ଅଟା ଉପରେ କିଛି ଜାଣିବା କଥା

ଅଟା ଉପରେ କିଛି ଜାଣିବା କଥା

Image Source - Food Navigator (LATAM)

ଏମିତି ରେ ସାଧାରଣ ଭାବେ ରୁଟି ହେଉଛି ଗୋଟିଏ ପୁଷ୍ପିକର ଖାଦ୍ୟ | ତେବେ ସେଥିରେ ବହୁତ ଗୁଡିଏ ଫେଟ୍‌ ଏବଂ ଫାଇବର ଭଳି ତତ୍ତ୍ୱ ରହିଥିବା ହେତୁ ତାହା ଦେହକୁ ସବୁ ସମୟରେ ସୁସ୍ଥ ରଖିଥାଏ |


କିନ୍ତୁ ଏମିତି ବେଳେ ଏହାର ବହୁତ ସମସ୍ୟା ବି ରହିଛି ଯେପରି କି ...


କହିବାକୁ ଗଲେ ରୁଟିରେ କାର୍ବୋହାଇଡ୍ରେଟ ଅଧିକ ମାତ୍ରାରେ ମିଳିଥାଏ । କିନ୍ତୁ ଆପଣଙ୍କୁ ଆପଣଙ୍କ ଶରୀର ପାଇଁ ସବୁଦିନ ପାଖାପାଖି ୨୨୫ ଗ୍ରାମ କାର୍ବୋହାଇଡ୍ରେଟ ହିଁ ନେବା ଉଚିତ । କିନ୍ତୁ ଯଦି ଆପଣ ତିନି ଟାଇମ ରୁଟି ଖାଉଛନ୍ତି ତେବେ ଆପଣଙ୍କର ଶରୀରକୁ ୪୦୦ ଗ୍ରାମ କାର୍ବୋହାଇଡ଼େଟ ମିଳିଥାଏ | ଯାହା ଆପଣଙ୍କ ଶରୀର ପାଇଁ ହାନିକାରକ ହୋଇଥାଏ | ସେଥିପାଇଁ ରୁଟିର ସେବନ ଏକ ସୀମିତ ମାତ୍ରାରେ ହିଁ କରିବା ଉଚିତ |



ଅଧିକ ମାତ୍ରାରେ ରୁଟି ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ। ଯେପରିକି ...


  • ମୋଟାପଣ


ପ୍ରତ୍ୟେକ ଦିନ ରୁଟି ଖାଉଥିବା ଲୋକ ମାନେ କିଛି ଦିନ ମଧ୍ୟରେ ମୋଟା ହେବାର ବହୁତ ସମ୍ଭାବନା ରହିଥାଏ କାରଣ କାର୍ବୋହାଇଡ୍ରେଟର ଅଧିକ ସେବନ  ଶରୀରରେ ଫ୍ୟାଟ ଏକତ୍ରିତ କରିଥାଏ ଏବଂ ଏହା ଦ୍ୱାରା ଧୀରେ ଧୀରେ ଆପଣଙ୍କର ଓଜନ ବଢିବାରେ ଲାଗିଥାଏ | ଯଦି ଆପଣ ଏକ୍ସରସାଇଜ କରୁଛନ୍ତି ତେବେ ଆପଣଙ୍କର କୌଣସି କ୍ଷତି ହେବ ନାହିଁ ।


  • ଆଳଶ୍ୟ ଏବଂ ନିଶ୍ୱାସ ନେବା ରେ କଷ୍ଟ ହୁଏ


ଏମିତି ରେ ବହୁତ ସମୟ ରେ ଦେଖା ଦିଏ କି ଯେଉଁ ମାନେ ରୁଟି ସେବନ କରନ୍ତି  ସେମାନଙ୍କୁ ଆଳଶ୍ୟ ଏବଂ ନିଶ୍ୱାସ ନେବା ରେ କଷ୍ଟ ହୁଏ ।


  • ହାର୍ଟ ଆଟାକ୍‌ ହେବାର ସମ୍ଭାବନା


ଏମିତି ବେଳେ ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ କି ରୁଟି ଖାଇବା ଦ୍ୱାରା ହାର୍ଟ ଆଟାକ୍‌ ହେବାର ସମ୍ଭାବନା ରହିଥାଏ |


