ପାଠ ଶୀଘ୍ର ମନେ ରଖିବା ନିମନ୍ତେ ଟିପ୍ସ
ଶିକ୍ଷା ହାସଲ କରିବା ସମସ୍ତଙ୍କ ଜୀବନର ପ୍ରଥମ ପ୍ରାଥମିକତା ହୋଇଥାଏ । ସମସ୍ତେ ନିଜ ଜୀବନରେ ଭଲ ଶିକ୍ଷା ହାସଲ କରିବା ପାଇଁ ବହୁତ ପରିଶ୍ରମ କରିଥାନ୍ତି । ପିଲାଙ୍କ ପଢ଼ାକୁ ନେଇ ଆଜିକାଲି ପ୍ରାୟ ସବୁ ଅଭିଭାବକ ଚିନ୍ତାରେ ରହୁଛନ୍ତି। ସେହିପରି ଛାତ୍ରଛାତ୍ରୀ ମାନଙ୍କ ଉପରେ ପାଠ ପଢାର ଖୁବ ଚିନ୍ତା । ଅନ୍ୟ ମାନଙ୍କ ଠାରୁ ଅଧିକ ନମ୍ବର ଆଣିବା ଚିନ୍ତାରେ କେମିତି ସେମାନେ ଏତେ ପାଠ ପଢିବେ ଓ ତାହା ମନେ ରଖିବେ ସେ ବିଷୟରେ ଭାବୁ ଭାବୁ ପରୀକ୍ଷା ସମୟ ଆସିଯାଏ ।

ଛୁଆ କେମିତି ଭଲ ପଢ଼ିବ, କ୍ଲାସ୍ରେ ଭଲ ମାର୍କ ରଖିବ ତାହା ଚିନ୍ତା କରି ଛୁଆଙ୍କ ଉପରେ ଅଧିକ ଚାପ ପକାଉଛନ୍ତି ମାତାପିତା। କିନ୍ତୁ ଯେତେ ଚାପ ପକାଇଲେ ମଧ୍ଯ ଯଦି ଛୁଆ ନିଜେ ପଢ଼ା ପ୍ରତି ଇଚ୍ଛା ପ୍ରକାଶ କରୁନାହିଁ, ତେବେ ପାଠ ଆଦୌ ହେବ ନାହିଁ। ଏଭଳିସ୍ଥିତିରେ ପିଲା ବୁଝିବା ଭଳି ତାକୁ ପଢ଼ାଇବା ଉଚିତ। ତଥାପି ଯଦି ଛୁଆ ପଢ଼ା ମନେ ରଖିପାରୁନାହିଁ ତେବେ କ୍ଲାସ୍ ଟିଚରଙ୍କ ସହ କଥା ହୁଅନ୍ତୁ ଓ ପଢ଼ାର ଉପାୟକୁ ବଦଳାବାକୁ ଅନୁରୋଧ କରନ୍ତୁ।
ପିଲାଙ୍କ ଉପରେ ଭୁଲରେ ବି ପକାନ୍ତୁନି ଚାପ,ପାଠ ଶୀଘ୍ର ମନେ ରଖିବା ପାଇଁ ଏହି ଉପାୟରେ ଛୁଆଙ୍କୁ କରନ୍ତୁ ପ୍ରସ୍ତୁତ...
