ଓଜନ ନିୟନ୍ତ୍ରଣ ଏବଂ ତ୍ୱଚା ପାଇଁ ଆଉ କିଛି ଟିପ୍ସ

ଓଜନ ନିୟନ୍ତ୍ରଣ ଏବଂ ତ୍ୱଚା ପାଇଁ ଆଉ କିଛି ଟିପ୍ସ 

ଓଜନଙ୍କୁ ନିୟନ୍ତ୍ରଣରେ ରଖିବା ପାଇଁ କିଛି ଘରୋଇ ଉପଚାର 

Image Source - Aqua Thota

ଧନିଆ ପତ୍ର

ଅଧିକାଂଶ ଭାରତୀୟ ଖାଦ୍ୟରେ ଧନିଆ ପତ୍ର ବ୍ୟବହାର କରନ୍ତି | ଏହି ପତ୍ରକୁ ବାଟି ଏକ ଗ୍ଲାସ ଉଷୁମ ପାଣିରେ ମିଶାଇ ପିଅନ୍ତୁ | 1 ମାସ ପିଇଲେ ଜଣେ ବ୍ୟକ୍ତିର ଓଜନ କମି ପାରିବ |

Image Source - Herbsnpuja


ତୁଳସୀ ପତ୍ର

ସକାଳୁ ତୁଳସୀ ପତ୍ର ଚା' ନଚେତ୍‌5ରୁ 10ଟି ତୁଳସୀପତ୍ରକୁ ଚୋବାଇ ଖାଆନ୍ତୁ |  ନଚେତ୍‌ ତୁଳସୀପତ୍ର ଫୁଟା ପାଣି ଦିନକୁ ୪ ରୁ ୪ ଗିଲାସ ପିଅନ୍ତୁ। ନିୟମିତ ପିଇଲେ ଓଜନ ନିୟନ୍ତ୍ରଣାଧୀନ ହୋଇଥାଏ |

Image Source - Punjab Kesari

ପୋଦିନା ପତ୍ର

ଓଜନ କମ୍‌ ନିମନ୍ତେ ପୋଦିନା ପତ୍ର  ମଧ୍ୟ ବେଶ ସହାୟକ | କାକୁଡ଼ି ରସ ସହ ପୋଦିନା ରସ ମିଶାଇ ପିଇଲେ ଓଜନ ନିୟନ୍ତ୍ରିତ ହୁଏ ।

Image Source - Ruchi Ruchi Aduge



ଭୁସୁଙ୍ଗ ପତ୍ର 

ଭୁସୁଙ୍ଗ ପତ୍ରକୁ ଛେଚି ଏହାକୁ ଚୋବାଇ ଖାଇଲେ ମଧ୍ୟ   ଉପକାର ମିଳେ। ନଚେତ୍ ଏହାକୁ ମଧ୍ୟ ପାଣିରେ ଫୁଟାଇ ପିଇ ହବ |

Image Source - INLIFE Healthcare


ଲେମ୍ଭୁ ପାଣି 


ଲେମ୍ଭୁ ପାଣି  ମୋଟା ଲୋକଙ୍କ ପାଇଁ ସବୁଠୁ ଉତ୍ତମ ପାନୀୟ |ଏହା ଶରୀର ପାଇଁ ଭଲ ହେବା ସହ ଓଜନକୁ ଶୀଘ୍ର କମାଏ | ଲେମ୍ଭୁ ରସକୁ ଉଷୁମ ପାଣିରେ ମିଶାଇ ପିଇଲେ ତାହା ତୁରନ୍ତ କାର୍ଯ୍ୟକାରୀ ହୋଇଥାଏ |

