ରାଶି ଅନୁଯାୟୀ କିପରି କରିବେ ଶିବରାତ୍ରି ପୂଜା

 ରାଶି ଅନୁଯାୟୀ କିପରି କରିବେ ଶିବରାତ୍ରି ପୂଜା 

Image Source - Shubhtithi

ଫାଲଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ମହାପ୍ରଭୁ ଶିବ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଜନ୍ମୋତ୍ସବକୁ ମହାଶିବରାତ୍ରି ଭାବେ ପାଳନ କରିଥାଉ | ଏବଂ କୁହାଯାଏ କି , ଏହିଦିନ ଭଗବାନ ଶିବ ପୃଥିବୀକୁ ଧ୍ୱଂସ ହେବାରୁ ବଞ୍ଚାଇଥିଲେ ଓ ସେ ତାଙ୍କର ସବୁ ଭକ୍ତ ମାନଙ୍କୁ ଏହି ଦିନରେ ତାଙ୍କର ପୂଜା ଓ ଉପାସନା କରିବା ପାଇଁ କହିଥିଲେ |



Image Source - True Tamil


ଶିବରାତ୍ରି ଦିନ କଣ ଅର୍ପଣ କରିବେ ଭଗବାନ ଶିବଙ୍କୁ  ଆସନ୍ତୁ ଜାଣିବା |

1- ଜଳ- ଶିବରାତ୍ରି ଦିନ ଓଁ ନମଃ ଶିବାୟ ମନ୍ତ୍ର କୁ ଜପ କରି ଭଗବାନ ଶିବଲିଙ୍ଗ ଉପରେ ଜଳ ଢାଳି ଆପଣଙ୍କ ସବୁ ଚିନ୍ତା ଦୂର କରନ୍ତୁ |
2- କ୍ଷୀର- ଭଗବାନ ଶିବଙ୍କୁ କ୍ଷୀରରେ ଅଭିଷେକ କଲେ ବହୁତ ଲାଭ ମିଳିବ ଓ ଶାରୀରିକ ରୋଗ ଦୂର ହେବ |
3- ଚିନି-ଘର ପରିବାରର ସୁଖ ସମୃଦ୍ଧି ପାଇଁ ଭଗବାନ ଶିବଙ୍କୁ ଚିନି ଅର୍ପଣ କରନ୍ତୁ |
4- ଘିଅ-ଆପଣଙ୍କୁ ଶକ୍ତି ପ୍ରାପ୍ତ ପାଇଁ ଓ ସନ୍ତାନ ସୁଖ ପ୍ରାପ୍ତି ପାଇଁ ଭଗବାନ ଶିବଲିଙ୍ଗ ଉପରେ ଘିଅ ଢ଼ାଳିବା ଉଚିତ |
5- ମହୁ- ନିଜ ବାଣୀକୁ ମଧୁର କରିବା ପାଇଁ ମହୁ ଅର୍ପଣ କରନ୍ତୁ |
6- ଭାଙ୍ଗ- ଭଗବାନ ଶିବଙ୍କୁ ଭାଙ୍ଗ ଅର୍ପଣ କରିବା ଦ୍ୱାରା ଆଶୀର୍ବାଦ ମିଳିଥାଏ |
7- ଚନ୍ଦନ ଓ କର୍ପୂର  - ମନୋକାମନା ପୂରଣ ପାଇଁ ଭଗବାନ ଶିବଲିଙ୍ଗ ଉପରେ ଚନ୍ଦନ ଲଗାଇବା ଉଚିତ |
8- କେସର-କେସର ଅର୍ପଣ ଦ୍ୱାରା ସବୁ ସମସ୍ୟା ଦୂର ହୋଇଥାଏ |   
9- କେତକୀ, ଦୁଦୁରା ଓ ଅରଖ ଓ ବେଲପତ୍ର |
10- ଭାଙ୍ଗ, ଭସ୍ମ, ଅକ୍ଷତ, ରୁଦ୍ରାକ୍ଷ |                            

