ନମସ୍କାର ଓ ପାଦ ସ୍ପର୍ଶ କରିବା ପୂର୍ବରୁ ଜାଣିବା ଜରୁରୀ

ନମସ୍କାର ଓ ପାଦ ସ୍ପର୍ଶ କରିବା ପୂର୍ବରୁ ଜାଣିବା ଜରୁରୀ



ଭାରତୀୟ ସଂସ୍କୃତି ଏବଂ ପରମ୍ପରାରେ ଅନ୍ୟକୁ ସମ୍ମାନ ଦେଖାଇବା ପାଇଁ ନମସ୍କାର କରାଯାଇଥାଏ | ତେବେ, ଏହା ଦ୍ବାରା ମନରେ ସକାରାମୂକ ଭାବନା ସୃଷ୍ଟି ମଧ୍ଯ ହୋଇଥାଏ। ତେବେ ନମସ୍କାର କରିବାର ବୈଜ୍ଞାନିକ କାରଣ ମଧ୍ଯ ରହିଛି। ନମସ୍କାର କରିବା ଦ୍ଵାରା ମନରେ ଏକାଗ୍ରତା ବଢ଼ିବା ସହ ମନ ଦୁଃସଚିନ୍ତାରୁ ଦୂରରେ ରହିଥାଏ | 

ତେବେ ସବୁ ସ୍ଥାନରେ ନମସ୍କାର ଗ୍ରହଣୀୟ ହୋଇ ନଥାଏ । ତେବେ ଆସନ୍ତୁ ଜାଣିବା, କେଉଁ ସମୟରେ ଏବଂ କେଉଁମାନଙ୍କୁ ନମସ୍କାର କରିବା ନିଷେଧ...

ପଦ୍ମ ପୁରାଣ ମତ ଅନୁଯାୟୀ, ଏହି ସମସ୍ତ ସ୍ଥାନରେ ନମସ୍କାର କରିବା କିମ୍ବା ନମସ୍କାର ଗ୍ରହଣ କରିବା ଦ୍ଵାରା ମନୁଷ୍ଯଙ୍କର ଖରାପ ହୋଇଥିବା ବେଳେ ଦେବତାଙ୍କ ଠାରୁ ଅଭିଶାପ ପ୍ରାପ୍ତ ହୋଇଥାଏ । 

  1. -ଦେବ ପୂଜା କରୁଥିବା ବ୍ୟକ୍ତିଙ୍କୁ ନମସ୍କାର କରିବା ଅନୁଚିତ | କାରଣ ସେତେବେଳେ ସେମାନେ ପରମାତ୍ମାଙ୍କ ସେବାରେ ଥାଆନ୍ତି; ସେହି ସମୟରେ ଭଗବାନଙ୍କ ବ୍ୟତୀତ ଅନ୍ୟ କାହା ସାମ୍ନାରେ ନଇଁବା ଅନୁଚିତ |
  2. -ମନ୍ଦିର ମଧ୍ଯରେ ଥିବା ପୂଜକଙ୍କୁ ନମସ୍କାର କରିବା ଉଚିତ ନୁହଁ। 
  3. -ମନ୍ଦିର ମଧ୍ଯରେ ଗୁରୁଜନମାନଙ୍କୁ ନମସ୍କାର କରାଯାଇନଥାଏ।
  4. -ବେଦ , ଗୀତା , ଚଣ୍ଡୀ ଏବଂ ଗାୟତ୍ରୀ ପାଠ କରୁଥିବା ସମୟରେ ନମସ୍କାର କରିବା ପାଇଁ ବାରଣ କରାଯାଇଛି।
  5. -ସ୍ନାନ କରୁଥିବା କିମ୍ଵା ଜଳ ମଧ୍ଯରେ ଥାଇ ତର୍ପଣ କରୁଥିବା ବ୍ୟକ୍ତିଙ୍କର ନମସ୍କାର ଗ୍ରହଣ ନିଷେଧ।
  6. -ଭୋଜନ କରୁଥିବା ସମୟରେ କାହାକୁ ନମସ୍କାର କରାଯାଇନଥାଏ।
  7. -ଏବଂ ଶୋଇଥିବା ସମୟରେ ମଧ୍ଯ କାହାକୁ ନମସ୍କାର କରାଯାଇନଥାଏ।
  8. -ଶୌଚ ପାଇଁ ଯାଉଥିବା ଏବଂ ଶୌଚରୁ ଆସୁଥିବା, ପରିସ୍ରା କରୁଥିବା ବ୍ୟକ୍ତିଙ୍କୁ ନମସ୍କାର କରାଯାଇ ନଥାଏ ।
  9. -ଛୋଟପିଲାକୁ କାଖେଇ ଥିବା ବେଳେ ପ୍ରଣାମ କରିବ ନାହିଁ  |
  10. -ବରବେଶ ସାଜିଥିବା ଅବସ୍ଥାରେ ପ୍ରଣାମ କରିବ ନାହିଁ  |
  11. -ମୁଖାଗ୍ନି ଦେଉଥିବା ବେଳେ ନମସ୍କାର କରିବ ନାହିଁ |
  12. -ଶବ କାନ୍ଧେଇ ଯାଉଥିବା ବେଳେ ପ୍ରଣାମ ଜଣେଇବ ନାହିଁ | ଶବ ଦାହ କରି ଫେରିଥିବା ସମୟରେ ମଧ୍ୟ ନମସ୍କାର କରନ୍ତୁ ନାହିଁ |
  13. -ତେଲ ଲଗାଉଥିବା ବେଳେ ଏବଂ କ୍ଷୌର ହେଉଥିବା ବେଳେ ମଧ୍ଯ ନମସ୍କାର କରିବ ନାହିଁ |  
  14. ଦାନ୍ତ ଘଷୁଥିବା ସମୟରେ ମଧ୍ୟ ପ୍ରଣାମ କରିବ ନାହିଁ  |
  15. ଚପଲ ପନ୍ଧି ପ୍ରଣାମ କରିବ ନାହିଁ  |

