ଭଗବାନ ଶିବ ହେଉଛନ୍ତି ଏକମାତ୍ର ଭଗବାନ ଯିଏ ଖୁବ୍ ଶୀଘ୍ର ପ୍ରସନ୍ନ ହୁଅନ୍ତି | ଆମେ ଶିବଲିଙ୍ଗର ପୂଜା ଭଗବାନ ଭୋଲେନାଥଙ୍କୁ ଖୁସି କରି ନିଜର ମନୋକାମନା ପୂର୍ଭି କରିବା ପାଇଁ କରିଥାଉ । ଲୋକମାନେ ମନ୍ଦିର ଯିବା ବେଳେ ମନରେ ସକରାମୂକ ଉର୍ଜା ନେଇ ଯାଇଥାନ୍ତି ହେଲେ ଅଜଣାତରେ କିଛି ଭୁଲ ମଧ୍ୟ ବେଳେ ବେଳେ ହୋଇଯାଏ ।
ପରନ୍ତୁ ଶିବପୂଜାରେ ଏହିସବୁ ଭୁଲ କେବେ ବି କରନ୍ତୁ ନାହିଁ ନତୁବା ଆପଣଙ୍କୁ ପୂଜା, ପାଠର ଫଳ ତ ମିଳିବ ନାହିଁ ବରଂ ଏହାର ଖରାପ ପ୍ରଭାବ ଭୋଗିବାକୁ ପଡିବ | କିନ୍ତୁ ଯଦି ତାଙ୍କର ପୂଜା ଓ ଅର୍ଚ୍ଚନାରେ କୌଣସି ପ୍ରକାରର ଭୁଲ ହୋଇଯାଏ, ତେବେ ଭଗବାନ କ୍ରୋଧିତ ହୋଇପାରନ୍ତି । ତେଣୁ ପ୍ରତ୍ୟେକ ବ୍ୟକ୍ତି ତାଙ୍କର ପୂଜାରେ କିଛି ସତର୍କତା ଅବଲମ୍ବନ କରିବା ଉଚିତ୍ | ସେଥିପାଇଁ ଆପଣ ଏହି ଆର୍ଟିକିଲକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ।
ତେବେ ଆସନ୍ତୁ ଜାଣିବା ତାଙ୍କ ପୂଜାରେ କେଉଁ ଜିନିଷକୁ ଧ୍ଯାନରେ ରଖିବା ଉଚିତ୍ ...
1. ପୂଜା ପୋଷାକ ପ୍ରତି ଧ୍ଯାନ
- ଶିବ ପୂଜା ସମୟରେ ପିନ୍ଧାଯାଉଥିବା ପୋଷାକ ପ୍ରତି ବିଶେଷ ଧ୍ଯାନ ଦିଆଯିବା ଉଚିତ | ଶାସ୍ତ୍ର ଅନୁଯାୟୀ, ଶିବଙ୍କ ପୂଜା ସମୟରେ ସବୁଜ ପୋଷାକ ପିନ୍ଧିବା ଶୁଭ ବୋଲି ବିବେଚନା କରାଯାଏ ।
- ସୋମବାର ପୂଜା କରିବା ସମୟରେ କଳା ପୋଷାକ ଭୁଲରେ ମଧ୍ଯ ପିନ୍ଧନ୍ତୁ ନାହିଁ କାରଣ ଧାର୍ମିକ ବିଶ୍ବାସ ଅନୁଯାୟୀ ଭଗବାନ ଶିବ କଳା ରଙ୍ଗକୁ ପସନ୍ଦ କରନ୍ତି ନାହିଁ ଏବଂ କଳା ପୋଷାକ ଉପରେ କ୍ରୋଧିତ ହୁଅନ୍ତି ।
