ମଥାରେ ସିନ୍ଦୁର ଲାଗି ସାରିବା ପରେ
ହିନ୍ଦୁ ଧର୍ମ ସଂପୂର୍ଣ୍ଣ ରୂପେ ସଂସ୍କୃତି ଏବଂ ପରମ୍ପରା ଉପରେ ନିର୍ଭରଶୀଳ। ହିନ୍ଦୁ ଧର୍ମରେ ଅନେକ ଏଭଳି ପ୍ରାଚୀନ ପରମ୍ପରା ମାନ ରହିଛି ଯାହା ଯୁଗ ଯୁଗରୁ ଚାଲିଆସୁଛି ଏବଂ ଯାହାର ପାଳନ ଲୋକମାନେ ଆଜି ମଧ୍ଯ କରୁଛନ୍ତି । କୁହାଯାଏ ଯେ ଏହି ପ୍ରାଚୀନ ପରମ୍ପରା କାରଣରୁ ଭାରତ ସାରା ଦୁନିଆରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିପାରିଛି ।
ହିନ୍ଦୁ ଧର୍ମରେ ବିବାହକୁ ବହୁତ ମହତ୍ତ୍ୱପୂର୍ଣ୍ଣ ବୋଲି ମାନାଯାଏ। ଦୁହିଁଙ୍କର ମିଳନ ରେ ବିବାହ ହୋଇଥାଏ ସତ କିନ୍ତୁ ସେମାନଙ୍କ ମଧ୍ଯରେ ରହିଥିବା କର୍ତ୍ତବ୍ୟ ତାହାକୁ ପାଳନ କରିବା ହେଉଛି ପ୍ରକୃତ ବନ୍ଧନ । ପରମ୍ପରା ଅନୁସାରେ ବିବାହିତ ନାରୀଟିଏ ମଥାରେ ସିନ୍ଦୂର ଏବଂ ପାଦରେ ଅଳତା ପିନ୍ଧିବା ହେଉଛି ଜଣେ ଭାରତୀୟ ନାରୀର ମୌଳିକ କର୍ତ୍ତବ୍ୟ। ସମାଜରେ ଜଣେ ବିବାହିତା ମହିଳାଙ୍କ ପ୍ରତୀକ ତାଙ୍କ ମଥା ସିନ୍ଦୁର ହୋଇଥାଏ। ସିନ୍ଦୂର, ଏହା ଏକ ସବୁଠୁ ମୂଲ୍ୟବାନ ଓ ପବିତ୍ର ଜିନିଷ ହୋଇଥାଏ। ବିବାହ କାର୍ଯ୍ୟରେ ଏହାକୁ ସର୍ବଶ୍ରେଷ୍ଠ ମାନ୍ୟତା ଦିଆଯାଇଥାଏ।
କୁହାଯାଏ କି ହନୁମାନ ତାଙ୍କ ମାଆଙ୍କୁ ପଚାରିଥିଲେ ଯେ, ମା ତୁମେ କାହିଁକି ସିନ୍ଦୁର ପିନ୍ଧିଛ। ମାଆ ଉତ୍ତର ଦେଇଥିଲେ କି ସ୍ବାମୀଙ୍କ ଲମ୍ବା ଆୟୁଷ ପାଇଁ ପିନ୍ଧିଛି। ଯିଏ ମଥାରେ ସିନ୍ଦୂର ପିନ୍ଧେ, ତାଙ୍କ ସ୍ଵାମୀଙ୍କ ଆୟୁଷ ବଢିଯାଏ। ତେଣୁ ହନୁମାନ ରାମଚନ୍ଦ୍ରକୁ ନିଜ ସ୍ଵାମୀ ମାନିଥାଆନ୍ତି | ତେଣୁ ସେ ଦେହ ସାରା ସିନ୍ଦୂର ବୋଳି ହୋଇଥିଲେ | ଆଜି ବି ହନୁମାନଙ୍କୁ ସିନ୍ଦୂରର ଅଭିଷେକ କରାଯାଇଥାଏ ।
ନାରୀ ମାନଙ୍କର ପ୍ରତିଦିନ ସିନ୍ଦୁର ପିନ୍ଧିବାର ଛୋଟ ଛୋଟ ଭୁଲ ଯାହା ସ୍ବାମୀଙ୍କ ଦୁର୍ଘଟଣା ଓ କରଜ କାରଣ ହୋଇଥାଏ , କିନ୍ତୁ ଆଜିକାଲିର ନାରୀମାନେ ସେହିପରି ସିନ୍ଦୁର ଲଗାଉ ନାହାଁନ୍ତି ଯେମିତି ଶାସ୍ତ୍ରରେ କୁହାଯାଇଛି । ଜାଣନ୍ତୁ ସିନ୍ଦୁର ଲଗେଇବାର ସଠିକ ଉପାୟ...
