ଆଖିର ଦୃଷ୍ଟିଶକ୍ତି ବଢ଼ାଇବା ପାଇଁ କିଛି ଉପାୟ
ଆଖି ଆମ ଶରୀରର ସବୁଠୁ ଆକର୍ଷଣୀୟ ଅଙ୍ଗ ଅଟେ। ଆଖିରେ ଚଷମା ଲାଗିବାର ଗୁରୁତ୍ବପୂର୍ଣ୍ଣ କାରଣ ହେଉଛି ଚକ୍ଷୁର ଯତ୍ନ ନ ନେବା,ପୁଷ୍ଟିକର ଖାଦ୍ୟର ଅଭାବ କିମ୍ବା ଜେନେଟିକ୍ | ଯାହାଫଳରେ କମ ବୟସରେ ହିଁ ଆଖି କମଜୋର ହେବାକୁ ଲାଗିଥାଏ |
-ଦ୍ୱିତୀୟ କାରଣ ଘଣ୍ଟା ଘଣ୍ଟା ଧରି କମ୍ପୁଟରରେ ବସି ରହି କାମ କରିବା ଓ ଦୂରଦର୍ଶନ ଆଦି ଦେଖିବା । ଆହୁରି କିଛି କାରଣ ଅଟେକି ଯେପରି କୁପୋଷଣତା,କାମର ପ୍ରେସର ଅଧିକ ବଢିବା।
-ତୃତୀୟ କାରଣ ଆଖିର ସଫେଇ ଉପରେ ଧ୍ୟାନ ନଦେବା ବା ଆଖିକୁ ଧୂଳି ଓ ପ୍ରଦୂଷଣରୁ ରକ୍ଷା ନ କରିବା |
ଆଖିରେ କୌଣସି ପ୍ରକାର ଦରଜ ରହୁଛି, ଆଖିରୁ କୌଣସି କାରଣରୁ ପାଣି ଆସୁଥାଏ,ପାଖ ଓ ଦୂରରୁ ଦେଖାଯାଏ ନାହିଁ ବା ଝାପ୍ସା ଝାପ୍ସା ଦେଖା ଯାଉଥାଏ ତ କିଛି ସମାଧାନ ଅଛି। ଯାହାକି ଏହି ଉପଚାର ଗୁଡ଼ିକୁ ଠିକ ଭାବରେ ବ୍ୟବହାର କରିବା ଦ୍ୱାରା ଓ ନିରନ୍ତର ବ୍ୟବହାର ଦ୍ୱାରା ଆଖିର ଦୃଷ୍ଟିଶକ୍ତି ରେ କିଛି ତ ସୁଧାର ଆସିଥାଏ | ଯଦି କିଛି ସୁଧାର ନ ଆସେ ଡ଼କ୍ଟରଙ୍କ ପରାମର୍ଶ କରନ୍ତୁ |
ଏଠି ଆଉ ଗୋଟିଏ କଥା କହି ରଖୁଛୁ ଯଦି ଏହି ଉପଚାର ଗୁଡିକ ଆପଣେଇବାକୁ ଚାହୁଁଛନ୍ତି ତେବେ ଆଖି ଖରାପ ହେବା ପରେ ଆପଣାନ୍ତୁ ନାହିଁ | ଆଖି ଖରାପ ହେବା ପୂର୍ବରୁ ହିଁ ଆପଣାନ୍ତୁ ଯେପରି ଆଖି ସବୁଦିନ ସୁସ୍ଥ ରହିବ |
1. ନିୟମିତ ରୂପରେ ଆଖିର ଯତ୍ନ :-
ଆଖିର ଯତ୍ନ ନ ନେଲେ ଆଖିରେ ପାଣି ଆସିବା,ଜଳିବା,କୁଣ୍ଡେଇ ହେବା,ଆଖି ଲାଲ ହେବା,ହଳଦିଆ ରଙ୍ଗ ହେବା,ଦୁଧୂଆ ଦେଖା ଯିବା ଏମିତି ସମସ୍ୟା ସବୁ ହେଇପାରେ। ଏହି ସବୁ ସମସ୍ୟାରୁ ବଞ୍ଚିବା ପାଇଁ ନିୟମିତ ଆଖୁକୁ ସଫା କରିବା ଦରକାର |