- ସୋମବାର ଦିନ ଶିବ ପୂଜାରେ କେବଳ ସବୁଜ, ନାଲି, ଧଳା, ସାଫ୍ରନ୍, ହଳଦିଆ କିମ୍ବା ଆକାଶ ରଙ୍ଗର ପୋଷାକ ପିନ୍ଧିବାକୁ ଚେଷ୍ଟା କରନ୍ତୁ |
- ଧାର୍ମିକ ବିଶ୍ଵାସ ରହିଛି ଯେ ପୂଜାପାଠ ସମୟରେ ପୁରୁଷମାନେ ଧୋତି ପିନ୍ଧିବା ଶୁଭ ଅଟେ ।
2. ଭୁଲ ପରିକ୍ରମା
- ସମସ୍ତ ମନ୍ଦିରରେ ପରିକ୍ରମା କରିବା ଶୁଭ ହୋଇଥାଏ। ଏମିତିରେ ଶିବ ମନ୍ଦିରରେ ପରିକ୍ରମା କରିବା କିଛି ଅଲଗା ହୋଇଥାଏ । ଏଠି ଆପଣଙ୍କୁ ଅଧା ପରିକ୍ରମା ଲଗେଇ ପୁଣି ଫେରିବା ଆବଶ୍ୟକ ଅଟେ। ଅର୍ଥାତ ଏହି ପରିକ୍ରମାକୁ ଗୋଲାକାରରେ ପୂର୍ଣ କରିବା କଥା ନୁହେଁ।
- ଶିବମନ୍ଦିରର ବାମପଟୁ ଆରମ୍ଭ କରିବା ଆବଶ୍ୟକ ଅର୍ଥାତ ପାର୍ଶ୍ଵରେ ଥିବା ଦେବତା ଗଣେଶଙ୍କୁ ପ୍ରଥମ ଦର୍ଶନ ପରେ ପଛରେଥିବା ଦେବୀ,ତାପରେ ଡାହାଣ ଥିବା ଠାକୁରଙ୍କୁ ଦର୍ଶନ ସାରି ପୁଣି ଫେରିବା ଉଚିତ |
3. ଜଳ ନିକାସ ଉପରୁ ବାହାରିବା
- ଶିବଲିଙ୍ଗ ଉପରେ ଚଢାଜଳ ଯେଉଁଠାରେ ବାହାରେ ତାହାର ଉପର ପଟେ ଡ଼େଇଁକି ଯିବା ଉଚିତ ନୁହେଁ। ଏହି ସ୍ଥାନ ଉର୍ଜା ଏବଂ ଶକ୍ତି ସହିତ ପରିପୂର୍ଣ୍ଣ ରହିଥାଏ।
- ଏପରି କରିବା ଦ୍ବାରା ଶାରୀରିକ ସମସ୍ୟା ଆସିପାରେ ।
4. ଶିବଲିଙ୍ଗ ଉପରେ ପ୍ରସାଦ ଚଢେଇବା
- ଶିବଲିଙ୍ଗ ଉପରେ ଚଢା ଯାଇଥିବା ପ୍ରସାଦକୁ କେବେ ଗ୍ରହଣ କରିବା ଉଚିତ ନୁହେଁ ।
- କାରଣ ଏପରି କରିବା ଦ୍ଵାରା ଦୁର୍ଭାଗ୍ୟ ଆସିଥାଏ । ଧନ-ହାନି ମଧ୍ୟ ହୋଇଥାଏ । ନାନା ପ୍ରକାରର ରୋଗ ବୈରାଗ ମଧ୍ୟ ଦ୍ଵାରସ୍ଥ ହୋଇଥାଏ । ଏପରି କଲେ ଭୋଳାନାଥ ପ୍ରସାଦ ଗ୍ରହଣ କରନ୍ତି ନାହିଁ ଏବଂ ଓଲଟା ଆପଣଙ୍କୁ ପୂଜା ଦୋଷ ଲାଗିଯାଏ।
