ସାବିତ୍ରୀ ବ୍ରତରେ ଏହି କିଛି ଭୂଲ କରନ୍ତୁ ନାହିଁ

ସାବିତ୍ରୀ ବ୍ରତରେ ଏହି କିଛି ଭୂଲ କରନ୍ତୁ ନାହିଁ

ଆଜିଭଳି ଦିନରେ ବହୁତ ମହିଳା ସାବିତ୍ରୀ ବ୍ରତ କରିଥାନ୍ତି ମାତ୍ର ସେମାନେ ଗୋଟେ ଥର ମଧ୍ୟ ମାତା ସାବିତ୍ରୀକୁ ସ୍ମରଣ କରିନଥାନ୍ତି । ମାତା ସାବିତ୍ରୀଙ୍କୁ ସାବିତ୍ରୀ ବ୍ରତ ଦିନ ପୂଜା କରାଯାଇଥାଏ । ଏହି ବ୍ରତର ତିଥି ହେଉଛି ଜ୍ୟେଷ୍ଠ ମାସର କୃଷ୍ଣ ପକ୍ଷ । ତ୍ରୟୋଦଶୀ ତିଥିରେ ଏକବାର କରାଯାଇଥାଏ ଏବଂ ଚତୁର୍ଦ୍ଦଶୀ ଦିନ ସାବିତ୍ରୀ ପୂଜା ଆରମ୍ଭ କରାଯାଇଥାଏ । ଅମାବାସ୍ୟା ଦିନ ସାବିତ୍ରୀ ଅମାବାସ୍ୟା ରୂପରେ ପାଳନ କରାଯାଇଥାଏ ।

ଏହା ପରଦିନ ବ୍ରତ ଶେଷ ହୋଇଥାଏ ଅର୍ଥାତ ସାବିତ୍ରୀ ବ୍ରତ ୩ ଦିନ ଧରି ପାଳନ କରାଯାଇଥାଏ । କିନ୍ତୁ କେବଳ ବ୍ରାହ୍ମଣ ଘରେ ୩ ଦିନ ଧରି ମା’ ଙ୍କର ପୂଜା କରାଯାଉଅଛି । ପଞ୍ଜିକା ରେ ଲେଖା ହୋଇଛି ଯେ ସାବିତ୍ରୀ ବ୍ରତ ୩ ଦିନ ଧରି ପୂଜା ହୋଇଥାଏ । ସବୁ ବ୍ରାହ୍ମଣ ସବୁ ନିୟମ ଜାଣିନଥାନ୍ତି । ଏଣୁ ମହିଳା ମାନେ ଏହି ପୂଜା ସମ୍ବନ୍ଧରେ ବିଶେଷ ନିୟମ ଜାଣିନଥାନ୍ତି ।

ଯଦି ଆପଣ ୩ ଦିନ ପୂଜା କରି ପାରିବେ ନାହିଁ ତେବେ ଆପଣ ୩ ଦିନ ପିଆଜ ରସୁଣ ନ ଖାଇ ମାତାଙ୍କୁ ସ୍ମରଣ କରନ୍ତୁ ତଥା ପୂଜାର୍ଚ୍ଚନା କରନ୍ତୁ । ସକାଳେ, ମଧ୍ୟାନ୍ନ ଏବଂ ସାୟଂକାଳ ଅର୍ଥାତ ସନ୍ଧ୍ୟା ସମୟରେ ମାତା ସାବିତ୍ରୀଙ୍କୁ ସ୍ମରଣ କରି ଗାୟତ୍ରୀ ମନ୍ତ୍ର ପାଠ କରାଯାଇଥାଏ । ମାତା ସାବିତ୍ରୀଙ୍କୁ ପ୍ରସନ୍ନ କରିବା ଏତେ ସହଜ ନୁହେଁ । 

ସାବିତ୍ରୀ ଦିନ ଏହି ଭୂଲ କରନ୍ତୁ ନାହିଁ...

