ମକର ସଂକ୍ରାନ୍ତିର କ'ଣ ରହିଛି ମହତ୍ତ୍ୱ
ହିନ୍ଦୁମାନଙ୍କର ଏକ ପ୍ରମୁଖ ପର୍ବ ହେଉଛି ମକର ସଂକ୍ରାନ୍ତି | ନୂଆବର୍ଷ ଆରମ୍ଭ ହେବା ପରେ ସର୍ବପ୍ରଥମେ ଏହି ପର୍ବ ପାଳିତ ହୁଏ । ମକର ରାଶିରେ ସୂର୍ଯ୍ୟର ପ୍ରବେଶକୁ ମକର ସଂକ୍ରାନ୍ତି କୁହାଯାଏ । ସୂର୍ଯ୍ୟଦେବ ଧନୁ ରାଶିରୁ ମକରରେ ପହଁଚିଥାନ୍ତି ତେବେ ମକର ସଂକ୍ରାନ୍ତି ପାଳନ କରାଯାଏ । ସୂର୍ଯ୍ୟଙ୍କର ଧନୁ ରାଶିରୁ ମକର ରାଶିକୁ ଯିବାର ମହତ୍ୱ ଏଥିପାଇଁ ଅଧିକ କାରଣ ଏହି ସମୟରେ ସୂର୍ଯ୍ୟ ଦକ୍ଷିଣାୟନରୁ ଉତ୍ତରାୟଣ ନେଇଥାନ୍ତି । ଶାସ୍ତ୍ରରେ ଉତ୍ତରାୟଣ ଅବଧିକୁ ଦେବତାଙ୍କ ଦିନ ଓ ଦକ୍ଷିଣାୟନକୁ ରାତ୍ରି କୁହାଯାଏ |
ମକର ସଂକ୍ରାନ୍ତିର କ'ଣ ରହିଛି ମହତ୍ତ୍ୱ
ମକର ସଂକ୍ରାନ୍ତି ମଧ୍ୟ କୃଷି ଭିତ୍ତିକ ଏକ ମୁଖ୍ୟ ପର୍ବ । ବହୁ ପରିଶ୍ରମ ପରେ ଖଳାକୁ ଆସନ୍ତି ଧନଲକ୍ଷ୍ମୀ । କୃଷକ ତା'ଫସଲକୁ ମକର ଚାଉଳ ମାଧ୍ୟମରେ ପ୍ରଥମେ ପ୍ରଭୁଙ୍କୁ ସମର୍ପଣ କରେ । ଅପକ୍ୱ ନୂଆ ଅରୁଆ ଚାଉଳ, ନୂଆଗୁଡ଼, ଛେନା, ନଡ଼ିଆ, ପାଚିଲା କଦଳୀ, ଘିଅ, କ୍ଷୀର ଖଣ୍ତ ଆଖୁ, କର୍ପୁର ଏବଂ ଜାଇଫଳ ଇତ୍ୟାଦି ଗୋଳି ମକର ଚାଉଳ ପ୍ରସ୍ତୁତ କରେ । ଏହାକୁ ଚଉରାମୂଳେ, ଖଳାବାଡ଼ିରେ,ଘରେ ଠାକୁରଙ୍କୁ ଭୋଗ ଲଗାଯାଏ | ବୈଜ୍ଞାନିକ ଦୃଷ୍ଟିରେ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତିରେ ହଜମ ଶକ୍ତି ବୃଦ୍ଧି ହୁଏ । ଏଣୁ ଏହିଦିନ ଲୋକେ ମକର ଚାଉଳ ଭୋଗ କରି ଖାଆନ୍ତି ।
ଧାର୍ମିକ ମହତ୍ତ୍ୱ
ସୂର୍ଯ୍ୟ ଉତ୍ତରାୟଣ ହୋଇସାରିବା ପରେ ବ୍ରହ୍ମ ମୁହୂର୍ତ୍ତ ଉପାସନାର ପୂଣ୍ୟକାଳ ଆରମ୍ଭ ହୋଇଯାଏ । ଏହାକୁ ବିଦ୍ୟାକାଳ କୁହାଯିବା ସହ ସିଦ୍ଧିକାଳ ମଧ୍ୟ କୁହାଯାଏ । ଏହି କାଳରେ ଦେବୀ ପ୍ରତିଷ୍ଠା ଗୃହ ନିର୍ମ।ଣ, ଯଜ୍ଞକର୍ମ ଆଦି କରାଯାଇଥାଏ ।