1. ଘୋଷିବା ଅଭ୍ୟାସ ଭୁଲ :
ପ୍ରକୃତରେ ପିଲାମାନେ ପାଠ ଜଲ୍ଦି ମନେ ରଖିବା ପାଇଁ ଘୋଷିବା ଆରମ୍ଭ କରି ଦିଅନ୍ତି କିନ୍ତୁ ଏହା ସବୁଠୁ ଭୁଲ ତରିକା ଅଟେ। ଜଲ୍ଦି ମନେ ରଖିବା ପାଇଁ ଯାହା ଆମେ ଘୋଷୁ ତାହା ଶୀଘ୍ର ଭୁଲି ବି ଯାଉ | ଯଦି ଆପଣ ଏହି ଚିନ୍ତା କରନ୍ତି କି ଆପଣ ସବୁ ଘୋଷିକି ମନେ ରଖିବେ ତେବେ ଆପଣଙ୍କ ଧ୍ଯାନ ପାଠରେ ରହିବନି | ତେଣୁ ଘୋଷିବା ଅଭ୍ୟାସ ଛାଡି ବୁଝିବା କୁ କୁ ଚେଷ୍ଟା କରନ୍ତୁ |
2. ପାଠ ମଝିରେ ଉଠିବା ଭୁଲ :
ପାଠ ପଢିବାକୁ ଆସିବା ଆଗରୁ ଆପଣଙ୍କର ଯାହା ବି କାମ ଥିବ ସବୁ ସାରିକି ଆସିବେ, ଯାହା ଫଳରେ ପଢା ମଝିରୁ ଆପଣଙ୍କୁ ଉଠିବାକୁ ପଡିବ ନାହିଁ । ନଚେତ ଯଦି ଆପଣ କୌଣସି କାମ ଅଧା ଛାଡି ଆସିଥିବେ ଆପଣଙ୍କ ମନ ସେହି କାମ ଥିବ ପାଠ ରେ ନୁହେଁ ।
3. ବିଷୟ ବସ୍ତୁ ବୁଝାନ୍ତୁ :
ଯେଉଁ ବିଷୟ ପଢୁଛନ୍ତି ତାକୁ ବାରମ୍ବାର ଭଲରେ ପଢନ୍ତୁ । ଏହା ପରେ ତାକୁ ନିଜ ଭାଷାରେ ଭଲଭାବେ ଟ୍ରାଂସଲେଟ କରି ବୁଝନ୍ତୁ। ଏମିତି କରିଲେ ଆପଣ ସେହି ବିଷୟ କୁ ଭଲଭାବେ ବୁଝି ଯିବେ ଓ ଅନ୍ୟଙ୍କୁ ମଧ୍ଯ ବୁଝାଇ ପାରିବେ ।
4. ବାରମ୍ବାର ଲେଖାନ୍ତୁ :
ଯଦି ଆପଣଙ୍କ ଛୁଆ ପଢ଼ାକୁ ମନେ ରଖିପାରୁନାହିଁ ତେବେ ତାକୁ ସମ୍ପୂର୍ଣ ବୁଝାନ୍ତୁ । ବୁଝିବା ପରେ ତାକୁ ଖାତାରେ ଲେଖିବାକୁ କୁହନ୍ତୁ । ପଢ଼ିବା ଅପେକ୍ଷା ବାରମ୍ବାର ଲେଖିବା ଦ୍ୱାରା ପାଠ ଶୀଘ୍ର ମନେ ରହେ।
5. ଗପ ଭଳି ବୁଝାନ୍ତୁ :
ଯଦି କୌଣସି ବିଷୟକୁ ଛୁଆ ବୁଝିପାରୁନାହିଁ ତେବେ ତା' ଉପରେ ଚାପ ପକାନ୍ତୁ ନାହିଁ। ଗପ ଭଳି ତାକୁ ବୁଝାନ୍ତୁ। ପାଠକୁ ଗପ ଭଳି ବୁଝାଇବା ଦ୍ୱାରା ମଧ୍ଯ କିଛି ପିଲା ସହଜରେ ମନେ ରଖିପାରନ୍ତି। ଏଣୁ ଆପଣଙ୍କ ଛୁଆ ଯଦି ପାଠ ମନେ ରଖିପାରୁନାହିଁ ତେବେ ଖେଳିବୁଲି ତାକୁ ବୁଝାନ୍ତୁ । ଏହା ଦ୍ୱାରା ସହଜରେ ପାଠ ମନେ ରହିବ।
