କେଉଁ ଅବସ୍ତାରେ ଆଖୁ ରସ ପିଇବା ଅନୁଚିତ୍ ଏବଂ ଏହାର ଲାଭ ଓ କ୍ଷତି ?
Image Source - Okyalo.Com
ଖରାଦିନେ ସାଧାରଣତଃ ଶରୀରରେ ପାଣିର ଅଭାବ ହୋଇଯାଇଥାଏ କିନ୍ତୁ ଆଖୁର ସେବନ ଆପଣଙ୍କ ଶରୀରରେ ପାଣିର ଅଭାବ ହେବାକୁ ଦିଏ ନାହିଁ ଓ ଏହା ଆପଣଙ୍କୁ ଡିହାଇଡ଼୍ରେସନ ରୁ ବଞ୍ଚାଇଥାଏ ।
ଆଖୁରସରେ ମ୍ୟାଗ୍ନେସିୟମ,ଆଇରନ,କ୍ୟାଲସିୟମ, ପଟାସିୟମ୍ ଓ ଫସଫରସ ଭଳି ଆବଶ୍ୟକୀୟ ପୋଷଣକାରୀ ତତ୍ତ୍ୱ ମିଳିଥାଏ ଓ ଏଥିରେ ପ୍ରଚୁର ମାତ୍ରାରେ ଆଣ୍ଟିଅକ୍ସିଡେଣ୍ଟ ଥାଏ । ଏହା ଆପଣଙ୍କ ଶରୀରକୁ ସଂକ୍ରମଣରୁ ବଞ୍ଚାଇଥାଏ ଓ ଆପଣଙ୍କ ଶରୀରର ଇମୁନିଟି ବି ବଢାଇଥାଏ |
କେଉଁ ଅବସ୍ତାରେ ଆଖୁ ରସ ପିଇବା ଅନୁଚିତ୍ ?
କିନ୍ତୁ ଆପଣ ଜାଣନ୍ତି କି କେତେକ ଅବସ୍ଥାରେ ଆଖୁ ରସ ପିଇବା ବର୍ଜନୀୟ | ଜାଣନ୍ତୁ କେଉଁ ଅବସ୍ଥାରେ ଆଖୁ ରସ ପିଇବା ଉଚିତ୍ ନୁହେଁ |
- ଯଦି ଆପଣଙ୍କର ଓଜନ ଅଧିକ ହୋଇଥାଏ, ତେବେ ମଧ୍ୟ ଆଖୁରସ ପିଇବା ଅନୁଚିତ | କାରଣ ଏଥିରେ ଅଧିକ ମାତ୍ରାରେ କ୍ୟାଲୋରୀ ଓ ସୁଗାର୍ ଥାଏ, ଯାହା ଆପଣଙ୍କ ଶରୀର ପାଇଁ କ୍ଷତିକାରକ | ଜୁସ୍ କୁହାଯାଉଥିବା କାରଣରୁ ଅନେକ ଲୋକ ଏହାକୁ ଅଧିକ ସେବନ କରିଦେଇଥାନ୍ତି। କିନ୍ତୁ ଏହାକୁ ଅଧିକା ସେବନ କରିବା ଦ୍ୱାରା ମୋଟାପଣ ବଢିଥାଏ। ଯେଉଁ ଲୋକମାନେ ଫିଟ୍ ରହିବା ପାଇଁ ଚେଷ୍ଟା କରୁଛନ୍ତି ତେବେ ସେହି ବ୍ୟକ୍ତି ଆଖୁ ରସ ପିଇବା ଅନୁଚିତ।
- ଯଦି ଆପଣଙ୍କୁ କାଶ ହେଉଛି, ତେବେ ଆଖୁ ରସ ପିଇବା ଉଚିତ୍ ନୁହେଁ କାରଣ ଏଭଳି ସମୟରେ ତାହା ପାନ କଲେ ଶରୀରରେ କଫର ସମସ୍ୟା ଦେଖାଯାଇଥାଏ |
- ଯଦି ଆପଣଙ୍କ ପେଟ କାଟୁଥିବ, ତେବେ ବି ଆଖୁରସ ପିଇବା ଅନୁଚିତ |
ଏହାର ଲାଭ
- ଆଖୁ ରସ ଶରୀରରେ ରକ୍ତ ସଞ୍ଚାଳନକୁ ଠିକ୍ କରିଥାଏ |