ଭିନ୍ନ ଆଙ୍ଗୁଳିରେ ସିନ୍ଦୁର ପିନ୍ଧିବାର ଭିନ୍ନ ଭିନ୍ନ ମହତ୍ତ୍ୱ ସବୁ ରହିଛି :-
- ପଶ୍ଚିମ ଦିଗକୁ ମୁହଁ କରି ଅନାମିକା ଆଙ୍ଗୁଳିରେ ସିନ୍ଦୂର ପିନ୍ଧିଲେ ଅର୍ଥ ଏବଂ ସୁଖ ଶାନ୍ତି ପ୍ରାପ୍ତି ହୋଇଥାଏ ।
- ଉତ୍ତର ଦିଗକୁ ମୁହଁ କରି ତର୍ଜନୀ ଆଙ୍ଗୁଳିରେ ସିନ୍ଦୁର ପିନ୍ଧିଲେ ଜ୍ଞାନ ପ୍ରାପ୍ତି ହୋଇଥାଏ ।
- ପୂର୍ବ ଦିଗକୁ ମୁହଁ କରି ମଧ୍ୟମା ଆଙ୍ଗୁଳିରେ ସିନ୍ଦୁର ପିନ୍ଧିଲେ ଏଶ୍ଚର୍ଯ୍ୟ ପ୍ରାପ୍ତି ହୋଇଥାଏ ।
- କିନ୍ତୁ ସିନ୍ଦୂରକୁ ସବୁବେଳେ ଆଙ୍ଗୁଠିରେ ପିନ୍ଧିବା ଉଚିତ ନୁହଁ , ଝିଙ୍କ କଣ୍ଟା ବା ରୁପା କଣ୍ଟାରେ ଲଗାଇଲେ ସିନ୍ଦୂର ଅତ୍ୟନ୍ତ ଶୁଭ ହୋଇଥାଏ।
କିଭଳି ସିନ୍ଦୁର ଲଗେଇବେ :-
- ଧ୍ୟାନ ରଖିବେ ଗାଧୋଇକି ଆସି ସାରିବା ପରେ ପରେ ସିନ୍ଦୂର ଲଗାନ୍ତୁ ନାହିଁ | ଗାଧୋଇବା ପୂର୍ବରୁ ଯଦି କିଛି ଖାଇଥିବେ ତେବେ ଲଗାଇ ପାରିବେ କିନ୍ତୁ କିଛି ଖାଈନଥିବେ ତେବେ ଗାଧୋଇକି ଆସିକି ଲୁଣ ଟିକେ ପାଟିରେ ଦେଇ ତାପରେ ନିଜକୁ ଶିଙ୍ଗାର କରନ୍ତୁ |
- କେବେବି ଖାଲି ମଥାରେ ସିନ୍ଦୁର ଲଗାନ୍ତୁ ନାହିଁ, ପ୍ରଥମେ କେଶକୁ ପନିଆ ଦ୍ୱାରା ଭଲ ଭାବରେ କୁଣ୍ତାଇ ଦିଅନ୍ତୁ; ତା'ପରେ ସିନ୍ଦୁର ଲଗାନ୍ତୁ ।
- ଶାସ୍ତ୍ର ଅନୁଯାୟୀ ବିବାହିତା ମହିଳାଙ୍କୁ ସବୁବେଳେ ସିନ୍ଦୁରକୁ ମଥାର ମଧ୍ଯ ଭାଗରେ ଅର୍ଥାତ ନାକ ସିଧା ଲଗେଇବା ଉଚିତ, ଏମିତି କଲେ ତାଙ୍କ ସ୍ବାମୀଙ୍କ ଭାଗ୍ୟ ଜାଗୃତ ହୋଇ ଥାଏ ।
- ଯେଉଁ ମହିଳା ନିଜ ମଥାରେ ଲମ୍ବା କରି ସିନ୍ଦୁର ଲଗାନ୍ତି ସେହି ମହିଳାଙ୍କ ସ୍ବାମୀଙ୍କୁ ସମାଜରେ ମାନ ସମ୍ମାନ ଓ ସବୁ ପ୍ରକାର ସଫଳତା ମିଳିଥାଏ ।
- ଯେବେ ବି ଆପଣ ନିଜ ମଥାରେ ସିନ୍ଦୁର ଲଗାଇବେ ମାଁ ପାର୍ବତୀଙ୍କୁ ଧ୍ୟାନ କରନ୍ତୁ କାହିଁକିନା ମାଁ ପାର୍ବତୀ ଅଖଣ୍ଡ ସୌଭାଗ୍ୟବତୀ ବରଦାନ ଦେଇଥାନ୍ତି ।
