ଓଜନ କମାଇବା ପାଇଁ କିଛି ଟିପ୍ସ

ଓଜନ କମାଇବା ପାଇଁ କିଛି ଟିପ୍ସ


Image Source - Hindi.Boldsky.com

ମୋଟାପଣ ମନୁଷ୍ୟ ର ଏକ ବଡ଼ ସମସ୍ୟା ଅଟେ | ମୋଟାପଣ ଦ୍ୱାରା ମନୁଷ୍ୟ ଶରୀର ଆବଶ୍ୟକତା ଠାରୁ ଅଧିକ ଓଜନ ବୃଦ୍ଧି ହୋଇଥାଏ | ମୋଟାପଣ ବିଭିନ୍ନ ରୋଗର କାରଣ ହୋଇଥାଏ | ତେଣୁ ଅଧିକ ଓଜନ ବୃଦ୍ଧି ହେବାକୁ ଆପଣ ଅଣଦେଖା କରନ୍ତୁ ନାହିଁ | 

ସବୁ ଝିଅଙ୍କର ଇଛା ଥାଏ କି ତାର ପତଳା ଅଣ୍ଟା ଥିବ । ହେଲେ ଅଧିକାଂଶ ଝିଅଙ୍କ ପେଟ ରେ ବହୁତ ଫ୍ୟାଟ ଥାଏ | ପେଟ ରେ ଥିବା ଫ୍ୟାଟ୍‌ ନା ଖାଲି ଆପଣଙ୍କର ଦେହକୁ ଖରାପ କରେ, ଆପଣଙ୍କୁ ଚିନ୍ତା ଗ୍ରସ୍ତ କରେଇଥାଏ । ତେଣୁ ନିଜର ପ୍ରଚେଷ୍ଟା ଅନୁସାରେ ହିଁ ଆପଣ ଯଥା ସମ୍ଭବ ନିଜର ଓଜନ କମାଇବା ଉଚିତ |

ଓଜନ କମାଇବାର ଉପାୟ

ଆଜି ଆମେ ଓଜନ କମାଇବା ର ଏକ ସରଳ ଉପାୟ ବିଷୟରେ କହିବାକୁ ଯାଉଛୁ | ଯଦି ଆପଣ ଡାଇଟିଙ୍ଗକୁ ବିଶେଷ ଧ୍ୟାନ ଦେବେ ତେବେ ଏହିଭଳି ଖାଦ୍ୟ ଖାଇବା ଉଚିତ | 

ସକାଳ ସମୟରେ

ମହୁ କୁ ଗରମ ପାଣି ରେ ପିଇଲେ ଆପଣଙ୍କ ପେଟ ରେ ଥିବା ଚର୍ବି କମିଥାଏ । ଏଥିପାଇଁ ଆପଣଙ୍କୁ ପାଣିକୁ ଅଳ୍ପ ଉଷୁମ କରି ସେଥିରେ ଗୋଟେ ଚାମଚ ମହୁ ପକାନ୍ତୁ, ଏବଂ ଯଦି ହେବ କିଛି ଗୋଲମରିଚ ଗୁଣ୍ତି ପକାଇ ଏହାକୁ ପ୍ରତ୍ୟକ ଦିନ ସକାଳେ ପିଅନ୍ତୁ  ଅଧ ଘଣ୍ଟା ପରେ ଆପଣ ଅଣ୍ଡା ଓ କ୍ଷୀର ସହ ଫଳ ସେବନ କରିପାରିବେ |

ଦିପହର ସମୟରେ 

ଦିପହର ସମୟ ରେ ତିନି ଗୋଟି ରୁଟି କିଛି ଡାଲି ସହ ସନ୍ତୁଳା ସେବନ କରିପାରିବେ | ଡାଲି ରେ ଆପଣ ଘିଅ ପକାଇ ପାରିବେ | 

ସନ୍ଧ୍ୟା ସମୟରେ

ସନ୍ଧ୍ୟା ସମୟରେ ଆପଣ ଜୁସ ସେବନ କରିପାରିବେ | 

ରାତି ସମୟରେ

କିନ୍ତୁ ରାତି ରେ ଆପଣ କିଛି ମଧ୍ୟ ସେବନ କରନ୍ତୁ ନାହିଁ | ଆପଣ ରାତିରେ ମୁଗ ଡାଲି ର ପାଣି ପିଇପାରିବେ |

