ଅଜାଣତରେ ଏ.ସି ହୋଇଥାଏ ବିଭିନ୍ନ ରୋଗର କାରଣ

ଅଜାଣତରେ ଏ.ସି ହୋଇଥାଏ ବିଭିନ୍ନ ରୋଗର କାରଣ

Image Source - Mr Right Service

ଖରାଦିନ ଆସିବା ମାତ୍ରେ ଏସି ଲାଗିବା ଆରମ୍ଭ ହୋଇଯାଏ। ବର୍ତ୍ତମାନ ସମୟରେ AC ଲୋକମାନଙ୍କ ପାଇଁ ଅଧିକ ଦରକାରୀ ଜିନିଷ ହୋଇଯାଇଛି | ଏହା ଗରମ ଦିନରେ ଆମ ଘରକୁ ଥଣ୍ତା କରିଦିଏ। କିନ୍ତୁ ଆପଣ ଜାଣିଛନ୍ତି କି ଯେଉଁ AC ଆପଣଙ୍କୁ ଗରମ ଦିନରେ ଆରାମ ଦେଇଥାଏ ତାହା ଆପଣଙ୍କ ପାଇଁ ହାନିକାରକ ହୋଇପାରେ ? ଅଫିସରେ ସମସ୍ତେ ଅଧିକ ସମୟ ପର୍ଯ୍ୟନ୍ତ ଏସିରେ ବସି କାମ କରିଥାନ୍ତି | କାରରେ ବସିବା ବେଳେ ମଧ୍ୟ ଏସି ଲଗାଇବାକୁ କେହି ଭୂଲି ନଥାନ୍ତି ।  

AC ଆମ ପାଇଁ ବହୁତ ରୋଗ ଗୁଡିକୁ ନିମନ୍ତ୍ରଣ ଦେଇଥାଏ | ବହୁତ ରୋଗ ଏମିତି ବି ଅଛି ଯାହା AC ରୁମରେ ରହିବା କାରଣରୁ ହିଁ ହୋଇଥାଏ। ACରେ ରହିବ ଦ୍ୱାରା ନିମ୍ନ ରକ୍ତଚାପ ଏବଂ ଆର୍ଥରାଇଟ୍ସ ଆଶଙ୍କା ବଢିଥାଏ | ମାତ୍ର ଏସିରେ ବସିବା ଦ୍ୱାରା ଯେତିକି ଲାଭ ମିଳିଥାଏ, ତା'ଠାରୁ ଅଧିକ କ୍ଷତି ହୋଇଥାଏ | 

ଯଦିଓ ଖରାଦିନେ ସମ୍ପୂର୍ଣ ଭାବେ ବିନା AC ରେ ରହି ହେବ ନାହିଁ,ତେବେ ଏହାର ଯଥାସମ୍ଭବ କମ ବ୍ୟବହାର କରନ୍ତୁ |

ଚାଲନ୍ତୁ ଜାଣିବା AC ରୁମରେ ରହିବା ଦ୍ୱାରା କ'ଣ କ'ଣ ସବୁ ଅସୁବିଧା  ହୋଇଥାଏ |

ସତେଜ ପବନର ଅଭାବ :

୨୪ ଘଣ୍ଟା ଏସିରେ ରହିବା ଦ୍ୱାରା ଶରୀରକୁ ସତେଜ ଓ ପରିଷ୍କାର ପବନ ମିଳେ ନାହିଁ । ଏସି ଲଗାଇବା ବେଳେ କବାଟ, ଝରକା ବନ୍ଦ କରି ଦିଆଯାଏ। ଯାହାଫଳରେ କୋଠରୀକୁ ବାହାରର ସତେଜ ପବନ ଆସି ନ ଥାଏ। ତାଜା ପବନ ଅଭାବରେ ଶରୀର ଅଭିବୃଦ୍ଧି ହେବାରେ ପ୍ରତିବନ୍ଧକ ଆସିଥାଏ।

ଗରମ ସହିବାର କ୍ଷମତା ହ୍ରାସ

ଯେଉଁ ଲୋକମାନେ ଏସି ରୁମ୍‌ରେ ଅଧିକ ସମୟ ରହିଛନ୍ତି, ସେମାନଙ୍କ ଗରମ ସହିବା ଶକ୍ତି କମିଯାଏ। ଅଧିକ ସମୟ କମ୍‌ ତାପମାତ୍ରା ବିଶିଷ୍ଟ ସ୍ଥାନରେ ରହିବା ପରେ ଶରୀରକୁ ଗରମ ତାପମାତ୍ରାରେ ଖାପଖୁଆଇବା କଷ୍ଟକର ହୋଇପଡ଼େ।

Image Source - Punjab Kesari

ତ୍ୱଚା ଓ ଆଖି ଶୁଖିଲା ହେବା :