6. ପିଲାଙ୍କୁ ନିଜ କାମ ନିଜେ କରିବାକୁ ଦିଅନ୍ତୁ :
ସାଧାରଣତଃ ପିତାମାତା ପିଲାଙ୍କ କୋର୍ସ, ପରୀକ୍ଷା ଓ ଟାଇମ୍ ଟେବୁଲ ଭିତରେ ଏତେ ମଜ୍ଜି ଯାଇଥାନ୍ତି ଯେ ସେମାନେ ସବୁକାମ ନିଜେ ହିଁ କରିଦିଅନ୍ତି। ଏଭଳି ସ୍ଥିତିରେ ପିଲା ନିଜେ କିଛି କରିବା ସୁଯୋଗ ପାଏ ନାହିଁ ଓ ପରୀକ୍ଷା ବେଳେ କନଫ୍ୟୁଜ୍ ହୋଇଯାଏ। ଏଣୁ ପିଲାକୁ ତା'କାମ ତାକୁ ହିଁ କରିବାକୁ ଦିଅନ୍ତୁ |
7. କୌଣସି ଗୋଟିଏ ବିଷୟକୁ ଗୁରୁତ୍ବ ଦିଅନ୍ତୁ ନାହିଁ :
ପିଲାଙ୍କୁ କୌଣସି ଗୋଟିଏ ବିଷୟକୁ ଗୁରୁତ୍ବ ଦେବାକୁ କୁହନ୍ତୁ ନାହିଁ। ସବୁ ବିଷୟକୁ ସମାନ ଗୁରୁତ୍ବ ଦେବା ଦ୍ବାରା ହିଁ ରେଜଲ୍ଟ ଭଲ ଆସିଥାଏ। ଏଣୁ ସବୁ ବିଷୟକୁ ସମାନ ସମୟ ଦେବାକୁ କୁହନ୍ତୁ ।
8. ରିଭିଜନ ଜରୁରୀ :
ସବୁଠୁ ଅଧିକ ଜରୁରୀ ହେଲା ରିଭିଜନ | ଯେବେ ବି ଆପଣ ଯେଉଁ ଟପିକ ପଢୁଛନ୍ତି ତାର ରିବାଇଜ ମଝିରେ ମଝିରେ ନିଶ୍ଚୟ କରନ୍ତୁ । ଏମିତି କଲେ ଆପଣ ସେହି ଟପିକକୁ ଶୀଘ୍ର ମନେ ରଖି ପାରିବେ ଓ କେବେ ଭୁଲିବେ ନାହିଁ ।
9. ରିପୋର୍ଟ କାର୍ଡ ପାଇଁ ବ୍ୟତିବ୍ୟସ୍ତ ହୁଅନ୍ତୁନି :
ଆଜିକାଲିର ମାତାପିତା ପିଲାଙ୍କ ମାର୍କ ଆସିଲେ ସମସ୍ତଙ୍କ ଆଗରେ କହିବାକୁ ଭଲ ପାଉଛନ୍ତି। ଏଣୁ ଛୁଆଙ୍କ ଉପରେ ଚାପ ପକାଇଥାନ୍ତି ଭଲ ପାଠ ପଢିବା ପାଇଁ ଯାହା ଛୁଆଙ୍କ ଉଦାସୀନତାର କାରଣ ହୋଇଥାଏ । ଆପଣ ବି ଯଦି ଏଭଳି ଚିନ୍ତା କରୁଛନ୍ତି ତେବେ ଏପରି ଆଦୌ କରନ୍ତୁ ନାହିଁ। କାରଣ ପରୀକ୍ଷା ପରେ ପିଲାକୁ ରିପୋର୍ଟ କାର୍ଡ ମିଳେ, ଆପଣଙ୍କୁ ନୁହେଁ। ଏଣୁ ଅଧିକ ବ୍ୟତିବ୍ୟସ୍ତ ହୁଅନ୍ତୁ ନାହିଁ। ପଢ଼ା ପ୍ରତି ଧ୍ୟାନ ଦିଅନ୍ତୁ |
