ରଜପର୍ବ ପାଳନ ପଛରେ କ'ଣ ରହିଛି କିମ୍ବଦନ୍ତୀ
ରଜପର୍ବର ଉତ୍ପତି, ବିକାଶ ଓ ସ୍ଵରୂପର ଅୟମାରମ୍ଭ କାଳ ସମ୍ପର୍କରେ ଯଥାର୍ଥ ପ୍ରାମାଣିକ
ତଥ୍ୟ ଅଦ୍ୟାବଧି ଗବେଷଣାତ୍ମକ ପଦ୍ଧତିରେ ନିର୍ଣ୍ଣୟ, ହୋଇନଥିଲେ ହେଁ କିମ୍ବଦନ୍ତିରେ ଏହାର ପ୍ରାଚୀନତା ଯଥେଷ୍ଟ ସାର୍ବଜନୀନ ଅଟେ | କିମ୍ବଦନ୍ତି ବହୁଳ ରଜ ମହୋତ୍ସବ ବିଷୟରେ
ବିଭିନ୍ନ ପୌରାଣିକ ଓ ସାମାଜିକ ପୃଷ୍ଠଭୂମି ଥିବାର ଅନୁମାନ କରାଯାଏ ।
ଲଙ୍କାର ରାଜା
ରାବଣ ରାଜୁତି କରୁଥିବାବେଳେ ମୟଦାନବ ନାମରେ ମଧ୍ୟ ଆଉ ଜଣେ ରାଜା ଅନ୍ୟ ଏକ ରାଜ୍ୟରେ
ରାଜୁତି କରୁଥିଲେ | ଉଭୟେ ରାକ୍ଷସ ମାନଙ୍କର ରାଜା ହୋଇଥିବା କାରଣରୁ ଉଭୟଙ୍କ ମଧ୍ଯରେ
ସମ୍ପର୍କ ଖୁବ ନିବିଡ଼ ଥିଲା | ରାବଣ ମୟଙ୍କ ଦରବାରକୁ ଯିବା ଆସିବା କରୁଥିଲେ | ରାଜା
ମୟଙ୍କର ମନ୍ଦୋଦରୀ ନାମରେ ଅତି ସୁନ୍ଦରୀ କନ୍ୟାଟିଏ ଥିଲା । ରାବଣ ସୁନ୍ଦର, ପ୍ରତିଭାବାନ
ଓ ବୀରଥିବାରୁ ସେମାନେ ପରସ୍ପର ପ୍ରତି ଆକର୍ଷିତ ହେଲେ ଓ ମନ୍ଦୋଦରୀ ଅନ୍ତସତ୍ତ୍ଵା,
ହେଲେ |
ମନ୍ଦୋଦରୀଙ୍କଠାରୁ ଅତି ସୁନ୍ଦରୀ କନ୍ୟାଟିଏ ଜନ୍ମ ନେବା ଫଳରେ ପିତା-ମାତାଙ୍କ
ପାଇଁ ବଦନାମର କାରଣ ହେଲା । ଅବିବାହିତ କନ୍ୟା ଜନନୀ ହେବା ବାସ୍ତବିକ ଲୋକ ଲଜ୍ଜା ଓ
କଳଙ୍କ । ଏଣୁ ରାଜା ମୟ ଉକ୍ତ ଶିଶୁ କନ୍ୟାକୁ ବିଳମ୍ବିତ ରାତ୍ରରେ ଦୂର ରାଇଜକୁ
(ମିଥିଳା ନଗର)କୁ ନେଇ ଗୁପ୍ତ ଭାବରେ ଗାତ ଖୋଳି ପୋତି ଦେଇଥିଲେ | ଏହି ଶିଶୁ କନ୍ୟାଟିକୁ ମିଥିଳାରାଜ୍ୟରେ ପୋତି ଦେଇଥିବା କାରଣରୁ ମିଥିଳାରେ ଅକାଳ ପଡ଼ିଲା |
