ସ୍ଵପ୍ନ

ସ୍ଵପ୍ନ

Image Source - www.astrotips.in

ହିନ୍ଦୁ ଧର୍ମରେ କିଛି ଏମିତି ଜିନିଷ ବିଷୟରେ କୁହାଯାଇଛି, ଯାହା ଦ୍ୱାରା ବ୍ୟକ୍ତିର ଭବିଷ୍ୟତ ଉପରେ ପ୍ରଭାବ ପଡିଥାଏ । ପ୍ରାୟତଃ ଆମକୁ କୁହାଯାଏ କି ଯଦି ସ୍ୱପ୍ନରେ ଏମିତି ଜିନିଷଦେଖାଯାଏ ତେବେ ତୁମର ଭବିଷ୍ୟତରେ କିଛି ଏହିଭଳି ହୋଇଥାଏ । ଏମିତି ବି କୁହାଯାଏ କି ଯାହା ସ୍ୱପ୍ନରେ ଦେଖାଯାଏ ତାହା ସତ ହୋଇନଥାଏ | କିନ୍ତୁ ବିଜ୍ଞାନ ଏହା ବିଷୟରେ କିଛି ଅଲଗା କହିଥାଏ | ଯଦି ଆମେ ମନୋବୈଜ୍ଞାନିକଙ୍କ କଥା ମାନିବା ତେବେ ଯେଉଁ ଇଛାଗୁଡିକ ଆମ ମସ୍ତିସ୍କରେ ଲୁଚି ରହିଥାଏ, ତାହା ସ୍ୱପ୍ନ ମାଧ୍ୟମରେ ଆମକୁ ଦେଖାଯାଇଥାଏ । କିନ୍ତୁ ଧର୍ମ ଏହା ବିଷୟରେ କିଛି ଅଲଗା ହିଁ କହିଥାଏ |

ଏହି ସବୁ ଜିନିଷକୁ ସ୍ୱପ୍ନରେ ଦେଖିଲେ ହୋଇଥାଏ ମା' ଲକ୍ଷ୍ମୀଙ୍କର କୃପା :ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସକାଳ ସମୟରେ ସ୍ୱପ୍ନରେ ବ୍ୟକ୍ତି ଯାହା କିଛି ଦେଖିଥାଏ, ଏହା ଭବିଷ୍ୟତରେ ଘଟିବାକୁ ଥିବା କିଛି ଘଟଣା ବିଷୟରେ ସଂକେତ ଦେଇଥାଏ | ଆଜି ଆମେ ଆପଣମାନଙ୍କୁ କିଛି ଏମିତି ସଂକେତ ବିଷୟରେ କହିବାକୁ ଯାଉଛୁ, ଯେଉଁଥିରେ ଆପଣମାନେ ଜାଣି ପାରିବେ କି ଆପଣଙ୍କର ଧନୀ ହେବାର କିମ୍ବା ଭଲ ଜୀବନବିତାଇବାର ଇଛା କେବେ ପୁରା ହେବ | ଯଦି ଏହି ଜିନିଷ ଗୁଡିକ ଦେଖାଯାଏ ତେବେ ଏହା ସବୁ ଶୁଭ ସଂକେତ ହୋଇଥାଏ |