-ଦୈନିକ ସକାଳୁ ଶଯ୍ୟାତ୍ୟାଗ ପରେ 10 ମିନଟ ଅତିକମରେ ଧ୍ଯ|ନ କରନ୍ତୁ |
-ସକାଳୁ ଉଠି ମୁହଁ ଏବଂ ଆଖିରେ ଥଣ୍ଡା ପାଣିର ଛିଟା ମାରିବା ଦ୍ୱାରା ବହୁତ ଫାଇଦା ହୋଇଥାଏ। ଆଖିକୁ ଟାୱାଲରେ ନ ମକଚି ହାଲକା ଭାବରେ ପୋଛି ନେବେ |
-ସବୁଦିନ ସକାଳୁ ଉଠୁ ଉଠୁ ନିଜ ମୁହଁର ଲାଳ ନିଜ ଆଖିରେ ଲଗାଇବା ଦ୍ୱାରା ଆଖିର କିରଣ ବଢିଥାଏ।
-ସକାଳୁ ଶୀଘ୍ର ଉଠି ପାର୍କରେ ଥିବା ଘାସରେ ଖାଲି ପାଦରେ ଚାଲିବା ଦ୍ୱାରା ଦୁର୍ବଳ ଆଖି ପ୍ରଖର ହୋଇଥାଏ।
-ସୂର୍ଯ୍ୟକିରଣ ଦ୍ବାରା ନାନା ପ୍ରକାର ଚକ୍ଷୁରୋଗ ଆରୋଗ୍ୟ ହୁଏ । ସକାଳର କଁଅଳିଆ ସୂର୍ଯ୍ୟକିରଣରେ ସୂର୍ଯ୍ୟଙ୍କ ଆଡ଼କୁ ମୁହଁକରି ସ୍ଥିର ଭାବରେ ବସନ୍ତୁ। ଆଖି ମୁଜି, ଶରୀରକୁ ଧୀରେ ଧୀରେ ଏପାଖ ସେପାଖ ସଞ୍ଚାଳନ କରନ୍ତୁ | ଏହିପରି ୧୦ ମିନିଟ୍ ଠାରୁ ୨୦ ମିନିଟ୍ ପର୍ଯ୍ୟନ୍ତ କର । ସୂର୍ଯ୍ୟଙ୍କ କିରଣ ଦ୍ୱାରା ଦେହକୁ ଯେତେବେଳେ କଷ୍ଟ ହେବ, ସେତେବେଳେ ବନ୍ଦ କର। ତାପରେ ଛାଇକୁ ଆସି ଥଣ୍ତା ପାଣିରେ ଆଖି ଧୁଅ । ଏହାଦ୍ୱାରା ଆଖିର ଶକ୍ତି ବଢ଼େ ଏବଂ ସ୍ବାୟୁ ସବୁ ସତେଜ ହୁଏ।
2. ଆଖି ପାଇଁ ସୋରିଷ ତେଲର ବ୍ୟବହାର :-
-ଶୋଇବା ପୂର୍ବରୁ ପାଦକୁ ସଫା ପାଣିରେ ଧୋଇ ପାଦ ତଳେ ସୋରିଷ ତେଲ ମାଲିସ କରିବା ଦ୍ୱାରା ବହୁତ ଜଲଦି ଆଖିର ରଶ୍ମି ବଢ଼ିଥାଏ।
-ନାହିରେ ସବୁଦିନ ସୋରିଷ ତେଲ ଲଗେଇବା ଦ୍ୱାରା ଆଖି ଖୁଞ୍ଚୀ ହୁଏ ନାହିଁ। -ସୋରିଷ ତେଲ ନାହିରେ ଲଗେଇବା ଦ୍ୱାରା ତ୍ୱଚାରେ ବି ସୁନ୍ଦରତା ବଢିଥାଏ।