ମେଷ: ଶିବରାତ୍ରି ଅବସରରେ କଞ୍ଚାକ୍ଷୀର ଏବଂ ଦହି ଶିବଲିଙ୍ଗରେ ଅର୍ପଣ କରନ୍ତୁ । ଦୁଦୁରା ଅର୍ପଣ କରିବା ସହ କର୍ପୂର ଜଳାଇ ଆରତି କରିବେ। ସମସ୍ତ ପ୍ରକାର ଉନ୍ନତି ପାଇଁ ଶିବରାତ୍ରିରେ ଭଗବାନ ଶିବଙ୍କଠାରେ ଅକ୍ଷତ, ତ୍ରିଶାଖା ବେଲପତ୍ର, କ୍ଷୀର, ଧୂପ,ଦୀପ, ଘୃତ, ମଧୁ, ଫଳ ଇତ୍ୟାଦିରେ ପୂଜା କରନ୍ତୁ। ଏହାସହ ରୁଦ୍ରାକ୍ଷ ମାଳାରେ “ଓଁ  ନମଃ ଶିବାୟ” ୧୦୮ଥର ଜପ କରନ୍ତୁ ଶିବଙ୍କର କୃପା ମିଳିପାରିବ ।

ବୃଷ:  ଶିବଲିଙ୍ଗଙ୍କୁ ଆଖୁ ରସରେ ସ୍ନାନ କରାଇବା ସହ ମଲ୍ଲୀ ଅତର ଅର୍ପଣ କରନ୍ତୁ ଏବଂ ଦୀପ ଜଳାଇ ଆରତି କରିବେ |ଏହି ରାଶିର ବ୍ୟକ୍ତି ଶାରୀରିକ ପୀଡ଼ା, କର୍ମ କ୍ଷେତ୍ରରେ  ବାଧାବିଘ୍ନ, ଶୁଭ କାର୍ଯ୍ୟରେ ବିଳମ୍ବ ଓ ଆୟ ବୃଦ୍ଧି ଏବଂ ଅନ୍ୟାନ୍ୟ ସମସ୍ୟାରୁ ମୁକ୍ତି ପାଇବା  ପାଇଁ ଶିବରାତ୍ରିରେ  ବିଧିପୂର୍ବଳ ଶିବ ପୂଜାର୍ଚ୍ଚନା ଓ ଦୀପ ପ୍ରଜ୍ଜ୍ୱଳନ କରନ୍ତୁ। ଶିବଙ୍କର ଗାୟତ୍ରୀ ମନ୍ତ୍ର 'ଓ ତତ୍‌ ପୁରୁଷାୟ  ବିଦ୍ମହେ ମହାଦେବାୟ ଧୀମହି ତନ୍ନୋ ରୁଦ୍ରଃ ପ୍ରଚୋଦୟାତ୍‌' ଏହି ମନ୍ତ୍ର ୨୧ ଥର ଜପ କରନ୍ତୁ 

ମିଥୁନ: ଶିବରାତ୍ରିରେ ସ୍ପଟିକ ଶିବଲିଙ୍ଗଙ୍କୁ ପୂଜା କରିବା ସହ ନାଲି ଅବିର, କୁମ୍‌କୁମ୍‌ ଚନ୍ଦନ ଏବଂ ଅତର ସହ ଅରଖ ଫୁଲ ଅର୍ପଣ କରନ୍ତୁ। ଏହି ରାଷିର ବ୍ୟକ୍ତିମାନେ ଶାରୀରିକ କ୍ଳେଶ,ମନାନ୍ତର, ମତାନ୍ତର, ଆର୍ଥିକ କ୍ଷୟକ୍ଷତି ଇତ୍ୟାଦିରୁ ରକ୍ଷା ପାଇବା ପାଇଁ ଭଗବାନ ଶିବଙ୍କର ପୂଜାର୍ଚ୍ଚନା କରି ମହା ମୃତ୍ୟୁଞ୍ଜୟ ଜପ ' ଓଁ  ତ୍ର୍ୟମ୍ବକଂ ୟଜାମହେ, ସୁଗନ୍ଧିଂ  ପୁଷ୍ଟିବର୍ଦ୍ଧନଂ ଉର୍ବାରୁକମୈବ ବନ୍ଧନାତ୍‌ ମୃତ୍ୟେ।ମୁର୍କ୍ଷୀୟ ମାମୃତାତ୍' ୧୦୮ଥର ନପ କରନ୍ତୁ।