Image Source - fineartamerica.com

  • ଯଦି ଆପଣେ ସ୍ୱପରେ ପାଣି, ସବୁଜ ଘାସ କିମ୍ବା ପେଚା ଦେଖୁଛନ୍ତି ତେବେ ଏହା ବହୁତ ଶୁଭ ବୋଲି କୁହାଯାଏ । ଏହିଭଳି ସ୍ଵପ୍ନ ଦେଖିବା ମାନେ ବହୁତ ଜଲଦି ଆପଣଙ୍କ ଉପରେ  ମାତା ଲକ୍ଷ୍ମୀଙ୍କର କୃପା ହେବାର ଅଛି ।
Image Source - Krishak Bandhu
  • ଯଦି ଆପଣ ସକାଳ ସମୟରେ ଆଖୁ ଦେଖୁଛନ୍ତି ତେବେ ଏହାର ଅର୍ଥ ଭବିଷ୍ୟତରେ ଆପଣଙ୍କର ଅର୍ଥ ସମ୍ବନ୍ଧିତ ସମସ୍ତ ମାମଲାରେ ସଫଳତା ମିଳିବ ଏବଂ ଆପଣଙ୍କୁ ଅର୍ଥ ଆୟ କରିବାର ସୁଯୋଗ ମିଳିବ |
Image Source - daily-sun.com
  • ଯଦି ସକାଳୁ ଉଠିବା ପରେ ଆପଣଙ୍କର ନଜର ସର୍ବ ପ୍ରଥମେ କ୍ଷୀର କିମ୍ଵା ଦହି ଭର୍ତ୍ତି ଥିବା ପାତ୍ର ଉପରେ ପଡେ ତେବେ ଜାଣି ନିଅନ୍ତୁ ଆପଣଙ୍କୁ ବହୁତ ଜଲଦି ଶୁଭ ସମାଚାର ମିଳିବାର ଅଛି ।
Image Source - Destination Nature
  • ଯଦି ଆପଣଙ୍କୁ ସ୍ଵପ୍ନରେ ଧଳା ରଙ୍ଗର ପେଚା ଦେଖାଯାଏ ତେବେ ଏହାର ଅର୍ଥ ମାତା ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ବର୍ଷିବାର ଅଛି । 
  • ଯଦି ସକାଳର ସ୍ୱପ୍ନରେ ନଡିଆ, ହଁସ, ମୟୁର, ଶଙ୍ଖ କିମ୍ବା  ଫୁଲ ଦେଖୁଛନ୍ତି ତେବେ ଏହା ବହୁତ ଶୁଭ ହୋଇଥାଏ | ଏହା ଆପଣଙ୍କ ଜୀବନରେ ସୁଖ ଆସିବାର ସଙ୍କେତ ଦେଇଥାଏ |

ଏହି 3ଟି ସ୍ୱପ୍ନ ଯଦି ଆପଣ ଦେଖନ୍ତି ତେବେ କାହାକୁ କିଛି ବି କହିବେ ନାହିଁ  | ଏହା ପ୍ରକାଶ କରି ଦେଲେ କିଛି ଲାଭ ମିଳିନ ଥାଏ |

ମୃତ୍ୟୁକୁ ଦେଖିବା:-

ଯଦି ଆପଣ ସ୍ୱପ୍ନରେ କେହି ମଣିଷର ମୃତ୍ୟୁ ଦେଖନ୍ତି ତ ଏହା ଶୁଭ ହୋଇ ଥାଏ | ଏଥିରେ ଆପଣଙ୍କୁ ଭଲ ଫଳ ମିଳି ଥାଏ | ଯଦି ଆପଣ ଏମିତି ସ୍ଵପ୍ନ ଦେଖନ୍ତି ତ ବୁଝି ନିଅନ୍ତୁ ଯେଆପଣଙ୍କର ଭଲ ସମୟ ଆରମ୍ଭ ହୋଇଯାଇଛି ।

ସାପ ଦେଖିବା:- 

ସ୍ୱପ୍ନରେ ଯଦି ଆପଣ ସାପ ଦେଖନ୍ତି ତ ବହୁତ ଡରି ଯାଆନ୍ତି କିନ୍ତୁ ଏହା ଏକ ଭଲ ସମୟର ସଂକେତ ଅଟେ | ଏହାର ମାନେ ଆପଣଙ୍କୁ ଭବିଷ୍ୟତ ରେ ମାନ ସମ୍ମାନ ଓ ଉନ୍ନତି ହେବାର ଯୋଗ ପଡୁଅଛି ।

ସବୁଜ ବନ ଜଙ୍ଗଲ ଦେଖିବା:-

ଯଦି ଆପଣେ ସ୍ଵପ୍ନରେ ଗଛ ଲତା ବା ବନ ଜଙ୍ଗଲ ଦେଖନ୍ତି ତ ଏହା ବହୁତ ଶୁଭ ହୋଇଥାଏ | ଏହାର ଅର୍ଥ ଆପଣଙ୍କ ଜୀବନ ପ୍ରକୃତି ଭଳି ସୁଖ ସମୃଦ୍ଧି ରେ ପରିପୂର୍ଣ୍ଣ ହୋଇଯିବ |



  

Post a Comment

0 Comments