ଶୀତଦିନରେ ଥଣ୍ଡା ସକାଳରେ ଶେଯ ଛାଡିବାକୁ ସହଜରେ ମନ ହୋଇନଥାଏ | ହେଲେ ପ୍ରାତଃବେଳା ଶଯ୍ୟା ତ୍ୟାଗ କରି କିଛି ସମୟ ଖରାରେ ବସିଲେ ଶରୀରକୁ ଜରୁରୀ ପୋଷକ ତତ୍ତ୍ୱ ମିଳିଥାଏ | ଏହାଦ୍ୱାରା ଶରୀରକୁ ଭିଟାମିନ ଡି ମିଳିବା ସହ ବିଭିନ୍ନ ରୋଗରୁ ମଧ୍ୟ ରକ୍ଷା ମିଳିଥାଏ |
ବେଶୀ ଝିଅମାନେ ତାଙ୍କ ତ୍ୱଚାକୁ ନେଇ ଚିନ୍ତିତ ଥାନ୍ତି । ସର୍ବଦା ସେମାନେ ଚାହାନ୍ତି କିପରି ସୁନ୍ଦର ଦେଖାଯିବେ | ତେଣୁ ବଜାରରୁ ଅନେକ ପ୍ରକାର କ୍ରିମ, ପାଉଡର ଆଣି ଲଗାନ୍ତି | ବେଳେ ବେଳେ ସେଗୁଡିକ ହାନିକାରକ ସାବ୍ୟସ୍ତ ହୋଇଥାଏ | ଆପଣ ଜାଣନ୍ତି କି କିଛି ଘରୋଇ ଉପଚାର ଦ୍ୱାରା ଖୁବ ସରଳ ଉପାୟରେ ବି ଆପଣ ସୁନ୍ଦର ଲାଗିପାରିବେ |
ତେବେ ଆସନ୍ତୁ ଜାଣିବା କି ଉପାୟ କଲେ ତ୍ୱଚା ଆକର୍ଷଣୀୟ ରହିବା ସହ ସୁନ୍ଦର ଦେଖାଯିବେ |
- ଶୀତର ପ୍ରତ୍ୟେକ ସକାଳରେ 20 ରୁ 25 ମିନଟ ସୂର୍ଯ୍ୟ କିରଣ ପଡୁଥିବା ସ୍ଥାନରେ ବସିବା ଅଭ୍ୟାସ କରନ୍ତୁ | ଏହା ଦ୍ୱାରା ଶରୀରରେ ମେଲାଟୋନିନ ନାମକ ହର୍ମୋନ ସୃଷ୍ଟି ହୋଇଥାଏ, ଯାହା ରାତ୍ରିରେ ସୁନିଦ୍ରା ପାଇଁ ସହାୟକ ହୋଇଥାଏ |
- ମେଦ ହ୍ରାସ କରିବାକୁ ଚାହୁଁଥିବା ବ୍ୟକ୍ତି ପ୍ରତ୍ୟହ ଭୋର ବେଳା ଖରାରେ ବସିବା ଉପକାରୀ |
- ପ୍ରସବ ପରେ ମହିଳାମାନେ ଏହି ଋତୁରେ ସକାଳେ ଖରାରେ ବସିବା ଭଲ | ଏହା ସେମାନଙ୍କ ହାଡ଼ ମଜବୁତ କରିବା ସହ ଆଣ୍ଠୁଗଣ୍ଠି ଯନ୍ତ୍ରଣ| କାମ କରେ |
- ଏପରିକି ସକାଳର ଏହି ଖରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ |
Image Source - Prevention
- ତ୍ୱଚାକୁ ନମନୀୟ କରିବା ପାଇଁ ପ୍ରତିଦିନ ଗାଧେଇବା ଆଗରୁ ନଡ଼ିଆ ତେଲ ବା ବାଦାମ ତେଲ ମାଲିସ କରନ୍ତୁ |