10. ପିଲାମାନଙ୍କର ପସନ୍ଦ ପ୍ରତି ଧ୍ୟାନ ଦିଅନ୍ତୁ :
ପ୍ରତ୍ୟେକ ମନୁଷ୍ୟ କିଛି ନା କିଛି ଗୁଣ ନେଇ ଜନ୍ମି ଥାଏ | ଅନେକ ଥର ପିତାମାତା ସେମାନଙ୍କ ସ୍ୱପ୍ନକୁ ପିଲାମାନଙ୍କ ଉପରେ ଲଦି ଦିଅନ୍ତି | ଉଦାହରଣ ସ୍ୱରୂପ, ପିତାଙ୍କ ସ୍ୱପ୍ନ ହେଉଛି ଯଦି ପୁଅ ଜଣେ ଇଞ୍ଜିନିୟର ହୋଇଯାଏ, ତେବେ ଡାକ୍ତର ହେବା ମାତାର ସ୍ୱପ୍ନ | କିନ୍ତୁ ପିଲାଟି କ’ଣ କରିବାକୁ ଚାହୁଁଛି ବୋଲି କେହି ପଚାରନ୍ତି ନାହିଁ | ଯେତେବେଳେ ପିଲା ନିଜ ହୃଦୟକୁ ମାରିବା ପରେ ଏହି ଅଧ୍ୟୟନ କିମ୍ବା ଚାକିରି କରେ, ସେତେବେଳେ ସେ ଏଥିରେ ଅଗ୍ରଗତି କରିବାକୁ ସମର୍ଥ ହୁଏ ନାହିଁ | ଏପରି ପରିସ୍ଥିତିରେ ପିଲାମାନଙ୍କୁ ସେମାନଙ୍କର ଦକ୍ଷତା ଉପରେ ଆଧାର କରି କ୍ୟାରିୟର ବାଛିବା ପାଇଁ ମଧ୍ୟ ଅନୁମତି ଦିଆଯିବା ଉଚିତ୍ | ଏହା ସହିତ ସେ ସେହି ଦିଗରେ ଅଧିକ ପରିଶ୍ରମ କରିବେ ଏବଂ ସଫଳ ହେବେ |
11. ସଂପୂର୍ଣ୍ଣ ମାର୍ଗଦର୍ଶନ:
ପିଲାଟି ଯେତେବେଳେ ବି ଭୁଲ କରେ ବା ଅସୁବିଧାରେ, ତାଙ୍କୁ ଗାଳି ଦେବା କିମ୍ବା ଅଭିଶାପ ଦେବା ପରିବର୍ତ୍ତେ ତାଙ୍କୁ ସମର୍ଥନ କର | ତାଙ୍କୁ ସଠିକ୍ ମାର୍ଗଦର୍ଶନ କର | ଏହା ନୁହେଁ ଯେ ପିଲାମାନେ ପ୍ରଥମ ଥର ନିଜେ ସଫଳତାର ସିଡ଼ି ଚଢିଛି | ଏହି ପରିପ୍ରେକ୍ଷୀରେ, ସେମାନଙ୍କ ଉପରେ ଅଧିକ ଚାପ ପକାନ୍ତୁ ନାହିଁ ଏବଂ ସେମାନଙ୍କୁ ସଠିକ୍ ମାର୍ଗଦର୍ଶନ ଦେଇ ପୁନର୍ବାର ଚେଷ୍ଟା କରିବାକୁ ଉତ୍ସାହିତ କରନ୍ତୁ | ଏହା ସେମାନଙ୍କର ମନୋବଳ ବୃଦ୍ଧି କରିବ ଏବଂ ସେମାନେ ଉଦାସୀନତାକୁ ଯିବେ ନାହିଁ |
ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ |
ଧନ୍ୟବାଦ
0 Comments
Do you have any doubts or suggestions? Ask them here in the comments!