ଆମ୍ବ ପତ୍ର ଦ୍ୱାରା କିଛି ବାସ୍ତୁ ଟିପ୍ସ
ହିନ୍ଦୁ ପରମ୍ପରାର ପ୍ରତିଟି ଶୁଭକାର୍ଯ୍ୟରେ ଆମ୍ଭ ପତ୍ରକୁ ଖୋଜା ପଡ଼ିଥାଏ, କଳସ ବସିବା ଠାରୁ ତୋରଣ ବାନ୍ଧିବା ପର୍ଯ୍ୟନ୍ତ ।
ଶୁକ୍ରବାର ଦିନ ସବୁ କାମ ସାରି ସ୍ନାନ କରନ୍ତୁ ଏହା ପରେ ସଫା ହଳଦିଆ ବସ୍ତ୍ର ଧାରଣ କରନ୍ତୁ, ଏହା ପରେ ମାତା ଲକ୍ଷ୍ମୀଙ୍କ ଆଗରେ ଗୋଟେ ନାଲି କପଡା ବିଛେଇ ଦିଅନ୍ତୁ, ଏହା ଉପରେ ୫ଟି ଆମ୍ବ ପତ୍ର ରଖନ୍ତୁ,ଏହା ସହ ଗୋଟେ ଚାନ୍ଦି ମୁଦ୍ରିକା ମଧ୍ୟ ଆମ୍ବ ପତ୍ର ଉପରେ ରଖିଦିଅନ୍ତୁ ।
ଯଦି ଆପଣ ଚାନ୍ଦି ମୁଦ୍ରିକା କିଣି ପାରିବେ ନାହିଁ ତେବେ ଆପଣ ସାମାନ୍ୟ ଟଙ୍କା ମଧ୍ୟ ବ୍ୟବହାର କରିପାରନ୍ତି । ଏହା ପରେ ଆପଣ ମାତା ଲକ୍ଷ୍ମୀଙ୍କ ଆଗରେ ଘିଅ ଦୀପ ପ୍ରଜ୍ଜଳନ କରନ୍ତୁ, ଏହା ପରେ ମାତାଙ୍କ ଆରତି କରନ୍ତୁ, ହାତଯୋଡି ମାତାଙ୍କୁ ପ୍ରଣାମ କରନ୍ତୁ, ମାତା ଆପଣଙ୍କ ସବୁ କାର୍ଯ୍ୟ ପୂର୍ଣ୍ଣ କରିବେ ଏବଂ ମନୋକାମନା ପୂର୍ଣ୍ଣ କରିବେ |
ଏଥର ଗୋଟେ କଳା ସୂତା ନିଅନ୍ତୁ ଓ ଏହା ଭିତରେ ୫ଟି ଆମ୍ବ ପତ୍ର ଗୁନ୍ଥି ଦିଅନ୍ତୁ, ତେବେ ପ୍ରତି ପତ୍ର ଗୁନ୍ଥିଲା ବେଳେ ଏହି ମନ୍ତ୍ର ଜାପ କରନ୍ତୁ, ମହାଲକ୍ଷ୍ମୀ ଚ ୱିଦ୍ମହେ, ଚ ଧୀମହି, ତନ୍ନୋ ଲକ୍ଷ୍ମୀ: ପ୍ରଚୋଦୟାତ୍ ।
ଏହି ଆମ୍ବପତ୍ର ଦ୍ୱାରା ଗୁନ୍ଥ| ଯାଇଥିବା ମାଳକୁ ଘର ମେନ କବାଟ ରେ ଲଗେଇ ଦିଅନ୍ତୁ ଏହା ଦ୍ୱାରା ଆପଣଙ୍କ ଘରେ ସକାରାମୂକ ଉର୍ଜା ବାସ ହୋଇଥାଏ ଏବଂ ନକରାତ୍ମକ ଉର୍ଜା ଦୂର ହୋଇଥାଏ ।
ଏହି ଆମ୍ବ ପତ୍ର ଦ୍ୱାରା ମାତାଲକ୍ଷ୍ମୀ ଆପଣଙ୍କ ଘରେ ଆକର୍ଷିତ ହୋଇଥାନ୍ତି ଏବଂ ପବେଶ କରନ୍ତି ଯାହା ଫଳ ସ୍ଵରୂପ ଆପଣଙ୍କ ଘର ସବୁ ପ୍ରକାର ଦରିଦ୍ରତା ଦୂର ହୋଇଥାଏ ଆପଣ ଯେଉଁ ଚାନ୍ଦି ମୁଦ୍ରିକା ପୂଜାରେ ବ୍ୟବହାର କରିଥିଲେ ଏହାକୁ ନିଜ ତିଜୋରି ବା ଅନ୍ୟ ଟଙ୍କାଗହଣା ରଖୁଥିବା ଜାଗାରେ ରଖନ୍ତୁ ।
0 Comments
Do you have any doubts or suggestions? Ask them here in the comments!