ବୁଦ୍ଧି ପାଇଁ ଖାଦ୍ୟ ଏବଂ କିଛି ବାସ୍ତୁ ଟିପ୍ସ
ଗବେଷକଙ୍କ ମତରେ ଏହି ଖାଦ୍ୟ ଖାଇଲେ ମନୁଷ୍ୟ ବୁଦ୍ଧିମାନ ହୋଇଥାଏ |
ତେଲିଆ ମାଛ: ଏହି ମାଛରେ ଓମେଗା-3 ଫ୍ୟାଟି ଅମ୍ଳ ଥାଏ, ଯାହା ମସ୍ତିଷ୍କ ଓ ଶରୀର ପାଇଁ ଉତ୍ତମ | ତେଣୁ ସପ୍ତାହକୁ ଥରେ ଅନ୍ତତଃ ଏହି ତେଲିଆ ମାଛ ଖାଇବା ଉଚିତ |
ପତ୍ର ପରିବା: ପାଳଙ୍ଗ,ବ୍ରୋକୋଲି ଓ ବନ୍ଧାକୋବି ଇତ୍ୟାଦି ମସ୍ତିଷ୍କକୁ ଅଧିକ କାର୍ଯ୍ୟକ୍ଷମ କରାଏ |ଏସବୁ କଞ୍ଚା କିମ୍ବା ସିଝା ଖାଇହେବ |
ଅଣ୍ଡା: ଅଣ୍ଡା ଖାଇଲେ ଶରୀରକୁ ଲୌହସାର ମିଳିଥାଏ,ଯାହା ଲାଲ ରକ୍ତ କଣିକା ସୃଷ୍ଟି କରେ | ଏହା ମସ୍ତିଷ୍କକୁ ଅମ୍ଳଜାନ ଯୋଗାଏ |
ସବୁଜ ଚା': ଗବେଷକଙ୍କ ମତରେ ସବୁଜ ଚା' ମସ୍ତିଷ୍କର କୋଷଗୁଡିକୁ ସକ୍ରିୟ କରାଏ ଓ ସ୍ମୃତି ଶକ୍ତି ବୃଦ୍ଧି କରେ |
ଚକୋଲେଟ: ଫ୍ଲାବୋନଏଡ଼ର ମାତ୍ରା ଏଥିରେ ସର୍ବାଧିକ ଥାଏ | ଡାର୍କ ଚକୋଲେଟ ଖାଇଲେ ମସ୍ତିଷ୍କରେ ନ୍ୟୁରନ ସୃଷ୍ଟି ହୋଇଥାଏ |
ସମସ୍ତେ ନିଜ ଜୀବନରେ ଭଲ ଶିକ୍ଷା ହାସଲ କରିବା ପାଇଁ ବହୁତ ପରିଶ୍ରମ କରିଥାନ୍ତି । ସେଥିପାଇଁ ପିଲାମାନେ ଦିନ ରାତି ପଢିଥାନ୍ତି । କିନ୍ତୁ ସମସ୍ତେ ଭଲ ମାର୍କ ଆଣି ପାରନ୍ତି ନାହିଁ । ବହୁତ କଷ୍ଟ୍ କରିବା ସତ୍ୱେ ବି ତାଙ୍କର ଭାଗ୍ୟ ପରୀକ୍ଷା ସମୟରେ ତାଙ୍କର ସାଥ ଦିଏ ନାହିଁ | କିନ୍ତୁ କିଛି ଏମିତି ହିଁ ପିଲା ବି ହୋଇଥାନ୍ତି ଯେଉଁମାନେ ଅଳ୍ପ କଷ୍ଟ କରି ବି ଭଲ ମାର୍କ ନେଇ ଆସନ୍ତି ।
ପରୀକ୍ଷାରେ ଭଲ ମାର୍କ ଆଣିବା ପାଇଁ ବିଦ୍ୟାର୍ଥୀମାନେ କରନ୍ତୁ ଏହି ଉପାୟ...