ରୁଟି ସେବନ କରିବାରେ ଲାଭ


  • ରୁଟି ଖାଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ। ଶୁଦ୍ଧ ଗହମରେ ପ୍ରସ୍ତୁତ ରୁଟିକୁ ଯଦି ଘିଅ ସହିତ ସେବନ କରାଯାଏ, ତା'ହେଲେ ଏହା ଅଧିକ ଲାଭଦାୟକ ହୋଇଥାଏ। ଏହାଦ୍ୱାରା ଶରୀର ଶକ୍ତିଶାଳୀ ଓ ବଳବାନ ବନିଥାଏ।

  • କହି ରଖୁଛୁ କି ଅଟାରୁ କିଛି ଏମିତି ତତ୍ତ୍ୱ ମିଳିଥାଏ ଯାହା ଆମ ଶରୀରରେ ବିଷାକ୍ତ ପଦାର୍ଥ ପ୍ରସ୍ତୁତ କରିବାରେ ବାଧା ସୃଷ୍ଟି କରିଥାଏ । ଯାହା ଦ୍ୱାରା ଆମର ରକ୍ତ ସଂପୂର୍ଣ୍ଣ ସୁଦ୍ଧ ହୋଇଯାଏ |

  • ଏହା ଛଡା ଯଦି ଆପଣଙ୍କର ଗୋଡରେ ବ୍ୟଥା ଅଛି ତେବେ ରୁଟିର ସେବନ ଆପଣଙ୍କ ପାଇଁ ଲାଭଦାୟକ ହୋଇଥାଏ | କହି ରଖୁଛୁ କି ରୁଟିରୁ ଅଧିକ ମାତ୍ରାରେ କ୍ୟାଲସିୟମ ଏବଂ ପ୍ରୋଟିନ ମିଳିଥାଏ, ଯାହାକି ହାଡ ଗୁଡିକୁ ମଜବୁତ କରିଥାଏ | ଏହା ବ୍ୟତୀତ ରୁଟି ଆମ ଶରୀରରେ ସହଜରେ ହଜମ ମଧ୍ୟ ହୋଇଥାଏ |

ରୁଟି ଖାଇବା ସମୟରେ କେବେ ବି କରନ୍ତୁ ନାହିଁ ଏହି ସବୁ ଭୁଲ୍‌


  • ରୁଟି ଖାଇବା ସମୟରେ କେବେ ବି ପାଣି ପିଇବା ଉଚିତ ନୁହେଁ। ଯଦି ଆପଣ ଏପରି କରିବେ, ତା'ହେଲେ ରୁଟି ସମୂର୍ଣ୍ଣ ହଜମ ହେବନାହିଁ । ଆଉ ଏହାଦ୍ୱାରା  ଆପଣଙ୍କ ବଦହଜମୀ ସମସ୍ୟା ଦେଖାଯିବ।

  • ରୁଟି ଖାଇବା ବେଳେ କ୍ଷୀର ଏବଂ କୋଲ୍ଡ ଡ୍ରିଙ୍କସ୍‌ ସେବନ କରନ୍ତୁ ନାହିଁ। କାରଣ, ଏହି ଦୁଇଟି ପାନୀୟ ରୁଟିକୁ ହଜମ ହେବାକୁ ଦେବନାହିଁ, ଯାହାଦ୍ୱାରା   ଶରୀର ସୁସ୍ଥସବଳ ଲାଗିବ ନାହିଁ । ଧୀରେ ଧୀରେ ଆପଣ ଦୁର୍ବଳ ହୋଇଯିବେ।

Image Source - Tasty Treat

 ଭାତ ଏବଂ ରୁଟି ଏକା ସାଙ୍ଗରେ ଖାଇବା ଉଚିତ କି ନାହିଁ ଆସନ୍ତୁ ଜାଣିବା ...