-ଗାଧେଇବା ଆଗରୁ ପାଦର ଆଙ୍ଗୁଠିରେ ସୋରିଷ ତେଲ ଲଗେଇ ଗାଧେଇବା ଦ୍ୱାରା ଆଖିର ଦୃଷ୍ଟିଶକ୍ତି ବଢିଥାଏ।
3. ଆଖି ପାଇଁ ପୋଷକ ତତ୍ତ୍ୱ :-
-ଯେଉଁ ଲୋକମାନଙ୍କର ଆଖି ଦୁର୍ବଳ ହୋଇଯାଉଛି ସେହି ଲୋକମାନଙ୍କୁ ନିଜ ପେଟ ସଫା ରଖିବା ଉଚିତ । ଆଖି ରୋଗରୁ ବଞ୍ଚିବା ପାଇଁ ଭିଟାମିନ-A ଏବଂ ଭିଟାମିନ K ଯୁକ୍ତ ଖାଦ୍ଯ ଭରପୁର ଖାଇବା ଦରକାର | କ୍ଷୀର, ଲହୁଣୀ, ଗାଜର, ବିଲାତି,ଅମୃତ ଭଣ୍ତା, ଅଣ୍ଡା, ଦେଶୀଘିଅ ଏବଂ ସବୁଜ ଶାଗ ଇତ୍ୟାଦି ଖାଇବା ଦରକାର।
-ଆଖି ତଳକୁ କଳାଦାଗରୁ ବଞ୍ଚେଇବା ପାଇଁ ଭିଟାମିନ-C ର ଆବଶ୍ୟକ |
-ସବୁଦିନ ପନିପରିବାର ଓ ସପ୍ତାହକୁ 3-4 ଥର ଚୂନା ମାଛ ସେବନ ଦ୍ବାରା ଆଖିର ଶକ୍ତି ବଢିଥାଏ।
-ଆଖିକୁ ଆରାମ ଦେବା ପାଇଁ 8 ଘଣ୍ଟାର ର ନିଦ ଏବଂ ଆଖିର କସରତ କରିବା ଦ୍ୱାରା ଆଖିର ଦୃଷ୍ଟି ଶକ୍ତି ବଢିଥାଏ।
- ଗାଜର, ବିଟ୍ ଜୁସ୍ ପିଇବା ଦ୍ବାରା ମଧ୍ଯ ଶରୀରରେ ଆଇରନର ଅଭାବ ଦୂର ହୋଇଥାଏ ଏବଂ ଆଖିର ଦୃଷ୍ଟି ଶକ୍ତି ବଢେ।
4. ଆଖି ପାଇଁ ଆଉ କିଛି ଆୟୁର୍ବେଦିକ ଉପାୟ :-
-ଆୟୁର୍ବେଦ ଅନୁଯାୟୀ ଆଖି ପାଇଁ ତ୍ରିଫଳା ବହୁତ ଲାଭକାରୀ ହୋଇଥାଏ। ରାତିରେ ଶୋଇବା ପୂର୍ବରୁ ତ୍ରିଫଳା ଚୁନ ପାଉଡରକୁ ରାତିରେ ପାଣିରେ ଭିଜାଇ ସକାଳେ ଫିଲଟର କରି ସେହି ପାଣିରେ ଆଖି ଓ ମୁହଁ ଧୋଇ ଦିଅନ୍ତୁ। ଚକ୍ଷୁ ରୋଗ କମାଇଥାଏ ।
-ବାଦାମ ରସ, ପାନ ମହୁରି ଏବଂ ଚିନି ଗୁଣ୍ଡକୁ ସମାନ ପରିମାଣରେ ମିଶାନ୍ତୁ । ଏହି ମିଶ୍ରଣକୁ ଏକ ଚାମଚ ପରିମାଣରେ ରାତିରେ ଏକ ଗ୍ଲାସ କ୍ଷୀର ସହିତ ନିଅନ୍ତୁ |
