ମହାଶିବରାତ୍ରୀରେ ଦୀପ ଜଳାଇବାର ମହତ୍ୱ
Image Source - Newstrend
ମହାଦେବ କେବଳ ଭକ୍ତିରେ ପ୍ରସନ୍ନ ହୋଇପାରନ୍ତି | ମହାଦେବଙ୍କ ପୂଜା ଲାଗି ବିଶେଷ ଦାମୀ ଦ୍ରବ୍ୟ ଆବଶ୍ୟକ ହୋଇନଥାଏ। ଦୀପ ଜ୍ୟୋତି ପରଂବ୍ରହ୍ମ ସ୍ଵରୂପ, ଦୀପଜ୍ୟୋତି ପାପନାଶନକାରୀ ।ମହାଶିବରାତ୍ରି ଅବସରରେ ଦୀପ ଜଳାଇବାର ସ୍ଵତନ୍ତ୍ର ମହତ୍ତ୍ୱ ରହିଛି । ମନ୍ଦିର ବୂଡାକୁ ମହାଦୀପ ଉଠିବା ସହିତ ମହାଶିବରାତ୍ରି ବ୍ରତର ପରିସମାପ୍ତ ହୋଇଥାଏ । ଅନେକେ ମଧ୍ୟ ରାତ୍ରି ଉଜାଗର ରହି ଦୀପ ଜଳାଇଥାନ୍ତି। ଜୀବନରେ ଦୀପ ଜଳାଇବାର ମଧ୍ୟ ବିଶେଷ ପ୍ରଭାବ ରହିଛି।
ଦୀପ ଜଳାଇବାର ମହତ୍ତ୍ୱ
- ଘିଅ ଦୀପ ଜଳାଇଲେ ପରିବାରରେ ସୁଖସମୃଦ୍ଧି ଆସିଥାଏ। ଏହା ସ୍ୱାସ୍ଥ୍ୟ ପାଇଁ ଉପକାରୀ ।
- ଜଡାତେଲରେ ଦୀପ ଜଳାଇବା ଦାମ୍ପତ୍ୟ ଜୀବନକୁ ସୁଖୀ ରଖେ ।
- ରାଶି ତେଲରେ ଜଳାଯାଉଥିବା ଦୀପ ରୋଗ ହରଣ କରିଥାଏ ।
- ତୁଳା ବତିରେ ଦୀପ ଜଳାଇବା ଶୁଭ ଫଳ ଦେଇଥାଏ |
- ପଦ୍ମନାଡର ତନ୍ତୁରେ ବତି ପ୍ରସ୍ତୁତ କରି ଦୀପ ଜଳାଇଲେ ପୂର୍ବପୁରୁଷମ।ନେ କରିଥିବା ପାପ ବିନାଶ ହୋଇଥାଏ |
- ସେହିପରି କଦଳୀ ପଟୁଆର ସୁତାରେ ଦୀପ ଜଳାଇବା ଦ୍ଵାରା ପିତୃଶାପରୁ ମୁକ୍ତି ମିଳେ, ସନ୍ତାନ ଯୋଗ୍ୟ ହୁଅନ୍ତି ଏବଂ ସୁଖଶାନ୍ତି ପ୍ରାପ୍ତି ହୋଇଥାଏ ।
- ନୂଆ ହଳଦିଆ ଶାଢିକୁ ଚିରି ବତି ପ୍ରସ୍ତୁତ କରି ଦୀପ ଜଳାଇଲେ ଶିବ-ପାର୍ବତୀଙ୍କ ଆଶୀର୍ବାଦ ପ୍ରାପ୍ତ ହୁଏ ଏବଂ ରୋଗ ଦୂର ହୋଇଥାଏ ।
- ନାଲି ଶାଢିରୁ ବତି କରି ଦୀପ ଜଳାଇଲେ ବାହାଘରରେ ହେଉଥିବା ବାଧା ଦୂର ହୁଏ ଏବଂ ସନ୍ତାନଜନିତ ସମସ୍ୟାର ସମାଧାନ ହୋଇ ସୁଖ ମିଳେ।
- ଧଳା କପଡାକୁ ଗୋଲାପ ଜଳରେ ଭିଜାଇବା ପରେ ଶୁଖାଇ ବତି ଜଳାଇଲେ ସୁଖସମୃଦ୍ଧ ବଢେ ।
- ନଡିଆ ତେଲ, ଘିଅ,ଜଡା ତେଲ, ନିମ ତେଲରେ ୪୭ଦିନ ପର୍ଯ୍ୟନ୍ତ ଦୀପ ଜଳାଇ ଦେବୀଙ୍କୁ ପୂଜା କଲେ ଦେବୀଙ୍କ ଆଶୀର୍ବ।ଦ ମିଳିଥାଏ ଏବଂ ଦାମ୍ପତ୍ୟ ଜୀବନରେ ସୁଖ, ସମୃଦ୍ଧି ବଢେ |
- ଭୋର୍ ୩ଟାରୁ ୫ଟା ପର୍ଯ୍ୟନ୍ତ ଦୀପ ଜଳାଇଲେ ପରିବାରର କଲ୍ୟାଣ ଏବଂ ସମୃଦ୍ଧି ହୋଇଥାଏ ।
- ଚାକିରି, ବିବାହ ତଥା ସନ୍ତାନ ଇଚ୍ଛା କରୁଥିଲେ ଏବଂ ଘରେ ସୁଖଶାନ୍ତି କାମନା କରୁଥିଲେ ଗୋଧୂଳି ବେଳାରେ ଦୀପ ଲଗାନ୍ତୁ ।
କେତୋଟି ଦୀପ ଲଗାଇବେ
- ଗୋଟିଏ ଦୀପ ଲଗାଇଲେ ଆଶୀର୍ବାଦ ମିଳେ।
- ଦୁଇଟି ଦୀପ ଲଗାଇବା ଦ୍ଵାରା ପରିବାରରେ ଏକତା ବଢିଥାଏ।
- ତିନୋଟି ଦୀପ ଲଗାଇଲେ ସୁସନ୍ତାନ ପ୍ରାପ୍ତ ହୋଇଥାଏ ।
- ଚାରୋଟି ଦୀପ ଜଳାଇବା ଦ୍ୱାରା ଭୂ ସମ୍ପଭି ଏବଂ ପଶୁଧନ ବୃଦ୍ଧି ହୁଏ।
- ପାଞ୍ଚଟି ଦୀପ ଏକାଠି ଲଗାଇଲେ ଧନପ୍ରାପ୍ତି ହେବା ସହ ସର୍ବମଙ୍ଗଳ ହୋଇଥାଏ ଏବଂ ପଞ୍ଚ ଦେବତାଙ୍କର ଆଶୀର୍ବାଦ ମିଳେ ।


0 Comments
Do you have any doubts or suggestions? Ask them here in the comments!