Image Source - Vastu Compass Community
କିଛି ଦିଗ ପ୍ରତି ଧ୍ଯାନ ଦେବା ଉଚିତ
ପିଲାଙ୍କ ପଢ଼ାଘର ଉତ୍ତର କିମ୍ବା ପୂର୍ବ ଦିଗରେ ହେବ ଦରକାର | ଏହି 2ଦିଗକୁ ମୁହଁ କରି ପଢ଼ିବା ଦ୍ୱାରା ଏକାଗ୍ରତା ବଢି ଥାଏ ଏବଂ ପାଠ ଶୀଘ୍ର ବୁଝିଥାନ୍ତି |
Image Source - Dainik Jagran
କରନ୍ତୁ ଏହି ମନ୍ତ୍ର ଜପ
ସବୁଦିନ ସକାଳେ ଉଠି “ଗୁରୁ ଗୃହନ ଗୟ ପଢନ ରଘୁରାଈ,ଅଳ୍ପ କାଳ ବିଦ୍ୟା ସବ ଆଇ” ମନ୍ତ୍ରର ଜପ କରିବା ଦ୍ବାରା ନିଜ ପଢା ଉପରେ ଭଲ ପ୍ରଭାବ ପଡିଥାଏ ଏବଂ ସଫଳତା ମିଳିଥାଏ | ଏହି ମନ୍ତ୍ରକୁ ଜପ କରିବାର ଶୁଭ ସମୟ ସକାଳ 7ଟା ଅଟେ |
Image Source - Patrika
ମା ସରସ୍ବତୀଙ୍କ ଜପ ପାଠ
ମା ସରସ୍ବତୀଙ୍କର ପୂଜା କରିବା ଦ୍ବାରା ବିଦ୍ୟାର୍ଥୀଙ୍କ ଉପରେ ମାତା ସରସ୍ବତୀଙ୍କର କୃପା ରହିଥାଏ । ଏଥିପାଇଁ ବିଦ୍ୟାର୍ଥୀମାନେ କେବଳ ସକାଳେ ଉଠି ନିଜର ମନରେ ମାତାଙ୍କୁ ମନେ ପକାଇ “ଐଂ ହ୍ରୀଂ ଶ୍ରୀଂ ବାଗ୍ଦେବୈ ସରସ୍ବତୈ ନମଃ" ମନ୍ତ୍ରର ଜପ କରନ୍ତୁ |
-ଓଁ ଶାରଦା ମାତା ଇଶ୍ଵରୀ,ମେଁ ନିତ ସୁମରି ତୋୟ,ହାଥ ଜୋଡ ଅରଜି କରୁଁ ବିଦ୍ୟା ବର ଦେ ମୋୟ |
-ଶାରଦୀୟ ନମସ୍ତୁଭ୍ୟଂ,ମମ ହୃଦୟେ ପ୍ରବେଶିନୀ |
Image Source - Dailyhunt
ଗାଈକୁ ଦିଅନ୍ତୁ ରୁଟି
ଗାଈକୁ ଗୁରୁବାର ଦିନ ରୁଟି ଖୁଆଇବା ଦ୍ବାରା ବିଦ୍ୟାର୍ଥୀଙ୍କର ମନ ପଢାରେ ଲାଗି ଥାଏ |
ଭଗବାନ ଗଣେଶଙ୍କୁ ଲଗାନ୍ତୁ ଭୋଗ
ବିଦ୍ୟାର୍ଥୀଙ୍କୁ ସବୁ ଦିନ ଭଗବାନ ଗଣେଶଙ୍କର ପୂଜା ଅର୍ଚ୍ଚନା କରି ତାଙ୍କୁ ବେସନର ଲଡୁ ଭୋଗ ଲଗାନ୍ତୁ ।
Image Source - Wholespice









0 Comments
Do you have any doubts or suggestions? Ask them here in the comments!