ବିଷ୍ଣୁ ପୁରାଣନୁସାରେ ପିତୃଦେବଙ୍କ ଆତ୍ମାଶାନ୍ତି ପାଇଁ ଏବଂ ଉତ୍ତମ ସ୍ୱାସ୍ଥ୍ୟ ତଥା ସର୍ବକଲ୍ୟାଣ ପାଇଁ ରାଶି ଏକ ପ୍ରୟୋଗ ପୁଣ୍ୟାତ୍ମକ ଏବଂ ଫଳଦାୟକ ବୀଜ । ସେଥିପାଇଁ ଏହିଦିନ ରାଶିତେଲ ଶରୀରରେ ଲଗାଇବା,ରାଶି ମିଶ୍ରିତ ଜଳରେ ସ୍ନାନ କରିବା, ରାଶି ଦାନ କରିବ, ଜଳରେ ତିଳ ଅର୍ପଣ, ତିଳରେ ଆହୁତି, ତିଳରେ ପ୍ରସ୍ତୁତ ଟିକା ଲଗାଯାଇଥାଏ ଏବଂ ରାଶିରେ ପ୍ରସ୍ତୁତ ଖାଦ୍ୟ ଖାଇବା ଅତ୍ୟନ୍ତ ଶୁଭଦାୟକ । ଏଭଳି କରୁଥିବା ବ୍ୟକ୍ତିଙ୍କୁ ପିତୃପୁରୁଷଙ୍କ ଆର୍ଶିବାଦ ସଦା ସର୍ବଦା ମିଳିଥାଏ ।
- ପୁରାଣନୁସାରେ ରାଜା ଭାଗିରଥୀଙ୍କ କଠୋର ତର୍ପଣ ସ୍ୱୀକାର କରି ଗଙ୍ଗାଦେବୀ ମକରସଂକ୍ରାନ୍ତି ଦିନ ଧରିତ୍ରୀ ଆସି ସମୁଦ୍ରରେ ମିଶିଥିଲେ । ଏହିଦିନ ପବିତ୍ର ଗଙ୍ଗା ନଦୀର ସ୍ପର୍ଶରେ ରାଜା ଭାଗିରଥୀଙ୍କ ପୂର୍ବଜଙ୍କୁ ସ୍ୱର୍ଗ ପ୍ରାପ୍ତି ହୋଇଥଲା । ଏଣୁ ଏହିଦିନ ଗଙ୍ଗା ନଦୀରେ ମକର ବୁଡ଼ ପକାଇ ପୁଣ୍ୟ ଅର୍ଜନ କରିବାର ବିଶ୍ଵାସ ରହିଛି ।
- ଫଳରେ କପିଳ ମୁନିଙ୍କ ଅଭିଶାପରୁ ନିଜର ୬୦ ହଜାର ପୂର୍ବଜଙ୍କୁ ଶାପମୁକ୍ତ କରି ମୋକ୍ଷ ପ୍ରଦାନ କରିଥିଲେ ଭାଗୀରଥ । ଗଙ୍ଗାଜଳ, ଚାଉଳ ଓ ତିଳରେ ଶ୍ରାଦ୍ଧ ମଧ୍ୟ କରିଥିଲେ । ସେବେଠାରୁ ମାଘ ମାସ ମକର ସଂକ୍ରାନ୍ତିରେ ସ୍ନାନ ଓ ତିଳ ପ୍ରଦାନର ଧାରା ଚାଲିଆସିଛି । ଏଣୁ ଏହିଦିନ ଗଙ୍ଗା ନଦୀରେ ମକର ବୁଡ଼ ପକାଇ ପୁଣ୍ୟ ଅର୍ଜନ କରିବାର ବିଶ୍ଵାସ ରହିଛି ।
- ଶାସ୍ତ୍ର ଅନୁସାରେ ଯେଉଁ ଦିନ କପିଳ ମୁନିଙ୍କ ଆଶ୍ରମକୁ ଗଙ୍ଗା ଆସିଥିଲେ, ସେହି ଦିନ ମକର ସଂକ୍ରାନ୍ତି ପଡ଼ିଥିଲା । କପିଳ ମୁନି ଆର୍ଶିବାଦ ସ୍ୱରୂପ ପୃଥିବୀବାସୀ ଗଙ୍ଗାରେ ସ୍ନାନ କଲେ ପାପ କ୍ଷୟ ଏବଂ ମୋକ୍ଷ ମିଳିବ ବୋଲି କହିଥିଲେ ।
