ଅଂଶୁଘାତ ଓ ଘିମିରି ଠାରୁ ବର୍ତ୍ତିବା ପାଇଁ କିଛି ଘରୋଇ ଉପଚାର
Image Source - Two Neighbors
ଖରାଦିନର ଆଗମନ ହୋଇଗଲାଣି | ଅଂଶୁଘାତରୁ କିପରି ବଞ୍ଚିବା ପ୍ରାୟତଃ ସମସ୍ତଙ୍କୁ ଜଣାଅଛି | କାରଣ ଟିଭି ଦ୍ୱାରା ,ପତ୍ରପତ୍ରିକା ଏବଂ କାନ୍ଥବାଡ଼ରେ ପୋଷ୍ଟର ମାରି ସରକାରଙ୍କ ଦ୍ୱାରା ସଚେତନ କରାଯାଇଥାଏ | ଅଂଶୁଘାତ ପାଇଁ କୌଣସି ଔଷଧ ନାହିଁ | ତେଣୁ ପ୍ରତିଷେଧକ ହିଁ ଏକମାତ୍ର ପନ୍ଥା |
ଅଂଶୁଘାତରୁ ବଞ୍ଚିବାର ଘରୋଇ ଉପଚାର
Image Source - Vaya.in
-ଖରାଦିନେ ଶରୀରରେ ପାଣିର ଅଭାବ ହୋଇଯାଇଥାଏ କିନ୍ତୁ ଆଖୁରସ ସେବନ ଆପଣଙ୍କ ଶରୀରରେ ପାଣିର ଅଭାବ ହେବାକୁ ଦିଏ ନାହିଁ ଓ ଏହା ଆପଣଙ୍କ ଶରୀରରୁ ଜଳୀୟଅଂଶ କମିବାରୁ ବଞ୍ଚାଇଥାଏ |
Image Source - Pixabay
-ତରଭୁଜ ଖାଇବା ଦ୍ୱାରା ଗରମ ସମୟରେ ଶରୀରରେ ଜଳୀୟ ଅଂଶ କମ ହୋଇନଥାଏ। ଅଂଶୁଘାତରୁ ବର୍ତ୍ତିବା ମଧ୍ୟ ତରଭୁଜ ଖାଇବା ଏକ ମାଧ୍ୟମ ଅଟେ |
Image Source - Instructablles
-ଧନିଆ ପତ୍ରକୁ ପାଣିରେ ମିଶାଇ ରଖନ୍ତୁ। ଏବେ ଏହାକୁ ବାଟି ସେଥିରେ କିଛି ମାତ୍ର|ରେ ଚିନି ମିଶାଇ ତାହାର ସେବନ କରନ୍ତୁ। ଏପରି କରିବା ଦ୍ୱାରା ଅଂଶୁଘାତ ଜନିତ ସମସ୍ୟା କମ ହୋଇଥାଏ।
Image Source - IndiaMART
-କଞ୍ଚା ଆମ୍ବ ପାଣିର ସେବନ ଖରାଦିନେ ଖୁବ ଲାଭକାରୀ ହୋଇଥାଏ। ଏହା ଶରୀରରେ ଜଳୀୟ ଅଂଶର ମାତ୍ରା ସଠିକ୍ ରଖିଥାଏ।
Image Source - Pixabay
-ଖରାଦିନେ ଅଂଶୁଘାତରୁ ରକ୍ଷା ପାଇବା ପାଇଁ ସବୁଠାରୁ ଖାସ ଜିନିଷ ହେଉଛି ପିଆଜ | ଦୈନିକ ପିଆଜ ଖାଇବା ଦ୍ୱାରା ଶରୀରରେ ତାପମାତ୍ରା ସଠିକ୍ ରହିଥାଏ। ଆପଣ ଚାହିଁଲେ ଏହାର ରସ ବାହାର କରି ମଧ୍ୟ ପିଇପାରିବେ।
Image Source - Pixabay
-ପଇଡ ପାଣି ଖରାଦିନେ ଅମୃତ ସମାନ ହୋଇଥାଏ | ଏଣୁ ଖରାଦିନରେ ପଇଡ ପାଣି ପିଇବା ଏକ ଔଷଧ ସହ ସମାନ। ଏହାର ସେବନ ଅଂଶୁଘାତର ସମ୍ଭାବନା କୁ ଦୂର କରିଥାଏ।
Image Source - Pixabay
-ଏହା ବ୍ୟତୀତ ଖରା ଦିନରେ ଲେମ୍ଭୁ ଏବଂ ପୁଦିନାର ସେବନ ମଧ୍ୟ ଖୁବ ଲାଭକାରୀ ହୋଇଥାଏ। ଏହା ପେଟ ଜଳିବାକୁ କମ୍ କରିବା ସହ ପାଚନକ୍ରିୟାକୁ ସକ୍ରିୟ କରିଥାଏ।
Image Source - Beauty & HealthTips










0 Comments
Do you have any doubts or suggestions? Ask them here in the comments!