- ଯେବେ ଆପଣ ଶିବ ଭଗବାନଙ୍କୁ ପ୍ରସାଦ ଅର୍ପଣ କରୁଛନ୍ତି ସେତେବେଳେ ଆପଣ ଶିବଲିଙ୍ଗ ଉପରେ ରଖନ୍ତୁ ନାହିଁ । ଶିବଲିଙ୍ଗ ଉପରେ ଯେଉଁ ବସ୍ତୁ ଅଛି ତାକୁ ଗ୍ରହଣ କରିବେ ନାହିଁ ମାତ୍ର ଲିଙ୍ଗ ତଳ ଭାଗରେ ପ୍ରଭୁଙ୍କୁ ଅର୍ପିତ ବସ୍ତୁକୁ ଆପଣ ଗ୍ରହଣ କରିପାରିବେ ।
- ଏଥି ସହିତ, ଆପଣ ଶିବଙ୍କୁ ନଡ଼ିଆ ଅର୍ପଣ କରିପାରିବେ, କିନ୍ତୁ ନଡିଆ ପାଣି ଦିଆଯିବା ଉଚିତ୍ ନୁହେଁ |
5. ଶଙ୍ଖ ବଜେଇବା
- ଭଗବାନ ଶିବଙ୍କ ପୂଜାରେ ଶଙ୍ଖରେ ଜଳ ପ୍ରଦାନ କରିବାର କୌଣସି ନିୟମ ନାହିଁ, ତେଣୁ ଏହାକୁ ଏଡ଼ାଇବା ଉଚିତ୍ |
- ଶିବ ଭଗବାନଙ୍କର ପୂଜା ବେଳେ ଭୁଲରେ ମଧ୍ଯ ଶଙ୍ଖ ବଜାନ୍ତୁ ନାହିଁ। କାରଣ ଶିବ ଭଗବାନ ଶଙ୍ଖଚୁଡ ନାମକ ରାକ୍ଷସକୁ ବଧ କରିଥିଲେ। ଶଙ୍ଖ ଏହି ରାକ୍ଷସର ଅଂଶ ଅଟେ |
- ଏହି ଶଂଖଚୂଡ଼ ଭଗବାନ ବିଷ୍ଣୁଙ୍କ ପରମ ଭକ୍ତ ଥିଲା ଏଥିପାଇଁ ଭଗବାନ ବିଷ୍ଣୁଙ୍କ ପୂଜାରେ ଶଙ୍ଖର ବିଶେଷ ମହତ୍ତ୍ୱ ରହିଥାଏ ।
6. ଭୁଲରେ ମଧ୍ଯ ଶିବଙ୍କୁ ଅର୍ପଣ କରନ୍ତୁ ନାହିଁ ଏହି ଫୁଲ
- ବିଶ୍ବାସ କରାଯାଏ ଯେ ଶିବ ଧଳା ରଙ୍ଗର ଫୁଲକୁ ପସନ୍ଦ କରନ୍ତି, କିନ୍ତୁ କେତକୀ ଫୁଲ ଧଳା ହୋଇଥିଲେ ମଧ୍ୟ ଶିବଙ୍କ ପୂଜାରେ ବ୍ୟବହୃତ ହୁଏ ନାହିଁ | ପୁରାଣ ଅନୁସାରେ ମହାଦେବଙ୍କୁ କେତକୀ ଫୁଲ ମିଥ୍ୟା କହିଥିଲେ ।
- କେବଳ ଶ୍ରାବଣ ମାସ ବା କାର୍ତ୍ତିକ ମାସ ନୁହେଁ ପ୍ରତି ସୋମବାରରେ ଧଳା ମନ୍ଦାର ଶିବଠାକୁରଙ୍କୁ ଅର୍ପଣ କରିପାରିବେ |
