AC ର ଦେଖାରଖା କରିବେ କିପରି

AC ର ଦେଖାରଖା କିପରି କରିବେ  

Image Source - Youtube

-ଯଦି ବହୁତ ଆବଶ୍ୟକତା ପଡିନଥାଏ ତେବେ ୱେଣ୍ତୋ ଏସିକୁ ପ୍ରାଥମିକତା ଦିଅନ୍ତୁ। କାହିଁକିନା ସ୍ପ୍ଲିଟ ଏସି ତୁଳନାରେ ୱେଣ୍ତୋ ଏସି ଦେଖାରଖାରେ ସହଜ ହୋଇଥାଏ।

-ଯେତେବେଳେବି ଏସି କିଣୁଛନ୍ତି କୌଣସି ବ୍ରାଣ୍ତେଡ କମ୍ପାନୀର ଏସି କିଣନ୍ତୁ। ଯାହାଫଳରେ ଏସି କିଛି ଖରାପ ହେଲେ କମ୍ପାନୀ ସହ ସମ୍ପର୍କ କରିହେବ।ବ୍ରାଣ୍ତେଡ କମ୍ପାନୀ ୱାରେଣ୍ଟି ବି ଦେଇଥାଏ ଯେଉଁଥିରେ ଭଲ ସର୍ଭିସିଂର  ମଧ୍ୟ ଗ୍ୟାରେଣ୍ଟି ଥାଏ ।

-ଏସିରେ ଯେଉଁ ଗ୍ୟାସ ଭରାଯାଇଥାଏ ତାହା କମ୍ପାନୀ ଉପରେ ନିର୍ଭର କରିଥାଏ, ତେବେ ବାରମ୍ବାର ଅନୁସନ୍ଧାନ କରି ଏହାକୁ କିଣନ୍ତୁ ।

ଏସିରେ କିଛି ଖରାପ ଥିଲେ କେମିତି ଜାଣିପାରିବେ.....

ବେଳେବେଳେ ଏସିରୁ ବାହାରୁଥିବା ଗ୍ୟାସ ମୃତ୍ୟୁର କାରଣ ହୋଇଥାଏ। ଏହି ଗ୍ୟାସର କିଛି ଗନ୍ଧ ନଥାଏ। ଏହା ବ୍ୟତିତ ଗ୍ୟାସ ଲିକ୍‌ ଏହି କିଛି କାରଣରୁ ହୋଇଥାଏ, ଯାହାଉପରେ ଧ୍ୟାନ ରଖି ଜାଣିବାକୁ ପଡିଥାଏ।

  • ଯଦି ଆପଣଙ୍କ ଏସି ଠିକଭାବେ ଫିଟ ହୋଇନାହିଁ |
  • ଯେଉଁ କଏଲରେ ଗ୍ୟାସ ବୁଲୁଥାଏ,ତାହା ଠିକ ଭାବେ କାମ ନ କଲେ |
  • ପୁରୁଣା ଏସିର ଟ୍ୟୁବରେ ଯଦି ଜଙ୍କ୍‌ ଲାଗିଥାଏ |
  • ଯଦି ଏସି ଠିକରେ ଥଣ୍ତା କରୁନାହିଁ |
  • ଖରାଦିନ ଆସିଲେ ହିଁ AC ଠିକ୍ କରିବାକୁ ମନେପଡେ | ଏହା ଭୁଲ ଅଟେ | ସବୁ ସିଜନରେ ସର୍ଭିସିଂ କରାନ୍ତୁ |
  • ସର୍ଭିସିଂ କୌଣସି ବିଶ୍ୱାସଯୋଗ୍ୟ ଓ ସାର୍ଟିଫାଏଡ ମେକାନିକ ହାତରେ କରାନ୍ତୁ।
  • ଗ୍ୟାସର କ୍ଵାଲିଟକୁ ଧ୍ୟାନ ରଖନ୍ତୁ |
  • ଭୂଲ ଗ୍ୟାସ ଫିଲିଙ୍ଗ କରିଲେ ବି ଅସୁବିଧା ହୋଇଥାଏ।
  • ସବୁ ସମୟରେ କବାଟ ଝରକାକୁ ବନ୍ଦ ରଖନ୍ତୁ ନାହିଁ । ଦିନରେ ଗୋଟିଏ ଥର ରୁମର ଝରକା କବାଟ ଖୋଲା ରଖନ୍ତୁ, ଯାହା ଫଳରେ ପ୍ରଦୂଷଣର ପବନ ବାହାରକୁ ଯାଇପାରିବ।

Post a Comment

0 Comments