-ଛୋଟ ଅଳେଇଚକୁ ପେଶୀ ଏକ ଚାମଚ କ୍ଷୀର ସହିତ ମିଶାଇ ରାତିରେ ଶୋଇବା ପୂର୍ବରୁ ସେବନ କରନ୍ତୁ। ଏହାଦ୍ୱାରା ବହୁତ ଜଲଦି ଆଖିକୁ ଦେଖାଯାଇଥାଏ।
-ଅଁଳାର ୨-୩ ପାଖୁଡା ତଟକା ବା ଶୁଖିଲା ଆଣି ଏହି ଖଣ୍ଡକୁ ଗୋଟେ ଗିନା ପାଣିରେ ପକେଇ ରଖିଦିଅ ଆଉ ସେଥିରେ ଗୋଟେ ଚାମୁଚ ଧନିଆ ପାଉଡର ମିଶାଇ ସେ ପାଣିରେ ନିଜ ଆଖିକୁ ଧୋଇବା ଦ୍ୱାରା ଆଖିର ଝାପ୍ସା ପଣ ଦୂର ହେବ ଆଖି ପୋଡିବା ଆଦିରୁ ଲାଭ ମିଳିଥାଏ।
-ସବୁଜ ଧନିଆକୁ ବାଟି ତାର ରସ ବାହାର କରିବା ଓ ତାକୁ ସଫା କପଡ଼ାରେ ଚୁପୁଡି ଏହାର ଦୁଇ ଦୁଇ ବୁନ୍ଦା ଆଖିରେ ପକାଇ ବା ଦ୍ୱାରା ବିନ୍ଧୁଥିବା ଆଖି ଠିକ ହୋଇଥାଏ।
-ମୁଲେଟି କୁ ପାଣିରେ ବୁଡାଇ ରଖି ତାର କପଡାକୁ ଆଖିରେ ପକେଇବା ଦ୍ୱାରା ଆଖିରେ ପୋଡାଜ୍ଵଳାରେ ଆରାମ ମିଳିଥାଏ।
-5 ଦାନା ଗୋଲମରିଚ ଗୁଣ୍ଡ,ଘିଅ ଗୋଟେ ଚାମୁଚ,ମିଶ୍ରୀକୁ ସକାଳୁ ଖାଲି ପେଟରେ ଗରମ ପାଣି ସହିତ ସେବନ କରିବା ଦ୍ୱାରା ଜଲଦି ଆରୋଗ୍ୟ ମିଳିଥାଏ |
-ସେଓର ମୁରବା ଖାଇ ଖୀରର ସେବନ କରିବା ଦ୍ୱାରା ଆପଣଙ୍କ ଆଖିର ଦୃଷ୍ଟି ଶକ୍ତି ଫେରି ଆସେ।
-ଗୋଲାପ ପତ୍ରକୁ ଏକ ଗ୍ଲାସ ପାଣିରେ ଭିଜାଇ ରଖିଦିଅନ୍ତୁ। ଗୋଲାପ ଜଳ ଆଖିରେ ପକାଇବା ଦ୍ବାରା ମଧ୍ଯ ଚକ୍ଷୁର ରଶ୍ମି ବଢ଼ିଥାଏ।
-ଆଖିର ରଶ୍ମି ବଢ଼ାଇବା ପାଇଁ ବାଦାମ ବା ଜଡା ତେଲ, ଅଖରୋଟର ତେଲକୁ ଆଖିର ଆଖପାଖରେ ଲଗାଇବା ଦ୍ୱାରା ବହୁତ ଫାଇଦା ମିଳିଥାଏ। ଏହି ମସାଜ୍ କୁ ୧୦ ରୁ ୧୫ ମିନିଟ ପର୍ଯ୍ୟନ୍ତ କରନ୍ତୁ ଏହା ଦ୍ୱାରା ଆଖିରେ ବ୍ଳଡ଼ ସର୍କୁଲେସନ ଭଲ ହୋଇଥାଏ ଓ ଆଖିର ଦୃଷ୍ଟି ଶକ୍ତି ପୂର୍ବ ଅପେକ୍ଷା ବଢ଼ି ଯାଇଥାଏ ।