କର୍କଟ: ଶିବରାତ୍ରି ଅବସରରେ ଅଷ୍ଟଗନ୍ଧ ଚନ୍ଦନରେ ମହାଦେବଙ୍କର ଅଭିଷେକ କରନ୍ତୁ। କୋଳି ଏବଂ ଅଟାରେ ତିଆରି ରୂଟି ଭୋଗ ଲଗାଇ ଆରତି କରନ୍ତୁ | ଏହି ରାଶିର ବ୍ୟକ୍ତିମାନେ  ସ୍ୱାସ୍ଥ୍ୟଗତ ସମସ୍ୟା, ବିଳମ୍ବ କାର୍ଯ୍ୟ ସିଦ୍ଧି , କର୍ମ କ୍ଷେତ୍ରରେ  ସଫଳତା, ଆୟ ବୃଦ୍ଧି ଦାମ୍ପତ୍ୟ  ସୁଖ ପାଇଁ ଶିବରାତ୍ରି ଦିନ ମହେଶ୍ଵର ଶିବଙ୍କର ବିଧି ପୂର୍ବକ ପୂଜାର୍ଚ୍ଚନା କରି ରୁଦ୍ରାକ୍ଷ ମାଳାରେ 'ଓଁ ନମଃ ଶିବାୟ୧୦୮ଥର ଜପ କରନ୍ତୁ |

ସିଂହ: ଫଳରସରେ ମିଶ୍ରି ମିଶାଇ ମହାଦେବଙ୍କ ଅଭିଷେକ କରିବା ସହ ଅରଖ ଫୁଲ ଅର୍ପଣ କରି ମିଷ୍ଟାନ୍ନ ଭୋଗ କରିବେ | ଏହି ରାଶିର ବ୍ୟକ୍ତିଙ୍କର ଶୁଭ କାମନାରେ ବାଧାବିଘ୍ନ ବିଳମ୍ବରେ କାର୍ଯ୍ୟ ସିଦ୍ଧି, ବ୍ୟୟ ବୃଦ୍ଧି , ଜୀବନରେ ସଫଳତା ପାଇବା ପାଇଁ  ଶିବରାତ୍ରିରେ ଶିବଙ୍କର ବିଧିପୂର୍ବକ ପୂଜାର୍ଚ୍ଚନା,ଦୀପ ପ୍ରଜ୍ଜ୍ୱଳନ କରଣୀୟ, ଶିବ ଗାୟତ୍ରୀ ମନ୍ତ୍ର 'ଓଁ ମହାଦେବାୟ ବିଦ୍ମହେ ରୁଦ୍ର ମୂର୍ତ୍ତୟେ  ଧୀମହି ତନ୍ନୋ ଶିବ  ପ୍ରଚୋଦୟାତ୍‌ '୧୦୮ଥର ନପ କରନ୍ତୁ।

କନ୍ୟା : କୋଳି, ଦୁଦୁରା, ବିଜୟା ବା ଭାଙ୍ଗ ସହ ଅରଖ ଫୁଲ ଅର୍ପଣ କରିବେ। ବେଲପତ୍ର ଚଢାଇ ମିଷ୍ଟାନ୍ନ ଭୋଗ କରନ୍ତୁ | କନ୍ୟାରାଶିର ବ୍ୟକ୍ତିଙ୍କ ନିମନ୍ତେ ବର୍ଷଟିରେ ଶୁଭଫଳ , ପାରିବାରିକ ସୁଖଶାନ୍ତି , ବ୍ୟବସାୟ ଚାକିରିରେ ଉନ୍ନତି ଓ ପଦ୍ମୋନ୍ନତି ପାଇଁ ଶିବରାତ୍ରିରେ ଶିବଙ୍କର ବିଧିପୂର୍ବକ ପୂଜାର୍ଚ୍ଚନା ଓ ଦୀପ ପ୍ରଜ୍ଜ୍ଵଳନ କରି “ଓଁ ନମଃ ଶିବା” ମନ୍ତ୍ର ୧୦୮ଥର ଜପ କରନ୍ତୁ। 

ତୁଳା : ଭିନ୍ନଭିନ୍ନ ପୁଷ୍ପର ଜଳ ମିଶାଇ ଶିବଲିଙ୍ଗଙ୍କୁ ସ୍ନାନ କରାନ୍ତୁ । ବେଲ, ମଲ୍ଲୀ, ଗୋଲାପ, ଅକ୍ଷତ ଏବଂ ଚନ୍ଦନ ଅର୍ପଣ କରିବେ | ତୁଳା ରାଶିର ବ୍ୟକ୍ତିଙ୍କ  ପାଇଁ ଏ ବର୍ଷଟି ସୁଖଶାନ୍ତିରେ କଟାଇବା ପାଇଁ ଶିବରାତ୍ରିରେ ଶିବ ମନ୍ଦିରରେ ବିଧିପୂର୍ବକ ଶିବପୂଜା କରି ଶିବ ଗାୟତ୍ରୀ 'ଓଁ ମହାଦେବାୟ ବିଦ୍ମହେ ରୁଦ୍ର ମୂର୍ତ୍ତୟେ  ଧୀମହି ତନ୍ନୋ ଶିବ  ପ୍ରଚୋଦୟାତ୍‌' ଏହି ମନ୍ତ୍ର ୧୦୮ଥର ଜପ କରନ୍ତୁ , ମଙ୍ଗଳ ହେବ। 


