ପଖାଳ ଭାତ ଉପରେ କିଛି ଟିପ୍ସ

 ପଖାଳ ଭାତ ଉପରେ କିଛି ଟିପ୍ସ

Image Source - YouTube

ଗ୍ରୀଷ୍ମ ଋତୁରେ ସମସ୍ତଙ୍କର ପ୍ରିୟ ଖାଦ୍ୟ ହେଉଛି ପଖାଳ | ଭାତରେ ପାଣି ମିଶାଇ ତିଆରି କରାଯାଉଥିବା ଏକ ଖାଦ୍ୟ | ପଖାଳ ଖରା ଦିନରେ ଓଡ଼ିଆ ଘରମାନଙ୍କରେ ଦେହରୁ ତାତି କମାଇବା ପାଇଁ ତଥା ପେଟ ଗରମ ଓ ଦେହରେ ପାଣି କମିଯିବା ଭଳି ରୋଗର ପ୍ରତିକାର ନିମନ୍ତେ ଖିଆଯାଇଥାଏ | 

ଭାତକୁ ପାଣିରେ ପଖାଳି ତିଆରି କରାଯାଉଥିବାରୁ ଏହାକୁ ପଖାଳ କୁହାଯାଏ | ଏହାର ପାଣିକୁ ତୋରାଣି କୁହାଯାଏ | ସାଧାରଣତଃ ଖରାବେଳେ ବା ଉପରଓଳି ପଖାଳ ଖିଆଯାଏ | ପଖାଳର ଲୋକାଦୃତି ଓ ପ୍ରସାର ଉଦ୍ଦେଶ୍ୟରେ ମାର୍ଚ୍ଚ ମାସ ୨୦ ତାରିଖକୁ ପଖାଳ ଦିବସ ଭାବେ ନାମିତ କରାଯାଇଛି |

  • ବିଶେଷଜ୍ଞ ଦଳ ପରୀକ୍ଷା କରିବା ପରେ ପ୍ରକାଶ କରିଛନ୍ତି ଯେ ପଖାଳ ଭାତରେ ପ୍ରଚୁର ପରିମାଣରେ ପୋଷକତତ୍ତ୍ୱ ଥିବାରୁ ତାହା ଆମ ଶରୀରକୁ ଶକ୍ତି ଯୋଗାଇବା ସହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢିଥାଏ |
  • ସାଧା ଭାତରେ ଥିବା ଫାଇଟିକ ଏସିଡ଼ ଓ ଓଲିଗୋସାକାରାଇଡ଼ସ୍‌ ଯୋଗୁଁ  ଏହାକୁ ହଜମ କରିବାରେ ଅସୁବିଧା ହୋଇଥାଏ କିନ୍ତୁ ପଖଳାଯିବା ପରେ ଏ ଅସୁବିଧା ଦୂର ହୋଇ, ହଜମ କିୟା ସହଜ ହୋଇଥାଏ | 
  • ସପ୍ତାହକୁ ଅତିକମ୍ ରେ  3ଦିନ ବାସି ଭାତ ଖାଇଲେ ଅଲ୍ସ ପରି ରୋଗରୁ ମୁକ୍ତି ମିଳିଥାଏ |
  • ପ୍ରାୟତଃ ବାସି ଭାତକୁ ବିଭିନ୍ନ ବ୍ୟଞ୍ଜନରେ ବ୍ୟବହାର କରି କିମ୍ବା ସଜ ଭାତରେ ମିଶାଇ ଖାଉଥିବା ଲୋକଙ୍କ ତ୍ୱଚାରେ ଚମକ ଆସିଥାଏ |
  • ବାସି ଭାତରେ ଆଇରନ୍, ପୋଟାସିୟମ୍‌, କ୍ୟାଲସିୟମ୍ ପରିମାଣ ଅଧିକ ଥାଏ |   
  • ୧୦୦ଗ୍ରାମ ଭାତରେ ମାତ୍ର ୩.୪ମିଲି ଗ୍ରାମ ଲୌହ ରହିଥାଏ । କିନ୍ତୁ ୧୨ଘଣ୍ଟା ପଖାଳ ହେଲା ପରେ ଲୋହ ପରିମାଣ ୭୩.୯୧ମିଲି ଗ୍ରାମକୁ ବଢି ଯାଇଥାଏ । 
  • ସେହିପରି ସୋଡ଼ିୟମ ୪୭୫ ମିଲି ଗ୍ରାମରୁ କମି ୩୦୩ମିଲି ଗ୍ରାମ, ପୋଟାସିୟମ୍‌   ୮୩୯ମିଲି ଗ୍ରାମ ଓ କ୍ୟାଲସିୟମ୍ ୨୧ମିଲି ଗ୍ରାମରୁ ବଢି ୮୫୦ମିଲି ଗ୍ରାମ ହୋଇଯାଇଥାଏ । 
  • ବିଶେଷଜ୍ଞଙ୍କ ମତରେ ନିୟମିତ ପଖାଳ ଖାଇଲେ ଶରୀରର ମେଦବୃଦ୍ଧି ହୋଇନଥାଏ ଓ ଜଣେ ଲୋକ ସୁସ୍ଥ ମଧ୍ୟ ରହେ |
  • ବାସି ଭାତ ଖାଉଥିବା ଲୋକଙ୍କୁ ପେଟରୋଗ ସହଜରେ ହୋଇନଥାଏ |   
  • ପଖାଳ ପିତ୍ତ ନାଶକ । ପିତ୍ତ ରୋଗ ବିସୂଚିକା, ଅତିସାର ଇତ୍ୟାଦିରେ ପଖାଳ ତୋରାଣି ଅତ୍ୟନ୍ତ  ପ୍ରଶମନକାରୀ ଓ ଉପକାରୀ ଅଟେ |
  • ଚାଇଁ ପଖାଳ ଖାଇ ତା ତୋରାଣି ମୁନ୍ଦେ ପିଇଦେଲେ କୋଷ୍ଠ କାଠିନ୍ୟ, ଅଗ୍ନୀମାନ୍ଦ୍ୟ, ଅଜୀର୍ଣ୍ଣ ଓ ପେଟବ୍ୟଥା ଆଦି ନିବାରିତ ହୋଇଥାଏ | 
  • ବାଧିକି ଥିବା ଲୋକର ପଥ୍ୟ ଭାବେ ଏହା ବ୍ୟବହାର କରା ଯାଇଥାଏ । ହାଣ୍ତି କାଞ୍ଜଦ୍ବାରା ପେଟ ଥଣ୍ତା ରହେ

