ଘରକୁ ଉଷୁମ ରଖିବ ପରଦା
Image Source - Elle Decor
ରଙ୍ଗ ମଧ୍ୟ ତାପମାତ୍ରାକୁ ନିୟନ୍ତ୍ରିତ କରିଥାଏ । ତେଣୁ ଋତୁ ବଦଳିବା ସଙ୍ଗେ ଘରର ସାଜସଜ୍ଜା ରେ କିଛି ପରିବର୍ତ୍ତନ କରିବା ଉଚିତ । ବିଶେଷ କରି ଶୀତଦିନେ ଘର ଭିତରେ ଉଷୁମ ଖୋଜା ଯାଉଥିବା ବେଳେ କେତେକ ରଂଗ ର ପରଦା ପ୍ରାକୃତିକ ଭାବେ ଉଷ୍ମତା ର ଅନୁଭବ ଦେଇପାରିବ ।
ଏଭଳି ରଙ୍ଗ ବ୍ୟବହାର କରି ଶୀତରେ ଘର ସଜାଇ ପାରନ୍ତି
Image Source - Pinterest
ନୀଳ ରଙ୍ଗର ପରଦା ଘରକୁ ଭିନ୍ନ ରୂପ ଦେବା ସହିତ ଉଷ୍ମତା ଅନୁଭବ କରାଇଥାଏ । ଏହା ସହିତ ମେଳ ହେଉଥିବା ଭଳି ରଙ୍ଗର ପରଦା ବି ମିଶାଇ ପାରନ୍ତି କିମ୍ବା ନୀଳ ପ୍ରିଣ୍ଟର ପରଦା ଆଣିପାରିବେ। ଡ୍ରଇଂଗରୁମରେ ଏହି ପରଦା ଖୁବ ଭଲଲାଗେ ।
Image Source - Daraz.PK
ଖରାଦିନେ ହଳଦିଆ ରଙ୍ଗର ପରଦା ପରିବେଶକୁ ଶାନ୍ତ ରଖୁଥିବା ବେଳେ ଶୀତଦିନେ ଏହାର ଡ୍ରାର୍କଟୋନ ବା ଗାଢ଼ ହଳଦିଆ ରଙ୍ଗ ଯୋଗୁଁ ଉଷ୍ମତା ଅନୁଭବ ହୁଏ | କାନ୍ଥ ଏବଂ ଅସବାବପତ୍ରର ରଙ୍ଗ ସହ ମେଳ ହେଉଥିବା ପରି ହଳଦିଆ ଟୋନର ପରଦା ଶୀତଦିନେ ଲଗାଇ ପାରିବେ |
Image Source - Amazon
କମଳା ରଙ୍ଗର ପରଦା ଶୀତଦିନେ ଘର ସହିତ ମଣିଷଙ୍କ ମନୋଭାବକୁ ବି ସତେଜ କରିଥାଏ |
Image Source - Filpkart
ବାଇଗଣୀ ରଙ୍ଗର ପରଦା ଘରକୁ ରାଜକୀୟ ଏବଂ ଉଷ୍ମ ରୂପ ଦେଇଥାଏ |
Image Source - Shutterstock
ଉଜ୍ଜ୍ଵଳ ଲାଲ ରଙ୍ଗର ଭେଲାଭେଟ କପଡାର ପରଦା ଘର ଭିତରକୁ ଥଣ୍ଡା ଆସିବାକୁ ଦିଏ ନାହିଁ |ଏହା ଘରର ସୌନ୍ଦର୍ଯ୍ୟ ସହିତ ଉଷ୍ମତା ବଢାଏ |
Image Source - Alie Express









0 Comments
Do you have any doubts or suggestions? Ask them here in the comments!