- ଆହୁରି ମଧ୍ଯ, ଭଗବାନ ଶିବଙ୍କୁ କଦାପି ମଉଳା ଫୁଲ ଦିଅନ୍ତୁ ନାହିଁ, କାରଣ ଏହା ଶିବଙ୍କୁ କ୍ରୋଧିତ କରିପାରେ ଏବଂ ଆପଣଙ୍କୁ ତାଙ୍କ କ୍ରୋଧର ଭାଗିଦାର ହେବାକୁ ପଡିପାରେ |
- ଶିବଲିଙ୍ଗ ଉପରେ ଭୁଲରେ ମଧ୍ଯ କେଶରୀ,ଦୁପହାରିକା,ମାଳତୀ,ଚମ୍ପା,ଚମେଲି,କୁନ୍ଦ,ଜୁହି ଏଭଳି ଫୁଲ ଚଢାନ୍ତୁ ନାହିଁ।
- ଭଗବାନ ଶିବଙ୍କୁ ତ ସାମୀ,ଆରଖ,ଦୁଦୁରା,ପଲାସ ଏବଂ ସଦାବାହାର ଭଳି ଫୁଲ ବହୁତ ପସନ୍ଦ ଆସିଥାଏ। ପୂଜା ସମୟରେ ଆପଣ ଏଥି ମଧ୍ୟରୁ କେଉଁ ଗୋଟେକୁ ବ୍ୟବହାର କରନ୍ତୁ ।
7. ତୁଳସୀ ଏବଂ ବେଲପତ୍ରର ଉପଯୋଗ
- କିଛି ଲୋକ ତୁଳସୀ ପତ୍ରକୁ ପବିତ୍ର ମାନି ଶିବଙ୍କ ପୂଜା ପାଇଁ ତିଆରି ହୋଇଥିବା ପ୍ରସାଦରେ ଉପଯୋଗ କରିଥାନ୍ତି | କିନ୍ତୁ ଏହା ଭୁଲ, ଶିବ ଠାକୁରଙ୍କ ପୂଜାରେ ବେଲପତ୍ରରର ବ୍ୟବହାର କରାଯାଏ |
- ଭଗବାନ ଶିବଙ୍କୁ ପୂଜା କରିବା ସମୟରେ ୩ ପତ୍ର ଥିବା ବେଲପତ୍ର ସର୍ବଦା ଅର୍ପଣ କରନ୍ତୁ । ଏବନ ପତ୍ରର ଶେଷ ଭାଗରେ ଗଣ୍ଠି ଥିଲେ ତାକୁ ଭାଙ୍ଗି କାଢି ଦିଅନ୍ତୁ । ଏହା ସହିତ ଧ୍ୟାନ ରଖିବେ ଯେପରି ବେଲପତ୍ର ଟି ଫାଟି ନଥିବ ।
- ତୁଳସୀର ଉପଯୋଗ କୌଣସି ପ୍ରକାରରେ ବି ଶିବଲିଙ୍ଗ ପୂଜାରେ କରାଯାଇ ନଥାଏ । କିନ୍ତୁ ତୁଳସୀ ବୃକ୍ଷର ଜଟ ଚଢାଇ ପାରିବେ |
8. ରାଶିର ଉପଯୋଗ
- ଶିବ ପୂଜାରେ ତିଳ ବ୍ୟବହାର କରାଯିବା ଉଚିତ ନୁହେଁ କାରଣ ଏହା
ବିଶ୍ବାସ କରାଯାଏ ଯେ ତିଳ ଭଗବାନ ବିଷ୍ଣୁଙ୍କ ଦେହର ମଇଳାରୁ ଉତ୍ପନ୍ନ ହୋଇଛି, ଏପରି
ପରିସ୍ଥିତିରେ ଭଗବାନ ବିଷ୍ଣୁଙ୍କୁ ତିଳ ଦିଆଯାଏ କିନ୍ତୁ ଶିବଙ୍କୁ ଦିଆଯାଇନଥାଏ।