ବିଶେଷ ସୂଚନା 

  • କଫ ପ୍ରଧାନ ରୋଗରେ ବାସି ପଖାଳ ଦେବା ଉଚିତ ନୁହେଁ । 
  • ପିତ୍ତ ଆଉ ବାତ ରୋଗଗୁଡ଼ିକରେ ସ୍ଥାନ ବିଶେଷରେ ପଖାଳ ଦିଆଯାଇପାରିବ ।

ପ୍ରକାର ଭେଦ


Image Source - Recipes From Pins

ସଜ ପଖାଳ : ଗରମ ଭାତରୁ ପେଜ ଅଳ୍ପ ଗାଳି, ସେଥିରେ ଥଣ୍ତାପାଣି ଦେଇ ଯେଉଁ ପଖାଳ ପ୍ରସ୍ତୁତ କରାଯାଏ ତାକୁ ସଜ ପଖାଳ କୁହାଯାଏ । ସଜ ପଖାଳରେ କାଗିଜି ଲେମ୍ଭ କିମ୍ବା ଦହି ଗୋଳାଇ ଖାଇଲେ ସ୍ୱାଦିଷ୍ଟ ହୋଇଥାଏ ।

ଏହାକୁ ଭୂସଙ୍ଗ ପତ୍ର (ଭୁର୍ସୁଙ୍ଗା ପତ୍ର ବା ଭେରସୁଙ୍ଗା ପତ୍ର), ଟଭାଗଛର ପତ୍ର ଛୁଙ୍କ ଦେଇ ସେଥିରେ କଟା ଦେଶୀ ପିଆଜ,ବସାଦହି, ଆମ୍ବକସିଆ ଅଦା, କଞ୍ଚାଲଙ୍କା ଓ ଦରକାର ମୁତାବକ ଲୁଣ ପକାଇଲେ ଏହାର ସ୍ୱାଦ ଆହୁରି ବଢ଼ିଯାଏ ।

Image source - YouTube

ଦହି ପଖାଳ : ଏହା ସଜ ବା ବାସି ପଖାଳରେ ଦହି ଓ ଭଜା ଜିରା, ରସୁଣ, ଭୁଷଙ୍ଗ ପତ୍ର ଆଦି ଛୁଙ୍କ ଦେଇ ତିଆରି କରାଯାଇଥାଏ |

ବାସି ପଖାଳ: ଭାତ ପଖାଳିବାର ୧୦-୧୨ ଘଣ୍ଟା ବା ୧ ଦିନ ବା ଆହୁରି କିଛି ସମୟ ରଖି ଏହା ତିଆରି କରାଯାଇଥାଏ | ଏହା କିଛି ପରିମାଣରେ ଟଙ୍କ (ଖଟା) ମଧ୍ ଲାଗିଥାଏ । ଏହା ଖଟା ହୋଇଥିବାରୁ ଏଥିରେ ଲେମ୍ଭୁ ବା ଦହି ପକାଇବାର ଆବଶ୍ୟକତା ନ ଥାଏ |

ଜିରା ପଖାଳ : ଜିରା ,ଭୂସଙ୍ଗ ପତ୍ର ଆଦିକୁ ଭାଜି ପଖାଳରେ ମିଶାଇ ଏହା ତିଆରି କରାଯାଇଥାଏ | 

ଚାଇଁ ପଖାଳ: ଏହା ସଜ ଭାତରେ ଗରମ ନ ଛାଡୁଣୁ ପାଣି ମିଶାଇ ତିଆରି କରାଯାଇଥାଏ ଓ ଗରମ ଗରମ ଖିଆଯାଇଥାଏ । ଏଥିରେ ଗାଇ କ୍ଷୀର ବା ମିଇଁଷି ଘିଅ ପକାଇ ମଧ କେହି କେହି ଖାଇଥାନ୍ତି

Post a Comment

0 Comments