- ପୂଜା କରୁଥିବା ନାରୀମାନେ ଠାକୁରପୂଜା ପୂର୍ବରୁ ସିନ୍ଦୂର ପିନ୍ଧିପାରିବେ ଏବଂ ଠାକୁର ପୂଜା କରି ସାରିବା ପରେ ମଧ୍ଯ ସିନ୍ଦୂର ପିନ୍ଧିପାରିବେ।
- ବିଶେଷ କରି ବଡ଼ ବଡ଼ ପର୍ବପର୍ବାଣୀରେ ସଜବାଜ ହୋଇ ସିନ୍ଦୂର ପିନ୍ଧି ପୂଜା କରିବା ବିଧେୟ ହୋଇଥାଏ |
- ଯଦି ଆପଣ ଅଫିସ ଯାଉଛନ୍ତି ଓ ସବୁ ଦିନ ସିନ୍ଦୁର ଲଗେଇ ପାରିବେନି ତେବେ ଛୁଟି ବା ପର୍ବ ଦିନ ସିନ୍ଦୁର ନିଶ୍ଚିତ ଲଗାନ୍ତୁ ।
ସିନ୍ଦୁର ଲାଗାଇବାରେ ଏହି ଭୁଲ କରନ୍ତୁନି :-
- ସିନ୍ଦୁରର ମାନେ ହିଁ ଲାଲ। କିନ୍ତୁ ନାରୀମାନେ ଶାଢ଼ୀକି ମ୍ୟାଚିଙ୍ଗ କରିକି ବିଭିନ୍ନ କଲର ସିନ୍ଦୁର ପିନ୍ଧିବା ଶାସ୍ତ୍ର ବିରୁଦ୍ଧ ଅଟେ ।
- ବିନା ସ୍ନାନରେ ସିନ୍ଦୁର ଭୁଲ କରି ବି ଲଗାନ୍ତୁ ନାହିଁ ।
- ସିନ୍ଦୁର ଧୋଇବା ସମୟରେ ବା ଗାଧୋଇବା ସମୟରେ କେଶ ବନ୍ଧା ଥିଲେ, ସିନ୍ଦୁରକୁ ଧୋଇବେ ନାହିଁ | ପ୍ରଥମେ କେଶକୁ ଖୋଲି ଦିଅନ୍ତୁ; ତା'ପରେ ଗାଧୋଇବେ ବା ସିନ୍ଦୁରକୁ ଧୋଇବେ |
- ବିଭିନ୍ନ କାଠିରେ ସିନ୍ଦୁର ପିନ୍ଧିବା ଶୁଭ ହୋଇନଥାଏ ।
- ସନ୍ଧ୍ୟା ସମୟରେ ସିନ୍ଦୁର ଲଗାନ୍ତୁ ନାହିଁ ।
- ଅନ୍ୟ କେଉଁ ମହିଳାଙ୍କ ହାତରୁ ସିନ୍ଦୁର ଲଗାନ୍ତୁ ନାହିଁ ।
- ଭୁଲରେ ମଧ୍ଯ ବିବାହିତା ମହିଳା କୌଣସି ଅନ୍ୟ ମହିଳାଙ୍କର ସିନ୍ଦୁର ନିଜ ସିନ୍ଥିରେ ଲଗାନ୍ତୁ ନାହିଁ । ଏହା ଅଶୁଭ ହୋଇଥାଏ। ଏହାଦ୍ବାରା ସ୍ବାମୀଙ୍କୁ ଧନ ସମ୍ବନ୍ଧୀୟ ହାନିର ସମ୍ମୁଖୀନ ହେବାକୁ ପଡିଥାଏ
- ଶାସ୍ତ୍ର ଅନୁଯାୟୀ ଯେଉଁ ସ୍ତ୍ରୀ ନିଜ ସିନ୍ଦୁର ଲୁଚେଇ ଦିଅନ୍ତୁ ତାଙ୍କ ସ୍ୱାମୀଙ୍କୁ ସମାଜରେ ମାନ ସମ୍ମାନ ମିଳିନଥାଏ ।