ବର୍ଷା ହେଲା ନାହିଁ | ମିଥିଳାବାସୀ ତାହି ତାହି କରିବାକୁ ଲାଗିଲେ | ମିଥିଳା ରାଜ୍ୟର ଜଣେ ପ୍ରଜାବତ୍ସଳ ରାଜାଥିଲେ ରାଜା ଥିଲେ ଜନକ । ପ୍ରଜାଙ୍କର ଦୁଃଖଦୁର୍ଦଶା ଦେଖି ରାଜାଜନକ ପ୍ରଜାଙ୍କହିତ ପାଇଁ ଜ୍ୟୋତିଷମାନଙ୍କର ପରାମର୍ଶ ନେଲେ । ଜ୍ୟୋତିଷମାନଙ୍କର ମତ ଅନୁଯାୟୀ ରାଜା ନିଜେ ହଳ ଯୋଚିଲେ ଅକାଳ ଦୂର ହେବ | “ର' ଅର୍ଥ ସଂସାର ଓ “ଜ' ଅର୍ଥ ଯୋଚିବା । ସଂସାରର ହିତ ପାଇଁ ରାଜା ଜନକ ନିଜେ ହଳ ଯୋଚିବାରୁ ଇନ୍ଦ୍ର ଦେବତା ସନ୍ତୁଷ୍ଟ ହୋଇ ମୂଷଳ ଧାରାରେ ବର୍ଷା ହେବାକୁ ଲାଗିଲା | ମିଥିଳାବାସୀ ଆନନ୍ଦ, ଉଲ୍ଲାସରେ ଗୀତ ଗାଇ ନାଚିବାକୁ ଲାଗିଲେ |
ରଜ ଓଡ଼ିଶାର ଏକ ବିଶେଷ ପର୍ବ ହେଲେ ହେଁ ଏହା କେବଳ ଝିଅ ଭୁଆସୁଣୀ ମାନଙ୍କ ପର୍ବ ରୂପେ ପାଳନ କରାଯାଏ । କିମ୍ବଦନ୍ତୀ ଅଛିଯେ ରାଜା ଜନକ ହଳଯୋଚି ଏକ କନ୍ୟାକୁ ଭୂମିରୁ ପାଇଥିବାରୁ ମିଥିଳାବାସୀ ଏହି ପର୍ବକୁ ନାରୀମାନଙ୍କ ପର୍ବ ରୂପେ ସ୍ୱୀକୃତି ଦେଇଥିଲେ ବୋଲି ଅନୁମାନ କରାଯାଏ ।
ଜ୍ୟୋତିଷ ଶାସ୍ତ୍ର ଆନୁସାରେ ସୂର୍ଯ୍ୟ ବୃକ୍ଷରାଶିକୁ ତ୍ୟାଗକରି ଯେଉଁ ଦିନ ମିଥୁନ
ରାଶିରେ ପ୍ରବେଶ କରି ତାପର ଦିନକୁ ମିଶାଇ ମୋଟ ତିନିଦିନ ରଜପର୍ବ ପାଳନ କରାଯାଏ ।
ମୃଗଶିରା ନକ୍ଷେତ୍ରରେ ସୂର୍ଯ୍ୟ ରହିବାର ତିନିଦିନକୁ ରଜ କୁହାଯାଉଥିବା ବେଳେ
ଧର୍ମଶାସ୍ତ୍ରନୁଯାରେ କୌଣସି ନାରୀର ରତୁସ୍ରାବ ପ୍ରଥମ ତିନିଦିନ ଯଥାକ୍ରମେ- ଚାଣ୍ତାଳି,
ବହୁଘାତିନୀ, ଓ ରଜକୀ ହୋଇଥାଏ । ଚତୁର୍ଥ ଦିନରେ ଶୂଦ୍ରା ଓ ପଞ୍ଚମ ଦିନରେ ରମଣ ଯୋଗ୍ୟ
ହୋଇଥାଏ । ତେଣୁ ରଜପର୍ବ ଭାବେ ମଧ୍ୟ ପାଳନ କରାଯାଏ | ରଜ ସଂକ୍ରାନ୍ତିର ପୂର୍ବଦିନ ସଜବାଜ, ପହିଲି ରଜ, ଦ୍ଵିତୀୟ ଦିବସ ହେଉଛି ରଜ ସଂକ୍ରାନ୍ତି, ତୃତୀୟ ଦିବସ ହେଉଛି ଭୂମିଦାହ ବା ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିବସ ହେଉଛି ବସୁମତୀ ସ୍ନାନ ।


0 Comments
Do you have any doubts or suggestions? Ask them here in the comments!