ବିଛା : ଶୁଦ୍ଧ ଜଳରେ ଶିବଳିଙ୍ଗଙ୍କୁ ସ୍ନାନ କରାଇବା ସହ ମହୁ ଏବଂ ଘିଅରେ ଦ୍ଵିତୀୟବାର ସ୍ନାନ କରାଇ ପୁଣି ଜଳରେ ସ୍ନାନ କରାଇବେ । ଏହାପରେ ଆରତି କରନ୍ତୁ | ଏହି ରାଶିର ବ୍ୟକ୍ତି ଶାରୀରିକ ଅସୁସ୍ଥତା, ମାନସିକ ଅଶାନ୍ତି, ଆର୍ଥିକ କ୍ଷୟକ୍ଷତି, ଶତ୍ରୁପୀଡାରୁ ମୁକ୍ତି ପାଇବା ପାଇଁ ବିଧି ପୂର୍ବକ ଶିବ ପୂଜାର୍ଚ୍ଚନା କରି  ମହା ମୃତ୍ୟୁଞ୍ଜୟ ମନ୍ତ୍ର   ' ଓଁ  ତ୍ର୍ୟମ୍ବକଂ ୟଜାମହେ, ସୁଗନ୍ଧିଂ ପୁଷ୍ଟିବର୍ଦ୍ଧନଂ ଉର୍ବାରୁକମୈବ ବନ୍ଧନାତ୍‌ ମୃତ୍ୟେ।ମୂର୍କ୍ଷୀୟ ମାମୃତାତ୍ '୧୦୮ ଥର ଜପ କରନ୍ତୁ। ପ୍ରଭୁ ମହେଶ୍ୱରଙ୍କର ଚାରିପ୍ରହରେ ଚାରିଥର  ପୂଜାହୋମ କରନ୍ତୁ। 



ଧନୁ :କ୍ଷତରେ ଶିବଲିଙ୍ଗଙ୍କ ଶୃଙ୍ଗାର କରିବା ସହ ଡ୍ରାଏଫ୍ରଟ୍‌ସ ଭୋଗ କରନ୍ତୁ। ଶୃଙ୍ଗାର କାର୍ଯ୍ୟରେ ବେଲପତ୍ର, ଗୋଲାପ ଆଦି ବ୍ୟବହାର କରିପାରିବେ । ଏହାପରେ ଆରତି କରନ୍ତୁ | ଧନୁରାଶିର ବ୍ୟକ୍ତି ଗ୍ରହ ସମସ୍ୟା, ସ୍ୱାସ୍ଥ୍ୟ ଓ ବିଭିନ୍ନ ବାଧାବିଘ୍ନ ଦୂର ପାଇଁ  ଶିବରାତ୍ରିରେ ଶିବ ମନ୍ଦିରରେ ବିଧି ପୂର୍ବକ ପୂଜା ଓ ଗଜାମୁଗ ଅର୍ପଣ କରି ଅଭିଷେକ ପୂଜା କରନ୍ତୁ। 'ଓଁ ନମଃ ଶିବାୟ' ୧୦୮ଥର ଜପ କରନ୍ତୁ ଆପଣଙ୍କର ସମସ୍ୟା ଧୀରେ ଧୀରେ ଦୂରୀଭୂତ ହେବ।