- ରାତିରେ ଶୋଇବା ପୂର୍ବରୁ ତ୍ୱଚାରେ ଗୋଲାପ ଜଳ ସହ ଗ୍ଲିସେରିନ ମିଶେଇ ମାଲିସ କରନ୍ତୁ | ଏହାଦ୍ୱାରା ତ୍ୱଚାର ଶୁଷ୍କତା ହ୍ରାସ ପାଏ |
- ତୈଳଯୁକ୍ତ ତ୍ୱଚାରୁ ମୁକ୍ତି ପାଇଁ ଲେମ୍ଭୁ ସବୁଦିନ ମୁଁହରେ ଲଗାନ୍ତୁ | ଏହା ନାଚୁରାଲ କ୍ଲିଂଜେର ରୂପେ କାମ ଦିଏ |
Image Source - Homemade Health and Beauty Tips
- ତୈଳମୁକ୍ତ ତ୍ୱଚା ପାଇଁ ଉଷୁମ ମହୁରେ ଅଳ୍ପ ଲେମ୍ଭୁ ରସ ମିଶେଇ ଲଗାନ୍ତୁ ।
- ୧ଚାମଚ ମୁଲତାନି ମାଟି, ୧ ଚାମଚ ଗୁଲାବ ଜଳ, ଅଧା ଚାମଚ ମହୁ ଓ କିଛି ଲେମ୍ଭୁ ରସ ମିଶେଇ ପେଷ୍ଟ କରି ମୁହଁରେ ଲଗାନ୍ତୁ । ଏହା ଦ୍ୱାରା ତ୍ୱଚାରେ ଚମକ ଆସିବା ସହ ଦାଗ ଦୂର ହୁଏ |
- ମସୁର ଡାଲି ବା ଜିରାକୁ ବତୁରେଇ କ୍ଷୀର ସହ ମିଶି ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟ କୁ ମୁଁହରେ ଲଗେଇ ଥଣ୍ତା ପାଣିରେ ଧୋଇ ଦିଅନ୍ତୁ | ଏହାଦ୍ୱାରା ତ୍ୱଚାରୁ ବ୍ରଣ ଦାଗ ଦୂର ହୁଏ |
- ନିମ୍ନ ପତ୍ରରେ ମୁଲତାନି ମାଟି ମିଶେଇ ଲଗାନ୍ତୁ | ଏହାଦ୍ୱାରା ତ୍ୱଚାରୁ ବ୍ରଣ ଦୂର ହୁଏ |
- ୧ ଚାମଚ ଚନ୍ଦନ ପାଉଡର, ଅଧା ଚାମଚ ଗ୍ଲିସେରିନ, ୫-୬ ବୁନ୍ଦା ମହୁ ଓ ୧ ଚାମଚ ମସୁର ଡାଲି ପାଉଡରକୁ କ୍ଷୀରରେ ମିଶେଇ ପେଷ୍ଟ କରି ମୁଁହରେ ଲଗାନ୍ତୁ | ଏହାଦ୍ୱାରା ତ୍ୱଚା ନମନୀୟ ହୋଇଥାଏ |
- କମଳା ଲେମ୍ଭୁ ଚୋପାକୁ ଖରାରେ ଶୁଖେଇ ଗୁଣ୍ତ କରି ସେଥିରେ କ୍ଷୀର ମିଶେଇ ଲଗାନ୍ତୁ | ଏହାଦ୍ୱାରା ତ୍ୱଚା କାନ୍ତିମୟ ହୋଇଥାଏ |
- ଅଳ୍ପ ବେସନ, କଞ୍ଚା କ୍ଷୀର ଓ ହଳଦୀ ଗୁଣ୍ଡ ମିଶେଇ ତ୍ୱଚାରେ ଲଗାନ୍ତୁ | ଏହାଦ୍ୱାରା ତ୍ୱଚା ମୁଲାୟମ ଓ ପରିସ୍କାର ହୋଇଥାଏ |
