ଆମ୍ବ କାହିଁକି ଖାଇବା?
Image Source - Udemy
ଗରମ ଦିନେ ଆମ୍ବର ଅନେକ ଚାହିଦା ରହିଥାଏ। ଆମ୍ବ ଯେତିକି ସ୍ୱାଦିଷ୍ଟ ହୋଇଥାଏ ସ୍ୱାସ୍ଥ୍ୟ ପାଇଁ ସେତିକି ଲାଭକାରୀ ହୋଇଥାଏ ଏଥିରେ ପ୍ରଚୁର ମାତ୍ରାରେ ଫାଇବର, ପୋଟାସିୟମ, ମ୍ୟାଗ୍ନେସିୟମ ରହିଥାଏ, ଯାହା ଉଚ୍ଚ ରକ୍ତଚାପ ଠାରୁ ଆରମ୍ଭ କରି ପେଟ ସମସ୍ୟା ଭଳି ରୋଗ ଭଲ କରିବାରେ ସାହାଯ୍ୟ କରିଥାଏ। ଜାଣନ୍ତୁ ଆମ୍ବ ଖାଇବା ଶରୀର ପାଇଁ କେତେ ଲାଭକାରୀ ହୋଇଥାଏ |
-ଆମ୍ବରେ ଥିବା ଆଣ୍ଟି-ଅକ୍ସିଡେଣ୍ଟ୍ କୋଲୋନ ଲ୍ୟୁକୋମିୟା ଓ ପ୍ରୋଷ୍ଟେଟ କ୍ୟାନସରରୁ ରକ୍ଷା କରିବା ପାଇଁ ଲାଭକାରୀ ହୋଇଥାଏ। ଏଥିରେ କ୍ୟୁର୍ସେଟିନ ଏବଂ ଫିସେଟିନ ଭଳି ଅନେକ ପୋଷକ ତତ୍ତ୍ୱ ରହିଥାଏ, ଯାହା କ୍ୟାନସର ସେଲ୍ସ ବଢିବାରେ ନିୟନ୍ତ୍ରଣ କରିଥାଏ।
ଆଖିରହିଥାଏ ଚମକଦାର
Image Source - AC Lens
-ଆମ୍ବରେ ଭରପୁର ମାତ୍ରାରେ ଭିଟାମିନ-ଏ ରହିଥାଏ ଯାହା ସୁସ୍ଥ ଆଖିର ବରଦାନ ସଦୃଶ ହୋଇଥାଏ |
କଲୋଷ୍ଟ୍ରୋଲ କଣ୍ଟ୍ରୋଲ
Image Source - Medlife
-ଆମ୍ବରେ ଫାଇବର ଓ ଭିଟାମିନ C ପର୍ଯ୍ୟାପ୍ତ ମାତ୍ରାରେ ରହିଥାଏ । ଯାହା ଫଳରେ ଆମ୍ବ ଖାଇବା ଦ୍ୱାରା ଶରୀରର କଲୋଷ୍ଟ୍ରୋଲର ସ୍ତର ଠିକ ଭାବରେ ସନ୍ତୁଳନ ରହିଥାଏ ।
-ଆମ୍ବରସ ସାମାନ୍ୟ ଅମ୍ଳଯୁକ୍ତ ଓ କ୍ୟାଲୋରୀ ବିହୀନ ହୋଇଥିବାରୁ ମଦେହ୍ରାସ କରିବାରେ ସହାୟକ ହୋଇଥାଏ |
ହୃତପିଣ୍ତ ,ମସ୍ତିଷ୍କ ଓ ଚର୍ମ ପାଇଁ ଲାଭଦାୟକ ହୋଇଥାଏ
Image Source - Mangalorean.com
-ଆମ୍ବରସର ଔଷଧୀୟ ଗୁଣ ହୃତପିଣ୍ତ ଓ ମସ୍ତିଷ୍କକୁ ସୁସ୍ଥ ରଖିବା ସହ ଚର୍ମକୁ ଉଜ୍ଜ୍ୱଳ ଓ କୋମଳ ରଖିଥାଏ।
-ଆମ୍ବ ରସର ପେଷ୍ଟ ମୁହଁରେ ଲଗାଇଲେ ମୁହଁର ଉଜ୍ଜଳତା ଆସିଥାଏ ଓ ମୁହଁରେ ହେଉଥିବା ସଂକ୍ରମଣରୁ ମଧ୍ୟ ରକ୍ଷା ମିଳିଥାଏ ।
ପାଚନ ପ୍ରକୀୟା ଠିକ କରିଥାଏ