ମକର : ଶିବଲିଙ୍ଗଙ୍କୁ ଗହମରେ ଢାଙ୍କି ପୂଜା କରିବା ପରେ ଏହି ଗହମ ଅଭାବୀ ମଣିଷଙ୍କୁ ଦାନ କରିଦେବେ | ଏହି ରାଶିର ବ୍ୟକ୍ତିଙ୍କର ସର୍ବମଙ୍ଗଳ ପାଇଁ ଶିବ ମନ୍ଦିରରେ  ଶିବରାତ୍ରିରେ ବିଧିପୂର୍ବକ ଶିବପୂଜା କରି କ୍ଷୀର, ନଡିଆ, ଫଳ, ନୈବେଦ୍ୟ, ତାମ୍ବୁଳ, ଦୁବ ଅର୍ପଣ କରି ୧୦୮ଥର ' ଓଁ  ନମଃ ଶିବାୟ'  ବା ଶ୍ରୀ ଶିବଙ୍କର ଗାୟତ୍ରୀ - 'ଓଁ ମହାଦେବାୟ ବିଦ୍ମହେ ରୁଦ୍ର ମୂର୍ତ୍ତୟେ   ଧୀମହି ତନ୍ନୋ ଶିବ  ପ୍ରଚୋଦୟାତ୍‌ 'ମନ୍ତ୍ର ଜପ ଜରନ୍ତୁ, ଦେଖିବେ ମଙ୍ଗଳ ହେବ।



କୁମ୍ଭ : ଧଳା ଏବଂ କଳା ରାଶି ମିଶାଇ ଏକାନ୍ତରେ ଥିବା କୌଣସି ଶିବଲିଙ୍ଗଙ୍କୁ ଅର୍ପଣ କରି ଆରତି କରିବେ | କୁମ୍ଭ ରାଶିର ବ୍ୟକ୍ତିମାନେ ସର୍ବାଙ୍ଗୀନ ଉନ୍ନତି, ସୌଭାଗ୍ୟ ବୃଦ୍ଧି, ମାନ ସମ୍ମାନ, ଲାଭ, କାର୍ଯ୍ୟ ସିଦ୍ଧି, ସର୍ବ କାର୍ଯ୍ୟରେ ସଫଳତା ପାଇଁ ଶିବରାତ୍ରିରେ ଶିବ  ମହାପ୍ରଭୂଙ୍କୁ ବେଲପତ୍ର ଦୁବ,ଫୁଲ, ତିଳ, କ୍ଷୀର, ଦହି, ମହୁ, ନୈବେଦ୍ୟ, ନଡ଼ିଆ ଓ ସିନ୍ଦୂର ଇତ୍ୟାଦିରେ ପୂଜା କରି ଓଁ ନମଃ ଶିବାୟ ବା 'ଓଁ  ତ୍ର୍ୟମ୍ବକଂ ୟଜାମହେ, ସୁଗନ୍ଧିଂ ପୁଷ୍ଟିବର୍ଦ୍ଧନଂ ଉର୍ବାରୁକମୈବ ବନ୍ଧନାତ୍‌ ମୃତ୍ୟେ।ମୂର୍କ୍ଷୀୟ ମାମୃତାତ୍ ' ୧୦୮ ଥର ଜପ କରନ୍ତୁ।



ମୀନ :ଶିବରାତ୍ରି ଅବସରରେ ଅଶ୍ଵତ୍‌ଥ ଗଛ ମୂଳେ ବସି ଶିବଲିଙ୍ଗଙ୍କୁ ପୂଜା କରିବା ସହ ୩୫ଥର 'ଓଁ ନମଃ ଶିବାୟ' ଜପ କରନ୍ତୁ । ବେଲପତ୍ର ଅର୍ପଣ କରିବା ସହ ଆରତି କରିବେ | ମୀନରାଶି ଜାତ ବ୍ୟକ୍ତିଙ୍କର ସର୍ଵମଙ୍ଗଳ ଓ ସମସ୍ତ କାର୍ଯ୍ୟରେ ସଫଳତା ପାଇଁ ଶିବରାତ୍ରିରେ ପ୍ରଭୁ ଶିବଙ୍କର ବିଧି ପୂର୍ବକ ପୂଜାର୍ଚ୍ଚନା ସହ ଦୁଗ୍ଧରେ ହଳଦୀଗୁଣ୍ଡ ମିଶାଇ ଅର୍ପଣ କରି 'ଓଁ  ନମଃ ଶିବାୟ ' ବା ' ଶିବ ପଞ୍ଚାକ୍ଷର ସ୍ତୋତ୍ର୧୦୮ଥର ପାଠ କରନ୍ତୁ ଦେଖିବେ ଜୀବନ ସୁଖମମ୍ଭ ଓ ମଧୁମୟ ହୋଇ ଉଠିବ |

Post a Comment

0 Comments