  1. ଏହି ଦିନ ବେଶୀ  ସମୟ ଶୋଇବା ଉଚିତ ନୁହେଁ । ଘୋର ପାପ ଲାଗିଥାଏ। ଏମିତି କଲେ ସ୍ୱାମୀଙ୍କ ଆୟୁଷ କମ ହୋଇଥାଏ ।
  2. ଏହି ଦିନ ଆପଣ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଉଠି ଯାଆନ୍ତୁ। ମା ସାବିତ୍ରୀ ହୋଇଥାନ୍ତି ପ୍ରସନ୍ନ ।
  3. ମୁଖରୁ ଖରାପ କଥା ବାହାର କରିବା ଉଚିତ ନୁହେଁ ।
  4. ସାବିତ୍ରୀ ଅମାବାସ୍ୟା ଦିନ ସ୍ନାନ କରିବା ପରେ ନୂତନ ଲୁଗା ପିନ୍ଧି ପୂଜା କରିବା ଉଚିତ । ସାବିତ୍ରୀ ଅମାବାସ୍ୟା ଦିନ କଳା ରଙ୍ଗର ପୋଷାକ ପିନ୍ଧି କେବେ ବି ପୂଜା କରନ୍ତୁ   ନାହିଁ  ଏହା ସହିତ ଏହି ଦିନ ଧଳା କପଡା ବି ଭୁଲରେ ପିନ୍ଧିବେ ନାହିଁ।  କହିବାକୁ ଗଲେ ନାଲି ରଙ୍ଗ ମା' ସାବିତ୍ରୀଙ୍କ ଅତି ପ୍ରିୟ ଅଟେ | ଏହି ଦିନ ଆପଣଙ୍କୁ ଲାଲ କପଡା ପିନ୍ଧିବା ଉଚିତ। ଏହା ଦ୍ୱାରା ସାବିତ୍ରୀ ମା ପ୍ରସନ୍ନ ହୋଇ ଅଖଣ୍ଡ ସୌଭାଗ୍ୟବତୀର ଆଶୀର୍ବାଦ ଦେଇଥାନ୍ତି ।
  5. ଧଳା କଳା ଏବଂ ନୀଳ ଚୁଡ଼ି ଏବଂ ଭାଙ୍ଗି ଯାଇଥିବା ଚୁଡ଼ି ଭୁଲରେ ବି ପିନ୍ଧିବା ଉଚିତ ନୁହେଁ । ଘୋର ପାପ ଲାଗିଥାଏ ଏବଂ ବ୍ରତ ଭାଙ୍ଗି ଯାଇଥାଏ ।
  6. ମାମୁଲି ବ୍ରତ ଭାବି ମହିଳାମାନେ ନିଜର ନଖ ଏବଂ କେଶକୁ ଏହି ଦିନ କାଟିଥାନ୍ତି । ଯାହାକି ଏହା ଦ୍ୱାରା ଘୋର ପାପ ଲାଗିଥାଏ । 
  7. ଯଦି ଆପଣଙ୍କ ବଂଶରେ କୌଣସି ବ୍ୟକ୍ତି ମୃତ୍ୟୁ ବରଣ କରିଛନ୍ତି ତେବେ ସେହି ଘରର ବିବାହିତା ମହିଳାମାନେ ସାବିତ୍ରୀ ବ୍ରତ ରଖନ୍ତୁ ନାହିଁ କିମ୍ବା ମନ୍ଦିର ଯାଆନ୍ତୁ ନାହିଁ । ଶାସ୍ତ୍ର ଅନୁସାରେ ପରବାରରେ ଯଦି କାହାର ମୃତ୍ୟୁ ହୋଇଛି କିମ୍ବା ଛୋଟ ଶିଶୁର ଜନ୍ମ ହୋଇଛି ତେବେ ସେହି ସମୟରେ ପୂଜା ପାଠ କରନ୍ତୁ ନାହିଁ ।
  8. ସାବିତ୍ରୀ ଅମାବାସ୍ୟା ଦିନ ମହିଳାମାନେ ଉପବାସ କରିଥାନ୍ତି । କିନ୍ତୁ ପୂଜା ସାରିବା ପରେ କିଛି ନା କିଛି କାମ କରିଥାନ୍ତି । କିନ୍ତୁ ମହିଳାମାନଙ୍କୁ କିଛି କାମରୁ ନିବୃତ ରହିବା ଉଚିତ । ସିଲେଇ କରିବା, ମାଟି ଖୋଳିବା କୌଣସି ସାମଗ୍ରୀ କାଟିବା କିମ୍ବା ପନିପରିବା ଇତ୍ୟାଦି କାଟିବା ବାରଣ ଅଟେ । ତେଣୁ ଏହି କାମ ଆପଣ ସାବିତ୍ରୀ ଅମାବାସ୍ୟା ଦିନ ଭୁଲରେ ବି କରନ୍ତୁ ନାହିଁ ।
