ଆଖି ତଳେ ଥିବା କଳାଦାଗର ଚିକିତ୍ସା
Image Source - Medium
ଆଖି ତଳେ ଦେଖାଯାଉଥିବା କଳାଦାଗ ଏକ ସାଧାରଣ ସମସ୍ୟା | କିନ୍ତୁ ଏହାର ପ୍ରଭାବ ମହିଳାମାନଙ୍କଠାରେ ଅଧିକ ଦେଖାଯାଏ | ସବୁ ସମସ୍ୟାର ପ୍ରତିକାର ଅଛି କିନ୍ତୁ ବେଳହୁଁ କାମରେ ଲଗାଇଲେ ଶୀଘ୍ର ସୁଫଳତା ମିଳେ | ଏହି ସମସ୍ତ ପ୍ରତିକାର ଗୁଡିକ ଆଖି ଚାରିପାଖେ ଥିବା କଳାଦାଗ ଦୂର କରିବା ପାଇଁ ବ୍ୟବହାର କରନ୍ତୁ ।
ଏଥିସହ ପ୍ରତିଦିନ 6 ରୁ 8 ଘଣ୍ଟା ଶୋଇବାକୁ ଚେଷ୍ଟା କରନ୍ତୁ ଏବଂ ମାନସିକ ଚାପ ଓ ଚିନ୍ତାରୁ ଦୂରରେ ରୁହନ୍ତୁ । ଏହା ବ୍ୟତୀତ ଅଧିକରୁ ଅଧିକ ପାଣି ପିଅନ୍ତୁ ଏବଂ ଆପଣଙ୍କ ଖାଦ୍ୟରେ ଶସ୍ୟଜାତୀୟ ଖାଦ୍ୟ, ଡାଲି, ପନିପରିବା, କ୍ଷୀର ଇତ୍ୟାଦି ଅନ୍ତର୍ଭୁକ୍ତ କରନ୍ତୁ ।
ଯଦି ଆପଣ ଏଥିରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ତେବେ କିଛି ଘରୋଇ ଉପଚାର ବ୍ୟବହାର କରନ୍ତୁ ।
Image Source - voyageavectonchien.com
1. ଘିକୁଆଁରୀ ରସ :-
-ପ୍ରଥମେ ଆଖିତଳର କଳାଦାଗ ଉପରେ ସତେଜ ଘିକୁଆଁରୀ ରସ ଲଗାଇ କିଛି ସେକେଣ୍ତ ପାଇଁ ମାଲିସ କରନ୍ତୁ । ତାପରେ ତୁଳା ସାହାଯ୍ୟରେ ଆଖି ଚାରିପାଖକୁ ସଫା କରିଦିଅନ୍ତୁ । ରାତିରେ ଶୋଇବା ପୂର୍ବରୁ ପ୍ରତିଦିନ ଏହି ପ୍ରକ୍ରିୟା ଥରେ କରିବା ଆବଶ୍ୟକ |
-ବଜାରରେ ମିଳୁଥିବା (Aloe vera Gel)କୁ ବି ଆପଣ ବ୍ୟବହାର କରି ପାରିବେ |
-ଘିକୁଆଁରୀ ଚର୍ମକୁ କୋମଳ କରିଥାଏ ଏବଂ ଏହାକୁ ହାଇଡ୍ରେଟେଡ଼ ରଖେ । ଏହାର ପୁଷ୍ଟିକର ଗୁଣ ଆଖି ତଳେ ଥିବା କୁଞ୍ଚକୁ ଦୂର କରିଥାଏ ଏବଂ ଚର୍ମକୁ ସୁସ୍ଥ ରଖିଥାଏ |
Image Source - Longevitylive.com
2. ଆପଲ୍ ଭିନେଗାର :-
-ଏଥିପାଇଁ କାନ ସଫା କରିବା କାଠି, ଯାହାର ସମ୍ମୁଖରେ ତୁଳା ଲାଗିଥାଏ ବ୍ୟବହାର କରନ୍ତୁ । ଏହି ତୁଳାକୁ ଆପଲ୍ ଭିନେଗାରରେ ବୁଡ଼ାଇ ଆଖି ତଳେ ଲଗାନ୍ତୁ । ଲଗାଇବା ପରେ ଏହା ଶୁଖିବାକୁ ଛାଡ଼ିଦିଅନ୍ତୁ । ଏହି ପ୍ରକ୍ରିୟାକୁ ଦିନକୁ ଦୁଇଥର ପୁନରାବୃତ୍ତି କରନ୍ତୁ ।