ଏହି ବିଷୟରେ ବିଶେଷ ଧ୍ୟାନ

Image Source - YogDoctor

  • ଓଜନ କମାଇବା କୁ ନିୟମିତ ଯୋଗ କରନ୍ତୁ | ଯୋଗ କରିବା ଦ୍ୱାରା ଓଜନ କମିଥାଏ |
Image Source - Jagran Josh
  • ଆପଣ ଚାହା ଓ କଫି ବଦଳରେ ଗ୍ରୀନ୍‌ ଟି ପିଅନ୍ତୁ, ଏଥିରେ ଆଣ୍ଟି ଅକସାଇଡର ଭରପୁର ମାତ୍ରା ଥାଏ । ଯାହା ଆପଣଙ୍କ ଫ୍ୟାଟକୁ କମ କରି ଆପଣଙ୍କୁ ଦେବ ଏକ ସୁନ୍ଦର ଫିଗର |         
Image Source - Telegraph
  • ଦିନ ରେ ଅତି କମ ରେ 20 ମିନିଟ ଚାଲିବା ଜରୁରୀ ଅଟେ | 
Image source - BounceFeed
  • ପାଣି କୁ ସର୍ବଦା ଗରମ କରିକି ହିଁ ସେବନ କରନ୍ତୁ | ପାଣି ପିଇବା ଆମ ଶରୀର ସହ ଚେହେରାକୁ ବି ସୁନ୍ଦର କରାଏ ତେଣୁ ସବୁ ଦିନ ଅଧିକ ପାଣି ପିଅନ୍ତୁ । ପ୍ରତ୍ୟକ ଦିନ ଅତି କମ ରେ 2 ରୁ 4 ଲିଟର ପାଣି ନିଶ୍ଚୟ ପିଅନ୍ତୁ 
Image Source - The PCOS Factor
  • ସପ୍ତାହରେ ଗୋଟେ ଦିନ ଉପବାସ ରଖନ୍ତୁ ସେଇଦିନ ଫଳ ରସ,ଲେମ୍ଭୁ ପାଣି,ସୁପ୍‌, କ୍ଷୀର ଆଦି ଯେତେ ଇଛା ପିଅନ୍ତୁ । ଏହା ଆପଣଙ୍କ ସ୍ଵାସ୍ଥ୍ୟ ପାଇଁ ବହୁତ ହିତକାରକ ।
Image Source - SquatHub
  • ଆପଣ ବିନା କ୍ୟାଲୋରି ଜାତୀୟ ଖାଦ୍ୟ ଖାଆନ୍ତୁ । ଏହାଦ୍ୱାରା ଆପଣଙ୍କ ଫ୍ୟାଟ୍‌ ବଢିବ ନାହିଁ ।

ଏହି ଜିନିଷର ସେବନ କରନ୍ତୁ ନାହିଁ 


Image Source - Kool 107.9

ଯଦି ଆପଣ ଓଜନ କମାଇବାକୁ ଚାହୁଁଛନ୍ତି ତେବେ ଏହି ଜିନିଷଠୁ ଦୂରେଇ ରୁହନ୍ତୁ | 

  • ମୈଦା ରେ ନିର୍ମିତ ଜିନିଷ ର ସେବନ କରନ୍ତୁ ନାହିଁ |
  • ତେଲ ଯୁକ୍ତ ଖାଦ୍ୟ ସେବନ କରନ୍ତୁ ନାହିଁ |
  • ଆଳୁ ରୁ ନିର୍ମିତ ଜିନିଷ ସେବନ କରନ୍ତୁ ନାହିଁ |
  • ମିଠା ସେବନ କରନ୍ତୁ ନାହିଁ | ଅଧିକ ଚିନି ସେବନ ଦ୍ୱାରା ମୋଟାପଣ ବୃଦ୍ଧି ହେଇଥାଏ | 
  • ବାହାର ର ଖାଦ୍ୟ ସେବନ କରନ୍ତୁ ନାହିଁ  |
  • ମଦ୍ୟପାନ କରନ୍ତୁ ନାହିଁ |
  • ଭାତ ଖାଆନ୍ତୁ ନାହିଁ |

ଏହି ସବୁ ବିଷୟ ପ୍ରତି ଯଦି ବିଶେଷ ସଜାଗ ହେବେ ତେବେ ଆପଣ ଓଜନ କମାଇ ପାରିବେ |

Post a Comment

0 Comments