ଓଜନ ବଢ଼ିବାର କାରଣ ସବୁବେଳେ ବାହାର ଖାଇବା କୁହାଯାଇଥାଏ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଘରେ ପ୍ରସ୍ତୁତ ଖାଦ୍ୟରେ ମଧ୍ୟ ବହୁ ପରିମାଣର କ୍ୟାଲୋରୀ  ରହିଥାଏ। ଉଦାହରଣ ସ୍ଵରୁପ ରୁଟି ଏବଂ ଭାତକୁ ମିଶାଇ ଖାଇବା ଦ୍ୱାରା ଅଧିକ ମୋଟାପଣ ବଢିବା ସହ ପେଟରେ  କ୍ୟାନସର ମଧ୍ୟ ହେବାର ସମ୍ଭାବନା ଥାଏ।


କାହିଁକି ଏବଂ କିପରି ଆସନ୍ତୁ ଜାଣିବା


ଭାତ ଏବଂ ରୁଟି ଏକା ସହ ସେବନ କରିବା ଦ୍ୱାରା ଶରୀରରେ ଅଧିକ ମାତ୍ରାରେ କ୍ୟାଲୋରୀ ବଢ଼ିଥାଏ। ଗୋଟିଏ ରୁଟିରେ ୭୦ରୁ ୮୦ କ୍ୟାଲୋରୀ ରହିଥିବା ବେଳେ ଗୋଟିଏ ପ୍ଲେଟ ଭାତରେ ୧୩୬ କ୍ୟାଲୋରୀ ବଢ଼ିବାର ସମ୍ଭାବନା ରହିଥାଏ। ଦୁଇଟି ଜିନିଷର ସେବନ ଏକା ସାଙ୍ଗରେ କରିବା ଦ୍ୱାରା ଶରୀରରେ ଆବଶ୍ୟକତା ଠାରୁ ଅଧିକ କ୍ୟାଲୋରୀ ପହଞ୍ଚିଥାଏ। ଯାହା ହଜମ ହେବା ପାଇଁ ଆବଶ୍ୟକତାରୁ ଅଧିକ ସମୟ ଲାଗିଥାଏ। ଫଳରେ ପାଚନତନ୍ତ୍ର  ଦୁର୍ବଳ ହେବା ଭଳି ମଧ୍ୟ ସମସ୍ୟା ଜନ୍ମିଥାଏ।

Image  Source - Newz Viewz

ରାତିରେ  କଣ ଖାଇବା  ଠିକ ଅଟେ ...


ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଆମେ ରାତିରେ ଖାଇ ସଙ୍ଗେ ସଙ୍ଗେ ଶୋଇବାକୁ ଯାଉ ସେଥିପାଇଁ ଯଦି ଆପଣ ରାତିରେ ଭାତ ଖାଆନ୍ତି  ତେବେ ଏହା ଠିକ ଭାବେ ହଜମ ହୁଏ ନାହିଁ ଓ ୱାଟର ରେଟେଂସନର ସମସ୍ୟା ଦେଖାଦିଏ | ତେଣୁ ରାତିରେ ବିଲକୁଲ ବି ଭାତ ଖାଇବା ଅନୁଚିତ | ରାତି ସମୟରେ ସବୁବେଳେ ସରଳ ଖାଦ୍ୟର ସେବନ କରିବା ଉଚିତ୍‌ ଏଣୁ ରାତ୍ରଭୋଜନରେ ରୁଟି ଖାଇବା ଉଚିତ୍‌ | କାରଣ ଏଥିରେ ଖୁବ କମ୍‌ ପରିମାଣର କ୍ୟାଲୋରୀ ରହିଥାଏ । ଫଳରେ ପାଚନ କ୍ରିୟା ସକ୍ରିୟ ହେବା ସହ ନିଦ ସଠିକ୍‌ ପରିମାଣର ହୋଇଥାଏ | ଫଳରେ ଓଜନ ବଢ଼ିବା ଭଳି ସମସ୍ୟା ଦେଖାଯାଇନଥାଏ।

Image Source - DusBus
 

 ଫ୍ରିଜରେ ରଖାଯାଇଥିବା ଚକଟା ଅଟା ଖାଇବା ଉପଯୋଗୀ କି ନାହିଁ ...