-ଆପଲ୍ ଭିନେଗାରରେ ମିନେରାଲ୍ସ, ଭିଟାମିନ୍ ଏବଂ ଏନଜାଇମ୍ ଥାଏ ଯାହା ଆଖିର ଚାରିପାଖକୁ ପରିଷ୍କାର ଏବଂ କଳା ଦାଗ ଅଦୃଶ୍ଯ କରିବାରେ ସାହାଯ୍ୟ କରିଥାଏ |
ସତର୍କତା :- ମନେରଖନ୍ତୁ ଯେ ଆପଲ୍ ଭିନେଗାର ଭୁଲରେ ଆପଣଙ୍କ ଆଖିକୁ ଯଦି ଚାଲିଯାଏ, ସଙ୍ଗେ ସଙ୍ଗେ ଆଖିକୁ ପାଣିରେ ଧୋଇ ଦିଅ |
Image Source - Homeremedies
3. କାକୁଡି :-
-ପ୍ରଥମେ କାକୁଡିକୁ ମୋଟା ମୋଟା ଗୋଲକରି କାଟି ଅଧ ଘଣ୍ଟା ଫ୍ରିଜରେ ରଖନ୍ତୁ । ଏବେ ଦୁଇ ଖଣ୍ତ କାକୁଡି ନେଇ ଆଖିତଳେ ରଖ | ଧ୍ୟାନ ରଖିବେ ଯେପରି ଏହା ଆପଣଙ୍କ ଆଖିର ଚାରିପାଖକୁ ସମ୍ପୂର୍ଣ୍ଣ ରୂପେ ଆଚ୍ଛାଦନ କରିବ । ଏହିପରି କାକୁଡ଼ି ଖଣ୍ତକୁ ଦଶ ମିନିଟ୍ ପର୍ଯ୍ୟନ୍ତ ରଖ ଏବଂ ବର୍ତ୍ତମାନ ଆଖିକୁ ଥଣ୍ତା ପାଣିରେ ଧୋଇ ଦିଅନ୍ତୁ । କିଛି ସପ୍ତାହ ପାଇଁ ଦିନକୁ ଦୁଇଥର ଏହି ପ୍ରକ୍ରିୟା ପୁନରାବୃତ୍ତି କରନ୍ତୁ ।
-କାକୁଡିରେ ଅନେକ ଆଣ୍ଟିଅକ୍ସିଡାଣ୍ଟ ଥାଏ ଯେପରିକି ଭିଟେକ୍ସିନ୍, ଓରିଏଣ୍ଟିନ ଏବଂ କାକୁର୍ବିଟାସିନ୍ ଯାହା ଆଖି ତଳେ ଥିବା କଳା ଦାଗର ଚିକିତ୍ସା କରିବାରେ ସାହାଯ୍ୟ କରିଥାଏ |
4. ଟମାଟୋ ଓ ଆଳୁ ରସ :-
-ପ୍ରଥମେ ଏକ ଚାମଚ ଟମାଟୋ ରସ ସହ ଏକ ଚାମଚ ଆଳୁରସ ମିଶାନ୍ତୁ ଏବଂ ଏହି ମିଶ୍ରଣକୁ ଆଖି ପାଖ କଳା ଦାଗରେ ଲଗାନ୍ତୁ । ଏହିପରି ଦଶ ମିନିଟ୍ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ ଏବଂ ତା'ପରେ ଥଣ୍ତା ପାଣିରେ ଧୋଇ ଦିଅନ୍ତୁ । ଦୁଇରୁ ତିନି ସପ୍ତାହ ପାଇଁ ଦିନକୁ ଦୁଇଥର ଏହି ପ୍ରକ୍ରିୟା ପୁନରାବୃତ୍ତି କରନ୍ତୁ ।
-ଟମାଟୋରେ ଲାଇକୋପିନ୍ ଏବଂ ଫାଇଟୋକେମିକାଲ୍ ଥାଏ ଯାହା ଚର୍ମକୁ ଖରାପ ହେବାରୁ ରକ୍ଷା କରିଥାଏ ।
-ଉପରୋକ୍ତ ମିଶ୍ରଣରେ ଗୋଟିଏ ଚାମଚ ଗୋଲାପ ଜଳ ମିଶାଇ ଆଖି ତଳେ ଥିବା କଳାଦାଗ ଉପରେ ବ୍ୟବହାର କରନ୍ତୁ ।
Image Source - Medicalnewstoday










0 Comments
Do you have any doubts or suggestions? Ask them here in the comments!