ଜିମ ନ ଯାଇ ନିଜ ଓଜନ କିପରି କମାଇ ପାରିବେ

ଜିମ ନ ଯାଇ ନିଜ ଓଜନ କିପରି କମାଇ ପାରିବେ

ସୁସ୍ଥ ଶରୀର ନିମନ୍ତେ ସଠିକ ଓଜନ ରହିବ ନିତାନ୍ତ ଜରୁରୀ | ବର୍ତ୍ତମାନ ସମୟରେ ମେଦବହୁଳତା ଯୋଗୁଁ  ବହୁତ ଅସୁବିଧା ଭୋଗୁଛନ୍ତି | ଏମିତିରେ ଆପଣ ମେଦ ବହୁଳତା କମେଇବା ପାଇଁ ଜିମ ଓ ଯୋଗଭ୍ୟାସ କରୁଛନ୍ତି , ଏହା ଛଡା ଆପଣ  ବିଭିନ୍ନ  ପ୍ରକାର ଘରୋଇ ଉପଚାର କରୁଛନ୍ତି । 

କିନ୍ତୁ ଆଜି ଆମେ ଆପଣଙ୍କୁ ଏ ମଧ୍ୟରୁ କିଛି କରିବା ପାଇଁ କହିବୁ ନାହିଁ ଓ ତାପରେ ମଧ୍ୟ ଆପଣ ନିଜର ଓଜନ କମେଇପାରିବେ। ଏବେ ଆପଣ ଭାବୁଥିବେ ଯେ ତାହେଲେ ଏପରି କଣ ପ୍ରତିକାର ଅଛି ଯଦ୍ୱାରା  ଓଜନ କମିବ । ପ୍ରକୃତରେ ଆଜି ଆମେ ଆପଣଙ୍କୁ ଯାହା କହିବାକୁ ଯାଉଛୁ ତାହା ଏହା ଯେ ଆପଣ ନିଜର ଘରର କାମ କରି ନିଜର ଓଜନ କମେଇପାରିବେ | 

Image Source - News Track Hindi

(୧) ଆପଣ ଅଧଘଣ୍ଟା ରୁ ଏକଘଣ୍ଟା ପର୍ଯ୍ୟନ୍ତ ଘର ପୋଛାପୋଛି କରନ୍ତୁ ଓ ଏପରି କରିବା  ଦ୍ୱାରା ଆପଣଙ୍କ କ୍ୟାଲୋରି ଖର୍ଚ୍ଚ ହୋଇଯିବ ।

Image Source - Bollywood News

(୨) ଆପଣ ନିଜ ଘରର କପଡା ଧୋଇନିଆନ୍ତୁ ଓ ଘରର ସମସ୍ତ  କପଡା ଇସ୍ତ୍ରୀ  କରିଦିଅନ୍ତୁ ଏହା ମଧ୍ୟ ଆପଣଙ୍କ ଓଜନ କମେଇବାରେ ଆପଣଙ୍କୁ ବହୁତ ସାହାଯ୍ୟ କରିଥାଏ ।

Image Source - Kircamifide

(୩) ଓଜନ କମେଇବା ପାଇଁ ଆପଣ ନିଜ ଘର ଆଗରେ ବଗିଚା କରନ୍ତୁ 

Image Source - Reader's Digest

(୪) ଓଜନ କମେଇବା ପାଇଁ ବହୁତ କିଛି କରିବାକୁ ପଡେ ,ଏଥିପାଇଁ ଆପଣ ନିଜ ଘରର ୱାଶରୁମ ପରିଷ୍କାର କରନ୍ତୁ ।

Image Source - The Conversation

(୫) ଯଦି ଆପଣ ଓଜନ କମେଇବା ପାଇଁ ଚାହାନ୍ତି ତେବେ ଆଜିଠାରୁ ନିଜର କାରର ଧୋଇବା କାମ ଆରମ୍ଭ କରିଦିଅନ୍ତୁ କାରଣ ଏହା ମଧ୍ୟ ଓଜନ  କମେଇବାରେ ଆପଣଙ୍କ ସହାୟତା କରିବ ।