  • AC ଦ୍ୱାରା ତ୍ୱଚା ଶୁଷ୍କ ହେବା, ଓଠ ଫାଟିବା ପରି ସମସ୍ୟା ଦେଖା ଦେଇଥାଏ। 
  • ଏସିରେ ରହିବା ଦ୍ୱାରା ଏହାର ଥଣ୍ତା ପାଇଁ ଝାଳ ଶୁଖିଯାଏ। ଏସି କୋଠରୀ ସହିତ ଶରୀରରୁ ମଧ୍ୟ ମଏଶ୍ଚର ଶୋଷି ନିଏ। 
  • ମଏଶ୍ଚର କମ୍‌ ହେବା ଫଳରେ ଆମ ଶରୀରରେ ପାଣିର ଅଭାବ ଦେଖାଯାଏ | ଏହାଫଳରେ ତ୍ୱଚାରେ ରିଙ୍କଲ୍ପ ପଡ଼େ | 
  • ଶରୀରରେ ପାଣିର ଅଭାବ ରହିଲେ ଶୀଘ୍ର ରୋଗ ମାଡ଼ି ବସେ |
  • ଲଗାତାର ଏସିରେ ବସି ରହିବା ଦ୍ୱାରା ଆଖି ଶୁଷ୍କ ହୋଇଯାଏ। ଆଖିରୁ ପାଣି ବାହାରିବା ସହ ପୋଡିବା ଏବଂ କୁଣ୍ଡେଇ ହେବା ପରି ସମସ୍ୟା ଦେଖାଦେଇଥାଏ |

କ୍ଳାନ୍ତ ଅନୁଭବ କରିବା :

ସବୁବେଳେ AC ବ୍ୟବହାର କରିବା ଦ୍ୱାରା ଆପଣଙ୍କୁ ଦିନସାରା କ୍ଳାନ୍ତପଣର ସମସ୍ୟା ବି ହୋଇପାରେ | କାରଣ ଅଧିକ ସମୟ ପର୍ଯ୍ୟନ୍ତ AC ରୁମରେ ବସିବା ଦ୍ୱାରା ଫ୍ରେସର ସର୍କୁଲେଟ ହୋଇପାରେ ନାହିଁ ଓ କେବେ କେବେ AC ର ତାପମାନ ଅଧିକ କମ କରିବା ଉପରେ ଶରୀର ଦରଜ ଲାଗିବା, ହାଲିଆ ଲାଗିବା, ଜ୍ୱର ଲାଗିବା, ମୁଣ୍ତ ବ୍ୟଥା ଓ ବ୍ୟସ୍ତତା ଅନୁଭବ ହୋଇଥାଏ । ତାହାସହ ଚିଡିଚିଡା ପଣ ଆରମ୍ଭ ହୋଇଥାଏ |

Image Source - Medical News Today

ଆଣ୍ଠୁ  ଦରଜ ଓ ହାଡ଼ରେ ସମସ୍ୟା : 

ଏସିର କମ୍‌ ତାପମାତ୍ରାରେ ଅଧିକ ସମୟ ପର୍ଯ୍ୟନ୍ତ ବସିରହିବା ଦ୍ୱାରା ଆଣ୍ଠୁ ସାଙ୍ଗକୁ ଶରୀରର ସମସ୍ତ ଗଣ୍ଠି ଦରଜ ହୋଇଥାଏ ଏବଂ ଆଣ୍ଠୁ ଗଣ୍ଠି ଲାଗିଯିବା ସମସ୍ୟା ଦେଖାଦିଏ।  କହିବାକୁ ଗଲେ AC ଶରୀରର କାର୍ଯ୍ୟ କରିବାର କ୍ଷମତାକୁ କମ କରିଦିଏ | ଭବିଷ୍ୟତରେ ଏହା ବଡ଼ ସମସ୍ୟା ସୃଷ୍ଟି କରିବାର ସମ୍ଭାବନା ରହିଥାଏ। ଏହି ଥଣ୍ତା କାରଣରୁ ଶରୀରରେ ହାଡ଼ ସହ ଜଡ଼ିତ ସମସ୍ୟା ଆରମ୍ଭ ହୋଇଯାଏ। ଏହି ସମସ୍ୟା ପରେ ରୋଗର ରୂପ ନିଏ।

Image Source - Science ABC

ନିଃଶ୍ୱାସ ନେବାରେ କଷ୍ଟ: 

ଧିଦିନ ପର୍ଯ୍ୟନ୍ତ ଏସି ସଫା ନ କରିବା ଦ୍ୱାରା ଏଥିରୁ ଦୁର୍ଗନ୍ଧ ବାହାରିଥାଏ। ଫଳରେ ନିଶ୍ଵାସ ନେବାରେ କଷ୍ଟ ଅନୁଭବ ହୋଇଥାଏ। କାଶ ଏବଂ ଛିଙ୍କ ମଧ୍ୟ ହୋଇଥାଏ।

