ସ୍ତ୍ରୀର ଏହି ସବୁ ଗୁଣ ପାଇଁ ସ୍ୱାମୀ ହୋଇଥାଏ ଭାଗ୍ୟବାନ

ସ୍ତ୍ରୀର ଏହି ସବୁ ଗୁଣ ପାଇଁ ସ୍ୱାମୀ ହୋଇଥାଏ ଭାଗ୍ୟବାନ

Image Source - UP Varta News

ହିନ୍ଦୁ ଧର୍ମରେ ଘରର ଝିଅ ବୋହୁ ମାନଙ୍କୁ ଲକ୍ଷ୍ମୀ ବୋଲି ମାନନ୍ତି । ଏମିତି ମାନ୍ୟତା ଅଛି କି କୌଣସି ଝିଅ ଚାହିଁଲେ ଘରକୁ ସ୍ୱର୍ଗ କରିପାରେ ଓ ଚାହିଁଲେ ନର୍କ ବି କରିପାରେ | ଝିଅ ବୋହୁ ମାନଙ୍କର ଯେଉଁଠି କିଛି ଅଭ୍ୟାସ ଦରିଦ୍ରତା ପାଇଁ ଦାୟୀ ହୋଇଥାଏ ସେଇଠି କିଛି ଅଭ୍ୟାସ ଏମିତି ବି ହୋଇଥାଏ ଯିଏ ଘରେ ସୁଖ ଓ ସମୃଦ୍ଧି ଆଣିଥାଏ |

ପ୍ରତ୍ୟେକ ବ୍ୟକ୍ତିର ସୁଖ ସମୃଦ୍ଧି ଏମିତିକା ସ୍ତ୍ରୀଙ୍କ ଉପରେ ନିର୍ଭର କରିଥାଏ ଯିଏ ଲକ୍ଷ୍ମୀ ପରି ଘରର ସବୁ କାମ କରେ ଓ ସମସ୍ତଙ୍କର ଧ୍ୟାନ ରଖେ । ସ୍ୱାମୀର ଶୋଇଥିବା ଭାଗ୍ୟକୁବଦଳାଇ ଦେଇଥାଏ ପତ୍ନୀଙ୍କର ଏହି ସବୁ ଅଭ୍ୟାସ, ଆପଣ ବି ଜାଣନ୍ତୁ ଯଦି ଆପଣଙ୍କ ସ୍ତ୍ରୀ ପାଖରେ ଏହି ଅଭ୍ୟାସ ଅଛି ଆପଣଙ୍କ ଭବିଷ୍ୟ ବହୁତ ଉଜ୍ଜ୍ଵଳ  ଅଟେ ।

ପ୍ରାତଃରୁ ଶଯ୍ୟା ତ୍ୟାଗ କରିବା-

Image Source - Busy

ଆମର ପ୍ରାଚୀନ ପରମ୍ପରା ଅନୁଯାୟୀ ସକାଳୁ ଉଠିବା ସମୟ ନିର୍ଦ୍ଧାରଣ କରାଯାଇଛି | ତାହା ହେଲା ବ୍ରାହ୍ମ ମୂହୁର୍ତ୍ତ, ଏହି ସମୟରେ ଉଠିଲେ ଆମକୁ ଲାଭ ମିଳିଥାଏ | ସକାଳୁ ଜଲଦି ଉଠିଲେ ପାଞ୍ଚଟି ଲାଭ ମିଳିଥାଏ | ବ୍ରାହ୍ମ ମୂହୁର୍ତ୍ତରେ ଉଠିଲେ ବ୍ୟକ୍ତି କୁ ସୁନ୍ଦରତା, ଲକ୍ଷ୍ମୀ, ବୃଦ୍ଧିସ୍ୱାସ୍ଥ୍ୟ, ଆୟୁ ଆଦି ପ୍ରାପ୍ତି ହୋଇଥାଏ । ଏମିତି କରିଲେ ଶରୀର ସୁସ୍ଥ ହୋଇଥାଏ ।

ସୂର୍ଯ୍ୟ ଉଦୟ ହେବା ଆଗରୁ ଯେଉଁ ନାରୀ ଶଯ୍ୟା ତ୍ୟାଗ କରି ନିଜର ନିତ୍ୟକର୍ମ ସାରିଘରର କାମରେ ଓ ସ୍ୱାମୀର ସେବାରେ ଲାଗେ ସେହି ସ୍ତ୍ରୀ ଲକ୍ଷ୍ମୀ ସ୍ୱରୂପା ହୋଇଥାଏ । ଯାହାର ସ୍ତ୍ରୀ ଏହି ସବୁ କାମ କରେ ତାର ଭାଗ୍ୟ ବହୁତ ଶୀଘ୍ର ବଦଳି ଥାଏ । ଘରେ ମାତା ଲକ୍ଷ୍ମୀ ବାସ କରନ୍ତି ।