Image Source - Nurserylive

ବିନ୍ସ 

ସବୁଜ ପନି-ପରିବା ମଧ୍ୟରେ ବିନ୍ସ ଏଭଳି ଏକ ପଦାର୍ଥ, ଯାହା ଜଲଦି ଓଜନ କମାଇବାରେ ସାହାଯ୍ୟ କରିଥାଏ। ବିନ୍ସରେ କ୍ୟାଲୋରୀର ମାତ୍ରା କମ ରହିଥାଏ ଏବଂ ଏଥିରେ ଆଇରନ ଓ ଫାଇବର ମାତ୍ରା ଅଧିକ ରହିଥାଏ। ଏହା ଆପଣଙ୍କ ଓଜନ କମାଇବାରେ ଲାଭଦାୟକ ହୋଇଥାଏ।

Image Source - Deccan Chronicle

ଆମ୍ବ

ଆମ୍ବ ଗରମ ଦିନ ଆସିବାର ସଂକେତ ଦେଇଥାଏ। ଅଧିକାଂଶ ଲୋକମାନେ ମଧ୍ୟ ଗରମ ସମୟରେ ଆମ୍ବ ଖାଇବାକୁ ପସନ୍ଦ କରିଥାନ୍ତି। ଆମ୍ବ କେବଳ ପାଟି ସୁଆଦିଆ ପାଇଁ ହୋଇନଥାଏ ବରଂ ଏହା ଓଜନ କମ କରିବା ପାଇଁ ମଧ୍ୟ ସେବନ  କରିପାରିବେ। ଆମ୍ବରେ ଫାଇବର, ମ୍ୟାଗନେସିୟମ ଏବଂ  ଆଇରନ ରହିଥାଏ, ଯାହା ଭୋକ ନିୟନ୍ତ୍ରଣ କରିଥାଏ। ଏହା ଦ୍ୱାରା ଓଜନ କଣ୍ଟ୍ରୋଲ ରହିଥାଏ।

Image Source - Stylecraze

କଲରା

କଲରା ଅତ୍ୟଧିକ ମୋଟାପଣ ଦୂର କରିବାରେ ସାହାଯ୍ୟ କରିଥାଏ। ଏଥିସହ ବ୍ଲଡ଼ରେ ସୁଗାର ସ୍ତର ମଧ୍ୟ ନିୟନ୍ତ୍ରିତ ରଖିବାରେ ସହାୟକ ହୋଇଥାଏ। କଲରା ଶରୀରରେ କ୍ୟାଲୋରୀର ମାତ୍ରା କମ କରିବା କାରଣରୁ ଓଜନ ନିୟନ୍ତ୍ରଣ  କରିବାରେ ସହାୟକ ହୋଇଥାଏ |

ଧ୍ୟାନ ରଖିବେ ଅଧିକ ପିତା ଖାଇଲେ କିଡ଼ନୀ ଖରାପ ହେବାର ସମ୍ଭବନା ଅଛି, କଣ୍ଟ୍ରୋଲ କରି ଖାଇବେ |

Image Source - Sakata

ତରଭୁଜ

ତରଭୁଜ ଖାଇବା ଦ୍ୱାରା ଗରମ ସମୟରେ ଶରୀରରେ ଜଳୀୟ ଅଂଶ କମ ହୋଇନଥାଏ। ଏଥିରେ ଥିବା ଆଣ୍ଟି-ଅକ୍ସିଡେଣ୍ଟ ଲିକୋପିନ ଅତ୍ୟଧିକ ମୋଟାପଣ ଦୂର କରିଥାଏ। ଏହାକୁ ଆପଣ ସାଲାଡ ଆକାରରେ ମଧ୍ୟ ଡାଇଟରେ ସାମିଲ  କରିପାରିବେ।

ତ୍ୱଚା ପାଇଁ 

Image Source - WebMD

ଅଣ୍ତା

ଅଣ୍ଡାରେ ପ୍ରଚୁର ମାତ୍ରାରେ ବାୟୋଟିନ୍‌ ରହିଛି। ଏହା ବ୍ୟତୀତ ଅଣ୍ଡାରେ ଥିବା ଭିଟାମିନ୍‌ ବି ତ୍ୱଚା ସହିତ ନଖ ଏବଂ କେଶ ପାଇଁ ମଧ୍ୟ ଉତ୍ତମ। ଅଣ୍ଡାରେ ଥିବା ସେଲେନିୟମ ବୟସ ବୃଦ୍ଧି ସହିତ ତ୍ୱଚାରେ ପଡୁଥିବା ପ୍ରଭାବକୁ କମ୍‌ କରିଥାଏ।