- ମକର ରାଶିର ସ୍ୱାମୀ ଶନିଦେବ | ପୁରାଣନୁସାରେ ସୂର୍ଯ୍ୟଦେବ ତାଙ୍କ ପୁତ୍ର ଶନିଙ୍କ ରାଶିରେ ପ୍ରବେଶ କରନ୍ତି |ଏଥିପାଇଁ ଏହିଦିନକୁ ପିତାପୁତ୍ରଙ୍କ ମିଳନ ଦିନ ଭାବେ ଧରାଯାଏ | ଏହିଦିନ ପୁତ୍ର ପିତାଙ୍କୁ ତିଳକ ଲଗାଇବାର ପରମ୍ପରା ମଧ୍ୟ ରହିଛି |
- ଜ୍ୟୋତିଷ ଶାସ୍ତ୍ର ଅନୁସାରେ ହରଡ ଡାଲି ଶନି ଦେବ ସହ ଜଡିତ। ଏଭଳି ପରିସ୍ଥିତିରେ, ମକର ସଂକ୍ରାନ୍ତି ଦିନ ହରଡ ଡାଲରେ ତିଆରି ଖେଚୁଡି ଖାଇବା ଏବଂ ଦାନ କରିବା ଦ୍ୱାରା ସୂର୍ଯ୍ୟ ଦେବ ଏବଂ ଶନି ଦେବଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି।
- ମହାଭାରତରେ ସୂର୍ଯ୍ୟର ଉତ୍ତରାୟଣ ହେବା ମାତ୍ରେ ହିଁ ଭୀଷ୍ମ ପିତାମହ ସ୍ୱଇଚ୍ଛାରେ ଶରୀର ତ୍ୟାଗ କରିଥିଲେ । ଭୀଷ୍ମଙ୍କ ଶ୍ରାଦ୍ଧ, ସଂସ୍କାର ମଧ୍ୟ ସୂର୍ଯ୍ୟଙ୍କ ଉତ୍ତରାୟଣରେ ହୋଇଥିଲା । ଉତ୍ତରାୟଣରେ ପ୍ରାଣତ୍ୟାଗ କରିଥିବା ବ୍ୟକ୍ତିଙ୍କୁ ମୋକ୍ଷ ମିଳିଥାଏ । ଜନ୍ମ-ମୃତ୍ୟୁର ବନ୍ଧନରୁ ମୁକ୍ତ ହୋଇଯାଏ ମାନବ ।
- ମହିଷାସୁର ବଧ ପାଇଁ ମା ଦୁର୍ଗା ମକର ସଂକ୍ରାନ୍ତି ଦିନ ଧରିତ୍ରୀରେ ପଦାର୍ପଣ କରିଥିଲେ । ଦେବୀ ପୁରାଣରେ ବର୍ଣ୍ଣିତ ଅଛି ଯେ, ଯେଉଁ ବ୍ୟକ୍ତି ମକର ସଂକ୍ରାନ୍ତିରେ ସ୍ନାନ କରି ନଥାଏ, ସର୍ବଦା ରୋଗ, ଦୁଃଖ ଓ ନିର୍ଦ୍ଧନ ହୋଇଥାଏ ।
- ମକର ସଂକ୍ରାନ୍ତି ଦିନ ଭଗବାନ ବିଷ୍ଣୁ ମଧୁ-କୈଟବଙ୍କ ସହ ଅସୁରକୁ ବଧ କରି ସେମାନଙ୍କ ମସ୍ତକକୁ ମନ୍ଦାର ପର୍ବତରେ ପୋତି ଦେଇ ଏହିଦିନ ଯୁଦ୍ଧ ସମାପ୍ତି ଘୋଷଣା କରିଥିଲେ । ଭଗବାନ ମଧୁ ନାମକ ରାକ୍ଷାସର କାନ୍ଧରେ କନ୍ଦର ପର୍ବତ ରଖି ପାତାଳଗାମୀ କରାଇଥିଲେ । ଏଥିପାଇଁ ଭଗବାନ ବିଷ୍ଣୁ ମଧୁସୂଦନ ନାମରେ ଖ୍ୟାତ । ସେଥିପାଇଁ ମକରସଂକ୍ରାନ୍ତିକୁ ସମସ୍ତ କୁକର୍ମ ଉପରେ ବିଜୟ ପ୍ରାପ୍ତି ପର୍ବ ଭାବରେ ପାଳନ କରଯାଏ |