କେବେବି ନ ରାଗିବା-

Image Source - Just Dial

ଆଜିକାଲି ସ୍ତ୍ରୀ ମାନେ ସ୍ଵାମୀ ମାନଙ୍କ ଉପରେ ଛାଡି କି କଥା କୁହନ୍ତି । ଛୋଟ ଛୋଟ କଥାରେ ବହୁତ ରାଗନ୍ତି ଓ ଝଗଡା ମଧ୍ୟ କରନ୍ତି । କିନ୍ତୁ ଯେଉଁ ସ୍ତ୍ରୀ ଲୋକ ସବୁ କିଛି ସହି ନୀରବ ରୁହେ ଓ କେବେବି ସ୍ୱାମୀକୁ ଅବମାନନା କରେ ନାହିଁ, କଳି ଝଗଡାରୁ ଦୁରେଇ  ରୁହେ ସେହି ଭଳି ସ୍ତ୍ରୀ ଥିବା ସ୍ଵାମୀର ଭାଗ୍ୟ ବହୁତ ଶୀଘ୍ର ପରିବର୍ତ୍ତନ ହୁଏ ।

ଆୟ ଦେଖି ବେୟ କରିବା-

Image Source - Forbes

ସବୁ ସ୍ତ୍ରୀ ମାନେ ତାଙ୍କ ସ୍ଵାମୀଙ୍କ ଠାରୁ କିଛି ନା କିଛି ଆଶା ରଖନ୍ତି ଓ ତାହା ପୁରା ନ ହେବାପର୍ଯ୍ୟନ୍ତ ସେମାନେ ତାଙ୍କ ସ୍ୱାମୀ ମାନଙ୍କର ବଞ୍ଚିବା କଷ୍ଟ କରି ଦିଅନ୍ତି । ତେବେ କିଛି ନାରୀଏମିତି ଅଛନ୍ତି ଯେଉଁ ମାନେ ନିଜ ଇଚ୍ଛାକୁ ମାରି ସ୍ୱାମୀର ଆୟ ଦେଖି ଖର୍ଚ୍ଚ କରିବାକୁ ପସନ୍ଦ କରନ୍ତି । ସେମାନେ ଅଳ୍ପରେ ସନ୍ତୁଷ୍ଟ ହୁଅନ୍ତି, ସେହି ନାରୀ ସୁଖରେ ରୁହନ୍ତି |

ପୂଜା-ଅର୍ଚ୍ଚନା କରିବା-


Image Source - Samay Live

କୁହାଯାଏ କି ଯେଉଁ ମହିଳାମାନେ ପୂଜା - ଅର୍ଚ୍ଚନା ଅଧିକ କରିଥାନ୍ତି ସେହି ମହିଳାମାନଙ୍କ ସ୍ୱାମୀଙ୍କର ଟଙ୍କା କେବେ ବି କମ ହୁଏ ନାହିଁ । ଏହା ସହିତ ଏମାନଙ୍କର ସ୍ଵାମୀ ଯେ କୌଣସି ବି କାମ କରନ୍ତି ସେଥିରେ ସଫଳତା ପାଆନ୍ତି ।

ସ୍ଵଭାଵ ଶାନ୍ତ ହେବା- 


  Image Source - Noticias Universia

ଯେଉଁ ମହିଳାମାନଙ୍କର ସ୍ଵଭାଵ ଶାନ୍ତ ହୋଇଥାଏ ଏବଂ ଯିଏ ସବୁ ପରିସ୍ଥିତିକୁ ସମ୍ଭାଳି ନିଅନ୍ତି ସେମାନଙ୍କର ସ୍ୱାମୀଙ୍କ ଜୀବନ ସୁଖମୟ ହୋଇଥାଏ | ଏବଂ ଏମାନଙ୍କ ଘରେ  ସବୁବେଳେ ସୁଖଶାନ୍ତି ରହିଥାଏ । 

ଦୟା ଭାବ ରହିବା-


 Image Source - Food Navigator-LATAM

ମହିଳା ମାନଙ୍କ ମଧ୍ୟରେ ଦୟା ଭାବ ରହିବା ବହୁତ ଜରୁରୀ ଅଟେ । ଯେଉଁ ମହିଳାମାନଙ୍କ ମଧ୍ୟରେ ଏହି ସ୍ଵଭାବ ଥାଏ ତାଙ୍କ ଘରରେ ଉନ୍ନତି ହୋଇଥାଏ | ଦାନ ପୂଣ୍ୟ କରୁଥିବା ମହିଳାମାନଙ୍କୁ କୌଣସି ଜିନିଷର ଅସୁବିଧା ହୁଏ ନାହିଁ । 

ସେବା ମନ ଭାବ-


Image Source - Indiamart

ଯେଉଁ ମହିଳା ବୟସ୍କ ଲୋକମାନଙ୍କର ସେବା କରନ୍ତି ଏବଂ ତାଙ୍କର ଇଜ୍ଜତ କରନ୍ତି ତାଙ୍କ ଘରେ କେବେ ବି ଟଙ୍କାର ଅସୁବିଧା ହୁଏ ନାହିଁ | ସେମାନେ ନିଜର ଦାମ୍ପତ୍ୟ ଜୀବନରେସବୁବେଳେ ଖୁସିରେ ରୁହନ୍ତି । 


ଯଦି ଆପଣ ଜୀବନରେ ଏହିଭଳି ମହିଳା ଅଛନ୍ତି ତେବେ ଆପଣ ବହୁତ ସୌଭାଗ୍ୟଶାଳି  ଅଟନ୍ତି |

Post a Comment

0 Comments