ବର୍ଷାଦିନିଆ ଟିପ୍ସ
Image Source - Dainik Bhaskar
ବର୍ଷା ଆସିବା ସହିତ ଗରମରୁ ରକ୍ଷା ମିଳେ ଏବଂ ମନରେ ଖୁସି ଭରିଯାଏ | ତେବେ ଋତୁ ପରିବର୍ତ୍ତନ ସହିତ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ମଧ୍ଯ ଆସିଥାଏ ମୌସମୀ ସହିତ | ମଶା,ମାଛି ଓ ଅନ୍ୟାନ୍ୟ କୀଟପତଙ୍ଗ ବଢିଯିବାରୁ ବିଭିନ୍ନ ପ୍ରକାର ସଂକ୍ରମଣ ଏବଂ ଅସୁସ୍ଥତା ଏହି ଋତୁରେ ଆକ୍ରମଣ କରେ | ବର୍ଷାରେ ପ୍ରଥମେ ଏହି ସବୁ ଜିନିଷ ପ୍ରତି ଦୃଷ୍ଟି ଦିଅନ୍ତୁ |
ବର୍ଷାରେ ଏହି ଖାଦ୍ୟ ବାରଣ :-
-ବିଶେଷ କରି ବର୍ଷା ଦିନେ ବାହାର ଖାଦ୍ୟ ଖାଇବାରୁ ଦୂରେଇ ରୁହନ୍ତୁ ।
-ଯେତେବେଳେ ବି ଖାଦ୍ୟ ଖାଉଛନ୍ତି ହାତକୁ ଭଲ ଭାବେ ଧୋଇବା ସହିତ ଖାଇବା ପାତ୍ରକୁ ମଧ୍ଯ ଭଲ ଭାବେ ଧୋଇକି ଖାଆନ୍ତୁ ।
ପତ୍ରଜାତୀୟ ପରିବା :- ପାଳଙ୍ଗ,ବନ୍ଧାକୋବି ଏବଂ ଅନ୍ୟାନ୍ୟ ପତ୍ରଜାତୀୟ ପରିବାରେ ବର୍ଷା ଆସିଲେ ପୋକ ଓ ବ୍ୟାକ୍ଟେରିଆ ରହିବାର ଆଶଙ୍କା ଥାଏ | ତେଣୁ ଏହାର ଅମଳ ମଧ୍ଯ କମ ହୁଏ | ଖାଇବାରେ ବେଶୀ ଆଗ୍ରହୀ ତେବେ ଉଷୁମ ପାଣିରେ ଧୋଇ ଖାଦ୍ୟ ବନାନ୍ତୁ |
ମାଛ :- ବର୍ଷାଋତୁରେ ମାଛ ଏବଂ ଅନ୍ୟ ସାମୁଦ୍ରିକ ଜୀବମାନଙ୍କର ପ୍ରଜନନ ସମୟ ହୋଇଥାଏ | ବିହନ ଥିବା ମାଛ ଖାଇଲେ ଫୁଡ ପଏଜନିଙ୍ଗର ଆଶଙ୍କା ରହିଛି | ନଦୀ ଓ ସମୁଦ୍ରରେ ବର୍ଷା ଯୋଗୁଁ ପାଣି ପ୍ରଦୂଷିତ ହୋଇଥାଏ ଏହି ସମୟରେ ମାଛରେ ବି ପ୍ରଦୂଷଣ ତତ୍ତ୍ୱ ରହିବା ସମ୍ଭାବନା ଅଛି | ତେଣୁ ଅଧିକ ମାଛ ନ ନ ଖାଇବା ଉଚିତ |
ଦହି ଓ ଲସି :- ବର୍ଷାଋତୁରେ ଶରୀରରେ ଏକାଧିକ ପ୍ରକାର ବ୍ୟାକ୍ଟେରିଆ ରହିଥାନ୍ତି | ଦହିରେ ବି ବ୍ୟାକ୍ଟେରିଆ ରହୁଥିବାରୁ ଏବଂ ଏହା ଶୀତଳ ସ୍ୱଭାବର ହୋଇଥିବାରୁ ବର୍ଷା ପାଗରେ ଦହି ଓ ଲସି ଆଦି ପିଇବା ମନା | କ୍ଷୀର ଭଲଭାବେ ଫୁଟାଇ ପିଇବେ |
ଛଣା ଖାଦ୍ୟ :- ବର୍ଷାଋତୁରେ ଛଣା ଖାଦ୍ୟ ଖାଇଲେ ଶରୀରରେ ପିତ୍ତ ପ୍ରଭାବ ବଢାଏ | ଏହି ଋତୁରେ ଶରୀରରେ ବାତ ଦୋଷ ପ୍ରଭାବିତ ହୋଇଥାଏ | ତେଣୁ ବାତ ଓ ପିତ୍ତଦୋଷ ଶରୀରକୁ ଅଧିକ ଅସୁସ୍ଥ କରିବାର ଆଶଙ୍କା ରହିଛି | ବିଶେଷ କରି ବଜାରରୁ ଛଣା ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ ଏବଂ ଘରେ ବି ଛଣା ଖାଦ୍ୟ ଏବଂ ମସାଲାଜାତୀୟ ଖାଦ୍ୟ କମ କରନ୍ତୁ |
ପାଣିର ବ୍ୟବହାର :-
-ପିଇବା ପାଣିରେ କ୍ଲୋରିନ୍ ବଟିକା ମିଶାନ୍ତୁ ଏବଂ ପାଣିକୁ ଫୁଟାଇ ପିଅନ୍ତୁ ।
-ସବୁବେଳେ ଉଷୁମ ପାଣି ପିଇବା ସ୍ୱାସ୍ଥ୍ୟ ପକ୍ଷେ ହିତକର |
ନିଜର ଯତ୍ନ :-
Image Source - Youngisthan





0 Comments
Do you have any doubts or suggestions? Ask them here in the comments!