AC ର ବ୍ୟବହାର ନ ଜାଣିଲେ ଦେବାକୁ ପଡିଥାଏ ଅଧିକା ବିଦ୍ୟୁତ ବିଲ୍

AC ର ବ୍ୟବହାର ନ ଜାଣିଲେ ଦେବାକୁ ପଡିଥାଏ ଅଧିକା ବିଦ୍ୟୁତ ବିଲ୍

Image Source - YouTube

ଗ୍ରୀଷ୍ମ ଋତୁରେ ଅଧିକ ଗରମ ହୋଇଥିବାରୁ ଆଜିକାଲି ପ୍ରତ୍ୟେକ ଘରେ ଏସିଚାଲୁଛି। କାରଣ ଗରମ ଦିନରେ ଏସି ଶରୀର ପାଇଁ ଆରାମଦାୟକ  ହୋଇଥାଏ।ତେବେ ଘରେ ଏସି ଚାଲିଲେ ବିଲ୍‌ ମଧ୍ୟ ସେମିତି ଆସେ । ଅଧିକ ବିଲ୍‌ ଆସିବାର କାରଣ ମଧ୍ୟ ମଣିଷ ନିଜେ ହୋଇଥାଏ। ଗରମ ଦିନରେ ଏସି ଚଲାଇବା ବେଳେ ଏହି କିଛି ବିଷୟରେ ଧ୍ୟାନ ଦେଲେ ଅଧିକ ବିଲ୍‌ ଆସିବାର ସମସ୍ୟା ସମାଧାନ ହୋଇଥାଏ।

Image Source - TripAdvisor

ସାଧାରଣତଃ ରୁମକୁ ଶୀଘ୍ର ଥଣ୍ଡା କରିବା ପାଇଁ ଲୋକେ ଏସିର ତାପମାତ୍ରା  ୧୬ ଡିଗ୍ରୀ କୁ ସେଟ କରିଦିଅନ୍ତି । ଏହା ଦ୍ୱାରା ଏସି କମ୍ପ୍ରେସର ଉପରେ ଅଧିକ ପ୍ରେସର ପଡିଥାଏ। ଫଳରେ ଏସି ବିଲ୍‌ ଅଧିକ ଆସିଥାଏ।

Image Source - Dupuis Oil

-ଏସିର ତାପାମାତ୍ରା ୧୬ କିମ୍ବା ୧୮ ପର୍ଯ୍ୟନ୍ତ ସେଟ କରିବା ଦ୍ୱାରା ସିଏସଇ (CSE)ର ମୁତାବକ ଏହା ଆପଣଙ୍କ ସ୍ଵାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ। ଘରେ କିମ୍ବା ଅଫିସରେ ଏସିର ତାପମାତ୍ରା ୨୫ରୁ ୨୬ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ରଖିବା ଦରକାର | ଦିନ ଅପେକ୍ଷା ରାତିର ତାପମାତ୍ରା କମ  ରଖାଯାଇପାରିବ। ଏମିତି କରିବା ଦ୍ୱାରା ସ୍ୱାସ୍ଥ୍ୟ ଠିକ ରହିବା ସହ ବିଦ୍ୟୁତ ବିଲ କମ ହୋଇଥାଏ। 

-ସିଏସଇ(CSE)ର ପ୍ରୋଗ୍ରାମ ମ୍ୟାନେଜରଙ୍କ ମୁତାବକ ଯଦି ଆପଣଙ୍କ ଘର ଭଲରେ ତିଆରି ହୋଇଛି। ବାହାରର ଗରମ ଭିତରକୁ ଆସୁନାହିଁ ତେବେ ଆପଣ ଥରେ ଏସି ଚାଲୁ କରି ରୁମ୍‌ ଥଣ୍ତା ହେବା ପରେ ବନ୍ଦ କରିପାରିବେ। 

-ଏହା କୁହାଯାଉଛି ଯେ, ଯଦି ଆପଣ ୨୪ ଘଣ୍ଟା ଏସିରେ ରହିବେ ତେବେ ଆପଣଙ୍କ ଇମ୍ୟୁନିଟି କମ ହୋଇପାରେ। ଯଦି ଆପଣଙ୍କ ରୁମ୍‌ ସବୁ ଦିଗରୁ ବନ୍ଦ ଥାଏ ତେବେ ସେହି ରୁମରେ ଅକ୍ସିଜେନର ଅଭାବ ହୋଇଯାଏ। ଏଥିପାଇଁ ଏହା ଜରୁରୀ ଅଟେ ଯେ, କେଉଁଠୁ ନା କେଉଁଠୁ ରୁମ୍‌ ଭିତରକୁ ଫ୍ରେସ ଏୟାର ଆସିବା ଦରକାର |

-ପରିବେଶ ବିଶେଷଜ୍ଞ ଏହି କଥା ଉପରେ ଜୋର ଦେଇଥାନ୍ତି  ଯେ,ଭାରତ ଭଳି ଜଳବାୟୁ ଦେଶରେ ଏସିର ତାପମାତ୍ରା ୨୬ ଡିଗ୍ରୀ ସେଲସିୟସ ରଖିବା ଦରକାର |

-ଏସିରେ ଥିବା ଫିଲଟର ଠିକ୍‌ ସମୟରେ ସଫା କରିବା ଉଚିତ଼। ଏସି ଚାଲିବା    ସମୟରେ ଏସିରେ ଥିବା ଫିଲଟର ରେ ଧୂଳି ଜମିଯାଏ। ଫିଲଟରକୁ ଘରେ  ମଧ୍ୟ ସଫା କରାଯାଇପାରେ। ଏସି ଫିଲଟର ସଫା ଥିଲେ ଏସି କମ୍ପ୍ରେସର    ଉପରେ ଅଧିକ ପ୍ରେସର ପଡିନଥାଏ। ଫଳରେ ଏସି ବିଲ୍‌ କମ ଆସେ।

Image Source - JD Lighting

-ଅଧିକାଂଶ ଲୋକଙ୍କ ଧାରଣା ଥାଏ ଯେ,ଏସି ସହ ସିଲିଙ୍ଗ ଫ୍ୟାନ ଚଲାଇଲେ ଅଧିକ ଥଣ୍ତା ହୋଇଥାଏ। କିନ୍ତୁ ଏହା ଭୁଲ ଧାରଣା | ଏସି ଚଲାଇବା ସମୟରେ ଫ୍ୟାନ ଚାଲିଲେ ଏହା ଏସି ଉପରେ ଅଧିକ ପ୍ରେସର ପକାଏ। ଏହା ଦ୍ୱାରା ବିଲ୍‌ ଅଧିକ ଆସେ।

Image Source - Jagran

-ଏସି ଚାଲୁଥିବା ସମୟରେ ଟେବୁଲ ଫ୍ୟାନ ଚଲାଇବା ଉଚିତ। ଏହାଦ୍ୱାରା ରୁମ ଶିଘ୍ର ଥଣ୍ତା ହୋଇଥାଏ। ଏହା ଶରୀରକୁ ମଧ୍ୟ ଥଣ୍ତା କରିଥାଏ।

Post a Comment

0 Comments