- ପୌରାଣିକ ମତାନୁସାରେ ସୂର୍ଯ୍ୟଦେବ ମକର ସଂକ୍ରାନ୍ତିରେ ପୁତ୍ର ଶନିଙ୍କ ଘରକୁ ଯାଆନ୍ତି । ଏହି ଦିନ ତୀର୍ଥସ୍ଥଳ, ଦେବାଳୟରେ ଦେବ ଦର୍ଶନ, ପବିତ୍ର ନଦୀରେ ସ୍ନାନ ପରମ୍ପରା ରହିଛି । ଏହା ସହିତ ଏହି ଦିନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କଲେ, ଭାଗ୍ୟ ଚମକି ଉଠିଥାଏ ।
- ଏଭଳି ମଧ୍ୟ ବିଶ୍ୱାସରହିଛି ଯେ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ବେଳେ ଯେଉଁମାନଙ୍କର ମୃତ୍ୟୁ ହୁଏ ସେମାନେ କିଛି କାଳ ଯାଏ ଦେବ ଲୋକରେ ରହିବାର ସୁଯୋଗ ପାଆନ୍ତି । ସେମାନଙ୍କର ପୁନର୍ଜନ୍ମ ହୁଏ ନାହିଁ । ଅନ୍ୟପଟେ ସୂର୍ଯ୍ୟଙ୍କ ଦକ୍ଷିଣାୟନ ଗତି ବେଳେ ମୃତ୍ୟୁ ଘଟିଥିବା ଲୋକଙ୍କ ଆତ୍ମା ଅନେକ କଷ୍ଟ ପାଇଥାନ୍ତି ।
- ମାନ୍ୟତା ଏହା ଯେ, ଏହି ଦିନ ଯଶୋଦା ଶ୍ରୀକୃଷ୍ଣଙ୍କୁ ପ୍ରାପ୍ତ କରିବା ନେଇ ବ୍ରତ ରଖିଥିଲେ ।
ବୈଜ୍ଞାନିକ ମହତ୍ତ୍ୱ
- ବୈଜ୍ଞାନିକ ଦୃଷ୍ଟିରେ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତିରେ ହଜମ ଶକ୍ତି ବୃଦ୍ଧି ହୁଏ । ଏଣୁ ଏହିଦିନ ଲୋକେ ମକର ଚାଉଳ ଭୋଗ କରି ଖାଆନ୍ତି ।ମକର ସଂକ୍ରାନ୍ତି ପର୍ବରେ ଖେଚୁଡି, ରାଶି ଏବଂ ଗୁଡରେ ପ୍ରସ୍ତୁତ ହୋଇଥିବା ମିଠା ଖାଇବାର ପ୍ରଚଳନ ରହିଛି । କିନ୍ତୁ ଆୟୁର୍ବେଦ ଅନୁଯାୟୀ ଏହି ମାସର ଥଣ୍ଡା ପବନ ଅନେକ ରୋଗର କାରଣ ହୋଇଥାଏ, ଏହିକାରଣରୁ ମକର ସଂକ୍ରାନ୍ତିରେ ଏହି ପ୍ରସାଦ ଖାଇବାର ପ୍ରଚଳନ ରହିଛି । ରାଶି ଏବଂ ଗୁଡରେ ପ୍ରସ୍ତୁତ ହୋଇଥିବା ମିଠା ଖାଇବା ଦ୍ୱାରା ଶରୀର ଭିତରର ରୋଗ ପ୍ରତିରୋଧକ କ୍ଷମତା ବଢିଥାଏ । ଏହାବ୍ୟତୀତ ଏହିସବୁ ଜିନିଷ ଖାଇବା ଦ୍ୱାରା ଶରୀର ଗରମ ରହିଥାଏ ।
