ଅଂଶୁଘାତର କାରଣ ଓ ନିରାକରଣ
Image Source - Odia Portal
ବିଭିନ୍ନ ପରିବେଶଗତ କାରଣ ଯୋଗୁଁ ପୃଥିବୀର ତାପମାତ୍ରା ଦିନ କୁ ଦିନ ବୃଦ୍ଧି ପାଉଛି ଏବଂ ତାସହିତ ଖାପ ଖୁଆଇବା ଆମ ଶରୀର ପାଇଁ କାଠିକର ପାଠ ହୋଇପଡ଼ିଛି। ପ୍ରତିବର୍ଷ ସୂର୍ଯ୍ୟଙ୍କର ତାପମାତ୍ରା ମଧ୍ୟ ବଢ଼ିବାରେ ଲାଗିଛି। ତେଣୁ ଆଜିର ଦିନରେ ଅଂଶୁଘାତ ଏକ ପ୍ରମୁଖ ସମସ୍ୟା ହୋଇଯାଇଛି। ତେବେ ସାମାନ୍ୟ ସତର୍କତା, ସଚେତନତା ଅଂଶୁଘାତରୁ ନିଜକୁ ସୁରକ୍ଷା ଦେଇପାରିବ | ସୂର୍ଯ୍ୟତାପ କେତେ ଅଧିକ ହେଲେ ଶରୀର ପାଇଁ ସଙ୍କଟ କିମ୍ବା ଅଂଶୁଘାତର ସମ୍ଭାବନା ରହିଛି | ତାହା ସହିତ ଜାଣିବା ଅଂଶୁଘାତର କାରଣ ଓ ନିରାକରଣ।
ମନୁଷ୍ୟ ଶରୀରର ସାଧାରଣ ତାପମାତ୍ରା ସାଧାରଣତଃ 97.5 ଡିଗ୍ରୀରୁ 99.5 ଡିଗ୍ରୀ ଫାରେନହିଟ ରହିଥାଏ। କିନ୍ତୁ ଶରୀରର ତାପମାତ୍ରାଠାରୁ ପରିବେଶ ତାପମାତ୍ରା ବେଶି ହେଲେ ଶରୀର ଉପରେ କୁପ୍ରଭାବ ପଡ଼ିଥାଏ | ତେଣୁ ଦେହରୁ ଝାଳ ବାହାରି ଶରୀର ତାପମାତ୍ରା କମ୍ କରିବାକୁ ଚେଷ୍ଟା କରିଥାଏ |
ଯେତେବେଳେ ବାୟୁମଣ୍ତଳର ତାପମାତ୍ରା ପାୟ 38.9ଡିଗ୍ରୀରୁ ବେଶି ହୁଏ, ଆମ ଦେହରୁ ପ୍ରବଳ ଝାଳ ବାହାରେ ଓ ତାସହିତ ଶରୀରର ଜଳୀୟ ଅଂଶ, ଲବଣ ଅଂଶ ହ୍ରାସ ପାଏ ଆମକୁ ଦୁର୍ବଳ ଲାଗେ, ଥକାମାରି ବସିଯିବାକୁ ଇଚ୍ଛା ହୁଏ | ଏହି ସମୟରେ ଯଦି ଆମେ କିଛି ପାଣି ବା ଫଳରସ ପିଇ ନେବା ତାହାହେଲେ ଆମକୁ ଆରାମ ଲାଗେ।

0 Comments
Do you have any doubts or suggestions? Ask them here in the comments!