ଆଜିକାଲି କର୍ମମୟ ଜୀବନରେ ଲୋକଙ୍କ ପାଖରେ ବିଲକୁଲ ସମୟ ନାହିଁ। ଯେଉଁଥିପାଇଁ ଅଧିକାଂଶ ସମୟରେ ମହିଳାମାନେ ଅଟାକୁ ଚକଟି ଫ୍ରିଜରେ ରଖି  ଦେଇଥାଆନ୍ତି । ଏହାପରେ ଏହି ଅଟାକୁ ଧୀରେ ଧୀରେ ବ୍ୟବହାର କରିଥାଆନ୍ତି । ଏହା ଦ୍ୱାରା ସେମାନେ ସମୟର ସଦୁପଯୋଗ କରିଥାଆନ୍ତି। ଏହା କରିବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ।

  • ବିଶେଷଜ୍ଞଙ୍କ କହିବା ଅନୁସାରେ ଅଟା ଚକଟିବା ପରେ ତୁରନ୍ତ ବା 3 ଘଣ୍ଟା ମଧ୍ୟରେ ଏହାକୁ ବ୍ୟବହାର କରିବା ଉଚିତ୍‌। କାରଣ ଅଟା ପାଣି  rସଂସ୍ପର୍ଶରେ ଆସିବା ଫଳରେ ଏଥିରେ ରାସାୟନିକ ପରିବର୍ତ୍ତନ ହୋଇଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ।

  • ଅଟାକୁ ଚକଟି ଫ୍ରିଜରେ ରଖିବା ଦ୍ୱାରା ଫ୍ରିଜର ହାନିକାରକ କିରଣ ଏହା ସଂସ୍ପର୍ଶରେ ଆସିଥାଏ ଯାହା ଅଟାକୁ ଖରାପ କରି ଦେଇଥାଏ। ଏହାପରେ ଦ୍ୱିତୀୟ ଥର ଅଟାରେ ରୁଟି କଲେ ବିଭିନ୍ନ ପ୍ରକାରର ରୋଗ ହେବାର ସମ୍ଭାବନା  ବଢ଼ିଯାଇଥାଏ।  ଏହା ଫଳରେ ଗ୍ୟାସ୍‌ ସମସ୍ୟା, କୋଷ୍ଠକାଠିନ୍ୟ ସମସ୍ୟା ,ହଜମ କ୍ରିୟାରେ ପ୍ରଭାବ, ଏବଂ ଖାଦ୍ୟର ସ୍ଵାଦ ମଧ୍ୟ ବଦଳି ଯାଇଥାଏ।



Image Sources - Zee News

ଭୋଜନ ଥାଳିରେ ଏକ ସାଥୀରେ ୩ଟି ରୁଟି ନ ଖାଇବାର କାରଣ ...


  • ୩ ଅଙ୍କକୁ ଗଣାଯାଏ ଅଶୁଭ, ପ୍ରାଚୀନ ସମୟରୁ ଥାଳିରେ ୩ଟି ରୁଟି ପରସା ନ ଯିବାର  ପରମ୍ପରା ଚାଲିଆସୁଛି । ହିନ୍ଦୁ ଧର୍ମରେ ୩ ଅଙ୍କକୁ ଅଶୁଭ ବୋଲି  ଗଣାଯାଏ। ତେଣୁ କୌଣସି ଶୁଭ କାମରେ ଏହାକୁ ବ୍ୟବହାର କରାଯାଇ ନ ଥାଏ। 

  • ପୂଜା ଥାଳି ହେଉ କି କୌଣସି ଯଜ୍ଞ, ସେଥିରେ ଗୋଟିଏ ଜିନିଷକୁ ୩ ଥର ବ୍ୟବହାର କରାଯାଏନି | ୩ ଅଙ୍କ ଥିବା ତିଥିରେ ମଧ ଶୁଭ କାମ କରାଯାଏନାହିଁ  ସେହି କାରଣରୁ ଭୋଜନ ଥାଳିରେ ୩ଟି ରୁଟି ଦିଆଯିବା ଅଶୁଭ ହୋଇଥାଏ।