-ଆଖିକୁ ସୁସ୍ଥ ରଖିବା ପାଇଁ ଆପଣ ପାନ ମାଧୁରୀକୁ ପାଣିରେ ୧ ରୁ ୨ ଘଣ୍ଟା ପର୍ଯ୍ୟନ୍ତ ଭିଜାଇ ରଖନ୍ତୁ । ଏହା ପରେ କାକୁଡି ସହ ଏହାକୁ ଭଲ ଭାବରେ ଗ୍ରାଇଣ୍ତରରେ ପେଶି ଦିଅନ୍ତୁ । ଏହି ପେଷ୍ଟକୁ ନିଜ ଆଖି ଉପରେ ୩୦ ରୁ ୪୦ ମିନିଟ ପର୍ଯ୍ୟନ୍ତ ରଖନ୍ତୁ ।
-ଯଦି ଆପଣ ଅଧିକ ଟିଭି ଦେଖନ୍ତି ବା କମ୍ପୁଟରରେ କାମ କରନ୍ତି ତେବେ ଏହି ପେଷ୍ଟକୁ ଫ୍ରିଜରେ ରଖି ଥଣ୍ତା କରିଦିଅନ୍ତୁ । ଏହାକୁ ଆଖିରେ ଲଗାଇଲେ ଆଖିରେ ଅଧିକ ପ୍ରଭାବ ପଡିବ, ଯାହା ଦ୍ବାରା ଆଖି ସୁସ୍ଥ ରହିବ । ଏହାକୁ ସପ୍ତାହରେ ତିନି ଥର ବ୍ୟବହାର କରନ୍ତୁ ।
Image Source - Aaj Tak
5. ସୁସ୍ଥ ଆଖି ପାଇଁ କିଛି ପାଣି ଦ୍ୱାରା ପ୍ରତିଷେଧକ:-
-ପେୟ ପଦାର୍ଥ (ଦୁଧ, ପାଣି, ତୋରାଣି ଇତ୍ୟାଦି) ପିଇବା ବେଳେ ଆଖି ବନ୍ଦ କରି ପିଇବ | କେବଳ ଏହି ସହଜ ଉପାୟରେ ଆଖିକୁ ଅନେକ ରୋଗ ଆକ୍ରମଣ କରିପାରିବ ନାହିଁ ।
-ତା ଛଡ଼ା ସକାଳୁ ଉଠି ପାଣି ପିଇବା ସହିତ, ପୁରା ଦିନରେ 8 ରୁ 9 ଗ୍ଲାସ ପାଣି ପିଇବା ଆଖି ପାଇଁ ହିତକର ଅଟେ,ଯାହା ଶରୀରରେ ବଢୁଥିବା ବିଷାକ୍ତ ପଦାର୍ଥକୁ ନଷ୍ଟ କରେ
-ସକାଳୁ ଉଠି ମୁହଁ ଧୋଇଲାବେଳେ ପ୍ରଥମ କୁଳୁକୁଞ୍ଚା ପାଣିରେ ଆଖି ଧୋଇଲେ ଆଖିକୁ କୌଣସି ରୋଗ ଆକ୍ରମଣ କରେ ନାହିଁ ।
-ଦିବା ଓ ରାତ୍ର ଭୋଜନ ପରେ ମୁହଁ ଧୋଇବା ବେଳେ ପାଟିରେ ଯଥେଷ୍ଟ ପାଣି ରଖି କୁଳାକୁଞ୍ଚା କରୁ କରୁ ଆଖିପତା ଉପରେ ଅନ୍ତତଃ ୧୫/୨୦ ଥର ଥଣ୍ତା ପାଣି ଛାଟିଲେ ଆଖିକୁ କୌଣସି ରୋଗ ସହଜରେ ଆକ୍ରମଣ କରେ ନାହିଁ |
Image Source - Boldsky




0 Comments
Do you have any doubts or suggestions? Ask them here in the comments!