- ରାଶି ଦ୍ୱାରା ପ୍ରସ୍ତୁତ ହୋଇଥିବା ସାମଗ୍ରୀ, ମିଠା ବା ରାଶିରେ ତିଆରି ଲଡୁ ଇତ୍ୟାଦି ଶିବଲିଙ୍ଗର ପୂଜାରେ କେବେ ବି ଉପଯୋଗ କରାଯାଏ ନାହିଁ ।
9. ସିନ୍ଦୁରର ଉପଯୋଗ
- ଭଗବାନ ଭୋଳାନାଥ ବୈରାଗୀ ଅଟନ୍ତି । ତାଙ୍କର ଶ୍ରୀଙ୍ଗାର ସାମଗ୍ରୀ ସହିତ କୌଣସି ସମର୍କ ନାହିଁ ।
- ସିନ୍ଦୁର ଏକ ଶ୍ରୀଙ୍ଗାର ସାମଗ୍ରୀ ହୋଇଥିବା ଯୋଗୁଁ ଶିବଲିଙ୍ଗରେ ସିନ୍ଦୁରରେ ଶ୍ରୀଙ୍ଗାର କରାଯାଇନଥାଏ |
- କିନ୍ତୁ ଚନ୍ଦନର ପ୍ରଲେପ କରାଯାଇଥାଏ |
10. ହଳଦୀର ବ୍ୟବହାର
- ହଳଦୀ ଏବଂ କୁକୁମ ଉତ୍ପତ୍ତିର ପ୍ରତୀକ ଭାବରେ ବିବେଚନା କରାଯାଏ, ଏଥିପାଇଁ ଏହାକୁ ଶିବଙ୍କ ପୂଜାରେ ବ୍ୟବହାର କରାଯିବା ଉଚିତ୍ ନୁହେଁ |
- ସାଧାରଣତଃ ଲୋକ ଶିବଲିଙ୍ଗରେ ହଳଦୀ ଆଦିର ଲେପ ଲଗାଇଥାଆନ୍ତି ଯାହା ଶିବଲିଙ୍ଗରେ ପୂର୍ଣ୍ଣ ଭାବରେ ବର୍ଜିତ ଅଟେ କାରଣ ହଳଦୀ ମଧ୍ଯ ଏକ ଶ୍ରୀଙ୍ଗାର ସାମଗ୍ରୀ ଅଟେ ।
11. ଭୋଳାନାଥଙ୍କୁ ଖଣ୍ଡିତ ମଧ୍ଯ ପସନ୍ଦ ନୁହେଁ
- ଶିବ ପୂଜାରେ ଚାଉଳର ବ୍ୟବହାର କରାଯାଏ। ତେବେ ବିଶେଷ ଧ୍ଯାନ ଦିଅନ୍ତୁ ଯେ ଚାଉଳ ଭାଙ୍ଗିବା କିମ୍ବା ଭଙ୍ଗା ଚାଉଳ ମଧ୍ଯ ଅର୍ପଣ କରିବା ଉଚିତ୍ ନୁହେଁ |
- ଶାସ୍ତ୍ରରେ ଏହି ପ୍ରକାର ଚାଉଳକୁ ଅପୂର୍ଣ୍ଣ ଏବଂ ଅଶୁଦ୍ଧ କୁହାଯାଇଛି ।
12. ସନ୍ଧ୍ୟାରେ ଜଳ ଚଢ଼େଇବା
ଶିବଲିଙ୍ଗ ଉପରେ ସବୁବେଳେ ଜଳ ସକାଳେ ଚଢାଯାଏ । ସନ୍ଧ୍ୟାରେ ଜଳ ଚଢ଼େଇବା ଉଚିତ ମାନାଯାଏ ନାହିଁ । ଏଥିପାଇଁ ଆର୍ପଣ ଏହି ଭୁଲ କରନ୍ତୁ ନାହିଁ।


0 Comments
Do you have any doubts or suggestions? Ask them here in the comments!