ପାଦ ଛୁଇଁ ନମସ୍କାର ହେବା ନିୟମ

ପାଦ ଛୁଇଁ ନମସ୍କାର ହେବା ଏକ ମହତ୍ତ୍ୱପୂର୍ଣ୍ଣ ପରମ୍ପରା ସମସ୍ତ ପରମ୍ପରାରେ କିଛି ନ କିଛି ନିୟମ ରହିଛି | ପାଦଛୁଇଁ ନମସ୍କାର କରିବା ପଛରେ ରହିଛି ଧାର୍ମିକ ଓ ବୈଜ୍ଞାନିକ କାରଣ | 

ପାଦଛୁଇଁବା କିମ୍ବା ପ୍ରଣାମ କରିବା, କେବଳ ଏକ ପରମ୍ପରା ନୁହେଁ ଏହା ଏକ ବୈଜ୍ଞାନିକ କ୍ରିୟା ପାଦ ଛୁଇଁ ନମସ୍କାର ହେବାରେ ଶରୀର କ୍ରିୟାଶୀଳ ହୋଇଥାଏ | ଯାହା ଆମ ଶାରୀରିକ,ମାନସିକ ବିକାଶ କରିବାରେ ସହାୟକ ହୋଇଥାଏ | 

  1. -ସ୍ତ୍ରୀ ହେଉ ଅବା ପୁରୁଷ ବ୍ୟକ୍ତି ଯଦି ଆପଣଙ୍କର ପାଦଛୁଇଁ ନମସ୍କାର ହେଉଛନ୍ତି, ତେବେ ତାଙ୍କୁ ଆଶୀର୍ବାଦ କରିବା ସହ ଭଗବାନଙ୍କ ନାମ ନେବାକୁ ଭୁଲନ୍ତୁ ନାହିଁ |
  2. -ଆପଣ ସଙ୍ଗେ ସଙ୍ଗେ ଭଗବାନଙ୍କ ନାମ ନେବା ଦ୍ୱାରା ପାଦ ଛୁଇଁଥିବା ବ୍ୟକ୍ତିଙ୍କୁ ସକରାତ୍ମକ ଫଳ ମିଳିଥାଏ  |
  3. -ଗୁରୁଜନଙ୍କ ପାଦଛୁଇଁ ନମସ୍କାର କଲେ ତାଙ୍କ ଦ୍ୱାରା ହୋଇଥିବା ଶୁଭକର୍ମର ଫଳ ନମସ୍କାର କରୁଥିବା ବ୍ୟକ୍ତିଙ୍କ ଉପରେ ଫଳିଥାଏ |
  4. -କୌଣସି ବ୍ୟକ୍ତି ଇଶ୍ଵରଙ୍କୁ ସ୍ମରଣ କରୁଥିବା ସମୟରେ,କେହି ସତ ମନରେ ତାଙ୍କୁ ନମସ୍କାର କରିଥାନ୍ତି,ସେତେବେଳେ ସେମାନେ ଦେଇଥିବା ଆର୍ଶୀବାଦ ଲାଭ ମିଳିଥାଏ |
  5. ଆପଣ ବାଟରେ ଯାଉଥିବା ବେଳେ ଯଦି ମନ୍ଦିର ,ସାଧୁ ସଂଥ ,ବ୍ରହ୍ମଚାରୀ ଦେଖନ୍ତି ତେବେ ନିଶ୍ଚିତ ଭାବେ ପ୍ରଣାମ କରନ୍ତୁ ନହେଲେ ପାପ ଲାଗିଥାଏ |
  6. କେବେ ହେଲେ କାହାକୁ ବି ଗୋଟିଏ ହାଥରେ ପ୍ରଣାମ କରନ୍ତୁ ନାହିଁ | ଏହି ପ୍ରାଣମର ଫଳ କିଛି ମିଳିନଥାଏ |

ଏହି ଭୁଲ୍ କରିବାଠୁ ବଞ୍ଚନ୍ତୁ

ସମସ୍ତେ ପାଦ ଛୁଇଁବା ବେଳେ ଏହି ଭୁଲ କରିଥାନ୍ତି ସିଧା ପାଦ ଛୁଇଁ ପ୍ରଣାମ କରି ଦିଅନ୍ତି  |
ପାଦ ସ୍ପର୍ଶ କରିବା ବେଳେ ହାଥକୁ କ୍ରସ କରି ନିଜ ବାମହାଥ ବାମପାଦରେ ଏବଂ ନିଜ ଡାହାଣ ହାଥ ଡାହାଣ ପାଦରେ ଛୁଇଁ ପ୍ରଣାମ କରିବା ଉଚିତ |

Post a Comment

0 Comments