ସ୍ୱାସ୍ଥ୍ୟ ପାଇଁ ଜାଣିବା କଥା

ସ୍ୱାସ୍ଥ୍ୟ ପାଇଁ ଜାଣିବା କଥା

ବର୍ତ୍ତମାନ ସମୟରେ ଯୁବତୀମାନେ ସ୍ୱାସ୍ଥ୍ୟ କୁ ନେଇ ଖୁବ ସଚେତନ | ତେବେ ସେମାନଙ୍କ ପାଇଁ କିଛି ଟିପ୍ସ...

Image Source - BrightSide 

  • ଫ୍ରିଜରେ 2 ରୁ 3 ଦିନ ପାଇଁ ହିଁ ପରିବ ଓ ଫଳ ରଖନ୍ତୁ | ଅଧିକ ଦିନ ରହିଲେ ସେଥିରେ କିଛି ଭିଟାମିନ୍ସ ନଥାଏ |
  • ଡ୍ରାଏଫ୍ରୁଟସ ସ୍ୱାସ୍ଥ୍ୟ ପାଇଁ ଭଲ କିନ୍ତୁ ଏହାକୁ ଖୋଲାଜାଗା କିମ୍ବା ଫ୍ରିଜରେ ରଖନ୍ତୁ ନାହିଁ |  ଭିଟାମିନ୍ସ ନଷ୍ଟ ହୋଇଯାଏ |
  •  ସକାଳୁ ଏକ ଗିଲାସ ଫଳରସ ପିଇଲେ ତ୍ୱଚାରେ ଚମକ ଆସିବା ସହ ଓଜନ ନିୟନ୍ତ୍ରିତ ରହେ |
  • ବଜାରରେ ମିଳୁଥିବା ଲୋ-ଫ୍ୟାଟ ଛେନାକୁ ସପ୍ତାହରେ ଥରେ ଖାଆନ୍ତୁ | ଏହା ଶରୀର ପାଇଁ ଭଲ |
Image Source - Organicherb Sand Seedlings
  • କିୱି ପାଟିକୁ ଯେତିକି ସୁଆଦିଆ ଲାଗେ ଶରୀର ପାଇଁ ମଧ୍ୟ ସେତିକି ଲାଭଦାୟକ ହୋଇଥାଏ | ଏଥିରେ ଭିଟାମିନ C ର ପରିମାଣ ଅଧିକ ରହିଥାଏ । ଯାହା ଶରୀରକୁ ସୁସ୍ଥ ରଖିଥାଏ | ପ୍ରତିଦିନ ଗୋଟେ କିୱି ଖାଇବା ଦ୍ୱାରା ଶରୀରରେ ରୋଗ  ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ।
  • ଗୁଡ଼ ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରିଥାନ୍ତି । ପେଟର ସମସ୍ୟା ଦୂର କରିବା ପାଇଁ ଗୁଡ଼ କୌଣସି ଔଷଧଠାରୁ କମ ନୁହେଁ | ପ୍ରତିଦିନ ଗୋଟେ ଖଣ୍ତ ଗୁଡ଼ ଖାଇଲେ ଶରୀରକୁଲାଭ ମିଳିବା ସହ ପେଟଜନିତ ସମସ୍ୟା ଦୂର ହୋଇଥାଏ |
  • ଭିଟାମିନ୍‌ Cରେ ଭରପୂର ଥିବା ଅଅଁଳାକୁ ପ୍ରତିଦିନ ଖାଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ । ଏହା ସହ ଶରୀରରୁ ଅନେକ ପ୍ରକାରର ବିଷାକ୍ତ ପଦାର୍ଥକୁ କାଢ଼ିବା ପାଇଁ ଅଁଳା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ପ୍ରତିଦିନ ହେଉଥିବା କାଶରୁ ମୁକ୍ତି ପାଇବା ପାଇଁ ଅଁଳା ଖାଇବା ଅତ୍ୟନ୍ତ ଭଲ।
  • ସେଓ ଫଳରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ରହିଥାଏ | ଯାହା ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ | ପ୍ରତିଦିନ ସେଓ ଫଳ ଖାଇବା ଶରୀର ପାଇଁ ଲାଭଦାୟକ ହୋଇଥିବା ବେଳେ ମଧ୍ୟାହ୍ନ ସମୟରେ ସେଓ ଫଳ ଖାଇବା ଶରୀର ପାଇଁ ଭଲ | ସେଓ ରାତିରେ ଖାଇଲେ ଏହା ହଜମ ପକ୍ରିୟା ଉପରେ କୁ ପ୍ରଭାବ ପକାଇଥାଏ |ତେଣୁ ରାତିରେ ଖାଆନ୍ତୁ ନାହିଁ |
  • ରାତିରେ କଫି ପିଇଲେ ନିଦ ଭଲଭାବରେ ହୁଏ ନାହିଁ | ଏହା ପିଇଲେ ଶରୀରରେ   ଜଳର ମାତ୍ରା କାମ ହୋଇଥାଏ |
  • ଗ୍ରୀନ ଟି ସକାଳ ଖାଲି ପେଟରେ ପିଅନ୍ତୁନି କାରଣ ଏହାଦ୍ୱାରା ଶରୀରରେ ଏସିଡ ମାତ୍ର ବୃଦ୍ଧି ପାଇଥାଏ |
  • ହରଡ଼ ଡାଲି, ବୁଟ ଡାଲି,ମୁଗ ଡାଲି  ଇତ୍ୟାଦି ଡାଲିଜାତୀୟ ଖାଦ୍ୟ ରାତିରେ ଖାଆନ୍ତୁ ନାହିଁ |ଏହା ଠିକ ଭାବେ ହଜମ ହୋଇନଥାଏ |
  • ଅଣ୍ଡା କୁ ସନ୍ଧ୍ୟାରେ ଖାଇବା ଉଚିତ କିନ୍ତୁ ରାତିରେ ଖାଆନ୍ତୁ ନାହିଁ କାରଣ ଏହା ଠିକ ଭାବେ ହଜମ ହୋଇନଥାଏ |
  • କଦଳୀ ଖାଲି ପେଟରେ ଖାଇଲେ ମ୍ୟାଗନେସିୟମ,କ୍ୟାଲସିୟମ ପରିମାଣ ବୃଦ୍ଧି ପାଇଁ ପେଟରେ ଜ୍ୱଳନ ହୋଇଥାଏ |
  • ଖାଲି ପେଟରେ କ୍ଷୀର ପିଇଲେ ଏଥିରେ ଥିବା ସ୍ୟାଚୁରେଟେଡ଼ ଫୁଡ,ପ୍ରୋଟିନ ଇତ୍ୟାଦି ମାଂସପେଶୀକୁ ଦୁର୍ବଳ କରିଦିଏ |

Post a Comment

0 Comments