  • ଏହା ପଛରେ ଅନ୍ୟ ଏକ ସମ୍ବନ୍ଧ ରହିଛି। କୌଣସି ବ୍ୟକ୍ତିଙ୍କୁ  ଏକସାଥୀରେ ୩ଟି ରୁଟି ଦେବା ମୃତ ବ୍ୟକ୍ତିଙ୍କୁ ଭୋଜନ ଦେବା ସହିତ ସମାନ। ଯେତେବେଳେ ପରିବାରର କୌଣସି ସଦସ୍ୟଙ୍କ ମୃତ୍ୟୁ  ହୋଇଯାଏ, ଏହାର ତୃତୀୟ ଦିନ ମୃତକଙ୍କ ଭୋଜନ ରୂପରେ ୩ଟି ରୁଟି ଦିଆଯାଇଥାଏ। ଏହି ରୁଟିକୁ କେବଳ ତିଆରି କରିବା ଲୋକ ହିଁ ଦେଖିଥାଏ। ଦେଖିବାକୁ ଗଲେ, ଭାରତୀୟ ସଂସ୍କୃତିରେ ୩ଟି ରୁଟିକୁ ମୃତକଙ୍କ ଭୋଜନ ବୋଲି କୁହାଯାଏ।

ତେଣୁ ଏକ ସଙ୍ଗେ 3ଟି ରୁଟି ଥାଳିରେ ନ ନେଇ ପ୍ରଥମେ 2 ଟି ପରେ ଅଧିକ ଖାଇବା ଉଚିତ |

Image Source - Rochak Post

ପ୍ରତିଦିନ କେତୋଟି ରୁଟି ଖାଇବା ଆବଶ୍ୟକ ...

ଯଦି ଆପଣ ସକାଳେ ୪ଟି ରୁଟି, ଖରାବେଳେ ୪ଟି ରୁଟି ଏବଂ ରାତିରେ ୪ଟି ରୁଟି ଖାଉଛନ୍ତି ତେବେ ଏହା ଶରୀର ପକ୍ଷେ ହାନିକାରକ ଅଟେ | ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଆମେ ଯେଉଁ ରୁଟିକୁ ଆମ ଭାତ ଜାଗାରେ ରିପ୍ଲେସ କରୁଛୁ  ତାହା ମଧ୍ୟ ଭାତ ଭଳି କାମ କରିଛି | ଏହାର ଅଧିକ ପରିମାଣ ସେବନ କରିବା ଅର୍ଥାତ ରୁଟିରେ ମଧ୍ୟ ଅଧିକ କାର୍ବୋହାଇଡ୍ରେଟ୍‌ ରହିଛି ଯେମିତିକି ଭାତରେ | ଯାହା ଶରୀର ପାଇଁ ବହୁତ ଖ୍ୟତିକାରକ |

ସେଥିପାଇଁ ଯଦି ଆମେ ଅଧିକ ପରିମାଣରେ ଏହାକୁ ଖାଉଛେ ତେବେ ଏହା ଫ୍ୟାଟ୍‌ ଭାବେ ଆମ ଶରୀରରେ ଜମା ହୋଇଥାଏ | ଧୀରେ ଧୀରେ ଏହା ଓଜନ ହ୍ରାସ କରିବା ବଦଳରେ ଓଜନ ବଢାଇଥାଏ । କିନ୍ତୁ ଯଦି ଆପଣ ପ୍ରତିଦିନ ବ୍ୟାୟାମ କରୁଛନ୍ତି ଏବଂ ଯେକୌଣସି ଶାରିରୀକ କାର୍ଯ୍ୟ କରୁଛନ୍ତି ତେବେ କୌଣସି ସମସ୍ୟା ହେବ ନାହିଁ | 

ଯଦି ଆପଣ ନିଜ ସ୍ୱାସ୍ଥ୍ୟ ଠିକ ରଖିବାକୁ ଚ|ହୁଁଛନ୍ତି ତେବେ ପ୍ରତିଦିନ ୪ଟି ରୁଟି ହିଁ ଖାଆନ୍ତୁ । ଏହା ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ଲାଭଦାୟକ । ଏହା ସହ କଞ୍ଚା ପରିବା ଏବଂ ଫଳର ଆହାର ମଧ୍ୟ ଖୁବ କରନ୍ତୁ ଓ ପାଣି ଦିନକୁ 2 ରୁ 6 ଲିଟର ପିଅନ୍ତୁ  ।

Post a Comment

0 Comments