୟା ଅଛି । 

- ଯଦି ଆପଣଙ୍କ ପରିସ୍ରା ଅତ୍ୟଧିକ ଫେଣ ହେଉଛି ଓ ଏହା ସହିତ ଆପଣଙ୍କ ପରିସ୍ରାର ରଙ୍ଗ ସାମାନ୍ୟ ରଙ୍ଗ ଠାରୁ ଅଲଗା ଅଟେ, ତେବେ ଆପଣଙ୍କୁ ବ୍ଲଡ଼  ପ୍ରେସର ଓ ହାର୍ଟ ଆଟାକ ଭଳି ସମସ୍ୟା ହୋଇପାରେ । ସେଥିପାଇଁ ଏହାକୁ ସାମାନ୍ୟ ଭାବି ନଜର ଅନ୍ଦାଜ କରନ୍ତୁ ନାହିଁ ।

4. ଯଦି ପରିସ୍ରା ହଳଦିଆ ହେଉଛି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଏହା ଦ୍ବାରା ଆପଣଙ୍କୁ କିଛି ରୋଗ ହେବାର ଆଶଙ୍କା ରହିଥାଏ ।

5. ବେଳେବେଳେ ପରିସ୍ରା କରିବା ପରେ ଗନ୍ଧ ହେଇଥାଏ | ଯାହାକୁ ଲୋକମାନେ ଅଣଦେଖା କରିଦିଅନ୍ତି। ଇନଫେକ୍ସନ ହେଇଥିଲେ ପରିସ୍ରା କରିବା ପରେ ଗନ୍ଧ ହେଇଥାଏ |

-ପରିସ୍ରା କରୁଥିବା ସମୟରେ ଅଧିକ ଦୁର୍ଗନ୍ଧ ହେଉଥିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଏହା କୌଣସି ରୋଗର ଲକ୍ଷଣ ବି ହୋଇପାରେ |

6. ଟାଇଟ ଜିନ୍ସ ବା ଟାଇଟ କପଡା ପିନ୍ଧିଥିବା ସମୟରେ ପରିସ୍ରା ଲାଗିଲେ ଚାପି ରଖନ୍ତୁ ନାହିଁ । ଏହା ଆପଣଙ୍କ ମୂତ୍ରାଶୟ ଉପରେ ଖରାପ ପ୍ରଭାବ ପକାଇଥାଏ ।

7. ଏହି ଭୁଲକୁ ପ୍ରାୟତଃ ସମସ୍ତେ କରିଥାନ୍ତି । ପ୍ରାୟତଃ ଲୋକମାନେ ଦିନରେ ବହୁତ କମ ପାଣି ପିଇଥାନ୍ତି | ଯେଉଁ କାରଣରୁ ତାଙ୍କୁ ପରିସ୍ରା ଆସେ ନାହିଁ । ଆପଣଙ୍କୁ କହିଦେଉଛୁ କି ଏକ ସୁସ୍ଥ ବ୍ଯକ୍ତିକୁ ପୁରା ଦିନରେ ୪ ରୁ ୫ ଲିଟର ପାଣି ପିଇବା ଉଚିତ | ଯାହା ଦ୍ୱାରା ତାହାର ଶରୀରରେ ପାଣିର ଅଭାବ ହେବ ନାହିଁ |

-ଯଦି ଆମ ଶରୀରରେ ପାଣି କମ ହୋଇଥାଏ ତେବେ ଆମ ଶରୀରରେ ଥିବା ବିଷାକ୍ତ ପଦାର୍ଥ ବାହାରକୁ ବାହାରିପାରେ ନାହିଁ ଓ ପେଟରେ ବିଭିନ୍ନ  ପ୍ରକାରର ସମସ୍ୟା ଆରମ୍ଭ ହୋଇଥାଏ । ସେଥିପାଇଁ ଚେଷ୍ଟା କରନ୍ତୁ କି ଅଧିକ ରୁ ଅଧିକ ପାଣି ପିଇବା ପାଇଁ ।

8. ପ୍ରାୟତଃ ଲୋକମାନଙ୍କୁ ପରିସ୍ରା କରିବା ପାଇଁ ବାଥରୁମ ମିଳି ନ ଥାଏ ତ ସେମାନେ ଖୋଲାରେ ପରିସ୍ରା କରି ଦିଅନ୍ତି | ଯଦି ଆପଣ ଖୋଲାରେ ପରିସ୍ରା କରୁଛନ୍ତି ଓ ସେଥିରେ ପିମ୍ପୁଡି ଲାଗୁଛି ତେବେ ବୁଝି ଯାଆନ୍ତୁ କି ଆପଣଙ୍କୁ ଡାଇବେଟିସ ଭଳି ରୋଗର ସଂକେତ ମିଳୁଛି | ଏହାର ଅର୍ଥ ଆପଣଙ୍କ ଶରୀରରେ ସୁଗାର ର ମାତ୍ରା ବଢୁଛି ଓ ଆପଣଙ୍କୁ କୌଣସି ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ।

ଆଶା କରୁଛୁ ଏହି ଆର୍ଟିକିଲ୍‌ଟିରେ ଥିବା ସ୍ୱାସ୍ଥ୍ୟ ସମ୍ଭନ୍ଧିତ ସୁଚନାଟି ସମସ୍ତଙ୍କ ପାଇଁ ଦରକାରୀ । ସୁଚନାଟି ଭଲ ଲାଗିଲେ Like ଓ Share କରିବାକୁ ଭୁଲିବେ ନାହିଁ | ଯଦି ଆପଣଙ୍କୁ ଆମର ଏହି ଆଟିକିଲ୍‌ ଟି ପସନ୍ଦ ଆସିଥାଏ ତେବେ ନିଜ ମତାମତ Comment କରି ନିଶ୍ଚୟ ଜଣାନ୍ତୁ | 

ଦୟାକରି ନୂଆଁ ନୂଆଁ ବିଷୟରେ ଜାଣିବା ପାଇଁ ଆମ ପୋଷ୍ଟକୁ ନିଶ୍ଚୟ ଆରମ୍ଭ ଠୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ |

!!ଧନ୍ୟବାଦ!!

Post a Comment

0 Comments