- ୧ ଚାମଚ ବେସନରେ ୨ ଚାମଚ ଦହି ମିଶେଇ ଲଗାନ୍ତୁ କିମ୍ଵା ୧ ଚାମଚ ଚନ୍ଦନ ପାଉଡରରେ ଅଳ୍ପ କ୍ଷୀର ଓ ହଳଦୀ ଲଗାନ୍ତୁ | ଏହାଦ୍ୱାରା ତ୍ୱଚା ଉଜ୍ୱଳ ହୋଇଥାଏ |
- ମଝିରେ ମଝିରେ କ୍ଷୀରରେ ବା ୧ ଚାମଚ ଦହିରେ କିଛି ଲେମ୍ଭୁ ରସ ମିଶେଇ ନିଜ ମୁଁହକୁ ଏକ ତୁଳା ଦ୍ୱାରା ପୋଛନ୍ତୁ | ଏହା କ୍ଲିଂଜେର ଭଳି କାମ ଦିଏ |
- ଖରା ତେଜରେ ତ୍ୱଚା ଜ୍ୱଳନରୁ ମୁକ୍ତି ପାଇଁ ଟମାଟୋ ରସରେ ଦହି ମିଶେଇ ଲଗାନ୍ତୁ |
- ଆଳୁକୁ ବାଟି ତ୍ୱଚାରେ ଲଗେଇବା ଦ୍ୱାରା ତ୍ୱଚା କୋମଳ ହୋଇଥାଏ |
- ତ୍ୱଚାର ମଳିନ ରଙ୍ଗ ଦୂର ପାଇଁ ପାଚିଲା ଅମୃତଭଣ୍ତା ରସ ମୁଁହରେ ଲଗାନ୍ତୁ |
- ବହୁତ ଦିନରୁ ମୁଁହରେ ଥିବା ଦାଗ ଲିଭେଇବା ପାଇଁ ନଡ଼ିଆର ପାଣି ମୁଁହରେ ଲଗାନ୍ତୁ |
- ମୁଁହରେ ଲୋଚାକୋଚା ପଣ ଦୂର କରିବା ପାଇଁ ଅଳ୍ପ ମେଥିକୁ ବାଟି ୫ ମିନିଟ ପାଇଁ ମୁଁହରେ ଲଗାନ୍ତୁ | ତାପରେ ମୁଁହକୁ ଥଣ୍ତା ପାଣିରେ ଧୁଅନ୍ତୁ |
- ମୁଁହରେ ନେଇଥିବା ମେକଅପକୁ ଛଡ଼େଇବା ପାଇଁ କ୍ଷୀରରେ ଅଳ୍ପ ହଳଦୀ ଗୁଣ୍ତ ମିଶେଇ ୧୦-୧୫ ମିନିଟ ପର୍ଯ୍ୟନ୍ତ ଲଗେଇ ଥଣ୍ତା ପାଣିରେ ମୁଁହକୁ ଧୋଇଦିଅନ୍ତୁ ।
- ପାଣିରେ ଲେମ୍ଭୁ ରସ ମିଶେଇ ମିଶେଇ ମଝିରେ ମଝିରେ ଗାଧାନ୍ତୁ | ଏହାଦ୍ୱାରା ତାଜା ଅନୁଭବ କରିବେ |
- ପ୍ରତିଦିନ ରାତିରେ ଶୋଇବା ଆଗରୁ କଞ୍ଚାକ୍ଷୀର ସହ ଅଳ୍ପ ଲୁଣ ମିଶେଇ ଏକ ତୁଳା ଦ୍ୱାରା ମୁଁହକୁ ପୋଛନ୍ତୁ ଏବଂ ଥଣ୍ତା ପାଣିରେ ମୁଁହକୁ ଧୋଇଦିଅନ୍ତୁ । ଏହାଦ୍ୱାରା ତ୍ୱଚା ପରିସ୍କାର ରହିବା ସହ ଉଜ୍ଵଳ ହୋଇଥାଏ |
ଏହି ଟିପ୍ସ ଯଦି ଆପଣଙ୍କ କିଛି ବି କାମରେ ଆସିଥାଏ ତେବେ ମୋ Page କୁ Like ,Share ଜରୁର କରନ୍ତୁ |




0 Comments
Do you have any doubts or suggestions? Ask them here in the comments!