ନିଜକୁ ଝାଳ ଠାରୁ କିପରି ଦୂରେଇ ରଖିପାରିବେ

ନିଜକୁ ଝାଳ ଠାରୁ କିପରି ଦୂରେଇ ରଖିପାରିବେ


Image Source - MyUpchar

ଖରା ଦିନରେ ଶରୀରରୁ ଝାଳ ବାହାରିବା ଏକ ସାଧାରଣ ସମସ୍ୟା | ଝାଳ ବାହାରିବା ଦରକାର ମଧ୍ୟ ,ଏହା ଶରୀରର ସନ୍ତୁଳନତାକୁ ବଜାୟ ରଖେ । ବେଶୀ ଖରା କାରଣରୁ ଶରୀରରେ ସ୍ଥିତ ଦ୍ରବ୍ୟ ଝାଳ ରୂପରେ ବାହାରକୁ ଆସିଥାଏ । ସାଧାରଣତଃ ଲୋକମାନେ ଯେତେବେଳେ ଖରାରେ ଯାଆନ୍ତି ଅଥବା ୱ।ର୍କଆଉଟ କରନ୍ତି ତାଙ୍କ ଶରୀରରୁ ଆବଶ୍ୟକରୁ ଅଧିକ ଝାଳ ବାହାରିଥାଏ | ଏପରିକି ଅଧିକ ଝାଳ ବାହାରିବା ଦ୍ୱାରା ଶରୀର ଦୁର୍ବଳ ମଧ୍ୟ ଅନୁଭୂତ ହୋଇଥାଏ | ଏମିତିରେ ଆଜି ଆମେ ଆପଣଙ୍କୁ ଏପରି କିଛି ଉପଚାର କହିବାକୁ ଯାଉଛୁ ଯାହା ଆପଣଙ୍କ ଏହି ସମସ୍ୟାକୁ ଦୂର କରିବ।

-ବେଶୀ ଝାଳ ନ ଆସିବା ପାଇଁ ଫିଟିକିରିକୁ ଓଦା କରି ଶରୀରର ଲଗାନ୍ତୁ । ଏହାଦ୍ଵାରା ଝାଳ ବୋହିବା କମ ହୋଇଥାଏ  ।

-ଶରୀରର ଝାଳ ଏବଂ ଦୁର୍ଗନ୍ଧରୁ ବଞ୍ଚିବା ପାଇଁ ଆପଣ ଏଂଟୀ-ପ୍ରସ୍ପେରେଂଟ ଲୋଶନ କିମ୍ବା ମେଡିକେଟେଡ଼ ପାଉଡର ଲଗାନ୍ତୁ । ପ୍ରାୟତଃ ସ୍ନାନ କରନ୍ତୁ ।

-ନିଜ ଡାଏଟ୍ସ ରେ ଭେଜିଟେବଲ ଅଏଲ ଏବଂ ନଟ୍ସ ସାମିଲ କରିବା ଦ୍ୱାରା ଝାଳ ବାହାରିବା ଦୂର ହୋଇଥାଏ | 

-ସବୁବେଳେ ଖାଦ୍ୟରେ ଭିଟାମିନ୍ସ କୁ ସାମିଲ କରିବା ଉଚିତ୍‌।

-ଆପଲ ସାଇଡ଼ର ଭିନେଗାରରେ ଖୁବ ମାତ୍ରାରେ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ରହିଥାଏ | ଏଥିସହ ଏହା ଶରୀରରେ ଏଷ୍ଟ୍ରୋଜେନର ସ୍ତରକୁ କମ୍‌ କରିଥାଏ । ଯାହା ଫଳରେ ଝାଳର ସମସ୍ୟା ଦୂର ହୋଇଥାଏ।

-ଗରମରେ ବାହାରକୁ ଯିବା ପୂର୍ବରୁ ଝାଳ ବାହାରୁଥିବା ସ୍ଥାନ ଗୁଡିକରେ ବରଫ ଲଗାନ୍ତୁ।

-ଏପରି ଝାଳ ବାହାରୁଥିବା ଅଂଶରେ ଆପଣ ଆଳୁ ମଧ୍ୟ ରଗଡି ପାରିବେ।

-ଯେଉଁ ବ୍ୟକ୍ତିଙ୍କୁ ଅଧିକ ଝାଳ ଆସିଥାଏ ସେମାନଙ୍କୁ ଖାଦ୍ୟରେ ଲୁଣ କମ ଖାଇବା ଉଚିତ୍‌ ।

-ପାଣି କମ୍‌ ପିଇବା ଦ୍ୱାରା ମଧ୍ୟ ଅଧିକ ଝାଳ ବାହାରିଥାଏ ଏବଂ ପରିସ୍ରା ଅଧିକ ଥର ହୋଇଥାଏ | ପାଣି ଠିକ ଭାବେ ପିଇବା ଦରକାର  | 

-ଦୈନିକ ଥରେ ଟମାଟୋ ଅଥବା ଜୁସର ସେବନ କରିବା ଦରକାର।

 
Image Source - News Trend

ବସ୍ତ୍ରରେ ହେଉଥିବା ଧଳା ଦାଗ କିପରି ଛଡାଇବେ

୧. ଲୁଣ ହଟାଇ ଥାଏ ଏହି ଦାଗ

ଗୋଟିଏ କପ ଉଷୁମ ପାଣିରେ ଗୋଟିଏ ଚାମଚ ଲୁଣ ପକାଇ ଝାଳ ଲାଗିଥିବା ଦାଗ କିମ୍ବା ମଦ ଲାଗିଥିବା ଦାଗ ଉପରେ ଲଗାଇ କିଛି ସମୟ ଛାଡି ଦିଅନ୍ତୁ | ଏବଂ ବ୍ରଶ କିମ୍ବା ହାତରେ ଆସ୍ତେ ଆସ୍ତେ ରଗଡନ୍ତୁ । ଦାଗଟି ଧୀରେ ଧୀରେ ଛାଡିଯିବ।

୨. ଭିନେଗାର

ଝାଳର ଦାଗ ଗୁଡିକୁ ଦୂର କରିବା ପାଇଁ କପଡାରେ ଝାଳ ଲାଗିଥିବା ସ୍ଥାନରେ ଭିନେଗାର ପକାଇଦିଅନ୍ତୁ, ଧୀରେ ଧୀରେ ରଗଡନ୍ତୁ ଏବଂ କପଡାକୁ ଧୋଇଦିଅନ୍ତୁ ।

୩. ଲେମ୍ବୁ କିମ୍ବା ସୋଢା

କପଡାକୁ ଲେମ୍ବୁ କିମ୍ବା ସୋଢାରେ ୧୦ ମିନିଟ ପର୍ଯ୍ୟନ୍ତ ଓଦା କରି ରଖନ୍ତୁ ଏହା ପରେ ଧୋଇଦିଅନ୍ତୁ । ଏହା ଦ୍ଵାରା ଆପଣ କେତେ ପ୍ରକାର ଦାଗକୁ ବି ଛଡାଇ ପାରିବେ ଏବଂ ଭଲ ସୁଗନ୍ଧ ବି ଆସିବ ।

୪. ଫିଟିକିରି

ଯଦି ଆପଣଙ୍କର କପଡାରେ ଝାଳ ଯୋଗୁଁ ଧଳା ଦାଗ ଲାଗିଯାଇଛି ତେବେ ଆପଣ ଏହାକୁ ଫିଟିକିରି ଦ୍ଵାରା ସଫା କରି ପାରିବେ ।

Post a Comment

0 Comments