Image Source - proProfs

ମସ୍ତିଷ୍କ ଉପରେ ଖରାପ ପ୍ରଭାବ :

AC ର ଅଧିକ ବ୍ୟବହାର ଆମର ମୁଣ୍ତ ଉପରେ ବି ଗଭୀର ପ୍ରଭାବ ପକାଇଥାଏ । ଏହାଦ୍ୱାରା ଆମର ମସ୍ତିଷ୍କର କୋଶିକାଗୁଡିକ ସଙ୍କୁଚିତ ହେବାକୁ ଲାଗିଥାଏ । ଯାହା ଦ୍ୱାରା ମସ୍ତିଷ୍କର କ୍ଷମତା ଓ କ୍ରିୟାଶୀଳତା ଧୀରେ ଧୀରେ ନଷ୍ଟ ହୋଇଯାଏ | ACରେ ରହୁଥିବା ବ୍ୟକ୍ତିମାନଙ୍କୁ ଲଗାତାର ଚକ୍କର ବା ମୁଣ୍ଡ ବୁଲାଇ ହେବାର ସମସ୍ୟା ବି ହୋଇଥାଏ |  

Image Source - Zee News

ମେଦ ବହୁଳତା ବଢିଯାଏ :

 AC  କେବଳ ରୋଗକୁ ନିମନ୍ତ୍ରଣ ଦେଇ ନ ଥାଏ ଏହା ଛଡା ଆପଣଙ୍କର ଓଜନ ବି ବଢାଇ ଥାଏ। କହିବାକୁ ଗଲେ ଥଣ୍ତା ଜାଗାରେ ରହିବା ଦ୍ୱାରା ଆମ ଶରୀରରେ ଉର୍ଜା କମ ମାତ୍ରାରେ ଖର୍ଚ୍ଚ ହୋଇଥାଏ ଓ ଯେଉଁ କାରଣରୁ ପେଟରେ ଚର୍ବି ବଢିବାକୁ ଲାଗିଥାଏ। ଏହି ବଢୁଥିବା ଚର୍ବି ଶରୀରର ଓଜନକୁ ବଢ଼ାଇଥାଏ |  

Image Source - Healthcare NT Sickcare

ସଂକ୍ରମଣର ଡର :

କରାଯାଇଥିବା ଏକ ରିସର୍ଚ ଅନୁସାର ଯଦି କୌଣସି ବ୍ୟକ୍ତି ୪ ଘଣ୍ଟା କିମ୍ବା ତାହା ଠାରୁ ଅଧିକ ଘଣ୍ଟା ପର୍ଯ୍ୟନ୍ତ ରହୁଛି ତେବେ ତାକୁ ସାଇନସ ଇଂଫେକ୍ସନ ହେବାର ସମ୍ଭାବନା ଦୁଇ ଗୁଣା ବଢିଯାଏ । ଅଧିକ ସମୟ ପର୍ଯ୍ୟନ୍ତ ଥଣ୍ତାରେ ରହିବା ଶରୀରର ମାଂସପେଶୀ ଶକ୍ତ ହୋଇଯାଏ ଓ ବ୍ୟକ୍ତି ବହୁତ ଦୁର୍ବଳ ହୋଇଯାଇଥାଏ  |

ଇମ୍ୟୁନଟି ସିଷ୍ଟମ ଖରାପ ହେବା :

AC ରେ ଅଧିକ ସମୟ ରହିବା ଦ୍ଵାରା ମନ୍ୟୁଷ ଶରୀରର ଇମ୍ୟୁନିଟି ସିଷ୍ଟମ ବି କମଜୋର ପଡିଯାଏ ଓ ଏହା ଦ୍ୱାରା ଆମ ଶରୀର ଭିତରେ ଥିବା ରୋଗ ପ୍ରତିରୋଧକ କ୍ଷମତା ବି କମ ହୋଇଯାଏ | 

ଏମିତିରେ AC ର ଅତ୍ୟଧିକ ବ୍ୟବହାର ରୋଗ ଗୁଡିକୁ ଡାକିବା ସଙ୍ଗେ AC ମୃତ୍ୟୁ ର କାରଣ ହୋଇଥାଏ  | 

ଆଶାକରୁଛୁ ଆମର ଏହି ଟିପ୍ସ୍‌ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ | ଭଲ ଲାଗିଲେ ସେଆର କରନ୍ତୁ ସାଙ୍ଗମାନଙ୍କ ସହିତ। ଆଗକୁ ଏମିତି ନୂଆ ନୂଆ ଟିପ୍ସ ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । 

ଧନ୍ୟବାଦ

Post a Comment

0 Comments