Image Source - Kitehaats

ଗାଜର

ଗାଜରରେ ଭିଟାମିନ୍‌ ଏ ରହିଛି । ତ୍ୱଚାର ଟିସ୍ୟୁକୁ ମରାମତି କରିବା ସହ ସନ୍ତୁଳିତ  ରଖିବା ପାଇଁ ଭିଟାମିନ୍‌ ଏ'ର ଆବଶ୍ୟକତା ରହିଛି। ଏହା ତ୍ୱଚାକୁ ଶୁଷ୍କ ହେବାକୁ ଦେବ ନାହିଁ।

Image Source - Odisha Plaza

ପିସ୍ତ| ବାଦାମ

ପିସ୍ତା ବାଦାମରେ ମାତ୍ରାଧିକ ଫ୍ୟାଟି ଏସିଟ୍‌ ଏବଂ ଭିଟାମିନ୍‌ ଇ ରହିଛି। ଏହା ସୂର୍ଯ୍ୟ କିରଣରେ ଥୁବା କ୍ଷତିକାରକ ଅଲ୍ଟ୍ରାଭାଓଲେଟ୍‌ ରଶ୍ମୀରୁ ତ୍ୱଚାକୁ ରକ୍ଷା କରିଥାଏ।

Image Source - Take Me Fishing

ମାଛ

ମାଛରେ ଆଣ୍ଟିଇନ୍‌ଫ୍ଲେମେଟୋରୀ ଓମେଗା ୩ ଫ୍ୟାଟି ଏସିଡ୍‌ ରହିଛି। ଏହାବ୍ୟତୀତ ସି'ଫୁଡ଼  ଓଏଷ୍ଟର୍ସ ଏବଂ କଙ୍କଡ଼ାରେ ପ୍ରଚୁର ମାତ୍ରାରେ ଜିଙ୍କ୍‌ ରହିଛି। ଏହା ତ୍ୱଚାକୁ ସୁସ୍ଥ ରଖିଥାଏ।

Image Source - Everyday Health

ପାଣି

ପାଣି ପିଇବା ଦ୍ୱାରା କେବଳ ତ୍ୱଚାର ଚମକି ନ ଥାଏ, ତ୍ୱଚାରେ ପଡ଼ୁଥିବା ରିଙ୍କଲ୍ପ ଏବଂ ବ୍ରଣ ସମସ୍ୟା ଦୂର କରିଥାଏ।

Image Source - Britannica

ଷ୍ଟବେରୀ

ଷ୍ଟବେରୀରେ ପ୍ରଚୁର ପରିମାଣର ଭିଟାମିନ୍‌ ସି ରହିଛି। ଏହା ସୂର୍ଯ୍ୟ କିରଣରେ ତ୍ୱଚାକୁ ନଷ୍ଟ ହେବାକୁ ଦିଏ ନାହିଁ। ଷ୍ଟବେରୀରେ ଥିବା ଭିଟାମିନ୍‌ ଇ ତ୍ୱଚାର କୋଷିକାକୁ ନଷ୍ଟ ହେବାରୁ ରକ୍ଷା କରିଥାଏ। 


ତ୍ୱଚାକୁ ସୁସ୍ଥ ରଖିବା ଲାଗି ମିଠା, ଲୁଣ ଏବଂ ତେଲ ଛଣା ଖାଦ୍ୟ ଖାଇବାଠାରୁ ଦୂରେଇ ରୁହନ୍ତୁ। ପର୍ଯ୍ୟାପ୍ତ ମାତ୍ରାରେ ଶୋଇବା ସହ ବ୍ୟାୟାମ କରନ୍ତୁ । ଦେଖିବେ କିଛି ଦିନ ମଧ୍ୟରେ ତ୍ୱଚା ଚମକି ଉଠିବ।

Post a Comment

0 Comments