  9. ଏହି ଅମାବାସ୍ୟା ଦିନ ଏପରିକି କୌଣସି ବି ରାତିରେ ବାହାରେ ଲୁଗାପଟା ଶୁଖାନ୍ତୁ ନାହିଁ । କାରଣ ଏହି ଦିନ ଅମାବାସ୍ୟା ହେତୁ କାଳରାତ୍ରୀ ବୋଲି କହିଥାନ୍ତି । ଯାହା ଦ୍ଵାରା ଖରାପ ଶକ୍ତିର ପ୍ରଭାବ ପଡିଥାଏ ।ଏଣୁ ଆପଣଙ୍କର କିମ୍ବା ଆପଣଙ୍କ ସ୍ବାମୀଙ୍କର ଲୁଗାପଟା କେବେ ବି ଏହି ରାତିରେ ବାହାରେ ଶୁଖାନ୍ତୁ ନାହିଁ । 
  10. ଏହି ସାବିତ୍ରୀ ବ୍ରତ ଦିନ ଏପରି କିମ୍ବା କୌଣସି ବି ଓଷା ବ୍ରତ ଦିନ ସ୍ୱାମୀ ଏବଂ ସ୍ତ୍ରୀ କେବେ ବି ଶାରିରୀକ ସମ୍ବନ୍ଧ ରଖନ୍ତୁ ନାହିଁ । ଏହାଦ୍ୱାରା ସ୍ୱାମୀଙ୍କର ଆୟୁଷ କ୍ଷୀଣ ହୋଇଥାଏ ।
  11. ଵଟ ସାବିତ୍ରୀ ବ୍ରତ ରଖୁଥିବା ମହିଳାଙ୍କୁ ଲୁଣର ସେବନ କରିବା ଉଚିତ ନୁହେଁ ।
  12. ଘରେ କୌଣସି ବି ସଦସ୍ୟଙ୍କୁ ମାଛ ମାଂସ ମଦର ସେବନ କରିବା ଉଚିତ ନୁହେଁ । 
  13. ଏହି ସାବିତ୍ରୀ ବ୍ରତ ଦିନ ରନ୍ଧା ଖାଦ୍ୟ କେବେ ବି ଖାଇବେ ନାହିଁ । କାରଣ ଏହି ସାବିତ୍ରୀ ବ୍ରତ କାଷ୍ଠାର ସହକାରେ ବା ଉପବାସ ରହିକି ହିଁ ପାଳନ କରାଯାଇଥାଏ । କାରଣ ସ୍ୱାମୀ ମାନଙ୍କର ମଙ୍ଗଳ ପାଇଂ ଆୟୁଷ ବୃଦ୍ଧି ପାଇଁ ଏହିପରି କରିବା ଉଚିତ୍ ହୋଇଥାଏ । ଆପଣମାନେ ଯେଉଁ ଭୋଗ ଲଗେଇବେ ସେଥିରୁ ଖାଇପାରିବେ ।
  14. ଯଦି ଆପଣଙ୍କର ମାସିକ ଧର୍ମ ଚାଲୁଥାଏ ଅଥବା ଆପଣ ଋତୁମତୀ ହୋଇଥାନ୍ତି ତେବେ ଏହି ବ୍ରତ କେବେ ମଧ୍ୟ ପାଳନ କରିବେ ନାହିଁ । ନଚେତ ଶୁଭ ବଦଳରେ ଅନେକ ଅଶୁଭ ଘଟଣା ଘଟିଥାଏ ।
  15. ସାବିତ୍ରୀ ବ୍ରତରେ ପୂଜା କରିଥିବା ପୂଜା ସାମଗ୍ରୀ କୁ ଯଥା ଫୁଲ, ଆମ୍ବଡାଳ, ପଇଡ ଇତ୍ୟାଦିକୁ କେଉଁଠାରେ ମଧ୍ୟ ରଖିବେ ନାହିଁ । ଆପଣ ଏହି ସମସ୍ତ ବସ୍ତୁକୁ ବିସର୍ଜନ କରିଦେବେ । ତେବେ ଯାଇ ଆପଣଙ୍କର ଓଷା ସଫଳ ହୋଇଥାଏ ।
  16. ସାବିତ୍ରୀ ବ୍ରତ ଦିନ ସ୍ୱାମୀଙ୍କୁ ମଧ୍ୟ କୌଣସି ଜିନିଷ ହାଣିବାକୁ ବା କାଟିବାକୁ ଦେବେ ନାହିଁ । ଯେପରିକି କୌଣସି ଗଛକୁ କାଟିବା ବା ହାଣିବା । ଧ୍ୟାନ ଦେବେ କି ଏହିପରି କାର୍ଯ୍ୟ ଏହି ଦିନ କେବେ ବି କରିବେ ନାହିଁ ।

ତେଣୁ ଏହି କାମକୁ ଆପଣ ସର୍ବଦା ସାବିତ୍ରୀ ଅମାବାସ୍ୟା ଦିନ କେବେ ବି କରନ୍ତୁ ନାହିଁ ।

ଧନ୍ୟବାଦ

Post a Comment

0 Comments