- ମକର ସଂକ୍ରାନ୍ତି ଦିନ ପ୍ରସାଦ ରୂପେ ସେବନ କରାଯାଉଥିବା ଖେଚୁଡି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭକାରୀ ହୋଇଥାଏ । ଖେଚୁଡି ଖାଇବା ଦ୍ୱାରା ପାଚନ କ୍ରିୟା ସୁଚାରୁ ରୂପେ ହୋଇଥାଏ । ଏହାବ୍ୟତୀତ ଯଦି ଖେଚୁଡିରେ ମଟର ଏବଂ ଅଦା ମିଶାଇ ପ୍ରସ୍ତୁତ କରାଯାଏ ତେବେ ତାହା ଶରୀର ପାଇଁ ଅଧିକ ଲାଭକାରୀ ହୋଇଥାଏ । ଏହା ଶରୀର ଭିତରେ ରୋଗ ପ୍ରତିରୋଧକ କ୍ଷମତା ବଢାଇବା ସହ ବ୍ୟାକ୍ଟେରିଆ ସହ ଲଢିବାରେ ସାହାଯ୍ୟ କରିଥାଏ ।
- ସେହିପରି ମକର ସଂକ୍ରାନ୍ତିରେ ଗୁଡ଼ି ଉଡ଼ାଇବା ପରମ୍ପରା ଅତି ପୁରୁଣା । କୁହାଯାଏ ଯେ ପ୍ରଭୁ ଶ୍ରୀରାମ ମଧ୍ୟ ଗୁଡ଼ି ଉଡ଼ାଇଥିଲେ | ତେବେ ବିଶେଷଜ୍ଞଙ୍କ ଅନୁସାରେ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ବେଳେ ସାରା ପୃଥିବୀ ଉଜ୍ଜ୍ୱଳମୟ ହୋଇଯାଏ । ଏହି ସମୟରେ ତାଙ୍କର କିରଣ ଦ୍ୱାରା ଅନେକ ରୋଗ ଭଲ ହୋଇଥାଏ । ଗୁଡ଼ି ଉଡ଼ାଇବା ବେଳେ ସୂର୍ଯ୍ୟଙ୍କ କିରଣ ସିଧାସଳଖ ଆମ ଶରୀରରେ ପଡ଼ିବା ଯୋଗୁଁ ଶୀତ ଦିନେ ହେଉଥିବା ବିଭିନ୍ନ ଚର୍ମ ରୋଗ ସାଙ୍ଗକୁ ଅନ୍ୟ ରୋଗ ମଧ୍ୟ ଭଲ ହୋଇଥାଏ । ଏହା ଏକ ପ୍ରାକୃତିକ ଔଷଧ ଭଳି କାମ କରେ | ହେଲେ ସମୟ କ୍ରମେ ଆମେ ଗୁଡ଼ି ଉଡ଼ାଇବା ଭୁଲି ଗଲୁଣି ।
- ଅପରପକ୍ଷରେ ଏହିଦିନଠାରୁ ଶୀତ କମି ଗରମ ବଢ଼େ । ଶରୀରର ତାପମାତ୍ରାକୁ ନିୟନ୍ତ୍ରଣରେ ରଖିବା ପାଇଁ ବୁଡ଼ ଆବଶ୍ୟକ । ଏଣୁ ଏହିଦିନ ବିଭିନ୍ନ ପବିତ୍ର ନଦୀମାନଙ୍କରେ ମକର ବୁଡ଼ ପକାଇବାର ବିଧି ରହିଛି ।
- ଏହିଦିନ ସୂର୍ଯ୍ୟଙ୍କ କିରଣର ପ୍ରଭାବ ପ୍ରାୟତଃ ଗଙ୍ଗା ଯମୁନା ସଙ୍ଗମ ସ୍ଥଳରେ ପଡ଼ିଥାଏ । ଏହି ଭୌଗୋଳିକ ସ୍ଥିତି କାରଣରୁ ମାଘ ମେଳା, ମକର ସଂକ୍ରାନ୍ତି, ପୂର୍ଣ୍ଣ କୁମ୍ଭ ତଥା ଅର୍ଦ୍ଧ କୁମ୍ଭର ଟିଶେଷ ଉତ୍ସବ ଆୟୋଜନ ହୋଇଥାଏ ।

.jpg)
0 Comments
Do you have any doubts or suggestions? Ask them here in the comments!