Image Source - Cleaning Services Watford

(୬) ଘରର କାମରେ ଘରର ପରିଷ୍କାର କରନ୍ତୁ କାରଣ ଏହାମଧ୍ୟ ଓଜନ କମେଇବ । ଓଜନ କମେଇବା ପାଇଁ ଆପଣ ନିଜ ଘରର ବାସନ ଧୋଇ ଦିଅନ୍ତୁ, ପରିବା କାଟି ନିଜେ ରୋଷେଇ ବି କରନ୍ତୁ |

ଅର୍ଥାତ ଘରର କାମ କରି ଆପଣ ନିଜର ଓଜନ କମେଇପାରିବେ ଓ ଜିମର ପଇସା ବଞ୍ଚେଇ ପାରିବେ କାରଣ ଆଜିକାଲି ପଇସା ବହୁତ ପରିଶ୍ରମ ପରେ ମିଳେ |

ଓଜନ ନିୟନ୍ତ୍ରଣ ପାଇଁ ଏହି ବଦଭ୍ୟାସ ପ୍ରତି ଧ୍ୟାନ ଦେବେ...

  • ପ୍ରତିଦିନ ସକାଳେ 20 ରୁ 30 ମିନଟ ଶରୀରରେ ଖରା ନ ପଡିଲେ ଓଜନ ବଢିବାର ସମ୍ଭାବନା ଥାଏ |   
  • ସକାଳର ସୂର୍ଯ୍ୟ କିରଣରେ ଥିବା ଅତିବାଇଗଣୀ ରଶ୍ମି ଫ୍ୟାଟ ବର୍ଣ୍ଣିଙ୍ଗ ପ୍ରୋସେସକୁ (ଚର୍ବି କ୍ଷୟ ପ୍ରକ୍ରିୟା)ବଢ଼ାଇଥାଏ | ଶରୀରରେ ଯଦି ଖରା ନପଡେ଼ ତେବେ ଫ୍ୟାଟ ବର୍ଣ୍ଣିଙ୍ଗ ପ୍ରୋସେସକୁ (ଚର୍ବି କ୍ଷୟ ପ୍ରକ୍ରିୟା) ଧୀର ହୋଇଯାଏ | 
  • ପ୍ରତିଦିନ ସକାଳୁ ଉଠି 20 ମିନଟ ମର୍ନିଙ୍ଗ ୱାର୍କ କିମ୍ବା ବ୍ୟାୟାମ ନ କରିଲେ ବା ଘର କାମ ନ କରିଲେ ଚର୍ବି କ୍ଷୟ ପ୍ରକ୍ରିୟା ଧୀର ହୋଇଯାଏ |
  • ସକାଳେ ଅଧିକ ସମୟ ପର୍ଯ୍ୟନ୍ତ ଶୋଇବା ବା 8 ଘଣ୍ଟାରୁ ଅଧିକ ଶୋଇଲେ ଶରୀରରେ କାର୍ଟିସୋଲ ହର୍ମୋନ ତିଆରି ହୁଏ ଯାହା ଶରୀରରେ ଚର୍ବିକୁ ବଢ଼ିଥାଏ |
  • ସକାଳେ ଉଠିଲା ପରେ ପେଟ ସମ୍ପୂର୍ଣ୍ଣ ଖାଲିଥାଏ |ଯଦି ସ୍ନାକ୍ସ,ଚିପ୍ସ ସାଂଡଉଈଜ ଓ ବର୍ଗର ଭଳି ଜିନିଷ ଖାଇଲେ ତାହା ଚର୍ବିରେ ରୂପାନ୍ତରିତ ହୋଇ ଓଜନ ବଢେ | ତେଣୁ ସକାଳ ଖାଇବା ଜଳଖିଆରେ ପ୍ରୋଟିନ ଓ କାର୍ବୋହାଇଡ୍ରେଟ ନିଶ୍ଚିତ ମିଶ୍ରଣ କରନ୍ତୁ |
  • ସକାଳ ଖାଲି ପେଟରେ 2 ରୁ 3 ଗ୍ଲାସ ପାଣି (1 ଲିଟର)ନ ପିଇଲେ ଦେହରୁ ବିଷାକ୍ତ ପଦାର୍ଥ ବାହାରୁ ଆସିପାରି ନଥାଏ |

Post a Comment

0 Comments