Image Source - Industry Global 24
-ଆମ୍ବରେ ଏମିତି ଅନେକ ଏନଜାଇମ୍ସ ଥାଏ ଯାହା ଖାଦ୍ୟକୁ ଜଲଦି ହଜମ କରିବାରେ ସହାୟକ ହୋଇଥାଏ |
-ଏଥିରେ ଥିବା ଭିଟାମିନ୍ E ଧାତବଲବଣ ପୃଷ୍ଟି ପ୍ରଦାନ କରିଥାଏ।
ଏସିଡ଼ିଟି ସମସ୍ୟା ଦୂର କରେ
-ଗରମ ଦିନେ କବଜ, ପେଟ ପୋଡା ହେବା ଭଳି ସମସ୍ୟାରୁ ରକ୍ଷା ପାଇବା ପାଇଁ ଆମ୍ବ ଖାଇବା ଉଚିତ।
-ଖରାଦିନେ ମସଲା ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଏସିଡିଟି ହେବାର ସମସ୍ୟା ଦେଖାଯାଇଥାଏ ଏଭଳି ପରିସ୍ଥିତିରେ କଞ୍ଚା ଆମ୍ବ ଖାଇବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।
-ଏସିଡ଼ିଟି ଓ ଅଗ୍ନିମାନ୍ଦ୍ୟ ରୋଗୀମାନେ ମଧ୍ୟ ଆମ୍ବରୁ ଉପକାର ପାଇଥାନ୍ତି, ଆମ୍ବକୁ କାଟି ଖାଇ ବା ଅପେକ୍ଷା ଚୋଷିକରି ଖାଇଲେ ଅଧିକ ଉପକାରୀ ହୋଇଥାଏ |
ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ
Image Source - MDLinx
-ଆମ୍ବ ଖାଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢିଥାଏ |
-ଆମ୍ବରସରେ ବୟସ ପ୍ରତିରୋଧକ ଆଣ୍ଟିଅକ୍ସିଡାଣ୍ଟ ଓ ରକ୍ତ ପରିଷ୍କାରକ ଗୁଣ ରହିଛି।
ଗରମ ରେ ସୁରକ୍ଷା
-ଗରମ ଦିନରେ ଏକ ଗ୍ଲାସ୍ ଆମ୍ଵପଣା ପିଇ ବାହରକୁ ବାହାରିଲେ ଅଂଶୁଘାତର ଆଶଙ୍କା କମ୍ ଥାଏ ଏହା ସହତି ଆମ୍ବ ପଣା ପିଇବା ଦ୍ୱାରା ଶରୀରରେ ଜଳୀୟ ଅଂଶ ବୃଦ୍ଧି ପାଇଥାଏ |
-ଆମ୍ବ ଶରୀରରେ ଜଳୀୟ ଅଂଶର ଅଭାବକୁ ଦୂର କରିଥାଏ। ଏହି କାରଣରୁ ଆମ୍ବ କିମ୍ଵା ଆମ୍ବ ପଣା ପିଇବା ଦ୍ୱାରା ଅନେକ ସମସ୍ୟା ଦୂର ହୋଇଥାଏ।
ଉଚ୍ଚ ରକ୍ତଚାପ ନିୟନ୍ତ୍ରିତ
Image Source - Daily Express










0 Comments
Do you have any doubts or suggestions? Ask them here in the comments!