- ଯେଉଁ ମହିଳା ନିଜ ମଥାରେ ତେଢା ମେଢା ସିନ୍ଥି ବନାନ୍ତି ଓ ସେହି ମଥାରେ ସିନ୍ଦୁର ଲଗାନ୍ତି ତାଙ୍କ ସ୍ବାମୀଙ୍କୁ କୌଣସି ପ୍ରକାର ସଫଳତା ପ୍ରାପ୍ତ ହୁଏ ନାହିଁ ।
- ବିବାହିତା ମହିଳାଙ୍କୁ ସବୁବେଳେ ନିଜର ଟଙ୍କାରେ ହିଁ ସିନ୍ଦୁର କିଣିବା ଉଚିତ। କୌଣସି ଅନ୍ୟ ମହିଳାଙ୍କ ଟଙ୍କାରେ କିଣା ଯାଇଥିବା ସିନ୍ଦୁର ଲଗେଇବା ଉଚିତ ନୁହେଁ ।
- ଯଦି କୌଣସି ବ୍ଯକ୍ତି କିମ୍ବା ମହିଳା ଆପଣଙ୍କୁ ଉପହାରରେ ସିନ୍ଦୁର ଦେଉଛନ୍ତି ତ ତାହାର ବ୍ୟବହାର କରିବା ଉଚିତ ନୁହେଁ । ଏହା ମଧ୍ଯ ଅଶୁଭ ହୋଇଥାଏ ।
- ମହିଳା ମାନଙ୍କର ମାସିକ ଧର୍ମ ଚାଲିଥିବା ସମୟରେ ସିନ୍ଦୂର ପିନ୍ଧିବା ବର୍ଜନୀୟ ଅଟେ। ଶୁଦ୍ଧପୂତ ହେଲା ପରେ ସିନ୍ଦୂର ପିନ୍ଧିବା ଉଚିତ ।
- ଯେଉଁ ନାରୀ ପିଲା ଜନ୍ମ ଦେଇଥାନ୍ତି, ସେମାନେ ୧୨ ଦିନ ପର୍ଯ୍ୟନ୍ତ ସିନ୍ଦୂର ପିନ୍ଧିବା ବର୍ଜନୀୟ ଅଟେ | ଶୁଦ୍ଧପୂତ ହେବା ପରେ ସିନ୍ଦୂର ପିନ୍ଧିବା ଉଚିତ।
- ତେବେ ମନେ ରଖନ୍ତୁ; କେବେ ବି ଭୂମିରେ ପଡିଥିବା ସିନ୍ଦୁରକୁ କାଢ଼ି ମଥାରେ ଲଗାନ୍ତୁ ନାହିଁ । ସିନ୍ଦୁର ଯଦି ତଳେ ପଡିଯାଉଛି; ତେବେ ତାହାକୁ କାଢ଼ି ବାହାରେ ଫିଙ୍ଗି ଦିଅନ୍ତୁ ।
ସିନ୍ଦୂର ମାତ୍ରକେ ହିଁ ଶୁଭ :-
- କୁହାଯାଏ କି ସିନ୍ଦୂର ପିନ୍ଧିବା ବେଳେ ନାକ ଉପରେ ଟିକେ ଝରିପଡ଼େ ଅତ୍ୟନ୍ତ ଶୁଭ ଦାୟକ ହୋଇଥାଏ।
- ଅନେକଙ୍କ ପ୍ରଶ୍ନ ଥାଏ ଲିକୁଇଡ୍ ସିନ୍ଦୂର ବି ଶୁଭ ହୋଇଥାଏ | କାରଣ ସିନ୍ଦୂର ମାତ୍ରକେ ହିଁ ଶୁଭ। ତାହା ଝୁରା ସିନ୍ଦୂର ହେଉ କି ଲିକୁଇଡ୍ ସିନ୍ଦୂର ହେଉ।
- ଯେଉଁ ନାରୀ ମଥାରେ ସିନ୍ଦୂର ପିନ୍ଧିବା ପରେ ହାତରେ ଚୁଡି ପିନ୍ଧିବା ସ୍ଥାନରେ ଅଳ୍ପ ସିନ୍ଦୂର ଲଗାଇଥାନ୍ତି ,ଏହାକୁ ଅତ୍ୟନ୍ତ ଶୁଭ ମାନା ଯାଇଥାଏ।
- ଯଦି ଆପଣ କେବେ ବି ସ୍ଵପ୍ନ ରେ