- ଯେଉଁ ଲୋକଙ୍କୁ କବ୍ଜ ସମସ୍ୟା ଅଛି ତେବେ ତାଙ୍କୁ ଆଖୁର ସେବନ କରିବା ଆବଶ୍ୟକ । ଏହା ପେଟରେ ଜଳା ପୋଡା ଓ ଗ୍ୟାସ ସମସ୍ୟା ହେବାକୁ ଦେଇ ନଥାଏ ।
- ସୁଗାର ରୋଗୀଙ୍କୁ କୌଣସି ମିଠା ପଦାର୍ଥ ଖାଇବାକୁ ମନା କରାଯାଇଥାଏ କାରଣ ଶରୀରରେ ସୁଗାର ମାତ୍ରାକୁ ବହୁତ ବଢାଇ ଦେଇଥାଏ | କିନ୍ତୁ ଆଖୁ ରସରେ ଏହି ଇସେମିକ ଇଣ୍ତେକ୍ସ ର ମାତ୍ରା କମ ଥାଏ, ଏଥିପାଇଁ ଏହା ସୁଗାର ରୋଗୀଙ୍କ ଶରୀରରେ ସୁଗାର ସ୍ତରକୁ ବଢାଇନଥାଏ |
- ଆଖୁ ରସ ସେବନ କ୍ୟାନ୍ସର ଭଳି ରୋଗ ସହିତ ଲଢିବାରେ ବହୁତ ଲାଭକାରୀ ହୋଇଥାଏ | ଏହା ବହୁତ ପ୍ରକାରର କ୍ୟାନ୍ସର ରୁ ବଞ୍ଚାଇଥାଏ । ଅର୍ଥାତ ଏହା ଆପଣଙ୍କ ପାଚନ ତନ୍ତ୍ରକୁ ମଜବୁତ ରଖିବାରେ ସାହାର୍ଯ୍ୟ କରିଥାଏ ।
- ଆଜିର ସମୟରେ ହାର୍ଟ ରୋଗ ବଢିବାକୁ ଲାଗିଛି | ଏମିତିରେ ଆଖୁରସ ସେବନ କରିବା ଦ୍ୱାରା ହାର୍ଟ ରୋଗ ଭଲ କରିବାରେ ସହାୟକ ହୋଇଥାଏ | ଏହା ହାର୍ଟ ଆଟାକ ଭଳି ଭୟଙ୍କର ରୋଗକୁ ଦୂର କରିଥାଏ |
- ଏହା ଆପଣଙ୍କ ଶରୀରରେ ନାଚୁରାଲ ସୁଗାର କୁ ପହଞ୍ଚାଇ କୋଲେଷ୍ଟ୍ରୋଲ କମ କରିଥାଏ । ଯାହା କାରଣରୁ ଆପଣଙ୍କ ଓଜନ କମିଥାଏ |
- ଆଖୁ ରସ ସେବନ କରିବା ଦ୍ୱାରା ଆପଣଙ୍କ ତ୍ୱଚାର ଦାଗ ବି ଭଲ ହୋଇଯାଇଥାଏ । ଏଥିପାଇଁ ଆପଣ ତୁଳା ସାହାର୍ଯ୍ୟରେ ଏହାକୁ ନିଜ ଚେହେରାରେ ଲଗାଇ ନିଅନ୍ତୁ ଶୁଖିଗଲେ ପାଣିରେ ଧୋଇ ଦିଅନ୍ତୁ ।
କେବଳ ଗୋଟିଏ କଥା ମନେ ରଖିବେ ଆଖୁ ରସ ଆପଣଙ୍କୁ ଖାଲି ପେଟରେ ପିଇବାକୁ ପଡିବ | ଖାଦ୍ୟ ଖାଇବା ପରେ ଜୁସ ର ପ୍ରଭାବ କମ ହୋଇଥାଏ ।
ଏହାର କ୍ଷତି
Image Source - I.ytimg.com



0 Comments
Do you have any doubts or suggestions? Ask them here in the comments!