ସିନ୍ଦୁର ଦେଖନ୍ତି ତେବେ ଏହା ବହୁତ ଶୁଭ ସଂକେତ ଅଟେ ।
- ମହିଳାମାନଙ୍କୁ କେତେବେଳେ ବି ଉପହାରରେ ମିଳିଥିବା ସିନ୍ଦୁର ର ବ୍ୟବହାର କରିବେ ନାହିଁ । ଯଦି ସିନ୍ଦୁର ସ୍ଵାମୀ ଦେଇଥିବେ ତେବେ ତାକୁ ପିନ୍ଧି ପାରିବେ । କିନ୍ତୁ ସ୍ଵାମୀ ବ୍ୟତିତ ଅନ୍ୟ କେହି ସିନ୍ଦୁର ଦେଇଥିବେ ତେବେ ତାକୁ ମୁଣ୍ତରେ ଲଗେଇବା ଉଚିତ ନୁହେଁ । ଏହା ଅଶୁଭ ଅଟେ ।
ଯେଉଁ ମହିଳାମାନେ ଧର୍ମଶାସ୍ତ୍ରର ଏହି କଥା ସମୂହର ପାଳନ କରନ୍ତି, ତାଙ୍କ ଜୀବନରେ ଏବଂ ତାଙ୍କ ସ୍ଵାମୀଙ୍କ ଜୀବନରେ କୌଣସି ପ୍ରକାରର ବିଘ୍ନ ଆସେ ନାହିଁ । ଏହାର ବିପରୀତ ଯେଉଁ ମହିଳାମାନେ ଧର୍ମଶାସ୍ତ୍ର ଏହି କଥାକୁ ପରିହାସ ଭାବି ଏପରି କରନ୍ତି ନାହିଁ , ତାଙ୍କ ଜୀବନରେ ବାଧାବିଘ୍ନର ପ୍ରବେଶ ହୁଏ ଏବଂ ତାଙ୍କର ଜୀବନ ଦୁଃଖରେ ପୂର୍ଣ୍ଣ ହୋଇଯାଏ ।
ଯଦି ଆପଣ ବି ସିନ୍ଦୁର ଲଗାଇବାରେ ଏହି ସବୁ ଭୁଲ କରୁଛନ୍ତି ତେବେ ଏହା ସୁଧାରୀ ଦିଅନ୍ତୁ ଦେଖିବେ ଆପଣଙ୍କ ସ୍ବାମୀଙ୍କର ଭାଗ୍ୟ ଉଜ୍ଜଳ ହେବ ।
ଆଶା କରୁଛୁ ଏହି ଆର୍ଟିକିଲ୍ଟିରେ ଥିବା ସିନ୍ଦୁର ସମ୍ଭନ୍ଧିତ ସୁଚନାଟି ସମସ୍ତଙ୍କ ପାଇଁ ଦରକାରୀ । ସୁଚନାଟି ଭଲ ଲାଗିଲେ Like ଓ Share କରିବାକୁ ଭୁଲିବେ ନାହିଁ | ଯଦି ଆପଣଙ୍କୁ ଆମର ଏହି ଆଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ନିଜ ମତାମତ Comment କରି ନିଶ୍ଚୟ ଜଣାନ୍ତୁ |
ଦୟାକରି ନୂଆଁ ନୂଆଁ ବିଷୟରେ ଜାଣିବା ପାଇଁ ଆମ ପୋଷ୍ଟକୁ ନିଶ୍ଚୟ ଆରମ୍ଭ ଠୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ |
!!ଧନ୍ୟବାଦ!!
0 Comments
Do you have any doubts or suggestions? Ask them here in the comments!